অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଭାରତୀୟ ସାକ୍ଷ୍ୟବିଧି ଆଇନ୍ – ୧୮୭୩ (ବିଭାଗ – ୨(ଛ))

ଭାରତୀୟ ସାକ୍ଷ୍ୟବିଧି ଆଇନ୍ – ୧୮୭୩ (ବିଭାଗ – ୨(ଛ))

ତୃତୀୟ  ବ୍ୟକ୍ତିମାନଙ୍କର ମତାମତ,କେତେବେଳେ  ଉପାଦେୟ

ବିଶେଷଜ୍ଞ  ମାନଙ୍କର  ମତାମତ

ଯେତେବେଳେ  ନ୍ୟାୟାଳୟଙ୍କର  ବିଦେଶୀ  ଆଇନ୍ ର  କୌଣସି  ବିଷୟ  ଉପରେ  କିମ୍ବା  ବିଜ୍ଞାନ   ଉପରେ  କଳା  ଉପରେ, କିମ୍ବା  ହସ୍ତଲେଖା  କିମ୍ବା  [ଆଙ୍ଗୁଠି  ଚିହ୍ନ  ଉପରେ   କୌଣସି  ମତାମତ  ଗଠନ  କରିବାର  ଥାଏ, ସେପରିସ୍ଥଳେ  ଏପରି  ବିଦେଶୀ  ଆଇନ  ଉପରେ  ବିଜ୍ଞାନ  କିମ୍ବା  କଳା  ଉପରେ, କିମ୍ବା  [ହସ୍ତ  ଲେଖା  କିମ୍ବା  ଆଙ୍ଗୁଠି  ଚିହ୍ନର  ପ୍ରଶ୍ନ  ଉପରେ] ବିଶେଷ   ଭାବେ  ନିପୁଣ  ବ୍ୟକ୍ତି  ମାନଙ୍କର  ମତାମତ, ଉପାଦେୟ  ବିଷୟ  ଅଟେ  । ଏପରି  ବ୍ୟକ୍ତିମାନଙ୍କୁ, ବିଶେଷଜ୍ଞ   କୁହାଯାଏ   ।

ଉଦାହରଣ

  • ପ୍ରଶ୍ନ  ହେଉଛି  ଯେ,‘କ’ ଙ୍କର  ମୃତ୍ୟୁ  ବିଷଦ୍ଵାରା  ହୋଇଥିଲା  କି  ନାହିଁ   । ବିଷଦ୍ଵାରା  ଉଦ୍ରେକ  ଲକ୍ଷଣ  ସଂବନ୍ଧରେ  ବିଶେଷଜ୍ଞଙ୍କର  ମତାମତ, ଯାହାଦ୍ଵାରା ‘କ’ ମୃତ ବୋଲି  ଅନୁମାନ  କରାଯାଉଥିଲା, ତାହା  ଉପାଦେୟ  ଅଟେ।
  • ପ୍ରଶ୍ନ  ହେଉଛି  ଯେ,‘କ’ କୌଣସି  ନିର୍ଦ୍ଧିଷ୍ଟ  କାର୍ଯ୍ୟ  କରିବା  ସମୟରେ  ମାନସିକ  ଅସୁସ୍ଥତା  କାରଣ  ଯୋଗୁ, ଉକ୍ତ  କାର୍ଯ୍ୟର  ପ୍ରକୃତି  ଜାଣିଥିଲା  କି  ନାହିଁ  କିମ୍ବା  ସେ  ଯାହା  କରୁଛି  ତାହା  ଭୁଲ୍  କିମ୍ବା  ଆଇନ୍ ର  ପରିପନ୍ଥୀ  ଅଟେ କି  ନାହିଁ   ।

ଏହି  ପ୍ରଶ୍ନ   ଉପରେ  ବିଶେଷଜ୍ଞଙ୍କର  ମତ ଯେ,‘କ’ ଦ୍ଵାରା  ପ୍ରଦର୍ଶିତ  ଲକ୍ଷଣ  ଗୁଡିକ  ସାଧାରଣ  ଭାବେ  ମାନସିକ  ଅସୁସ୍ଥତା  ଦର୍ଶାଏ  କି  ନାହିଁ  ଏବଂ  ଏପରି  ମାନସିକ  ଅସୁସ୍ଥତା  ସାଧାରଣତଃ  ଏପରି  କାର୍ଯ୍ୟ କରୁଥିବା  ବ୍ୟକ୍ତି   ତାର  ପ୍ରକୃତି  ବିଷୟ  ଜାଣିବାରେ  ଅକ୍ଷମ  ହୋଇଥାଏ  କି  ନାହିଁ  କିମ୍ବା  ତାହା  ଭୁଲ୍  କିମ୍ବା  ଆଇନ୍ ର  ପରିପନ୍ଥୀ  ଅଟେ କି ନାହିଁ, ତାହା  ଜାଣିବାରେ  ଅକ୍ଷମ  ହୋଇଥାଏ  କି ନାହିଁ, ସେଗୁଡିକ  ଉପାଦେୟ  ଅଟେ   ।

