অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଭାରତୀୟ ସାକ୍ଷ୍ୟବିଧି ଆଇନ୍ ୧୮୭୨(ପ୍ରମାଣ ଉପରେ )

କେଉଁ  ସମସ୍ତ ବିଷୟ ପ୍ରମାଣ କରିବା ଆବଶ୍ୟକ ନୁହେଁ

  • ବୈଚାରିକ  ଦୃଷ୍ଟି  କୋଣରୁ  ଦେଖାଯାଉଥିବା  ବିଷୟ  ଗୁଡିକ  ପ୍ରମାଣ   କରିବା  ଆବଶ୍ୟକ  ନୁହେଁ ।
  • କୌଣସି  ବିଷୟ, ଯାହାକୁ  ନ୍ୟାୟାଳୟ  ବୈଚାରିକ  ଦୃଷ୍ଟିକୋଣରେ  ଦେଖନ୍ତି, ତାହା  ପ୍ରମାଣ  କରିବା  ଆବଶ୍ୟକ  ନୁହେଁ  ।

କେଉଁ ସମସ୍ତ ବିଷୟକୁ ନ୍ୟାୟାଳୟ ବୈଚାରିକ ଦୃଷ୍ଟି  କୋଣରେ ଦେଖିବେ

ନିମ୍ନଲିଖିତ  ବିଷୟକୁ  ନ୍ୟାୟାଳୟ  ବୈଚାରିକ  ଦୃଷ୍ଟି  କୋଣରେ  ଦେଖିବେ  -

  • ଭାରତୀୟ  ଅଞ୍ଚଳରେ  ବଳବତ୍ତର  ଥିବା  ସମସ୍ତ  ଆଇନ୍,
  • ଲଣ୍ଡନରେ  ପାର୍ଲାମେଣ୍ଟ  ଦ୍ଵାରା  ମଞ୍ଜୁର  କରାଯାଇଥିବା  କିମ୍ବା  ଏତତ୍ ପରେ  ମଞ୍ଜୁର  ହେବାକୁ  ଥିବା  ସମସ୍ତ  ସାଧାରଣ  ଆଇନ୍ ଏବଂ  ସମସ୍ତ  ସ୍ଥାନୀୟ  ଏବଂ  ବ୍ୟକ୍ତିଗତ ଆଇନ୍, ଯାହାକି  [ଲଣ୍ଡନ] ପାର୍ଲାମେଣ୍ଟ  ଦ୍ଵାରା  ନିର୍ଦ୍ଦେଶିତ ;
  • [ଭାରତୀୟ  ପଦାତିକ ବାହିନୀ, ନୌବାହିନୀ  କିମ୍ବା  ବାୟୁସୈନ୍ୟବାହିନୀ] ନିମନ୍ତେ  ଯୁଦ୍ଧର  ସମସ୍ତ  ଦ୍ରବ୍ୟ,
  • କୌଣସି   ପ୍ରଦେଶ   କିମ୍ବା  ରାଜ୍ୟରେ  ସେତେବେଳେ  ବଳବତ୍ତର  କୌଣସି  ଆଇନ୍  ଦ୍ଵାରା  ସ୍ଥାପିତ  ପାର୍ଲାମେଣ୍ଟ   କିମ୍ବା  ବ୍ୟବସ୍ଥାପକ  ସଭା  ଏବଂ  ଲଣ୍ଡନ  ପାର୍ଲାମେଣ୍ଟର  କାର୍ଯ୍ୟାନୁଷ୍ଠାନର  ସମସ୍ତ  ବିବରଣୀ   ।
  • ଲଣ୍ଡନ ତଥା  ଆୟାର  ଲ୍ୟାଣ୍ଡର ସେହି  ସମୟରେ  ସିଂହାସନ ଆରୋହଣ  ଏବଂ ସମ୍ରାଟଙ୍କର  ସ୍ଵାକ୍ଷର ରେଜିଷ୍ଟର,
  • ସେହି  ସମସ୍ତ  ମୋହର, ଯାହା  ସଂବନ୍ଧରେ  ଇଂରେଜୀ  ନ୍ୟାୟାଳୟ  ଗୁଡିକ  ବୈଚାରିକ  ଦୃଷ୍ଟିକୋଣ  ଗ୍ରହଣ  କରନ୍ତି, [କେନ୍ଦ୍ରସରକାର  କିମ୍ବା  ରାଜାଙ୍କର  ପ୍ରତିନିଧିଙ୍କର  କ୍ଷମତାଦ୍ଵାରା [ଭାରତ] ବାହାରେ  ସ୍ଥାପିତ  ନ୍ୟାୟାଳୟ  ଗୁଡିକର  ମୋହର  ତଥା  [ଭାରତରେ] [ଥିବା  ନ୍ୟାୟଳୟ ] ଗୁଡିକ  ମୋହର, ଅଡ୍ ମିରାଲିଟି  