ନ୍ୟାୟାଳୟ ତାଙ୍କର ବିବେକ ଅନୁଯାୟୀ, କୌଣସି ସାକ୍ଷୀଙ୍କୁ ଆହ୍ଵାନ କରିଥିବା ବ୍ୟକ୍ତିଙ୍କୁ ଯେ କୌଣସି ପ୍ରଶ୍ନ ପଚାରିବା ନିମନ୍ତେ ଅନୁମତି ଦେଇପାରନ୍ତି, ଯାହାକି ବିପରୀତ ପକ୍ଷ ଦ୍ଵାରା, ଜେରାରେ ପଚରାଯାଇ ପାରିବ ।
ଟିପ୍ପଣୀ
ବିରୋଧି ସାକ୍ଷୀ – ଯେତେବେଳେ ତାଙ୍କୁ ଆହ୍ଵାନ କରିଥିବା ପକ୍ଷଙ୍କ ଦ୍ଵାରା , ନ୍ୟାୟାଳୟଙ୍କ ଅନୁମତି ସହିତ , କୌଣସି ଜେରା କରାଯାଏ ଏବଂ ବିରୋଧ କରାଯାଏ , ସେପରିସ୍ଥଳେ ତାର ସାକ୍ଷ୍ୟକୁ ସଂପୂର୍ଣ୍ଣଭାବେ ବିବେଚନା ଯୋଗ୍ୟ ନୁହେଁ ବୋଲି ଧରାଯିବ ନାହିଁ – ବିଚାରପତିଙ୍କୁ ଏହି ବିବେଚନା କରିବାକୁ ହେବ ଯେ, ଏପରି ଜେରା ଏବଂ ବିରୋଧ ଫଳରେ , ଏପରି ସାକ୍ଷୀ ସଂପୂର୍ଣ୍ଣ ଭାବେ ଅବିଶ୍ଵସନୀୟ ହୋଇଛି କି ନାହିଁ କିମ୍ବା ତଥାପି ତାକୁ , ତାର ସାକ୍ଷ୍ୟର କୌଣସି ଅଂଶ ସଂବନ୍ଧରେ ବିଶ୍ଵାସ କରାଯାଇପାରିବ ସାକ୍ଷ୍ୟର କୌଣସି ଅଂଶ ଯାହାକୁ ବିଚାରପତି ବିଶ୍ଵସନୀୟ ବୋଲି ଦେଖନ୍ତି , ତା ଉପରେ କାର୍ଯ୍ୟାନୁଷ୍ଠାନ ରହଣ କରିପାରିବେ - ଟି . ଶଙ୍କର ପ୍ରସାଦ ବନାମ୍ ଆନ୍ଧ୍ର ପ୍ରଦେଶ ରାଜ୍ୟ ସରକାର - (୨୦୦୪) ୨୭ ଓସିଆର୍ (ସୁପ୍ରିମକୋର୍ଟ) – ୫୯୯ ।
ବିରୋଧି ସାକ୍ଷୀ – ମୋକଦ୍ଦମାକାରୀଙ୍କ କର୍ତ୍ତବ୍ୟ – ଦର୍ଶାଇଥିଲା ଯେ , ମୋକଦ୍ଦମାକାରୀ ସାକ୍ଷୀ ନଂ – ୨୧ଙ୍କର ସାକ୍ଷ୍ୟ , ଯଦିଓ ଏହାର ଅଂଶକୁ ନ୍ୟାୟାଳୟ ଦ୍ଵାରା ଆସ୍ଥା ସ୍ଥାପନ କରାଯାଇଥିଲା ଏବଂ ଏହାର ଅବଶିଷ୍ଟାଶଂ ପ୍ରତିପକ୍ଷଙ୍କ ସମର୍ଥନରେ ଥିଲା , ତାହା ଏହି କାରଣ ଉପରେ ପ୍ରତ୍ୟାଖ୍ୟାନ କରାଯାଇଥିଲା ଯେ, ମୋକଦ୍ଦମାକାରୀ ସାକ୍ଷୀ ନଂ – ୨୧ ତାଙ୍କର ଅବସର ପରେ , କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ନିୟନ୍ତ୍ରଣରେ ନଥାଇ , ପ୍ରାୟ ଜଣେ ପ୍ରତିପକ୍ଷ ସାକ୍ଷୀଭାବେ କାର୍ଯ୍ୟ କରି , କେସ୍ ଡାଏରୀରେ ତାଙ୍କର ନିଜ ମତକୁ ବିରୋଧ କରିଥିଲେ – ବିଚାରକାରୀ ନ୍ୟାୟାଳୟଙ୍କ ଅନୁଯାୟୀ , ମୋକଦ୍ଦମାକାରୀ ସାକ୍ଷୀ ନଂ – ୨୧ ଜଣେ ଅତି ଅବିଶ୍ଵସନୀୟ ସାକ୍ଷୀ ଅଟନ୍ତି , ଯେ କି ଶପଥ କରିଥିଲେ – (ପାରା – ୧୬) ।
ଆହୁରି ଦର୍ଶାଯାଇଥିଲା ଯେ, ମୋକଦ୍ଦମାକାରୀ ସାକ୍ଷୀ ନଂ – ୨, ଦୋଳଗୋବିନ୍ଦ ବାଲ୍ , ତାଙ୍କର ଜେରାରେ ଉଲ୍ଲେଖ କରିଥିଲେ ଯେ, ୧୯୮୭ ମସିହା ଡିସେମ୍ବର ମାସରେ ତାଙ୍କ ସ୍ତ୍ରୀଠାରୁ ଅପରାଧି ଟ. ୯,୫୦୦ ଧାର ନେଇଥିଲା ଏବଂ ୧୯୮୮ ମସିହା ଜାନୁୟାରୀ ୧ ତାରିଖରେ ତାଙ୍କ ବଡ ଭାଇଙ୍କ ଠାରୁ ମଧ୍ୟ ଟ. ୯,୫୦୦ ଧାର ନେଇଥିଲା – ଯଦିଓ ଏହି ସାକ୍ଷୀ , ମୋକଦ୍ଦମାକାରୀଙ୍କ ତରଫରୁ ପରୀକ୍ଷିତ ହୋଇଥିଲା ଏବଂ ଶପଥପାଠ ଉପରେ , ତାର ବିବରଣୀ , ଅପିଲକର୍ତ୍ତାଙ୍କ ଘଟଣାକୁ ସ୍ପଷ୍ଟଭାବେ ସମର୍ଥନ କରେ , ଏବଂ ଏହି ସାକ୍ଷ୍ୟକୁ ବିରୋଧାତ୍ମକ ବୋଲି ଘୋଷଣା କରିବା ଏବଂ ସାକ୍ଷ୍ୟ ଆଇନର ଦଫା ୧୫୪ ଅନୁଯାୟୀ ପ୍ରଶ୍ନ ପଚାରିବା ନିମନ୍ତେ ମୋକଦ୍ଦମାକାରୀଙ୍କ ଦ୍ଵାରା କିଛି କରାଯାଇ ନଥିଲା । ସେହିପରି ଭାବେ , ଅନୁସନ୍ଧାନକାରୀ ଉଚ୍ଚ କର୍ମଚାରୀ ଅର୍ଥାତ୍ ମୋକଦ୍ଦମାକାରୀ ନଂ – ୨୧ ଯଦିଓ ବିଚାରକାରୀ ନ୍ୟାୟାଳୟଙ୍କ ଅନୁଯାୟୀ ଜଣେ ବିଶ୍ଵସନୀୟ ସାକ୍ଷୀ ନୁହଁନ୍ତି , ତଥାପି ମୋକଦ୍ଦମାକାରୀ ତାଙ୍କର ସାକ୍ଷ୍ୟ ଉପରେ ଆସ୍ଥା ସ୍ଥାପନ କରିଥିଲେ ଏବଂ ତାଙ୍କୁ ବିରୋଧି ବୋଲି ଘୋଷଣା କରି ନଥିଲେ କିମ୍ବା ଜେରା କରି ନଥିଲେ ଯାହାକି ମୋକଦ୍ଦମାକାରୀ ଗ୍ରହଣ କରିବା ନିମନ୍ତେ ଉନ୍ମୁକ୍ତ ଥିଲା – ବିଚାରକାରୀ ନ୍ୟାୟାଳୟ ଏହା ଉଲ୍ଲେଖ କରି , ଏକ ତ୍ରୁଟି କରିଥିଲେ ଯେ, ଏହି ସାକ୍ଷ୍ୟ ବିଶ୍ଵାସଯୋଗ୍ୟ ନୁହଁନ୍ତି ଏବଂ ତାଙ୍କର ସାକ୍ଷ୍ୟକୁ ପ୍ରତ୍ୟାଖ୍ୟାନ କରିଥିଲେ – ମୋକଦ୍ଦମାକାରୀ ସାକ୍ଷୀ ନଂ – ୨୧ ସାକ୍ଷ୍ୟ , ମୋ ମତରେ ଆହ୍ଵାନ କରାଯାଇ ନଥିବାରୁ ଏବଂ ଉକ୍ତ ସାକ୍ଷୀକୁ , ମୋକଦ୍ଦମାକାରୀଙ୍କ ଦ୍ଵାରା ଜେରା କରାଯାଇ ନଥିବାରୁ , ତାଙ୍କୁ ଅବିଶ୍ଵାସ କରିବା ଏବଂ ତାଙ୍କର ସାକ୍ଷ୍ୟକୁ ପ୍ରତ୍ୟାଖ୍ୟାନ କରିବାର କୌଣସି କାରଣ ନାହିଁ – ଶରତ ରାଉତ ବନାମ ଓଡିଶା ରାଜ୍ୟ ସରକାର – (୨୦୦୩) ୨୪ ଓସିଆର୍ – ୨୪୦ ।
ବିରୋଧି ସାକ୍ଷୀ – ଯଦି ଏପରି ସାକ୍ଷୀର ସାକ୍ଷ୍ୟ , ଅନ୍ୟ କୌଣସି ବିଶ୍ଵସନୀୟ ସାକ୍ଷୀଠାରୁ ସମର୍ଥନ ପାଏ , ତାହେଲେ ଦୋଷୀସାବ୍ୟସ୍ତତାକୁ କାଏମ ରଖାଯାଇପାରେ - ନଟବର ଅନୁରାଗୀ ବନାମ୍ ଓଡିଶା ରାଜ୍ୟ ସରକାର – (୨୦୦୨) ୨୩ ଓସିଆର୍ – ୩୮୦ ।
କୌଣସି ସାକ୍ଷୀ ବିଶ୍ଵସନୀୟତା ଉପରେ ପ୍ରଶ୍ନ ଉଠାଇବା -
ବିପରୀତ ପକ୍ଷ ଦ୍ଵାରା କିମ୍ବା ଯେଉଁ ପକ୍ଷ ତାଙ୍କୁ ଆହ୍ଵାନ କରିଥାଆନ୍ତି , ସେ , ନ୍ୟାୟାଳୟଙ୍କର ଅନୁମତି ସହିତ , ନିମ୍ନଲିଖିତ ପ୍ରକାର କୌଣସି ସାକ୍ଷୀର ବିଶ୍ଵସନୀୟତା ଉପରେ ପ୍ରଶ୍ନ ଉଠାଇ ପାରନ୍ତି ।
ସ୍ପଷ୍ଟିକରଣ