ଟିପ୍ପଣୀ

  1. ବିଶେଷଜ୍ଞଙ୍କ  ସାକ୍ଷ୍ୟ : ବିଶେଷଜ୍ଞଙ୍କ  ସାକ୍ଷ୍ୟ – ବିହାର  ଏବଂ  ଓଡିଶା  ଅବକାରୀ  ଆଇନ୍ ର ଦଫା  ୪୭ ଅନୁଯାୟୀ  ମୋକଦ୍ଦମା  - ଅବକାରୀ  ସବ୍ ଇନ୍ସପେକ୍ଟରଙ୍କର  କଣ  ଯଥେଷ୍ଟ  ଜ୍ଞାନ  ଅଛି, ଯାହାଫଳରେ   ତାଙ୍କୁ  ଏହି  ଦଫାର   ଅର୍ଥାନୁଯାୟୀ  ଜଣେ  ବିଶେଷଜ୍ଞ  ଭାବେ  ଧରାଯିବ ? ତାଙ୍କ  ଦ୍ଵାରା  ପରିଚାଳିତ  ହାଇଡ୍ରୋମିଟର  ପରୀକ୍ଷାର  ପଦ୍ଧତି  ସଂବନ୍ଧରେ  ତାଙ୍କର  ସାକ୍ଷ୍ୟ  ସେପରି  କିଛି  ସୂଚୀତ  କରେ  ନାହିଁ  - ଦର୍ଶାଯାଇଥିଲା  ଯେ, ଏହି  ପ୍ରମାଣ  ବିନା  ଯେ, ସେ  ଅଶୋଧିତ  ମଦର  ପରୀକ୍ଷା  କରିବା  ନିମନ୍ତେ  ବିଶେଷଭାବେ  ନିପୁଣ, ସେପରିସ୍ଥଳେ  ତାର   ସାକ୍ଷ୍ୟକୁ   ଜଣେ   ବିଶେଷଜ୍ଞ  ସାକ୍ଷ୍ୟ   ଭାବେ  ଗ୍ରହଣ  କରାଯାଇପାରେ  ନାହିଁ  - ମୀନକେତନ   ମୁଦୁଲି  ବନାମ୍  ଓଡିଶା  ରାଜ୍ୟ  ସରକାର  - (୨୦୦୧) ୨୦ ଓସିଆର୍ – ୧୦୭; ୨୦୦୦ (୨) ଓଏଲ୍ଆର୍ – ୬୪୭  ।
  2. କେତେବେଳେ   ନଥିରୁ  ସାକ୍ଷ୍ୟ  ବାଦ୍  ଦିଆଯାଏ  : ଡାକ୍ତରୀ  ସାକ୍ଷ୍ୟ – ବିଶେଷଜ୍ଞ  ମତ – ନ୍ୟାୟାଳୟରେ  ସେହି   ଡାକ୍ତରମାନଙ୍କୁ  ପରୀକ୍ଷା   କରାଯାଇ  ନଥିଲା, ଯେଉଁମାନେ  କ୍ଷତପ୍ରାପ୍ତ  ବ୍ୟକ୍ତିମାନଙ୍କୁ  ପରୀକ୍ଷା  କରିଥିଲେ – କ୍ଷତପ୍ରାପ୍ତ  ବ୍ୟକ୍ତିମାନେ  ଆଉ  ଜଣେ  ବିଶେଷଜ୍ଞ  ଡାକ୍ତରଙ୍କ  ଦ୍ଵାରା  ଛଅମାସ  ପରେ  ପରୀକ୍ଷିତ  ହୋଇଥିଲେ  ନ୍ୟାୟାଳୟରେ  ବିଶେଷଜ୍ଞ  ଡାକ୍ତରଙ୍କୁ  ପରୀକ୍ଷା  କରାଯାଇଥିଲା  ଏବଂ  ଦୁର୍ଘଟଣା  ସମୟରେ, ପୂର୍ବରୁ  ଦୁଇଜଣ  ଡାକ୍ତରଙ୍କ  ଦ୍ଵାରା  ପରୀକ୍ଷିତ  ବ୍ୟକ୍ତିମାନଙ୍କୁ  ପରୀକ୍ଷା  ସଂବନ୍ଧରେ  ବିବରଣୀ  ପ୍ରଦାନ  କରିବାକୁ   ଅନୁମତି  ଦିଆଯାଇଥିଲା – ଏପରି  ବିଶେଷଜ୍ଞଙ୍କ  ସାକ୍ଷ୍ୟ  କଣ  ଗ୍ରହଣୀୟ  ଅଟେ  ଏବଂ  ତାଙ୍କ  ସାକ୍ଷ୍ୟକୁ  ବିଶେଷଜ୍ଞଙ୍କ  ମତ  ବୋଲି  କୁହାଯାଇପାରିବ ? ଦର୍ଶାଯାଇଥିଲା- ନାଁ – ଏପରି  ଡାକ୍ତରଙ୍କ  ସାକ୍ଷ୍ୟ  ଆଇନ୍ ରେ  ଗ୍ରହଣୀୟ  ହୋଇ  ନଥିବାରୁ, ତାକୁ  ନଥିରୁ  ବାଦ୍  ଦିଆଯିବ – ଡିଭିଜନାଲ ମ୍ୟାନେଜର, ୟୁନାଇଟେଡ ଇଣ୍ଡିଆ  ଇନ୍ସୁରାନ୍ସ  କମ୍ପାନୀ  ବନାମ  ପ୍ରଭାତ  କୁମାର  ଧଳା  ଏବଂ  ଅନ୍ୟମାନେ – ୨୦୦୦ (୧) ଟିଏସି – ୫୯୪ (ଓଡିଶା), ୨୦୦୦ ଲାବ.ଆଇ.ସି. – ୧୦୯୮ (ଓଡିଶା), ୧ (୨୦୦୦) ଏସିସି – ୫ (ଓଡିଶା) ।
  3. ବିଭାଗୀୟ  ପ୍ରଶିକ୍ଷଣରେ ଏଗାର  ବର୍ଷର  ବିବରଣୀ  ଜଣେ  ବିଶେଷଜ୍ଞ  ସାକ୍ଷୀ   କରେ  ନାହିଁ  : ବିଷାରଦ  କିମ୍ବା  ବିଶେଷଜ୍ଞ  ସାକ୍ଷୀ – ଏହା  ଦର୍ଶାଇବା  ନିମନ୍ତେ  କୌଣସି  ବିଷୟ  ନଥିଲା ଯେ, ଅବକାରୀ  ସବ୍ ଇନ୍ସପେକ୍ଟର   ପ୍ରକୃତରେ  ଅବକାରୀ   ବିଭାଗର   କୌଣସି  ଶାଖାରେ  ପ୍ରଶିକ୍ଷଣ  ଗ୍ରହଣ   କରିଥିଲେ, ଯାହାକି ମଦ ପରୀକ୍ଷା   ସହ  ପ୍ରତ୍ୟକ୍ଷ  ଭାବେ  ସଂପୃକ୍ତ  ଏଗାର  ବର୍ଷ  ବିଭାଗୀୟ  ପ୍ରଶିକ୍ଷଣ  ସଂବନ୍ଧରେ  ତାଙ୍କ  ବିବରଣୀ, ତାଙ୍କୁ  ଜଣେ  ବିଷାରଦ  ସାକ୍ଷୀ  କରେ  ନାହିଁ  ଏସ୍ ଦାସରଥି  ରେଡି  ବନାମ୍  ରାଜ୍ୟ  ସରକାର – ୧୯୯୮ (୧) ଓଏଲ୍ଆର୍ – ୩୧୫  ।
  4. ହସ୍ତ  ଲେଖାର  ଚିହ୍ନଟ : ହସ୍ତଲେଖା  ଚିହ୍ନଟ  କରିବା  ପ୍ରଶ୍ନ – ଏ  ସଂବନ୍ଧରେ  ବିଶେଷଜ୍ଞ ସାକ୍ଷ୍ୟ  ସହିତ  ସେହି  ବ୍ୟକ୍ତିମାନଙ୍କର  ସାକ୍ଷ୍ୟକୁ  ବିଚାର  କରାଯିବ କି, ଯେଉଁମାନେ  ଏପରି  ହସ୍ତାକ୍ଷର  ସହିତ  ପରିଚିତ  ଅଛନ୍ତି – ଏପରି  ବିଷାରଦ  କିମ୍ବା  ବିଶେଷଜ୍ଞ   ସାକ୍ଷୀ, ତାକୁ  ଆହ୍ଵାନ   କରିଥିବା  ପକ୍ଷକୁ   ସମର୍ଥନ   କରିବାର  ଏକ  ପ୍ରବୃତ୍ତି  ଥାଏ ଏବଂ  ତାର  ସାକ୍ଷ୍ୟ, ଦଫା  ୪୫ ଅନୁଯାୟୀ  ଉପାଦେୟ  ଅଟେ  । ମାତ୍ର  ଏପରି  ହସ୍ତଲେଖା  ସହ  ପରିଚିତ  ଅନ୍ୟ  ବ୍ୟକ୍ତିମାନଙ୍କୁ  ମଧ୍ୟ  ଏ  ସଂବନ୍ଧରେ  ସାକ୍ଷ୍ୟ  ପ୍ରଦାନ  କରିବା  ନିମନ୍ତେ  ଦଫା  ୪୭ ଅନୁମୋଦନ  କରିଥାଏ, ଯାହା  ମଧ୍ୟ  ଉପାଦେୟ  ଅଟେ, ହସ୍ତଲେଖା  ଚିହ୍ନଟ  ପ୍ରମାଣ  କରିବା, ନିମନ୍ତେ, ଉପରୋକ୍ତ  ଯେକୌଣସି  ପଦ୍ଧତି, ଯାହାକି  ନିଷେଧିତ  ନୁହେଁ, ତାହା  ଗ୍ରହଣ  କରାଯାଇପାରେ – ଜି. ରମନା  ଏବଂ  ଅନ୍ୟମାନେ  ବନାମ୍ ରାଜ୍ୟ  ସରକାର  ଏବଂ  ଅନ୍ୟଜଣେ  - ୧୯୯୮ (୧) ଓଏଲ୍ଆର୍  (ସୁପ୍ରିମକୋର୍ଟ) – ୩୯୮  ।
  5. ଏହା  ଦେଖି  ଯେ, ବିଷ  ପ୍ରୟୋଗ   ଦ୍ଵାରା  ମୃତ୍ୟୁକୁ   ତ୍ରୁଟିପୂର୍ଣ୍ଣ  ବୋଲି  ବାଦ୍ ଦିଆଯାଇପାରିବ  ନାହିଁ  : ଡାକ୍ତରଙ୍କ ମତ – ମୃତ  ଶରୀର  ପରୀକ୍ଷା  ପୂର୍ବରୁ  ଶ୍ଵାସରୁଦ୍ଧ  ଏବଂ  କ୍ଷତ  ଯୋଗୁ  ମୃତ୍ୟୁ  ଗଳା  ଉଆରେ  କ୍ଷୁଦ୍ର  ଆଞ୍ଚୁଡା  ଦାଗକୁ   ଦେଖିବାରେ  ସାକ୍ଷୀମାନଙ୍କର  ଅକୃତକାର୍ଯ୍ୟତାକୁ, ସଠିକ  ଡାକ୍ତରୀ  ମତକୁ  ବାଦ୍  ଦେଇପାରିବ  ନାହିଁ – ରାସାୟନିକ  ପରୀକ୍ଷା  ବିବରଣୀ  ଉପରେ  ପର୍ଯ୍ୟବେସିତ  ମୃତ୍ୟୁର  କାରଣ   ସଂବନ୍ଧରେ, ଡାକ୍ତରଙ୍କ  ଚୁଡାନ୍ତ  ବିବରଣୀ – ଉଚ୍ଚ  ନ୍ୟାୟାଳୟଙ୍କ  ରାଏ  ଯେ  ବିଷ  ପ୍ରୟୋଗ  ଦ୍ଵାରା  ମୃତ୍ୟୁକୁ   ତ୍ରୁଟିପୂର୍ଣ୍ଣ   ବୋଲି  ବାଦ୍  ଦିଆଯାଇ ପାରିବ  ନାହିଁ – ଆନ୍ଧ୍ର ପ୍ରଦେଶ  ରାଜ୍ୟ  ସରକାର  ବନାମ୍  ଗାଙ୍ଗୁଲା  ସତ୍ୟ  ମୂର୍ତ୍ତୀ – (୧୯୯୭) ୧୨ ଓସିଆର୍ (ସୁପ୍ରିମକୋର୍ଟ) – ୪୫୮ ।
  6. ବିଶେଷଜ୍ଞ  ସାକ୍ଷ୍ୟ – ଅବକାରୀ  ଉଚ୍ଚ  କର୍ମଚାରୀ, ଯେକି  ଜବତ୍  ଦ୍ରବ୍ୟକୁ   ଅଶୋଧିତ  ମଦ  ବୋଲି  ପ୍ରମାଣ  କରିବା  ନିମନ୍ତେ  ଉଦ୍ଦେଶିତ, ତାଙ୍କର  ଏ  ସଂବନ୍ଧରେ  ବିଗତ  ଅଭିଜ୍ଞତା  ତଥା  ପ୍ରଶିକ୍ଷଣ  ଥିବା  ଉଚିତ୍, ଯାହାଫଳରେ  ସେ  ତାଙ୍କର  ସାକ୍ଷ୍ୟକୁ   ବିଶେଷଜ୍ଞ  ସାକ୍ଷ୍ୟର  ପରିଧି  ମଧ୍ୟକୁ   ଆଣିପାରିବେ -  ରଘୁନାଥ  ସାହୁ  ବନାମ୍ ଓଡିଶା  ରାଜ୍ୟ  ସରକାର – ୨୦୦୨ (୨) ଓଏଲ୍ଆର୍  - ୪୯୦  ।
  7. ମୋକଦ୍ଦମାକାରୀ  ସାକ୍ଷୀ ନଂ – ୧ଙ୍କ  ସାକ୍ଷ୍ୟ, ଯେ  କି  ଜଣେ  ଅବକାରୀ  ଉଚ୍ଚ  କର୍ମଚାରୀ  ଅଟନ୍ତି, ତାହା  ଏହା  ଦର୍ଶାଇବା   ନିମନ୍ତେ  ଯଥେଷ୍ଟ  ନୁହେଁ ଯେ, ଜବତ୍  ଦ୍ରବ୍ୟ  ଅଶୋଧିତ  ମଦ  ଅଟେ, ବିଶେଷତଃ  ଯେତେବେଳେ  ସେପରି କ୍ଷେତ୍ରରେ  ତାଙ୍କର  ବିଶେଷ  ପ୍ରଶିକ୍ଷଣର  ଅନୁପସ୍ଥିତି  ଥାଏ – ମତାମତ  ସାକ୍ଷ୍ୟ  ଉପରେ  ଆସ୍ଥା  ସ୍ଥାପନ  କରାଯାଏ  ନାହିଁ – ଅପରାଧିକୁ  ଖଲାସ  କରାଯାଇଥିଲା – ବିଶ୍ଵନାଥ  ସାହୁ  ବନାମ୍  ରାଜ୍ୟ  ସରକାର – (୨୦୦୨) ୨୩ ଓସିଆର୍ – ୨୦୦  ।
  8. ଡାକ୍ତରୀ  ସାକ୍ଷ୍ୟ  ସହିତ  ମୌଖିକ  ସାକ୍ଷ୍ୟ – ଦୁଇଜଣ  ଅପିଲକର୍ତ୍ତାଙ୍କ  ମଧ୍ୟରୁ  ପ୍ରତ୍ୟକଙ୍କ  ଦ୍ଵାରା  ମୁଣ୍ଡରେ  ଗୋଟିଏ  ମାତ୍ର  କ୍ଷତ  ଲକ୍ଷ  କରିଥିଲେ – ପ୍ରତ୍ୟକ୍ଷଦର୍ଶୀ  ସାକ୍ଷୀଙ୍କ  ପ୍ରତ୍ୟାଖ୍ୟାନ  କରାଯାଇଥିଲା – ଓଡିଶା  ରାଜ୍ୟ  ସରକାର  ବନାମ୍  ଗଙ୍ଗାଧର  ଦାସ୍  ଏବଂ  ଅନ୍ୟମାନେ – (୨୦୦୨) ୨୨ ଓସିଆର୍ – ୭୩୦  ।
  9. ମତାମତ  ସାକ୍ଷ୍ୟ – ରାସାୟନିକ  ପରିକ୍ଷକଙ୍କ  ବିବରଣୀ – କେତେକ  ଅଂଶ  ଟାଇପ୍  କରାଯାଇଥିଲା  ମାତ୍ର  ହସ୍ତଲେଖା  ଅଂଶରେ  କୌଣସି  ବ୍ୟକ୍ତି  କିମ୍ବା  ଅଧିକାରୀଙ୍କ   ସ୍ଵାକ୍ଷର  ନଥିଲା – ଉକ୍ତ  ହସ୍ତଲିଖିତ  ଅଂଶ  ଉପରେ  ଆସ୍ଥା  ସ୍ଥାପନ  କରିବା  ଉପଯୁକ୍ତ  ନୁହେଁ  - ପୀତବାସ  ପ୍ରଧାନ  ବନାମ୍  ଓଡିଶା  ରାଜ୍ୟ  ସରକାର – ୨୦୦୨ (୧) ଓଏଲ୍ଆର୍ – ୩୭୯; ୯୩ (୨୦୦୨) ସିଏଲ୍ ଟି  - ୨୩୯; (୨୦୦୨) ୨୨ ଓସିଆର୍ – ୫୭୧; ୨୦୦୨ (୨) କ୍ରାଇମ୍ସ  - ୨୫୦ (ଓଡିଶା)
  10. ‘ଡ୍ରଗ କଣ୍ଟ୍ରୋଲ’ ରଙ୍କ  ମତାମତ  ବିବରଣୀ – ଏହାର  କେତେକ  ଅଂଶ  ହସ୍ତଲେଖା  ଏବଂ  ସେଥିରେ  କୌଣସି  ବ୍ୟକ୍ତି  କିମ୍ବା  ଅଧିକାରୀଙ୍କର  ସ୍ଵାକ୍ଷର  ନଥିଲା କିମ୍ବା  ରାସାୟନିକ  ପରୀକ୍ଷାକାରୀ  କିମ୍ବା  ‘ ଡ୍ରଗ  କଣ୍ଟ୍ରୋଲ’ ଙ୍କ  ସ୍ଵାକ୍ଷର   ମଧ୍ୟ  ନଥିଲା – ଉକ୍ତ  ହସ୍ତଲେଖା  ବିବରଣୀ  ଉପରେ  ଆସ୍ଥା  ସ୍ଥାପନ  କରିବା  ଉପଯୁକ୍ତ  ନୁହେଁ   ।
    • ‘ଅଫିମ’ ଅର୍ଥ
    • ତା ବ୍ୟତୀତ, ଆଇନ୍ ର  ଦଫା  ୨ (୧୫) ‘ଅଫିମ’ ଉକ୍ତିକୁ  ସଂଜ୍ଞାୟୀତ କରେ  ଏବଂ  ନିମ୍ନ ପ୍ରକାର ପଢାଯାଏ  -