ଏବଂ ‘ମାରିଟାଇମ୍’ କର୍ତ୍ତୃତ୍ଵ  ଥିବା  ନ୍ୟାୟାଳୟ  ଗୁଡିକର  ମୋହର  ଏବଂ  [ଲଣ୍ଡନର  ପାର୍ଲାମେଣ୍ଟର  କୌଣସି  ଆଇନ୍  କିମ୍ବା ସଂବିଧାନ  ଦ୍ଵାରା ] ସମସ୍ତ  ମୋହର  ବ୍ୟବହାର  କରିବା  ନିମନ୍ତେ  ଯାହାକୁ  କୌଣସି  ବ୍ୟକ୍ତି  ବ୍ୟବହାର  କରିବା  ନିମନ୍ତେ  କ୍ଷମତାୟୀତ, କିମ୍ବା  କୌଣସି  ନିୟମିତକରଣ  ଦ୍ଵାରା, ଯାହାର  କି  [ଭାରତର  ଆଇନ୍ ର ] ବଳ  ଅଛି ।
  • କୌଣସି  [ରାଜ୍ୟରେ] କୌଣସି  ସର୍ବସାଧାରଣ  କାର୍ଯ୍ୟାଳୟକୁ  ସେହି  ସମୟରେ  ପୂରଣ  ପୂରଣ  କରୁଥିବା  ବ୍ୟକ୍ତିମାନଙ୍କର  ନାମ, ଉପାଧି, କାର୍ଯ୍ୟ  ଏବଂ  ସ୍ଵାକ୍ଷର  ଏବଂ  କାର୍ଯ୍ୟାଳୟରେ   ଅଧିଷ୍ଠିତ   ଇତ୍ୟାଦି, ଯଦି  ସେମାନଙ୍କର  ଏପରି  କାର୍ଯ୍ୟାଳୟରେ  ନିଯୁକ୍ତି, [କୌଣସି  କାର୍ଯ୍ୟାଳୟ ଗେଜେଟ୍ ରେ ] ବିଜ୍ଞପ୍ତି  ହୋଇଥାଏ ।
  • [ଭାରତ  ସରକାରଙ୍କ] ଦ୍ଵାରା  ସ୍ଵୀକୃତ  ଜାତୀୟ  ପତାକାର  ସ୍ଥିତି, ଉପାଧି  ଇତ୍ୟାଦି ।
  • କାର୍ଯ୍ୟାଳୟ  ଗେଜେଟ୍ ରେ  ବିଜ୍ଞପ୍ତି  ହୋଇଥିବା  ସମୟର  ବିଭକ୍ତିକରଣ, ପୃଥିବୀର  ଭୌଗଳିକ  ବିଭାଜନ  ଏବଂ ସର୍ବସାଧାରଣ  ଉତ୍ସବ, ଉପାସ  ଏବଂ  ଛୁଟିଦିନ   ଗୁଡିକ,
  • [ଭାରତ ସରକାରଙ୍କ] କ୍ଷମତାଧିନରେ  ଥିବା  ଅଞ୍ଚଳ,
  • ଅନ୍ୟ  କୌଣସି  ରାଷ୍ଟ୍ର  ସହିତ  [ଭାରତ ସରକାରଙ୍କର] ବିବାଦର  ଆରମ୍ଭ, କ୍ରମାନ୍ଵୟତା  ଏବଂ  ସମାପ୍ତି,
  • ନ୍ୟାୟାଳୟର  ସଦସ୍ୟ  ଏବଂ  ଉଚ୍ଚାକର୍ମଚାରୀ  ଏବଂ  ସେମାନଙ୍କର  ସହକାରୀ  ଏବଂ  ଅଧସ୍ତନ  କର୍ମଚାରୀ  ଏବଂ  ସହକାରୀ  ମାନଙ୍କର  ତଥା  ଏହାର  ଆଦେଶିକାକୁ  ସଂପାଦନ  କରିବା  ନିମନ୍ତେ  କାର୍ଯ୍ୟ  କରୁଥିବା  ଉଚ୍ଚକର୍ମଚାରୀ  ଏବଂ  ସମସ୍ତ  ଆଡ୍ ଭୋକେଟ୍, ଅଟର୍ଣ୍ଣି, ପ୍ରୋକ୍ଟର ଓକିଲ, ପ୍ଳିଡର ଯେଉଁମାନେ  କି  ନ୍ୟାୟାଳୟ  ସମ୍ମୁଖରେ  ଉପସ୍ଥିତ  ହେବା  କିମ୍ବା  କାର୍ଯ୍ୟ  କରିବା  ନିମନ୍ତେ  କ୍ଷମତାୟୀତ  ଅଟନ୍ତି, ସେମାନଙ୍କର  ନାମ  ।
  • [ଭୂ – ପୃଷ୍ଠରେ   କିମ୍ବା  ସମୁଦ୍ରରେ] ରାସ୍ତାର  ନାମ   ।