ବିଶ୍ଵାସ ନିମନ୍ତେ ଅଯୋଗ୍ୟ ବୋଲି ଅନ୍ୟ କୌଣସି ସାକ୍ଷୀଙ୍କୁ ଘୋଷିତ କରୁଥିବା କୌଣସି ସାକ୍ଷୀ , ତାଙ୍କର ଏପରି ବିଶ୍ଵାସର କାରଣ , ତାଙ୍କର ଜମାନବନ୍ଦୀରେ ଦେଇ ନପାରନ୍ତି , ମାତ୍ର ଜେରାରେ , ଏପରି କାରଣ ସଂବନ୍ଧରେ ତାଙ୍କୁ ପଚରା ଯାଇପାରେ ଏବଂ ଯେଉଁ ଉତ୍ତର ସେ ପ୍ରଦାନ କରନ୍ତି , ତାହାକୁ ବିରୋଧ କରାଯାଇ ପାରିବ ନାହିଁ , ଯଦିଓ ସେ ଗୁଡିକ ମିଥ୍ୟା ହୋଇଥାଏ , ତାହେଲେ ପରେ ମିଥ୍ୟା ସାକ୍ଷ୍ୟ ପ୍ରଦାନ କରିବା ନିମନ୍ତେ ତାଙ୍କୁ ଅଭିଯୁକ୍ତ କରାଯାଇପାରେ
ଉଦାହରଣ
‘ଖ’ ଙ୍କୁ , ବିକ୍ରିକର ପ୍ରଦାନ କରାଯାଇଥିବା ଦ୍ରବ୍ୟ ଗୁଡିକର ମୂଲ୍ୟ ନିମନ୍ତେ ‘କ’ ‘ଖ’ ବିରୁଦ୍ଧରେ ମୋକଦ୍ଦମା କରେ, ‘ଗ’ କୁହେ ଯେ, ସେ ‘ଖ’ ଙ୍କୁ ଉକ୍ତ ଦ୍ରବ୍ୟଗୁଡିକ ପ୍ରଦାନ କରି ଅଛି ।
ଏହା ଦର୍ଶାଇବା ନିମନ୍ତେ ସଖ୍ୟ ପ୍ରଦାନ କରାଯାଏ ଯେ, କୌଣସି ପୂର୍ବ ଘଟଣାରେ ସେ କହିଥିଲା ଯେ, ସେ ‘ଖ’ କୁ ଉକ୍ତ ଦ୍ରବ୍ୟ ଗୁଡିକ ପ୍ରଦାନ କରି ନଥିଲା । ଏପରି ସାକ୍ଷ୍ୟ ଗହଣୀୟ ଅଟେ ।
‘ଖ’ର ହତ୍ୟା ନିମନ୍ତେ ‘କ’ କୁ ଆରୋପ କିମ୍ବା ଅଭିଯୁକ୍ତ କରାଯାଇଛି ।
‘ଗ’ କୁହେ ଯେ, ‘ଖ’ ମରିବା ସମୟରେ , ଘୋଷଣା କରିଥିଲା ଯେ, ‘କ’ ତାକୁ (ଅର୍ଥାତ୍ ‘ଖ’)କୁ ସେହି କ୍ଷତ ପ୍ରଦାନ କରିଥିଲା , ଯେଉଁଥିରେ ସେ ମୃତ୍ୟୁବରଣ କଲା ।
ଏହା ଦର୍ଶାଇବା ନିମନ୍ତେ ସାକ୍ଷ୍ୟ ପ୍ରଦାନ କରାଯାଇଥିଲା ଯେ, ଅନ୍ୟ ଏକପୂର୍ବ ଘଟଣାରେ ‘ଗ’ କହିଥିଲା ଯେ, ଉକ୍ତ ‘କ’ ଦ୍ଵାରା ପ୍ରଦାନ କରାଯାଇ ନଥିଲା କିମ୍ବା ତାର ଉପସ୍ଥିତିରେ ଏପରି କରାଯାଇ ନଥିଲା । ଏହି ସାକ୍ଷ୍ୟ ଗ୍ରହଣୀୟ ଅଟେ ।
ଟିପ୍ପଣୀ
ସାକ୍ଷୀର ବିଶ୍ଵସନୀୟତାକୁ ଭଙ୍ଗ କରିବା – ଏହା ଦର୍ଶାଇ ଉଚ୍ଚ ନ୍ୟାୟାଳୟ ତଥ୍ୟ ପ୍ରଦାନକାରୀଙ୍କ ସାକ୍ଷ୍ୟକୁ ପ୍ରତ୍ୟାଖ୍ୟାନ କରିଥିଲେ ଯେ, ସେ ଜଣେ ଭୀରୁ ବୋଲି ପ୍ରମାଣିତ ହୋଇଛି ଯେ କି ତାଙ୍କର ସ୍ତ୍ରୀକୁ ଉଦ୍ଧାର କରିବା ନିମନ୍ତେ ଆସି ନଥିଲେ – ଉଚ୍ଚତମ ନ୍ୟାୟାଳୟ ଦର୍ଶାଇଥିଲେ ଯେ, କୌଣସି ମାନ ଅନୁଯାୟୀ , ତଥ୍ୟ ପ୍ରଦାନକାରୀଙ୍କୁ ଜଣେ ଭୀରୁ ବୋଲି ଏହି କାରଣରୁ ଅଭିହିତ କରାଯାଇପାରିବ ନାହିଁ ଯେ, ସେ ତାଙ୍କର ସ୍ତ୍ରୀଙ୍କୁ ରକ୍ଷା କରି ପାରି ନଥିଲେ , ଯେହେତୁ ଅପରାଧି ବ୍ୟକ୍ତିମାନେ କେବଳ ବହୁ ସଂଖ୍ୟାରେ ନଥିଲେ, ମାତ୍ର ସେମାନଙ୍କ ମଧ୍ୟରୁ କେତେକ ଛୁରୀରେ ସଜ୍ଜିତ ହୋଇଥିଲେ ଏବଂ ତାର ଜୀବନ ଏବଂ ତାର କୋଳରେ ଥିବା ଶିଶୁର ଜୀବନ ରକ୍ଷା କରିବା ନିମନ୍ତେ ତାଙ୍କ ସ୍ତ୍ରୀର ଚିତ୍କାର ଏବଂ ଅନୁନୟ ସେ ଶୁଣିଥିଲେ – ଯଦିଓ ସେ ଜଣେ ଭୀରୁ ହୋଇଥାଆନ୍ତି , ତାହା କେବଳମାତ୍ର ସେହି କାରଣ ଉପରେ , ତାଙ୍କର ସାକ୍ଷ୍ୟକୁ ପ୍ରତ୍ୟାଖ୍ୟାନ କରିବା ନିମନ୍ତେ , ଏକ କାରଣ ହୋଇ ନପାରେ – ଓଡିଶା ରାଜ୍ୟ ସରକାର ବନାମ୍ ଦିବାକର ନାଏକ ଏବଂ ଅନ୍ୟମାନେ - ୨୦୦୨ (୧) ଓଏଲ୍ଆର୍ (ସୁପ୍ରିମକୋର୍ଟ)- ୬୮୨ , (୨୦୦୨) ୨୨ ଓସିଆର୍ (ସୁପ୍ରିମକୋର୍ଟ) – ୭୩୪ ।
ଉପାଦେୟ ବିଷୟର ସାକ୍ଷ୍ୟକୁ ସମର୍ଥନ କରିବା ନିମନ୍ତେ ପ୍ରଶ୍ନଗୁଡିକ ଗ୍ରହଣୀୟ ଅଟେ -
ଯେତେବେଳେ କୌଣସି ସାକ୍ଷୀ , ଯାହାଙ୍କୁ ସମର୍ଥନ କରାଯିବା ଉଦ୍ଦେଶିତ , ସେ କୌଣସି ଉପାଦେୟ ବିଷୟ ଉପରେ ସଖ୍ୟ ପ୍ରଦାନ କରନ୍ତି , ସେପରି ସ୍ଥଳେ ତାଙ୍କୁ ଅନ୍ୟ କୌଣସି ପରିସ୍ଥିତି ଉପରେ ପ୍ରଶ୍ନ ପଚରାଯାଇପାରେ ଯାହାକି ସେ ଉକ୍ତ ସମୟରେ ଉକ୍ତ ସ୍ଥାନରେ ଦେଖିଥିଲେ , ଯେଉଁଠି ଏପରି ଉପାଦେୟ ବିଷୟ , ଘଟିଥିଲା , ଯଦି ନ୍ୟାୟାଳୟ ମତ ପୋଷଣ କରନ୍ତି ଯେ , ଏପରି ପରିସ୍ଥିତି ଗୁଡିକ , ଯଦି ପ୍ରମାଣ କରାଯାଏ , ତାହା ଉପାଦେୟ ବିଷୟ ସଂବନ୍ଧରେ ସାକ୍ଷୀର ସାକ୍ଷ୍ୟକୁ ସମର୍ଥନ କରିବ , ଯାହା ସେ ସାକ୍ଷ୍ୟରେ ପ୍ରଦାନ କରନ୍ତି ।
ଉଦାହରଣ
‘କ’ ନାମକ ଜଣେ ସହ ଅପରାଧି , ସେ ଅଂଶ ଗ୍ରହଣ କରିଥିବା କୌଣସି ଲୁଣ୍ଠନର ଏକ ବିବରଣୀ ପ୍ରଦାନ କରେ । ଏପରି ଲୁଣ୍ଠନ ସଂଗଠିତ ହୋଇଥିବା ସ୍ଥାନକୁ ଯିବା ଏବଂ ଆସିବା ରାସ୍ତାରେ ଘଟିଥିବା ଏବଂ ଲୁଣ୍ଠନ ସହିତ ସଂପୃକ୍ତ ନଥିବା ବିଭିନ୍ନ ଘଟଣା ସେ ବର୍ଣ୍ଣନା କରେ ।
ତେଣୁ , ଲୁଣ୍ଠନ ସମ୍ବନ୍ଧରେ ତାଙ୍କର ସାକ୍ଷ୍ୟକୁ ସମର୍ଥନ କରିବା ନିମନ୍ତେ , ଏହି ସମସ୍ତ ବିଷୟଗୁଡିକ ଉପରେ ସ୍ଵାଧୀନ ସାକ୍ଷ୍ୟ ପ୍ରଦାନ କରାଯାଇପାରେ ।
ସେହି ଏକା ବିଷୟ ଉପରେ ପରବର୍ତ୍ତୀ ସାକ୍ଷ୍ୟକୁ ସମର୍ଥନ କରିବା ନିମନ୍ତେ, ସାକ୍ଷୀର ପୂର୍ବବର୍ତ୍ତୀ ବିବରଣୀକୁ ପ୍ରମାଣ କରାଯାଇପାରେ –
କୌଣସି ସାକ୍ଷୀର ସାକ୍ଷ୍ୟକୁ ସମର୍ଥନ କରିବା ନିମନ୍ତେ , ସେହି ସମୟରେ ଯେତେବେଳେ ଏପରି ବିଷୟ ଘଟି ଥିଲା ଏବଂ ସେହି ବିଷୟ ସମ୍ବନ୍ଧରେ କିମ୍ବା ଏପରି ବିଷୟ ଅନୁସନ୍ଧାନ କରିବା ନିମନ୍ତେ ଆଇନଗତ ଭାବେ ଦକ୍ଷ କୌଣସି ଅଧିକାରୀଙ୍କ ସମ୍ମୁଖରେ ଏପରି ସାକ୍ଷୀଦ୍ଵାରା ପୂର୍ବରୁ ପ୍ରଦାନ କରାଯାଇଥିବା କୌଣସି ବିବରଣୀକୁ ପ୍ରମାଣ କରାଯାଇପାରେ ।
ଦଫା ୩୨ କିମ୍ବା ୩୩ ଅନୁଯାୟୀ ଉପାଦେୟ ବୋଲି ପ୍ରମାଣିତ ହୋଇଥିବା ବିବରଣୀ ସମ୍ବନ୍ଧରେ କେଉଁ ବିଷୟ ଗୁଡିକ ପ୍ରମାଣ କରାଯାଇପାରିବ –
ଯେତେବେଳେ କୌଣସି ବିବରଣୀ , ଦଫା ୩୨ କିମ୍ବା ୩୩ ଅନୁଯାୟୀ ଉପାଦେୟ ହୋଇଥାଏ ଏବଂ ତାହା ପ୍ରମାଣ କରାଯାଏ , ସେତେବେଳେ ଏହାକୁ ବିରୋଧ କରିବ କିମ୍ବା ସମର୍ଥନ କରିବା ନିମନ୍ତେ ସମସ୍ତ ବିଷୟକୁ ପ୍ରମାଣ କରାଯାଇପାରେ , କିମ୍ବା ଯାହାଙ୍କ ଦ୍ଵାରା ଏହା ପ୍ରଦାନ କରାଯାଇଛି , ଉକ୍ତ ବ୍ୟକ୍ତିର ବିଶ୍ଵସନୀୟତାକୁ ଦୃଢକରିବା କିମ୍ବା ପ୍ରଶ୍ନ ଉଠାଇବା ନିମନ୍ତେ ଏହା କରାଯାଇପାରେ , ଯାହାକି ପ୍ରମାଣିତ କରାଯାଇ ପାରିଥାଆନ୍ତା , ଯଦି ଉକ୍ତ ବ୍ୟକ୍ତିଙ୍କୁ ସାକ୍ଷୀ ଭାବେ ଆହ୍ଵାନ କରାଯାଇ ଥାଆନ୍ତା ଏବଂ ନିର୍ଦ୍ଦେଶିତ ବିଷୟର ସତ୍ୟତାକୁ ଜେରାରେ ସେ ମନା କରିଥାଆନ୍ତେ ।
କୌଣସି ସାକ୍ଷୀ , ପରୀକ୍ଷା ସମୟରେ , ତାଙ୍କୁ ପଚରାଯାଉଥିବା ପ୍ରଶ୍ନ ସମ୍ବନ୍ଧରେ ହୋଇଥିବା କାରବାର ଉପରେ କୌଣସି ଲେଖାକୁ ଉଲ୍ଲେଖ କରି, ତାଙ୍କର ସ୍ମୃତିକୁ ସତେଜ କରିପାରନ୍ତି , କିମ୍ବା ଠିକ୍ ପରେ ପରେ , ଯେତେବେଳେ ନ୍ୟାୟାଳୟ ବିବେଚନା କରନ୍ତି ଯେ, ଏହା ସମ୍ଭବ ଯେ, କାରବାର ସମୟରେ ତାଙ୍କର ସ୍ମୃତି ସତେଜ ଥିଲା ।
ସାକ୍ଷୀମଧ୍ୟ ଅନ୍ୟ କୌଣସି ବ୍ୟକ୍ତିଙ୍କର ଲେଖାକୁ ଉଲ୍ଲେଖ କରି ପାରନ୍ତି ଉକ୍ତ ସମୟରେ ତାହା ସାକ୍ଷୀଙ୍କ ଦ୍ଵାରା ପଢାଯାଇଥାଏ ଯଦି , ଯେତେବେଳେ ସେ ଏହା ପଠନ କଲେ , ଏହା ସଠିକ ବୋଲି ଜାଣିଥିଲେ ।
ତାଙ୍କର ସ୍ମୃତିକୁ ସତେଜ କରିବା ନିମାନେ କେତେବେଳେ ସାକ୍ଷୀ ଦଲିଲ୍ ର କୌଣସି ନକଲକୁ ବ୍ୟବହାର କରିପାରିବେ - ଯେତେବେଳେ କୌଣସି ସାକ୍ଷୀ କୌଣସି ଦଲିଲ୍ କୁ ଉଲ୍ଲେଖ କରି ତାଙ୍କର ସ୍ମୃତିକୁ ସତେଜ କରନ୍ତି, ସେପରିସ୍ଥଳେ ସେ, ନ୍ୟାୟାଳୟଙ୍କ ଅନୁମତି ସହିତ, ଏପରି ଦଲିଲ୍ ର କୌଣସି ନକଲକୁ ଉଲ୍ଲେଖ କରିପାରନ୍ତି;
ଉଲ୍ଲେଖଥାଉ ଯେ , ନ୍ୟାୟାଳୟ ସନ୍ତୁଷ୍ଟ ହେବା ଉଚିତ୍ ଯେ, ମୂଳ ଦଲିଲ୍ ଉପସ୍ଥାପନ ନ କରିବା ନିମନ୍ତେ ଯଥେଷ୍ଟ କାରଣ ଅଛି ।
ବୃତ୍ତିଗତ ପୁସ୍ତକର ଉଲ୍ଲେଖ କରି ବିଶେଷଜ୍ଞ ତାଙ୍କର ସ୍ମୃତିକୁ ସତେଜ କରିପାରନ୍ତି ।
ଦଫା ୧୫୯ରେ ଉଲ୍ଲେଖିତ ଦଲିଲରେ ବର୍ଣ୍ଣିତ ବିଷୟଗୁଡିକ ସମ୍ବନ୍ଧରେ ସାକ୍ଷ୍ୟ –
କୌଣସି ସାକ୍ଷ୍ୟ ମଧ୍ୟ , ଦଫା , ୧୫୯ରେ ଉଲ୍ଲେଖିତ ଏପରି କୌଣସି ଦଲିଲରେ ଥିବା ବିଷୟ ଉପରେ ସାକ୍ଷ୍ୟ ପ୍ରଦାନ କରିପାରନ୍ତି, ଯଦିଓ ସେ ବିଷୟଗୁଡିକ ସେ ନିର୍ଦ୍ଧିଷ୍ଟ ଭାବେ ମନେ ପକାଇ ନପାରନ୍ତି , ଯଦି ସେ ନିଶ୍ଚିତ ଥାଆନ୍ତି ଯେ, ଦଲିଲ୍ ରେ ବିଷୟଗୁଡିକ ସଠିକ୍ ଭାବେ ଲିପିବଦ୍ଧ କରାଯାଇଛି ।
ଉଦାହରଣ
କୌଣସି ପୁସ୍ତକ ରଖାଳି , ବ୍ୟବସାୟ କାରବାର ସମୟରେ ନିୟମିତ ଭାବେ ରଖାଯାଇଥିବା କୌଣସି ପୁସ୍ତକରେ ତାଙ୍କ ଦ୍ଵାରା ଲିପିବଦ୍ଧ କରାଯାଇଥିବା ବିଷୟ ଗୁଡିକ ଉପରେ ସାକ୍ଷ୍ୟ ପ୍ରଦାନ କରିପାରନ୍ତି ଯଦି ସେ ଜାଣିପାରନ୍ତି ଯେ, ପୁସ୍ତକ ଗୁଡିକ ଭାବେ ରଖାଯାଇଛି ଯଦିଓ ସେଥିରେ ଅନ୍ତର୍ଭୁକ୍ତ ନିର୍ଦ୍ଧିଷ୍ଟ କାରବାରକୁ ସେ ଭୁଲି ଯାଇଥାଆନ୍ତି ।
ସ୍ମୃତିକୁ ସତେଜ କରିବା ନିମନ୍ତେ ବ୍ୟବହୃତ ଲେଖା ସମ୍ବନ୍ଧରେ ବିପରୀତ ପକ୍ଷର ଅଧିକାର –
ପୂର୍ବ ସେସ ଦୁଇଟି ଦଫାର ବ୍ୟବସ୍ଥାବଳୀ ଅନୁଯାୟୀ ଉଲ୍ଲେଖିତ କୌଣସି ଲେଖାକୁ ନିଶ୍ଚିତ ଭାବେ ଉପସ୍ଥାପନ କରାଯିବ ଏବଂ ବିପରୀତ ପକ୍ଷକୁ ଦର୍ଶାଯିବ , ଯଦି ସେ ଏହା ଆବଶ୍ୟକ କରନ୍ତି ; ଏପରି ପକ୍ଷ ମଧ୍ୟ ଇଚ୍ଛା କରନ୍ତି, ତାପରେ ସାକ୍ଷୀଙ୍କୁ ଜେରା କରିପାରିବେ ।
ଦଲିଲ ଉପସ୍ଥାପନ କରିବା ନିମନ୍ତେ ଆହ୍ଵାନ କରାଯାଇଥିବା କୌଣସି ସାକ୍ଷୀ ଯଦି ଏହା ତାଙ୍କର ଦଖଲରେ କିମ୍ବା କ୍ଷମତାରେ ଥାଏ , ତାହା ନ୍ୟାୟଳୟକୁ ଆଣିବେ , ଏହି ବିଷୟ ସତ୍ତ୍ୱେ ଯେ , ଏହାର ଉପସ୍ଥାପନା କିମ୍ବା ଗ୍ରହଣୀୟତା ସମ୍ବନ୍ଧରେ କୌଣସି ଆପତ୍ତି ଅଛି । ଏପରି କୌଣସି ଆପତ୍ତିର ବୈଧତା , ନ୍ୟାୟାଳୟଙ୍କ ଦ୍ଵାରା ସ୍ଥିର କରାଯିବ ।
ନ୍ୟାୟାଳୟ, ଯଦି ଉପଯୁକ୍ତ ମନେ କରନ୍ତି , ଦଲିଲଟିକୁ ପରିଦର୍ଶନ କରିପାରନ୍ତି , ଯଦି ଏହାର ରାଜ୍ୟର ବିଷୟ ଉଲ୍ଲେଖ କରୁ ନଥାଏ , କିମ୍ବା ଏହାର ଗ୍ରହଣୀୟତା ସ୍ଥିର କରିବା ନିମନ୍ତେ ତାଙ୍କୁ ସକ୍ଷମ କରିବା ନିମନ୍ତେ , ଅନ୍ୟ ସାକ୍ଷ୍ୟ ଗ୍ରହଣ କରିପାରନ୍ତି ।
ଦଲିଲ ଗୁଡିକର ଅନୁବାଦ – ଯଦି ଏପରି ଉଦ୍ଦେଶ୍ୟରେ , ଏହା ଆବଶ୍ୟକ ହୁଏ ଯେ, କୌଅନାସି ଦଲିଲ୍ କୁ ଅନୁବାଦ କରାଯିବ , ତାହେଲେ ନ୍ୟାୟାଳୟ ଯଦି ଉପଯୁକ୍ତ , ମନେକରନ୍ତି , ଅନୁବାଦକଙ୍କୁ ଉକ୍ତ ଦଲିଲ୍ ର ବିଷୟବସ୍ତୁ ଗୋପନ ରଖିବା ନିମନ୍ତେ ନିର୍ଦ୍ଦେଶ ଦେଇପାରନ୍ତି , ଯଦି ଏପରି ଦଲିଲ୍ କୁ ସାକ୍ଷ୍ୟରେ ପ୍ରଦାନ କରାନଯାଏ , ଏବଂ ଯଦି ବ୍ୟାଖ୍ୟାକାରୀ ଏପରି ନିର୍ଦ୍ଦେଶକୁ ଅମାନ୍ୟ କରନ୍ତି , ତାହେଲେ ସେ ଭାରତୀୟ ଦଣ୍ଡବିଧି ଆଇନର ଦଫା ୧୬୬ ଅନୁଯାୟୀ କୌଣସି ଅପରାଧ ସଂଗଠନ କରିଛନ୍ତି ବୋଲି ଧରାଯିବ ।
ସୂଚନା ଉପରେ ମଗାଯାଇଥିବା ଏବଂ ଉପସ୍ଥାପନ କରାଯାଇଥିବା ଦଲିଲକୁ ସାକ୍ଷ୍ୟଭାବେ ପ୍ରଦାନ କରିବା –
ଯେତେବେଳେ କୌଣସି ପକ୍ଷ କୌଣସି ଦଲିଲ୍ ମାଗନ୍ତି , ଯାହାକୁ ଉପସ୍ଥାପନ କରିବା ନିମନ୍ତେ ସେ ଅନ୍ୟ ପକ୍ଷକୁ ସୂଚନା ପ୍ରଦାନ କରନ୍ତି ଏବଂ ଏପରି ଦଲିଲ୍ ଉପସ୍ଥାପନ କରାଯାଏ ଏବଂ ଉପସ୍ଥାପନା ନିମନ୍ତେ ଆହ୍ଵାନ କରିଥିବା ପକ୍ଷ ଦ୍ଵାରା ପରିଦର୍ଶନ କରାଯାଏ , ତାହେଲେ ସେ ଏହାକୁ ସାକ୍ଷ୍ୟଭାବେ ପ୍ରଦାନ କରିବା ନିମନ୍ତେ ବାଧ୍ୟ ଅଟନ୍ତି , ଯଦି ଏହା ଉପସ୍ଥାପନ କରିଥିବା ପକ୍ଷ , ତାଙ୍କୁ ଏହା କରିବା ନିମନ୍ତେ ଆବଶ୍ୟକ କରେ ।