      (କ) ଅଫିମ  ବୃକ୍ଷରୁ  ସଂଗୃହୀତ  ଏବଂ (ଖ) ଏପରି  ଅଫିମ  ଗଛରୁ  ସଂଗୃହୀତ  ରସର ପ୍ରାକୃତିକରଣକୁ  ଅନ୍ତର୍ଭୁକ୍ତ  କରେ  ନାହିଁ, ଯାହାକି  ୦.୨% ମରଫାଇନ  ଧାରଣ  କରିଥାଏ   ।

    ଉପରୋକ୍ତ  ମତାମତ  ସ୍ପଷ୍ଟ  ଭାବେ  ଏହା  ସୂଚୀତ  କରେ  ନାହିଁ  ଯେ, ରାସାୟନିକ  ବିଶ୍ଳେଷଣ  ନିମନ୍ତେ  ପ୍ରେରଣ  କରାଯାଇଥିବା  ନମୁନା  ଅଫିମ  ଅଟେ  ଯାହାକି  ୦.୨%  ‘ମର  ଫାଇନ’ ରୁ  କମ୍ ଧାରଣ  କରିଥାଏ, ତାହାଲେ  ତାହା  ଏହାର  ଦଖଲକାରୀକୁ, ଏହି  ଆଇନ୍ ର  ଦଫା  ୧୮  ଅନୁଯାୟୀ  ଦାୟୀ  କରେ  ନାହିଁ – ଦୁର୍ଭାଗ୍ୟବଶତଃ, ବିଚାରକାରୀ  ନ୍ୟାୟାଳୟ, ଏହି  ସାକ୍ଷ୍ୟକୁ  ଯତ୍ନର  ସହ  ପଠନ  କରି  ନଥିଲେ ଏବଂ  ଯାନ୍ତ୍ରିକ  ଭାବେ  ଏକ  ରାଏ  ଲିପିବଦ୍ଧ  କରିଥିଲେ  ଯେ, ପ୍ରଦର୍ଶନ  ନଂ ୪ ପ୍ରମାଣ  କରୁଛି  ଯେ, ଜବତ୍  ଦ୍ରବ୍ୟ  ଅଫିମ  ଥିଲା – ପୀତବାସ  ପ୍ରଧାନ  ବନାମ୍  ଓଡିଶା  ରାଜ୍ୟ  ସରକାର – (୨୦୦୨) ୨୨ ଓସିଆର୍ – ୫୭୧ ।

  11. ଅପିଲକର୍ତ୍ତା  ‘ଏଲ୍’ ପ୍ରଥମେ  ମୃତକ‘ଏମ୍’ ର  ଗଳା  ଦବାଇଥିଲା  ଏବଂ ତାପରେ  ତାର  ଗଳା  ଚାରିପାଖରେ  ଏକ  ଦଉଡି  ବାନ୍ଧିଥିଲା  - ଡାକ୍ତରର  ତାର  ଗଳାର  ଚର୍ତୁପାର୍ଶ୍ୱରେ  ଦଉଡି  ଚିହ୍ନ  ଦେଖିଥିଲେ  ଏବଂ  ଶ୍ଵାସରୁଦ୍ଧ  ଯୋଗୁଁ  ମୃତ୍ୟୁ  ଘଟିଛି  ବୋଲି  ମତ  ପ୍ରଦାନ  କରିଥିଲେ – ଯା  ହେଉନା  କାହିଁକି  ଡାକ୍ତର  ନିର୍ଦ୍ଧିଷ୍ଟଭାବେ  କହିପାରି  ନଥିଲେ  ଯେ, ମୃତକ  ଆତ୍ମହତ୍ୟା  କରିଛି  କି  ନାହିଁ  କିମ୍ବା  ଏପରି  ମୃତ୍ୟୁ  ହତ୍ୟା  ଅଟେ  କିମ୍ବା  ଅନ୍ୟ  କୌଣସି  ଦୁର୍ଘଟଣା  ଯୋଗୁଁ  ଘଟିଛି – ମୃତକର  ଗଳା  ଚାରିପାଖରେ  ନଖ  ଦାଗର  ଅନୁପସ୍ଥିତି – ଦର୍ଶାଯାଇଥିଲା  ଯେ, ମୌଖିକ  ସାକ୍ଷ୍ୟ  ଏବଂ  ଡାକ୍ତରୀ  ସାକ୍ଷ୍ୟକୁ  ବିଚାରକୁ  ନେଇ, ପ୍ରତିପକ୍ଷର  ଯୁକ୍ତି  ଯେ, ମୃତକ  ଦ୍ଵାରା  ଆତ୍ମହତ୍ୟା  ସଂଗଠନ  କରାଯାଇଛି, ତାହା  ପ୍ରତ୍ୟାଖ୍ୟାନ  କରାଯାଇଥିଲା – ଲାଲ  ସିଂହ  ବନାମ୍  ମଧ୍ୟ  ପ୍ରଦେଶ  ରାଜ୍ୟ  ସରକାର  (୨୦୦୩) ୨୬ ଓସିଆର୍ – ୪୪୩   ।
  12. ଡାକ୍ତରୀ  ସାକ୍ଷୀ  ସହିତ  ମୌଖିକ  ସାକ୍ଷ୍ୟ – ପ୍ରତିପକ୍ଷଙ୍କ  ଘଟଣା  ହେଉଛି  ଯେ, ଏକ  ଦୁର୍ଘଟଣାଜନିତ   ଅଗ୍ନିକାଣ୍ଡରେ  ପୋଡିଯିବା  ଯୋଗୁ  ମୃତକର  ମୃତ୍ୟୁ  ଘଟିଥିଲା, ଯେତେବେଳେ  କି  ମୋକଦ୍ଦମାକାରୀଙ୍କର   ସାକ୍ଷ୍ୟ  ଥିଲା ଯେ, ମୃତକ  ଆତ୍ମହତ୍ୟା  ସଂଗଠନ  କରିଥିଲା  ଏବଂ  ତାପରେ  ତାକୁ  ପୋଡିଦିଆଯାଇଥିଲା – ଡାକ୍ତରୀ  ପରୀକ୍ଷା  ମରୁତ  ଶରୀରରେ  କ୍ଷତ  ଦର୍ଶାଏ  ଯାହାକି  ଶବ  ବ୍ୟବଚ୍ଛେଦ  ପୂର୍ବରୁ  ଘଟିଥିଲା  ଏବଂ  ଗଳାରେ  ତଥା  ଅନ୍ୟାନ୍ୟ  ସ୍ଥାନରେ  ପୋଡା  ପାଉଁଶ  ଚିହ୍ନ  ଥିଲା – ଦର୍ଶାଯାଇଥିଲା ଯେ, ଡାକ୍ତରୀ  ସାକ୍ଷ୍ୟ  ପ୍ରତିପକ୍ଷର  ସାକ୍ଷ୍ୟ  ସହ  ସମନ୍ଵୟ  ରକ୍ଷା  କରେ  ଯେ, ମୃତକ, ଦୁର୍ଘଟଣାଜନିତ  ଅଗ୍ନିକାଣ୍ଡରେ  ପୋଡିହୋଇ  ମୃତ୍ୟୁବରଣ  କରିଥିଲା – ସାଧୁରାମ୍ ଏବଂ  ଅନ୍ୟ  ଜଣେ  ବନାମ୍ ରାଜସ୍ଥାନ  ରାଜ୍ୟ  ସରକାର – (୨୦୦୩) ୨୫ ଓସିଆର୍ (ସୁପ୍ରିମକୋର୍ଟ) – ୩୦୬  ।
  13. ଡାକ୍ତରୀ  ସାକ୍ଷ୍ୟ  ସହିତ  ମୌଖିକ  ସାକ୍ଷ୍ୟ – ଶବ  ବ୍ୟବଚ୍ଛେଦ  କରୁଥିବା  ଡାକ୍ତର  ତିନୋଟି  ଛେଦ  କ୍ଷତ  ଲକ୍ଷ  କରିଥିଲେ – ମୌଖିକ  ସାକ୍ଷ୍ୟ  ଦର୍ଶାଏ  ଯେ, ଅପରାଧୀଙ୍କ  ଦ୍ଵାରା  କେବଳ  ଗୋଟିଏ  ଗୁଳି  ଫୁଟା  ଯାଇଥିଲା – ମୃତକର  ଶରୀରରୁ  ଡାକ୍ତର  ତିନୋଟି   ଗୁଳି  ଉଦ୍ଧାର  କରିଥିଲେ – ବାଲିଷ୍ଟିକ  କିମ୍ବା  ଗୋଳାଗୁଳି ବିଷାଦରଙ୍କ  ମତ  ମଧ୍ୟ  ସେହି  ବିଷୟ  ଉପରେ  ନୀରବ  ଯେ, ଗୋଟିଏ  ଗୁଳି  ତିନୋଟି  କ୍ଷତ  କରିପାରେ  କି  ନାହିଁ – ସାକ୍ଷୀମାନଙ୍କର  ସାକ୍ଷ୍ୟକୁ  ଅବିଶ୍ଵାସ  କରାଯାଇଥିଲା – ଓଡିଶା  ରାଜ୍ୟ  ସରକାର  ବନାମ୍ ଶ୍ରୀ  ବୃନ୍ଦାବନ  ସାହୁ – (୨୦୦୩) ୨୪ ଓସିଆର୍ – ୧୬ ।
  14. ଡାକ୍ତରୀ  ସାକ୍ଷ୍ୟ  ସହିତ  ମୌଖିକ  ସାକ୍ଷ୍ୟ – ଯେଉଁ  ସ୍ଥଳରେ  ପ୍ରତ୍ୟକ୍ଷ  ବିଶ୍ଵସନୀୟ, ଦୃଢ  ଏବଂ  ବିଶ୍ଵାସ  ଉଦ୍ରେକ   କରାଏ, ସେପରିସ୍ଥଳେ  ବିଷାରଦ କିମ୍ବା  ବିଶେଷଜ୍ଞଙ୍କ  ମତାମତ  ଠାରୁ, ତାହାକୁ  ପସନ୍ଦ  କରାଯିବ – ଜୟା ଶଙ୍କର  ମାଝୀ ବନାମ୍  ଓଡିଶା  ରାଜ୍ୟ  ସରକାର – (୨୦୦୩) ୨୪ ଓସିଆର୍ – ୩୦୮  ।
  15. ଡାକ୍ତରୀ  ସାକ୍ଷ୍ୟ  ସହିତ  ମୌଖିକ  ସାକ୍ଷ୍ୟ – ପ୍ରତ୍ୟକ୍ଷଦର୍ଶୀ  ସାକ୍ଷୀମାନଙ୍କର  ସାକ୍ଷ୍ୟ ଯେ, ମୃତକକୁ  ଏକ  ଛୁରୀ  ଦ୍ଵାରା  ଆକ୍ରମଣ  କରାଯାଇଥିଲା – ଡାକ୍ତରଙ୍କ  ଶବ  ବ୍ୟବଚ୍ଛେଦ  ଏକ  ତୀର୍ଯ୍ୟକ  କ୍ଷତ  ଏବଂ  ଏକ  ଗଭୀର  କ୍ଷତ, ମୃତକର  ମସ୍ତିସ୍କ  ଉପରେ  ଦେଖିଥିଲେ, ମାତ୍ର  ମତ  ପ୍ରଦାନ  କରିଥିଲେ ଯେ, ଛୁରୀକା  ଦ୍ଵାରା  ଏପରି  କ୍ଷତ  ସମ୍ଭବ  ନୁହେଁ – ମାନନୀୟ  ନ୍ୟାୟାଳୟ  ଡାକ୍ତରଙ୍କ  ମତ  ପ୍ରତ୍ୟାଖ୍ୟାନ   କରିବା  ସହିତ  ମୌଖିକ  ସାକ୍ଷ୍ୟକୁ  ଗ୍ରହଣ  କରିଥିଲେ – ଓଡିଶା  ରାଜ୍ୟ  ସରକାର  ବନାମ୍ ପ୍ରହଲ୍ଲାଦ  ଦେହୁତି – (୨୦୦୩) ୨୪ ଓସିଆର୍ - ୩୩୭ ।
  16. ମୌଖିକ  ସାକ୍ଷ୍ୟ  ସହିତ  ଡାକ୍ତରୀ  ସଖ୍ୟ – ଅଭିଯୋଗ  ଯେ,‘ଆଇ’ ପଛପଟୁ  ଏକ  ଲାଠି  ଦ୍ଵାରା,ମୃତକକୁ  ଆକ୍ରମଣ  କରିଥିଲା – ଶବ  ବ୍ୟବଚ୍ଛେଦ  ପରୀକ୍ଷା  ପରିଚାଳନା  କରୁଥିବା  ଡାକ୍ତରଙ୍କ  ଦ୍ଵାରା  ମଝି  ଖପୁରୀ ରେ  କ୍ଷତ  ପରିଲକ୍ଷିତ  ହୋଇଥିଲା – ମାନନୀୟ  ନ୍ୟାୟାଳୟ  ଦର୍ଶାଇଥିଲେ ଯେ, ଏପରି  ଅବସ୍ଥିତିରୁ, କ୍ଷତ, ମୁଣ୍ଡର  ପଛପଟେ  ହେବା  ସମ୍ଭବ  ଅଟେ  ଏବଂ  ମୁଣ୍ଡର   ମଝିରେ  ନୁହେଁ – ଓଡିଶା  ରାଜ୍ୟ  ସରକାର  ବନାମ୍  ଇଶ୍ଵର  ମଲ୍ଲିକ ଏବଂ  ଅନ୍ୟଜଣେ – (୨୦୦୩) ୨୪ ଓସିଆର୍ ୫୧; ୨୦୦୨ (୨) ଓଏଲ୍ଆର୍ – ୧୨୦  ।
  17. ହସ୍ତଲେଖା  ବିଶେଷଜ୍ଞର  ମତାମତ  ସାକ୍ଷ୍ୟ – ଏପରି  ସାକ୍ଷ୍ୟର  ଗ୍ରହଣୀୟତା – ସେପରି  କୌଣସି  ଆଇନ୍ ଗତ  ନିୟମ  କିମ୍ବା  ବିଜ୍ଞତାର  ନିୟମ  ନାହିଁ  ଯେ, ଏପରି  ମତ  ଉପରେ  କେବେହେଲେ  କାର୍ଯ୍ୟାନୁଷ୍ଠାନ  ଗ୍ରହଣ  କରାଯିବ  ନାହିଁ, ଯଦି  ଉପାଦେୟ  ଭାବେ  ସମର୍ଥିତ  ନ ହୁଏ – ଯେହେତୁ  ମାନବିକ  ରାଏ, ସମ୍ପୂର୍ଣ୍ଣ  ଭାବେ  ତ୍ରୁଟି  ଶୂନ୍ୟ  ବୋଲି  କୁହାଯାଇପାରିବ  ନାହିଁ, ଏହା  କେବଳ  ମାତ୍ର  ଅନୁସନ୍ଧାନ  ଏବଂ  ପରୀକ୍ଷା  ଉପରେ, ତାର  ଗ୍ରହଣୀୟତା  ନିର୍ଭର  କରେ  - ଆଲାମଗିର  ବନାମ୍ ରାଜ୍ୟ  ସରକାର  (ଏନ୍ ସିଟ୍ , ଦିଲ୍ଲୀ)- (୨୦୦୩) ୨୪ ଓସିଆର୍ (ସୁପ୍ରିମକୋର୍ଟ) – ୭୧୨;୯୫ (୨୦୦୩) ସିଏଲ୍ ଟି (ସୁପ୍ରିମକୋର୍ଟ) – ୫୭୯  ।
  18. ଡାକ୍ତରୀ  ବିଶେଷଜ୍ଞଙ୍କ  ମତ – ସାକ୍ଷୀକୁ  ଉକ୍ତ  ଅସ୍ତ୍ର  ଦେଖାଇ, ତା  ଦ୍ଵାରା  ଅଭିଯୁକ୍ତ  କ୍ଷତ  ସମ୍ଭବପର  କି  ନୁହେଁ, ସେ  ବିଷୟରେ  ଡାକ୍ତରୀ  ବିଶେଷଜ୍ଞ  କର୍ତ୍ତବ୍ୟ ଅଟେ – ଚୌଦାରୀ  ରାମଜୀଭାଇ  ନରସିଂହ  ଭାଇ ବନାମ୍  ଗୁଜୁରାଟ୍  ରାଜ୍ୟ  ସରକାର  ଏବଂ  ଅନ୍ୟମାନେ  - (୨୦୦୪) ୨୭ ଓସିଆର୍  (ସୁପ୍ରିମକୋର୍ଟ) – ୩୫୩   ।
  19. ରାସାୟନିକ  ପରୀକ୍ଷା  ବିବରଣୀ  ସୂଚୀତ  କରେ ଯେ, ମୃତ୍ୟୁ  ‘ମିଥେଲ ମଦରୁ’ ଘଟିଛି  ଡାକ୍ତରୀ  ଶାସ୍ତ୍ର  ସୂଚୀତ  କରେ  ଯେ,ମିଥେଲ ମଦରୁ’ ମାନବର  ଭକ୍ଷଣ  ନିମନ୍ତେ  ଉପଯୁକ୍ତ  ନୁହେଁ  ଏବଂ ‘ଏଥିରେ ମଦ’କୁ  ବିଭିନ୍ନ  ପାନୀୟରେ  ମନୁଷ୍ୟମାନଙ୍କ  ଦ୍ଵାରା  ଭକ୍ଷଣ   କରାଯାଏ  - ଦର୍ଶାଯାଇଥିଲା  ଯେ, ଉକ୍ତ ‘ମଦ’ ର  ଅର୍ଥ  ହେଉଛି  ‘ଏଥିଲ ମଦ’ – ନିତିଆ ଓରଫ  ନିତ୍ୟାନନ୍ଦ  ସାହୁ  ଏବଂ  ଅନ୍ୟମାନେ  ବନାମ୍ ଓଡିଶା  ରାଜ୍ୟ  ସରକାର – (୨୦୦୪) ୨୭ ଓସିଆର୍- ୭୮୪  ।
  20. ମୌଖିକ  ସାକ୍ଷ୍ୟ  ତଥା  ଡାକ୍ତରୀ  ସାକ୍ଷ୍ୟ – ମୃତକ  ଅନୁଯାୟୀ, ଏକ  ଜାଳେଣୀ  କାଠ  ଦ୍ଵାରା  ସେ  ଅପିଲକର୍ତ୍ତାଙ୍କ  ଦ୍ଵାରା  ତାଙ୍କର  ମୁଣ୍ଡ ଉପରେ  ଆକ୍ରମିତ  ହୋଇଥିଲେ – ଶବ  ବ୍ୟବଚ୍ଛେଦ   ବିବରଣୀ, ମୁଣ୍ଡରେ  କୌଣସି  କ୍ଷତ  ସୂଚୀତ  କରେ  ନାହିଁ, ମାତ୍ର  ସୂଚୀତ  କରେ  ଯେ, ମୃତକ  ଦ୍ଵାରା  ପ୍ରାପ୍ତ  କ୍ଷତ  ଗୁଡିକ  ବେକ  ଏବଂ  ଅଙ୍ଗପ୍ରତ୍ୟଙ୍ଗରେ  ପ୍ରଦାନ  କରାଯାଇଥିଲା – ଏପରିକି  ମୁଣ୍ଡରେ  କୌଣସି  ପୋଡା  କ୍ଷତ  ନାହିଁ, ଯାହାକି  ଏପରି  କ୍ଷତକୁ  ଅନ୍ତଧ୍ୟାନ  କରାଇବ – ଦର୍ଶାଯାଇଥିଲା  ଯେ, ମୌଖିକ  ସାକ୍ଷ୍ୟ  ଅପେକ୍ଷା, ଡାକ୍ତରୀ  ସାକ୍ଷ୍ୟକୁ  ପସନ୍ଦ   କରାଯିବ – ବିନାମ୍ମା  ବନାମ୍  କେରଳ  ରାଜ୍ୟ  ସରକାର (୨୦୦୪) ୨୭ ଓସିଆର୍ (ସୁପ୍ରିମକୋର୍ଟ) ୯୦୪  ।
  21. ୨୫/୯/୧୯୯୭ର  ସକାଳ ୧୦ଟା  ସମୟରେ  ଘଟଣା  ଘଟିଥିଲା  ଏବଂ ଅପରାଧିକୁ  ୨୮/୯/୧୯୯୮ର  ଦିନ  ୧୧ଟାରେ  ଡାକ୍ତରୀ  ପରୀକ୍ଷା   କରାଯାଇଥିଲା – ଡାକ୍ତର ଯେ କି  ଅପରାଧିକୁ  ପରୀକ୍ଷା  କରିଥିଲେ – ଦର୍ଶାଯାଇଥିଲା  ଯେ କୌଣସି  ଧର୍ଷଣ  ଅପରାଧ  ପ୍ରମାଣ  କରିବା  ନିମନ୍ତେ, ଅପରାଧିର  ଫୁ – ଲିଙ୍ଗର  ଚତୁପାର୍ଶ୍ଵରେ  ବିର୍ଜର  ସ୍ଫଳନ କିମ୍ବା  ବାହ୍ୟବସ୍ତୁ  ମିଳିବା  ଆବଶ୍ୟକ  ଅଟେ – ଆକ୍ରମଣକାରୀ  କୌଣସି  ଅଙ୍ଗରେ  କ୍ଷତର  ଅନୁପସ୍ଥିତି , ଏପରି  ଏକ  ପରିସ୍ଥିତି  ନୁହେଁ, ଯାହାକି  ଧର୍ଷଣ  ଅପରାଧିକୁ  ଅପ୍ରମାଣିତ  କରିବ – ଦର୍ଶାଯାଇଥିଲା ଯେ, ଡାକ୍ତରୀ  ସାକ୍ଷ୍ୟ, ଧର୍ଷଣର  ମୌଖିକ  ସାକ୍ଷ୍ୟକୁ ମିଥ୍ୟା   କରେ  ନାହିଁ – ସଞ୍ଜୟ  ବାଗ୍  ବନାମ୍  ଓଡିଶା  ରାଜ୍ୟ  ସରକାର – (୨୦୦୪) ୨୯ ଓସିଆର୍ – ୧୮୯ ।