ଏହି  ସମସ୍ତ  କ୍ଷେତ୍ରରେ  ଏବଂ  ସର୍ବସାଧାରଣ  ଇତିହାସ, ସାହିତ୍ୟ, ବିଜ୍ଞାନ କିମ୍ବା  କଳାର  ସମସ୍ତ  ବିଷୟରେ, ନ୍ୟାୟାଳୟ, ତାଙ୍କର  ସହାୟତା ନିମନ୍ତେ, ଉପଯୁକ୍ତ  ପୁସ୍ତକ  କିମ୍ବା  ଦଲିଲ୍ କୁ  ଉଲ୍ଲେଖ   କରି  ପାରନ୍ତି  ।

ଯଦି  ନ୍ୟାୟାଳୟ  କୌଣସି  ବିଷୟରେ  ବୈଚାରିକ  ଦୃଷ୍ଟିକୋଣ  ଗ୍ରହଣ  କରିବା  ନିମନ୍ତେ  କୌଣସି  ବ୍ୟକ୍ତିଦ୍ଵାରା  ଆହୁତ  ହୁଅନ୍ତି, ସେ, ସେପରି  କରିବା   ନିମନ୍ତେ  ପ୍ରତ୍ୟାଖ୍ୟାନ   କରିପାରନ୍ତି, ଯଦି  ଏବଂ  ଯେପର୍ଯ୍ୟନ୍ତ  ର୍ପରି  ବ୍ୟକ୍ତି, ଏପରି  କୌଣସି  ପୁସ୍ତକ  କିମ୍ବା  ଦଲିଲ୍  ଉପସ୍ଥାପନ  ନ  କରନ୍ତି, ଯାହାକି, ଏପରି  କରିବା  ନିମନ୍ତେ  ଆବଶ୍ୟକ  ଅଟେ  ।

ଗୃହୀତ ହୋଇଥିବା ବିଷୟଗୁଡିକ, ପ୍ରମାଣ କରିବା ଆବଶ୍ୟକ  ନୁହେଁ

କୌଣସି  କାର୍ଯ୍ୟାନୁଷ୍ଠାନରେ  କୌଣସି  ବିଷୟକୁ  ପ୍ରମାଣ  କରିବା  ଆବଶ୍ୟକ  ନୁହେଁ, ଯାହାକି, ସେଥିରେ  ଥିବା  ପକ୍ଷମାନେ  କିମ୍ବା  ସେମାନଙ୍କର  ପ୍ରତିନିଧିମାନେ  ଶୁଣାଣି  ସମୟରେ  ସ୍ଵୀକାର   କରିବା  ନିମନ୍ତେ ସମ୍ମତ  ହୋଇ  ଥାଆନ୍ତି , କିମ୍ବା  ଯାହାକି, ସେତେବେଳେ  ବଳବତ୍ତର  ଥିବା  କୌଣସି  ନିୟମ  ଅନୁଯାୟୀ, ତାହା, ସେମାନଙ୍କର  ଅର୍ଜିରେ ସ୍ଵୀକାର  କରାଯାଇଛି  ବୋଲି  ଧରାଯିବ ।

ଉଲ୍ଲେଖଥାଉ  ଯେ, ନ୍ୟାୟାଳୟ  ତାଙ୍କର  ବିବେକ  ଅନୁଯାୟୀ, ଏପରି  ସ୍ଵୀକାର  ବ୍ୟତୀତ, ସ୍ଵୀକାର  କରାଯାଇଥିବା ବିଷୟ  ଗୁଡିକ  ପ୍ରମାଣ  କରିବା ନିମନ୍ତେ, ଆବଶ୍ୟକ  କରିପାରନ୍ତି ।

ଆଧାର - ଦ ଲ ହାଉସ

Last Modified : 8/8/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate