[ଦଲିଲ୍ କିମ୍ବା ବୈଦ୍ୟୁତିକ କୌଶଳ ବା ଉପାୟରେ ପ୍ରସ୍ତୁତ ନଥିପତ୍ରର ବିଷୟ ବସ୍ତୁ ] ବ୍ୟତୀତ, ସମସ୍ତ ବିଷୟକୁ ମୌଖିକ ଦ୍ଵାରା ପ୍ରମାଣ କରାଯାଇପାରେ ।
ଦଫା – ୫୧ – ମୌଖିକ ସାକ୍ଷ୍ୟ ଦ୍ଵାରା ବିଷୟଗୁଡିକର ପ୍ରମାଣ – ବାଦୀ, ପ୍ରତିବାଦୀର ପ୍ରତ୍ୟୁତ୍ତରର ଅନୁପସ୍ଥିତି – କୌଣସି ପରିମାଣର ପ୍ରମାଣ ବାଦୀ ପ୍ରତିବାଦୀର ପ୍ରତ୍ୟୁତ୍ତର ପ୍ରତିବଦଳ ହୋଇପାରିବ ନାହିଁ । ଯାହାକି ମୋକଦ୍ଦମାର ଗୋଟିଏ ପକ୍ଷର ଦାବୀର ମୂଳଦୁଆ ଅଟେ । ନଟବର ପ୍ରଧାନ ତାଙ୍କ ପରେ ତାଙ୍କର ଆଇନଗତ ପ୍ରତିନିଧି କୁଳମଣି ପ୍ରଧାନ ଏବଂ ଅନ୍ୟ ଜଣେ ବନାମ୍ ଶ୍ରୀମତୀ ଚୂଡାମଣି ଦେଇ (ମୃତ) ତାଙ୍କ ପରେ ତାଙ୍କର ଆଇନଗତ ପ୍ରତିନିଧି ସର୍ବେଶ୍ଵର ଗିରି ଏବଂ ଅନ୍ୟମାନେ : (୨୦୧୩) (୨) ସି.ଏଲ୍. ଆର ୯୮୧ : ୨୦୧୩(ସପ୍ଲି- ୨) ଓ.ଏଲ୍. ଆର. ୧୦୫୨ ।
ମୌଖିକ ସାକ୍ଷ୍ୟ ନିଶ୍ଚିତଭାବେ, ସମସ୍ତ କ୍ଷେତ୍ରରେ, ପ୍ରତ୍ୟକ୍ଷ ହେବା ଉଚିତ୍, ଅର୍ଥାତ୍ –
ଯଦି ଏହା କୌଣସି ବିଷୟ ଉଲ୍ଲେଖକରେ, ଯାହାକି ଦେଖାଯାଇପାରିବ, ତା ହେଲେ ଏହା ନିଶ୍ଚିତ ଭାବେ କୌଣସି ସାକ୍ଷୀର ସାକ୍ଷ୍ୟ ହୋଇଥିବ, ଯେ କୁହେ ଯେ, ସେ ଏହା ଦେଖିଥିଲା;
ଯଦି ଏହା କୌଣସି ବିଷୟ ଉଲ୍ଲେଖକରେ, ଯାହାକି ଶୁଣାଯାଇପାରିବ, ତାହେଲେ ଏହା କୌଣସି ସାକ୍ଷୀର ସାକ୍ଷ୍ୟ ହୋଇଥିବ, ଯେ କୁହେ ଯେ, ସେ ଏହା ଶୁଣିଛି;
ଯଦି ଏହା କୌଣସି ବିଷୟ ଉଲ୍ଲେଖ କରେ, ଯାହାକି ଅନ୍ୟ କୌଣସି ଇନ୍ଦ୍ରିୟଦ୍ଵାରା ଅନୁଭବ କରାଯାଇପାରେ କିମ୍ବା ଅନ୍ୟ କୌଣସି ଉପାୟରେ, ତାହେଲେ ଏହା କୌଣସି ସାକ୍ଷୀର ସାକ୍ଷ୍ୟ ହୋଇଥିବ ଯେ, କୁହେ ଯେ, ସେ ଉକ୍ତ ଇନ୍ଦ୍ରିୟ ଦ୍ଵାରା ତାହା ନୁଭବ କରିଛି କିମ୍ବା ସେହି ଉପାୟରେ;
ଯଦି ଏହା କୌଣସି ମତକୁ ଉଲ୍ଲେଖକରେ କିମ୍ବା ସେହି କାରଣ ଗୁଡିକୁ ଉଲ୍ଲେଖ କରେ, ଯାହା ଉପରେ ଉକ୍ତ ମତ ଧାରଣ କରାଯାଇଥାଏ, ତାହେଲେ ଏହା ସେହି ବ୍ୟକ୍ତିର ସାକ୍ଷ୍ୟ ହୋଇଥିବ, ଯେ କି ସେହି କାରଣ ଗୁଡିକ ଉପରେ, ଉକ୍ତ ମତ ଧାରଣ କରି ଥାଆନ୍ତି ।
ଉଲ୍ଲେଖ ଥାଉ ଯେ, କୌଣସି ପୁସ୍ତକରେ ବ୍ୟକ୍ତ କରାଯାଇଥିବା ବିଶେଷଜ୍ଞ ମାନଙ୍କର ମତ, ଯାହାକି ବିକ୍ରି ନିମନ୍ତେ ସାଧାରଣ ଭାବେ ଅର୍ପଣ କରାଯାଏ, ଏବଂ ଯେଉଁ କାରଣ ଉପରେ ମତ ଧାରଣ କରାଯାଇଥାଏ, ତାହାକୁ ଏହି ପୁସ୍ତକ ଉପସ୍ଥାପନ କରି ପ୍ରମାଣ କରାଯାଇ ପାରେ, ଯଦି ଏହାର ଲେଖକ ମୃତ ହୋଇ ଥାଆନ୍ତି, କିମ୍ବା ବିନା ବିଳମ୍ବରେ କିମ୍ବା ବିନା ଖର୍ଚ୍ଚରେ ଜଣେ ସାକ୍ଷୀଭାବେ ତାଙ୍କୁ ଆହ୍ଵାନ କରାଯାଇପାରିବ ନାହିଁ, ଯାହାକୁ ନ୍ୟାୟାଳୟ ଅଯୌକ୍ତିକ ବୋଲି ବିବେଚନା କରନ୍ତି ।
ଆହୁରି ମଧ୍ୟ ଉଲ୍ଲେଖ ଥାଉ ଯେ, ଯଦି ମୌଖିକ ସାକ୍ଷ୍ୟ କୌଣସି ଦଲିଲ୍ ବ୍ୟତୀତ କୌଣସି ଦ୍ରବ୍ୟର ସ୍ଥିତି କିମ୍ବା ଅବସ୍ଥା ବିଷୟ ଉଲ୍ଲେଖ କରେ, ତାହାଲେ ନ୍ୟାୟାଳୟ ଯଦି ଉପଯୁକ୍ତ ମନେ କରନ୍ତି, ପରିଦର୍ଶନ ନିମନ୍ତେ ଉକ୍ତ ବସ୍ତୁର ଉପସ୍ଥାପନାକୁ, ଆଗ୍ରହ କରିପାରନ୍ତି, ବା ଆବଶ୍ୟକ କରିପାରନ୍ତି ।
ଆଧାର – ଦ ଲ ହାଉସ
Last Modified : 8/8/2019