ବୈଦ୍ୟୁତିକ ସାକ୍ଷ୍ୟର ପରିକ୍ଷକଙ୍କ ମତ

ଯେତେବେଳେ   ଗୋଟିଏ  କାର୍ଯ୍ୟାନୁଷ୍ଠାନରେ  ନ୍ୟାୟାଳୟକୁ  କୌଣସି  ତଥ୍ୟ  ଯାହା  ପ୍ରେରିତ  ହୋଇଥାଏ  କିମ୍ବା  କମ୍ପ୍ୟୁଟର  ଉତ୍ସରେ   କିମ୍ବା  ଅନ୍ୟ  କୌଣସି  ବୈଦ୍ୟୁତିକ  କିମ୍ବା  ସଂଖ୍ୟାନୁଗତିକ  ପଦ୍ଧତିରେ  ଗଚ୍ଛିତ  ଥିବା  ବିଷୟରେ  ମତ  ଗଠନ  କରିବାକୁ  ଥାଏ, ତେବେ  ତଥ୍ୟ  କୌଶଳ  ଆଇନ୍ ୨୦୦୦ (୨୧/୨୦୦୦) ର  ଉଲ୍ଲେଖିତ   ଦଫା  ୭୯ – କ , ଅନୁଯାୟୀ  ବୈଦ୍ୟୁତିକ  ସାକ୍ଷ୍ୟର  ପରୀକ୍ଷକଙ୍କ  ମତ  ଏକ  ଉପାଦେୟ  ବିଷୟ  ଅଟେ   ।

ବ୍ୟାଖ୍ୟା : ଏହି  ଦଫାର  ଉଦ୍ଦେଶ୍ୟ  ପାଇଁ, ଜଣେ  ବୈଦ୍ୟୁତିକ  ସାକ୍ଷ୍ୟ  ପରୀକ୍ଷକ, ଜଣେ  ବିଶେଷଜ୍ଞକୁ  ବୁଝାଇବ  ।

ବିଶେଷଜ୍ଞଙ୍କ ମତକୁ ପ୍ରଭାବିତ କରୁଥିବା ବିଷୟ

ଅନ୍ୟଥା  ଉପାଦେୟ  ହୋଇଥିବା  ବିଷୟଗୁଡିକ  ଉପାଦେୟ  ଅଟେ, ଯଦି ସେ  ଗୁଡିକ ବିଶେଷଜ୍ଞଙ୍କ ମତକୁ  ସମର୍ଥନ  କରେ  କିମ୍ବା  ତାହା  ସହିତ  ଅସାମଞ୍ଜସ୍ୟ  ହୋଇଥାଏ, ଯେତେବେଳେ  ଏପରି  ମତ  ଉପାଦେୟ  ହୋଇଥାଏ  ।

ଉଦାହରଣ

  • ପ୍ରଶ୍ନ  ହେଉଛି, ଯେ,‘କ’ ଙ୍କୁ  କୌଣସି  ନିର୍ଦ୍ଧିଷ୍ଟ  ବିଷ  ପ୍ରୟୋଗ  କରାଯାଇଥିଲା  କି  ନାହିଁ   ।
  • ଏହି  ବିଷୟ  ଯେ, ଅନ୍ୟାନ୍ୟ  ବ୍ୟକ୍ତିମାନେ, ଯେଉଁମାନେ  ଉକ୍ତ ବିଷ  ଦ୍ଵାରା  ବିଷାକ୍ତ  ହୋଇଥିଲେ, ସେମାନେ  କେତେକ  ଲକ୍ଷଣ  ପ୍ରଦର୍ଶନ   କରିଥିଲେ, ଯାହାକି ବିଶେଷଜ୍ଞମାନେ, ଉକ୍ତ  ବିଷର  ଲକ୍ଷଣ  ବୋଲି  ଦୃଢ  କରନ୍ତି  କିମ୍ବା  ମନା  କରନ୍ତି, ଉପାଦେୟ  ଅଟେ ।

ହସ୍ତଲେଖା ସମ୍ବନ୍ଧରେ ମତ,କେତେବେଳେ ଉପାଦେୟ

ଯେତେବେଳେ  ନ୍ୟାୟାଳୟଙ୍କୁ  ସେହି  ବ୍ୟକ୍ତି  ସଂବନ୍ଧରେ, ଯାହାଙ୍କ  ଦ୍ଵାରା  କୌଣସି  ଦଲିଲ୍  ଲେଖାଯାଇଛି  କିମ୍ବା  ସ୍ଵାକ୍ଷର  କରାଯାଇଛି; ମତପୋଷଣ  କରିବାକୁ  ହୋଇଥାଏ; ତାଙ୍କ  ହସ୍ତାକ୍ଷର  ସହିତ  ଅଭ୍ୟସ୍ତ  ବା  ପରିଚିତ  କୌଣସି  ବ୍ୟକ୍ତିଙ୍କର  ମତାମତ  ଯେ, ତାହା  ଉକ୍ତ  ବ୍ୟକ୍ତିଙ୍କ  ଦ୍ଵାରା  ଲେଖାଯାଇଛି  କି  ନାହିଁ  କିମ୍ବା  ସ୍ଵାକ୍ଷରିତ  ହୋଇଛି  କି  ନାହିଁ ; ଏକ  ଉପାଦେୟ  ବିଷୟ  ଅଟେ  ।