ସୂଚନା ଉପରେ ଯାହାର ଉପସ୍ଥାପନାକୁ ପ୍ରତ୍ୟାଖ୍ୟାନ କରାଯାଇଛି, ସେହି ଦଲିଲକୁ ସାକ୍ଷ୍ୟ ଭାବେ ବ୍ୟବହାର କରିବା - ଯେତେବେଳେ କୌଣସି ପକ୍ଷ , ସୂଚନା ପାଇବା ସତ୍ତ୍ଵେ , କୌଣସି ଦଲିଲ୍ ଏହା ଉପସ୍ଥାପନ କରିବା ନିମନ୍ତେ ପ୍ରତ୍ୟାଖ୍ୟାନ କରନ୍ତି, ସେତେବେଳେ ସେ ପରେ, ଅନ୍ୟ ପକ୍ଷର ବିନା ସମ୍ମତିରେ କିମ୍ବା ନ୍ୟାୟାଳୟଙ୍କର ଆଦେଶ ବିନା, ଉକ୍ତ ଦଲିଲ୍ କୁ ସାକ୍ଷ୍ୟ ଭାବେ ବ୍ୟବହାର କରିପାରିବେ ନାହିଁ ।
ଉଦାହରଣ
କୌଣସି ଚୁକ୍ତି ଉପରେ ‘କ’ ‘ଖ’ ଙ୍କ ବିରୁଦ୍ଧରେ ମୋକଦ୍ଦମା କରନ୍ତି ଏବଂ ଏହା ଉପସ୍ଥାପନ କରିବା ନିମନ୍ତେ ‘ଖ’ କୁ ସୂଚନା ପ୍ରଦାନ କରନ୍ତି । ବିଚାର ସମୟରେ , ‘କ’ ଦଲିଲଟିକୁ ମଗାନ୍ତି ଏବଂ ‘ଖ’ ତାହା ଉପସ୍ଥାପନ କରିବା ନିମନ୍ତେ ପ୍ରତ୍ୟାଖ୍ୟାନ କରନ୍ତି । ଏହାର ବିଷୟବସ୍ତୁ ସମ୍ବନ୍ଧରେ ‘କ’ ଗୌଣ ସାକ୍ଷ୍ୟ ପ୍ରଦାନ କରନ୍ତି । ‘କ’ ଦ୍ଵାରା ପ୍ରଦାନ କରାଯାଇଥିବା ଗୌଣ ସାକ୍ଷ୍ୟକୁ ବିରୋଧ କରିବା ନିମନ୍ତେ ‘ଖ’ ଦଲିଲ୍ ଟିକୁ ଉପସ୍ଥାପନ କରିବାକୁ ଚାହାଁନ୍ତି , କିମ୍ବା ଏହା ଦର୍ଶାଇବା ନିମନ୍ତେ ଯେ, ଉକ୍ତ ଚୁକ୍ତିଟି ମୋହରିତ ହୋଇନାହିଁ । ସେ , ଏପରି କରିପାରିବେ ନାହିଁ ।
ପ୍ରଶ୍ନ ପଚାରିବା କିମ୍ବା ଉପସ୍ଥାପନ ନିମନ୍ତେ ଆଦେଶ ଦେବାରେ ବିଚାରପତିଙ୍କର କ୍ଷମତା –
ବିଚାରପତି ଉପାଦେୟ ବିଷୟ ଗୁଡିକର ଉପଯୁକ୍ତ ପ୍ରମାଣ ଆବିଷ୍କାର କରିବା ନିମନ୍ତେ କିମ୍ବା ପାଇବା ନିମନ୍ତେ , କୌଣସି ଉପାଦେଯ ବିଷୟ କିମ୍ବା ଅନୁପାଦେୟ ବିଷୟ ସମ୍ବନ୍ଧରେ କୌଣସି ସାକ୍ଷୀଙ୍କୁ କିମ୍ବା କୌଣସି ପକ୍ଷଙ୍କୁ , ଯେ କୌଣସି ସମୟରେ , ଯେକୌଣସି ପ୍ରକାର ପ୍ରଶ୍ନ ପଚାରି ପାରନ୍ତି ଏବଂ କୌଣସି ବସ୍ତୁ ଉପସ୍ଥାପନ କରିବା ନିମନ୍ତେ ଆଦେଶ ଦେଇପାରନ୍ତି , ଏବଂ ପକ୍ଷମାନେ କିମ୍ବା ସେମାନଙ୍କର ପ୍ରତିନିଧିମାନଙ୍କର ଏପରି ପ୍ରଶ୍ନ କିମ୍ବା ଆଦେଶ ଉପରେ କୌଣସି ଆପତ୍ତି ଉଠାଇବାର ଅଧିକାର ନାହିଁ , ଏପରି ପ୍ରଶ୍ନର ଉତ୍ତରରେ ପ୍ରଦାନ କରାଯାଇଥିବା ଉତ୍ତର ଉପରେ , ନ୍ୟାୟାଳୟଙ୍କ ବିନାନୁମତିରେ , କୌଣସି ସାକ୍ଷୀଙ୍କୁ ଜେରା କରି ପାରିବେ ନାହିଁ ।
ଉଲ୍ଲେଖଥାଉ ଯେ, ଏପରି ରାଏ ସେହି ସମସ୍ତ ବିଷୟ ଉପରେ ପର୍ଯ୍ୟବେସିତ ହୋଇଥିବ ଯାହାକି ଆଇନ ଦ୍ଵାରା ଉପାଦେୟ ବୋଲି ଘୋଷିତ ହୋଇଥିବ ଏବଂ ଠିକ୍ ଭାବେ ପ୍ରମାଣିତ ହୋଇଥିବ ।
ଆହୁରି ଉଲ୍ଲେଖଥାଉଯେ, ଯେ, କୌଣସି ସାକ୍ଷୀଙ୍କୁ ପ୍ରଶ୍ନର ଉତ୍ତର ଦେବା ନିମନ୍ତେ କିମ୍ବା କୌଣସି ଦଲିଲ୍ ଉପସ୍ଥାପନ କରିବା ନିମନ୍ତେ , ବାଧ୍ୟ କରିବାକୁ , ଏହି ଦଫା କୌଣସି ବିଚାରପତିଙ୍କୁ କ୍ଷମତାୟୀତ କରେନାହିଁ , ଯାହାକୁ ଏପରି ସାକ୍ଷୀ ଉତ୍ତର ଦେବା ନିମନ୍ତେ ପ୍ରତ୍ୟାଖ୍ୟାନ କରିବା କିମ୍ବା ଉପସ୍ଥାପନ ନ କରିବା ନିମନ୍ତେ ଦଫା ୧୨୦ ରୁ ୧୩୧ ଅନୁଯାୟୀ ହକ୍ ଦାର ଅଟନ୍ତି ; ଯଦି ବିପରୀତ ପକ୍ଷଦ୍ଵାରା ପ୍ରଶ୍ନଗୁଡିକ ପଚରାଯାଇଥାଏ କିମ୍ବା ଦଲିଲ୍ ମଗାଯାଇଥାଏ , କିମ୍ବା ବିଚାରପତି ସେପରି କୌଣସି ପ୍ରଶ୍ନ ପଚରାଯାଇଥାଏ କିମ୍ବା ଦଲିଲ୍ ମଗାଯାଇଥାଏ , କିମ୍ବା ବିଚାରପତି ସେପରି କୌଣସି ପ୍ରଶ୍ନ ପଚାରିବେ ନାହିଁ , ଯାହାକି ଦଫା ୧୪୮ କିମ୍ବା ୧୪୯ ଅନୁଯାୟୀ ଅନ୍ୟ କୌଣସି ବ୍ୟକ୍ତିର ପଚାରିବା ଅନୁପଯୁକ୍ତ ହୋଇଥାଆନ୍ତା , କିମ୍ବା ଏତତ୍ ପୂର୍ବରୁ ବ୍ୟତିକ୍ରମିତ ମୋକଦ୍ଦମା ଗୁଡିକ ବ୍ୟତୀତ , କୌଣସି ଦଲିଲ୍ ର ପ୍ରାଥମିକ ସାକ୍ଷ୍ୟକୁ ପରିହାର କରିପାରିବେ ।
ପ୍ରଶ୍ନ ପଚାରିବାରେ, ନିର୍ଣ୍ଣାୟକ ମଣ୍ଡଳୀ କିମ୍ବା ବିଚାର ସହାୟକଙ୍କର କ୍ଷମତା –
ଯେଉଁ ସମସ୍ତ ମୋକଦ୍ଦମା ନିର୍ଣ୍ଣାୟକ ମଣ୍ଡଳୀ କିମ୍ବା ବିଚାର ସହାୟକଙ୍କ ଦ୍ଵାରା ବିଚାର କରାଯାଏ, ସେପରି ସ୍ଥଳେ , ବିଚାରପତିଙ୍କର ଅନୁମତି ଗ୍ରହଣ କରି , ଯାହା କି ବିଚାରପତି ନିଜେ ପଚାରି ପାରିଥାଆନ୍ତେ , ଏବଂ ଯାହାକୁ ସେ ଉପଯୁକ୍ତ ମନେ କରନ୍ତି , ଉକ୍ତ ପ୍ରଶ୍ନଗୁଡିକୁ ନିର୍ଣ୍ଣାୟକ ମଣ୍ଡଳୀ କିମ୍ବା ବିଚାର ସହାୟକ କରିପାରନ୍ତି ।
ଅନୁପଯୁକ୍ତ ଗ୍ରହଣ କିମ୍ବା ସାକ୍ଷ୍ୟର ପ୍ରତ୍ୟାଖ୍ୟାନ ନିମନ୍ତେ କୌଣସି ନୂତନ ବିଚାର ହୋଇପାରିବ ନାହିଁ - ଅନୁପଯୁକ୍ତ ଗ୍ରହଣ କିମ୍ବା ସାକ୍ଷ୍ୟର ପ୍ରତ୍ୟାଖ୍ୟାନ , କୌଣସି ମୋକଦ୍ଦମାର ନୂତନ ବିଚାର କିମ୍ବା ସିଦ୍ଧାନ୍ତର ପରିବର୍ତ୍ତନର କାରଣ ହୋଇପାରିବ ନାହିଁ , ଯଦି ଏହା ସେହି ନ୍ୟାୟାଳୟଙ୍କୁ ପ୍ରତୀତ ହୁଏ , ଯାହାଙ୍କ ସମ୍ମୁଖରେ ଏପରି ଆପତ୍ତି ଉଦ୍ରେକ କରାଯାଏ ଯେ, ସ୍ଵାଧୀନଭାବେ ଗ୍ରହଣ କରାଯାଇଥିବା ଏବଂ ଆପତ୍ତି କରାଯାଇଥିବା ସାକ୍ଷ୍ୟ ସମ୍ବନ୍ଧରେ ସିଦ୍ଧାନ୍ତକୁ ନ୍ୟାୟୋଦିତ କରିବା ନିମନ୍ତେ ଯଥେଷ୍ଟ ସାକ୍ଷ୍ୟ ଅଛି , କିମ୍ବା ଯଦି ପ୍ରତ୍ୟାକ୍ଷିତ ସାକ୍ଷ୍ୟ ଗ୍ରହଣ କରାଯାଇ ଥାଆନ୍ତା , ତାହା ସିଦ୍ଧାନ୍ତକୁ ପରିବର୍ତ୍ତନ କରି ନ ଥାଆନ୍ତା ।
ଆଧାର – ଦ ଲ ହାଉସ
Last Modified : 8/22/2019