ସ୍ପଷ୍ଟିକରଣ

କୌଣସି  ବ୍ୟକ୍ତି  ଅନ୍ୟ  ବ୍ୟକ୍ତିର  ହସ୍ତଲେଖା  ସହିତ  ପରିଚିତ  ବୋଲି  କୁହାଯାଏ; ଯେତେବେଳେ  ସେ  ଉକ୍ତ  ବ୍ୟକ୍ତିଙ୍କ  ଲେଖିବାର  ଦେଖନ୍ତି  କିମ୍ବା  ଯେତେବେଳେ  ସାଧାରଣ  ବ୍ୟବସାୟ  କାରବାର  ମଧ୍ୟରେ, ଉକ୍ତ  ବ୍ୟକ୍ତି  ଦ୍ଵାରା  ଲିଖିତ  ଦଲିଲ୍ ଗୁଡିକ  ଅଭ୍ୟାସଗତ  ଭାବେ  ତାଙ୍କ  ନିକଟରେ   ଦାଖଲ   କରାଯାଏ   ।

ଉଦାହରଣ

ପ୍ରଶ୍ନ ହେଉଛି ଯେ, କୌଣସି  ପ୍ରଦତ୍ତ  ଚିଠି ‘କ’ ଙ୍କ  ହସ୍ତଲେଖା  କି  ନୁହେଁ, ଯେକି  ଲଣ୍ଡନରେ  ଜଣେ  ବ୍ୟବସାୟୀ  ଅଟନ୍ତି ।

‘ଖ’ କଲିକତାରେ  ଜଣେ  ବ୍ୟବସାୟୀ  ଯେ କି  ‘କ’କୁ  ସଂବୋନ୍ଧନ  କରି  ପତ୍ର  ଲେଖିଛନ୍ତି ଏବଂ  ତାଙ୍କ  ଦ୍ଵାରା  ଲିଖିତ  ପତ୍ର  ଗ୍ରହଣ  କରଛନ୍ତି   । ‘ଗ’ ‘ଖ’ର  କିରାଣୀ  ଅଟନ୍ତି  କିରାଣୀ  ଅଟନ୍ତି  ଯାହାଙ୍କର  କର୍ତ୍ତବ୍ୟ  ହେଉଛି ‘ଖ’ ଙ୍କର  ପତ୍ର  ସବୁକୁ  ପରୀକ୍ଷା  କରି  ଫାଇଲ  କରିବା  ‘ଘ’ ହେଉଛି  ‘ଖ’ ର  ଦଲାଲ   ଯାହାଙ୍କୁ  ‘ଖ’ ଅଭ୍ୟାସଗତ  ଭାବେ  ‘କ’ଙ୍କ  ଦ୍ଵାରା  ଲିଖିତ  ପତ୍ର  ଗୁଡିକୁ  ତା  ଉପରେ  ଉପଦେଶ   ଦେବାନିମନ୍ତେ, ପ୍ରଦାନ  କରନ୍ତି  ସେପରିସ୍ଥଳେ  ଉକ୍ତ  ଚିଠି ‘କ’ ଙ୍କର ହସ୍ତଲେଖା  କି  ନୁହେଁ ,‘ଖ’ ‘ଗ’ ଏବଂ ‘ଘ’ ଙ୍କର ଉକ୍ତ  ପ୍ରଶ୍ନ  ଉପରେ  ମତାମତ, ଉପାଦେୟ  ଅଟେ, ଯଦିଓ  ‘ଖ’‘ଗ’ କିମ୍ବା  ‘ଘ’ କେବେହେଲେ  ‘କ’ କୁ  ଲେଖିବାର  ଦେଖି  ନାହାଁନ୍ତି  ।

୪୭ – ‘କ’ – ବୈଦ୍ୟୁତିକ  ସ୍ଵାକ୍ଷର  ସଂବନ୍ଧରେ  ମତ, କେତେବେଳେ  ଉପାଦେୟ  ଅଟେ : - ଯେତେବେଳେ  ନ୍ୟାୟାଳୟଙ୍କର  କୌଣସି  ବ୍ୟକ୍ତିର ବୈଦ୍ୟୁତିକ  ସ୍ଵାକ୍ଷର  ସଂବନ୍ଧରେ  ମତ  ଗଠନ  କରିବାକୁ   ହୁଏ, ସେପରିସ୍ଥଳେ  ପ୍ରମାଣିତ  କରିଥିବା  ଅଧିକାରୀଙ୍କ  ମତ, ଯେ କି  [ ବୈଦ୍ୟୁତିକ  ସ୍ଵାକ୍ଷର  ପ୍ରମାଣ  ପତ୍ର ] ନିର୍ଗମ   କରିଥିଲେ , ତାହା  ଏକ  ଉପାଦେୟ  ବିଷୟ  ଅଟେ  । ]

ଅଧିକାର କିମ୍ବା ପ୍ରଥାର ସ୍ଥିତି ସଂବନ୍ଧରେ ମତ,କେତେବେଳେ  ଉପାଦେୟ

ଯେତେବେଳେ  ନ୍ୟାୟାଳୟଙ୍କୁ  କୌଣସି  ସାଧାରଣ  ପ୍ରଥା  ଅଧିକାରର  ସ୍ଥିତି  ସଂବନ୍ଧରେ  ମତ  ପୋଷଣ  କରିବାକୁ  ହୁଏ, ସେତେବେଳେ  ଏପରି  ପ୍ରଥା  ଅଧିକାରର  ସ୍ଥିତି  ସଂବନ୍ଧରେ  ସେହି  ବ୍ୟକ୍ତିମାନଙ୍କର  ମତ, ଯେଉଁମାନେ  କି  ଏହାର  ସ୍ଥିତି  ସଂବନ୍ଧରେ  ଜାଣିବାର  ସମ୍ଭାବନା  ଅଛି, ତାହା  ଉପାଦେୟ  ଅଟେ   ।

ସ୍ପଷ୍ଟିକରଣ

ଉକ୍ତି, ସାଧାରଣ  ପ୍ରଥା  କିମ୍ବା  ଅଧିକାର  ବହୁସଂଖ୍ୟକ  ଶ୍ରେଣୀର  ବ୍ୟକ୍ତିମାନଙ୍କ  ପ୍ରତି  ସାଧାରଣ  ପ୍ରଥା  କିମ୍ବା  ଅଧିକାରକୁ  ଅନ୍ତର୍ଭୁକ୍ତ  କରେ   ।

ବ୍ୟବହାର, ନୀତି  ସଂବନ୍ଧରେ  ମତ, କେତେବେଳେ  ଉପାଦେୟ

ଯେତେବେଳେ  ନ୍ୟାୟାଳୟଙ୍କୁ , ନିମ୍ନ  ସଂବନ୍ଧରେ, ମତ  ପୋଷଣ   କରିବାକୁ  ପଡିଥାଏ  -

କୌଣସି  ଦଳୀୟ  ବ୍ୟକ୍ତି  ପରିବାରର  ବ୍ୟବହାର  ଏବଂ  ନୀତି  ସଂବନ୍ଧରେ ,

କୌଣସି  ଧର୍ମନୈତିକ  କିମ୍ବା  ବଦାନ୍ୟ  ସଂସ୍ଥାର  ଗଠନ  ଏବଂ  ପରିଚାଳନା  ସଂବନ୍ଧରେ,

ନିର୍ଦ୍ଧିଷ୍ଟ  ଜିଲ୍ଲା  ଗୁଡିକରେ  କିମ୍ବା  କୌଣସି  ନିର୍ଦ୍ଧିଷ୍ଟ  ଶ୍ରେଣୀୟ  ବ୍ୟକ୍ତିମାନଙ୍କ   ଦ୍ଵାରା  ବ୍ୟବହୃତ  ଶବ୍ଦାବଳୀ  ଉପାଦେୟ  ଅଟେ।

ସମ୍ପର୍କ ଉପରେ  ମତ, କେତେବେଳେ  ଉପାଦେୟ

ଯେତେବେଳେ  ନ୍ୟାୟାଳୟଙ୍କୁ, ଜଣେ  ବ୍ୟକ୍ତିର  ଅନ୍ୟ  ବ୍ୟକ୍ତି  ସହିତ  ସମ୍ପର୍କ  ସଂବନ୍ଧରେ  କାର୍ଯ୍ୟକଳାପଦ୍ଵାରା  ପରି  ପ୍ରକାଶ  କରାଯାଇଥିବା  ମତ, ଯେ କି  ପରିବାରର  ସଦସ୍ୟ  ଭାବେ  କିମ୍ବା  ଅନ୍ୟଥା, ଉକ୍ତ  ବିଷୟ  ଉପରେ  ବିଶେଷ  ଜ୍ଞାନ  ଧାରଣ  କରିଥାଆନ୍ତି, ତାହା  ଏକ  ଉପାଦେୟ  ବିଷୟ  ଅଟେ,

ଉଲ୍ଲେଖ  ଥାଉଯେ, ଭାରତୀୟ  ଛାଡପତ୍ର  ଆଇନ୍ , ୧୮୬୯ (୪/୧୮୬୯) ଅନୁଯାୟୀ  କୌଣସି  କାର୍ଯ୍ୟାନୁଷ୍ଠାନରେ  କିମ୍ବା  ଭାରତୀୟ   ଦଣ୍ଡ  ବିଧି  ଆଇନ୍  ୧୮୬୦ (୪୫/୧୮୬୦) ର   ଦଫା  ୪୯୪, ୪୯୫ , ୪୯୭  ଅନୁଯାୟୀ  କୌଣସି  ମୋକଦ୍ଦମାରେ , ଏପରି  ମତ, କୌଣସି  ବିବାହ  ପ୍ରମାଣ  କରିବା  ନିମନ୍ତେ  ଯଥେଷ୍ଟ  ହେବ  ନାହିଁ   ।

ଉଦାହରଣ

  • ପ୍ରଶ୍ନ  ହେଉଛି ଯେ,‘କ’ ଏବଂ ‘ଖ’ ବିବାହିତ  କି  ନୁହଁନ୍ତି   ।
  • ଏହି  ବିଷୟ  ଯେ, ସେମାନେ  ସାଧାରଣତଃ ସେମାନଙ୍କର  ବନ୍ଧୁମାନଙ୍କ  ଦ୍ଵାରା  ସ୍ଵାମୀ  ଏବଂ  ସ୍ତ୍ରୀଭାବେ  ବିବେଚିତ  ହୁଅନ୍ତି ଉପାଦେୟ   ଅଟେ  ।

  • ପ୍ରଶ୍ନ  ହେଉଛି ଯେ,‘କ’,‘ଖ’ ଙ୍କର  ବୈଧ  ସନ୍ତାନ  କି ନୁହେଁ   ।
  • ଏହି  ବିଷୟ  ଯେ,‘କ’ସର୍ବଦା  ପରିବାରର  ସଦସ୍ୟ  ମାନଙ୍କ  ଦ୍ଵାରା  ଏପରି  ବିବେଚିତ  ହୁଅନ୍ତି, ଉପାଦେୟ  ଅଟେ ।

ଟିପ୍ପଣୀ

  1. ସମ୍ପର୍କ  ବାହାର  କରିବା  : ନଥିରେ  ଥିବା   ମୌଖିକ  ସାକ୍ଷ୍ୟ, ଆବଶ୍ୟକତାକୁ   ପୂରଣ  କରେ  ନାହିଁ  - ନଥିରେ  ବିଷୟବସ୍ତୁର  ସ୍ଥିତି  ସହିତ  ଦଲିଲୀୟ  ସାକ୍ଷ୍ୟ – ଏବଂ  ଅନ୍ୟମାନେ  ବନାମ୍  ଶ୍ରୀମତୀ  ଅହଲ୍ୟା  ଦେଇ  ଏବଂ  ଅନ୍ୟମାନେ – ୮୭ (୧୯୯୯) ସିଏଲ୍ ଟି  - ୭୩୭   ।
  2. ଅତି  ସ୍ୱଳ୍ପ  ପ୍ରକୃତିର  ସାକ୍ଷ୍ୟରେ  ବିରୋଧାତ୍ମକତା  : ସମ୍ପର୍କ  ସଂବନ୍ଧୀୟ  ସଂବନ୍ଧୀୟ  ସାକ୍ଷ୍ୟ – ବିଭାଜନ  ନିମନ୍ତେ  ମୋକଦ୍ଦମା – ପକ୍ଷମାନଙ୍କର  ବଂଶାନୁକ୍ରମିକ   ଶାଖାର  ଜଣେ  ମୁଖ୍ୟ  ସଦସ୍ୟଙ୍କର  କନ୍ୟା  ବୋଲି,ବାଦୀର  ଦାବୀ  ସମ୍ପର୍କ  ଭିତ୍ତିରେ  ଏବଂ  ପଡୋଶୀର  ଜ୍ଞାନ  ଭାବେ, ସାକ୍ଷୀଙ୍କର  ସାକ୍ଷ୍ୟ  ସଂବନ୍ଧରେ  ଦାବୀକୁ  ଅନୁମୋଦନ   କରାଯାଏ , ଯେହେତୁ  ସେମାନେ  ଉକ୍ତ, ଶାଖାର,ମୁଖ୍ୟଙ୍କ   ବିଧବା   ଏବଂ  ପୁତ୍ର  ଅଟନ୍ତି – ବାଦୀଙ୍କର  ଦାବୀ  ଅନୁମୋଦିତ  ହେବା  ନିମନ୍ତେ  ହକ୍ ଦାର  ଅଟେ – ଏପରି  ସ୍ୱଳ୍ପ  ପ୍ରକୃତିର  ବିରୋଧାତ୍ମକତା, ଉପାଦେୟ  ନୁହେଁ – ଗୌରହରି  ଦାସ  ଶାନ୍ତିଲତା  ସିଂହ  ଏବଂ  ଅନ୍ୟମାନେ – ଏଆଇଆର୍ ୧୯୯ ଓଡିଶା – ୬୧  ।

ମତର  କାରଣ  କେତେବେଳେ  ଉପାଦେୟ

ଯେତେବେଳେ   କୌଣସି  ଜୀବିତ  ବ୍ୟକ୍ତିର  ମତ  ଉପାଦେୟ  ହୋଇଥାଏ, ସେତେବେଳେ  ଯେଉଁ  କାରଣ  ଉପରେ  ଏପରି  ମତ  ପର୍ଯ୍ୟବେସିତ, ତାହା  ମଧ୍ୟ  ଉପାଦେୟ  ଅଟେ  ।

ଉଦାହରଣ

ତାଙ୍କର ମତ  ଗଠନ  କରିବା  ଉଦ୍ଦେଶ୍ୟରେ, ତାଙ୍କଦ୍ଵାରା  ସଂପାଦନ  କରାଯାଉଥିବା  ପରୀକ୍ଷା  ଗୁଡିକର  ବିବରଣୀ , କୌଣସି  ବିଶେଷଜ୍ଞ  ଦେଇପାରନ୍ତି  ।

ଦେୱାନୀ  ଓ ଫୌଜଦାରୀ  ମୋକଦ୍ଦମା

ଦେୱାନୀ  ମୋକଦ୍ଦମାଗୁଡିକରେ, ଆରୋପିତ  କାର୍ଯ୍ୟକଳାପକୁ  ପ୍ରମାଣ  କରିବା  ପ୍ରକୃତି, ଅନୁପାଦେୟ  ଅଟେ – ଦେୱାନୀ  ମୋକଦ୍ଦମା  ଗୁଡିକରେ , ଏହି  ବିଷୟ  ଯେ, ସମ୍ପୃକ୍ତ  କୌଣସି  ବ୍ୟକ୍ତିର  ପ୍ରକୃତି  ଏପରି  ଯେ, ଯାହାକି  ତାଙ୍କ  ପ୍ରତି  ଆରୋପ  କରାଯାଇଥିବା  କୌଣସି  କାର୍ଯ୍ୟକଳାପକୁ  ସମ୍ଭବ  କିମ୍ବା  ଅସମ୍ଭବ  କରିଥାଏ, ତାହା  ଉପାଦେୟ  ଅଟେ, କେବଳ  ମାତ୍ର  ଏହା ବ୍ୟତୀତ ଯେ, ଏପରି  ପ୍ରକୃତି  ସେହି  ସମସ୍ତ  ବିଷୟରୁ  ଆବିର୍ଭୂତ  ହୁଏ, ଯାହାକି  ଅନ୍ୟଥା  ଉପାଦେୟ  ଅଟେ  ।

ଫୌଜଦାରୀ  ମୋକଦ୍ଦମା  ଗୁଡିକରେ , ପୂର୍ବର  ଉତ୍ତମ  ଚରିତ୍ର, ଉପାଦେୟ  ଅଟେ – ଫୌଜଦାରୀ  କାର୍ଯ୍ୟାନୁଷ୍ଠାନରେ, ଏହି  ବିଷୟ ଯେ, ଅଭିଯୁକ୍ତ  ବ୍ୟକ୍ତି  ଉତ୍ତମ  ଚରିତ୍ରର  ଅଟନ୍ତି, ଉପାଦେୟ  ଅଟେ  ।

ଆଧାର – ଦ ଲ ହାଉସ

Last Modified : 8/12/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate