অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଭାରତୀୟ ସାକ୍ଷ୍ୟବିଧି ଆଇନ୍ ୧୮୭୨(ସାକ୍ଷ୍ୟର ଉପସ୍ଥାପନ ଏବଂ ପ୍ରଭାବ (ବିଭାଗ -୨))

କେତେକ  ନିର୍ଦ୍ଧିଷ୍ଟ ବିଷୟର ସ୍ଥିତିକୁ ନ୍ୟାୟାଳୟ ଅନୁମାନ   କରିପାରିବେ

ନିର୍ଦ୍ଧିଷ୍ଟ   ମୋକଦ୍ଦମାର  ବିଷୟ  ସହିତ  ସମ୍ପର୍କିତ  ସର୍ବସାଧାରଣ  ଏବଂ  ଘରୋଇ  କାରବାର , ପ୍ରାକୃତିକ  ସାଧାରଣ  ଘଟଣାବଳୀକୁ  ବିଚାରକୁ  ନେଇ, ନ୍ୟାୟାଳୟ   କୌଣସି  ବିଷୟର  ସ୍ଥିତି ସଂବନ୍ଧରେ  ଅନୁମାନ  କରିପାରନ୍ତି , ଯାହାକି   ସେ  ଘଟିଥିବବୋଲି ଚିନ୍ତା   କରନ୍ତି   ।

ଉଦାହରଣ

ନ୍ୟାୟାଳୟ  ଅନୁମାନ  କରିପାରନ୍ତି –

  • ଯେ,  ଚୋରିର   ଠିକ୍ ପରେ  ପରେ , କୌଣସି   ବ୍ୟକ୍ତି   ଜେକି  ଚୋରା  ଦ୍ରବ୍ୟର  ଦଖଲରେ  ଅଛନ୍ତି , ସେ  ଚୋରା   ହୋଇପାରନ୍ତି  କିମ୍ବା  ସେଗୁଡିକ  ଚୋରା  ଦ୍ରବ୍ୟ  ବୋଲି  ଗ୍ରହଣ  କରିଅଛନ୍ତି , ଯଦି  ସେ  ତାଙ୍କର  ଏପରି  ଦାଖଲ  ସଂବନ୍ଧରେ  ଉପଯୁକ୍ତ  ସ୍ପଷ୍ଟିକରଣ  ପ୍ରଦାନ  ନ କରନ୍ତି ;
  • ଯେ, କୌଣସି  ସହ – ଅପରାଧି  ବିଶ୍ଵାସର  ପାତ୍ର  ହୋଇନପାରେ , ଯଦି  ସେ  ଉପାଦେୟ  ବିଷୟ  ଦ୍ଵାରା   ସମର୍ଥିତ  ନହୁଏ  ।
  • ଯେ,  କୌଣସି  ପ୍ରତିବଦଳ  ବିଲ୍, ଗୃହୀତ   କିମ୍ବା  ପ୍ରତି  ସ୍ଵାକ୍ଷରିତ , ତାହା  ଉତ୍ତମ  ଜରସମନ  ଅନୁଯାୟୀ  ଗୃହୀତ   ହୋଇଥିଲା  କିମ୍ବା   ପ୍ରତି  - ହସ୍ତାକ୍ଷର   କରାଯାଇଥିଲା  ।
  • ଯେ, କୌଣସି  ବସ୍ତୁ  କିମ୍ବା  ବସ୍ତୁର  ଅବସ୍ଥା  ଯାହାକି   କୌଣସି  ଅବଧି  ନିମନ୍ତେ   ସ୍ଥିତ  ଥିଲା  ଯାହାକି  ଏପରି  ସ୍ଥିତାବସ୍ଥା  ସମୟଠାରୁ   କମ୍ , ତାହା  ଏ  ପର୍ଯ୍ୟନ୍ତ  ବିଦ୍ୟମାନ ;
  • ଯେ, ବୈଚାରିକ  ଏବଂ  କାର୍ଯ୍ୟାଳୟ  କାର୍ଯ୍ୟଗୁଡିକ   ନିୟମିତ   ଭାବେ  ସଂପାଦିତ   ହେଉଛି ;
  • ଯେ, ବ୍ୟବସାୟ  କିକିମମ୍ବା  କାରବାରର  ସାଧାରଣ  ଗତି, କେତେକ  ନିର୍ଦ୍ଧିଷ୍ଟ  କ୍ଷେତ୍ରରେ  ଅନୁସୃତି  ହେଉଛି
  • ଯେ,  ସେହି  ସାକ୍ଷ୍ୟ , ଯାହାକି   ଉପସ୍ଥାପନ  କରାଯାଇପାରିଥାଆନ୍ତା, ମାତ୍ର  ଉପସ୍ଥାପନ  କରାଗଲା  ନାହିଁ , ତାହା  ଯଦି   କରାଯାଏ ସେହି  ବ୍ୟକ୍ତି  ପ୍ରତି  ଅନୁକୂଳ  ହେବନାହିଁ  ଯେକି  ଏହା   ଅଟକାଇ  ରଖିଛନ୍ତି  ;
  • ଯେ, ଯଦି   କୌଣସି  ପୁରୁଷ  ପ୍ରଶ୍ନର   ଉତ୍ତର  ପ୍ରଦାନ   କରିବାକୁ   ପ୍ରତ୍ୟାଖ୍ୟାନ  କରନ୍ତି , ଯାହାକି  ସେ  ଉତ୍ତର  ଦେବା  ନିମନ୍ତେ  ବାଧ୍ୟ  କରାଯାଇ  ପାରିବ  ନାହିଁ, ସେପରି  ସ୍ଥଳେ  ଉତ୍ତର  ଯଦି   ପ୍ରଦାନ  କରାଯାଏ , ତାହା  ତାଙ୍କ  ପ୍ରତି  ପ୍ରତିକୂଳ   ହେବ ;
  • ଯେ , ଯେତେବେଳେ  ଦାୟିତ୍ଵ  ସୃଷ୍ଟି  କରୁଥିବା  କୌଣସି  ଦଲିଲ୍ର ଅନୁଗ୍ରହକାରୀଙ୍କ  ହସ୍ତରେ  ଥାଏ, ସେପରି  ସ୍ଥଳେ   ଏପରି  ଦାୟିତ୍ଵ  ସଂପାଦିତ   ହୋଇଥାଏ  ।

ମାତ୍ର , ନ୍ୟାୟାଳୟ   ତାଙ୍କ ସମ୍ମୁଖରେ  ଥିବା  ନିର୍ଦ୍ଧିଷ୍ଟ  ମୋକଦ୍ଦମା  ପ୍ରତି  ଏହି  ନୀତି  ପ୍ରୟୋଗନୀୟ  କି  ନୁହେଁ  ତାହା  ବିଚାର   କରିବା  ନିମନ୍ତେ  ନିମ୍ନଲିଖିତ   ବିଷୟକୁ   ବିଚାରକୁ   ନେବେ   ।

ଉଦାହରଣ (କ) ସଂବନ୍ଧରେ  - କୌଣସି  ଦୋକାନୀ , ଚୋରିର  ଠିକ୍  ପରେ  ପରେ , କୌଣସି  ଚିହ୍ନିତ  ମୁଦ୍ରାକୁ  ତାଙ୍କ  ନିକଟରେ  ରଖିଥାଆନ୍ତି, ଯାହା  ସଂବନ୍ଧରେ  ନିର୍ଦ୍ଧିଷ୍ଟ   ଭାବେ  ଏପରି  ଦାଖଲ  ନିମନ୍ତେ   ସେ  କୌଣସି  ସ୍ପଷ୍ଟିକରଣ   ପ୍ରଦାନ କରିପାରନ୍ତି , ନାହିଁ ; ମାତ୍ର  ବ୍ୟବସାୟ   ସମୟରେ  ସେ  କ୍ରମାନୁଗତିକ  ଭାବେ  ଏପରି  ଭାବେ  ଟଙ୍କା  ଗ୍ରହଣ  କରିଥାଆନ୍ତି  ;

ଉଦାହରଣ (ଖ) ସଂବନ୍ଧରେ – ‘କ’  ନାମକ   କୌଣସି  ବ୍ୟକ୍ତି, ଯେକି , ଉତ୍ତମ  ଚରିତ୍ରର  ଅଟନ୍ତି, କୌଣସି  ନିର୍ଦ୍ଧିଷ୍ଟ  ଜନ୍ତ୍ର   ବ୍ୟବହାର   କରିବାରେ   କୌଣସି   ଅବହେଳା  ଜନିତ   କାର୍ଯ୍ୟଯୋଗୁ  କୌଣସି  ବ୍ୟକ୍ତିର  ମୃତ୍ୟୁ  ଘଟାନ୍ତି , ‘ଖ’ ନାମକ  ଅନ୍ୟ ଜଣେ  ଉତ୍ତମ  ଚରିତ୍ରର  ବ୍ୟକ୍ତି  ଯେକି   ବ୍ୟବସ୍ଥାରେ  ଅଂଶ   ଗ୍ରହଣ  କରିଥିଲେ  ସେ , କଣ   କରାଯାଇଥିଲା  ତାହା  ସଠିକ୍  ଭାବେ  ବର୍ଣ୍ଣନା  କରନ୍ତି  ଏବଂ  ‘କ’ ର  ତଥା  ତାଙ୍କର  ସାଧାରଣ  ଅବହେଳାକୁ  ସ୍ଵୀକାର  କରନ୍ତି ;

ଉଦାହରଣ (ଗ) ସଂବନ୍ଧରେ – ‘କ’ କୌଣସି   ପ୍ରତିବଦଳ  ବିଲର  ଗ୍ରହଣକାରୀ  ଜଣେ  ବ୍ୟବସାୟୀ  ଥିଲେ   । ‘ଖ’ ଯେକି  ଗ୍ରହଣୀୟକାରୀ , ସେ  ଯୁବକ   ଏବଂ  ଅଜ୍ଞ  ବ୍ୟକ୍ତି  ଥିଲେ  ଏବଂ  ‘କ’ ଙ୍କର  ସମ୍ପୂର୍ଣ୍ଣ  ପ୍ରଭାବରେ   ଥିଲେ  ।

ଉଦାହରଣ (ଘ) ସଂବନ୍ଧରେ  - ଏହା  ପ୍ରମାଣିତ  ହୋଇଥିଲା ଯେ,  କୌଣସି  ନଦୀ  ପାଞ୍ଚବର୍ଷ  ପୂର୍ବେ କୌଣସି  ନିର୍ଦ୍ଧିଷ୍ଟ   ଦିଗରେ  ପ୍ରବାହିତ   ହେଉଥିଲା; ମାତ୍ର   ଏହା  ଜଣାଥିଲା  ଯେ , ସେହି  ସମୟରୁ  ଉକ୍ତ  ନଦୀରେ  କୌଣସି  ବନ୍ୟା  ହୋଇନଥିଲା, ଯାହାକି   ତାର  ଗତିପଥ  ବଦଳାଇ   ଥିବ   ।

ଉଦାହରଣ (ଙ) ସଂବନ୍ଧରେ – କୌଣସି  ବୈଚାରୀଙ୍କ  କାର୍ଯ୍ୟ , ଯାହାର  ନିୟମିତତା  ପ୍ରଶ୍ନଗତ  ଅଟେ , ତାହା  ବ୍ୟତିକ୍ରମିତ  ପରିସ୍ଥିତିରେ  ସଂପାଦିତ  ହୋଇଥିଲା ;

ଉଦାହରଣ (ଚ) ସଂବନ୍ଧରେ – ପ୍ରଶ୍ନ  ହେଉଛି  ଯେ, କୌଣସି  ପତ୍ର  ଗୃହୀତ  ହୋଇଥିଲା  କି  ନାହିଁ  । ଏହା  ଡାକଘରେ ପକାଯାଇଥିବାର  ଦର୍ଶାଯାଇଥିଲା , ମାତ୍ର  ଗଣ୍ଡଗୋଳ  ଦ୍ଵାରା  ଡାକ  ପ୍ରେରଣରେ  ବ୍ୟାଘାତ  ସୃଷ୍ଟି  ହୋଇଥିଲା ;

ଉଦାହରଣ (ଛ) ସଂବନ୍ଧରେ – କୌଣସି  ବ୍ୟକ୍ତି , କୌଣସି  ଦଲିଲ୍  ଉପସ୍ଥାପନ  କରିବା ନିମନ୍ତେ   ପ୍ରତ୍ୟାଖ୍ୟାନ   କରିଥିଲେ , ଯାହାକି  ସ୍ୱଳ୍ପ   ଗୁରୁତ୍ଵ   ବହନ  କରୁଥିବା  କୌଣସି  ଚୁକ୍ତି  ଉପରେ  ଉପାଦେୟତା  ବହନ  କରେ , ଯେଉଁଥି  ନିମନ୍ତେ  ତାଙ୍କ  ବିରୁଦ୍ଧରେ  ମୋକଦ୍ଦମା  କରାଯାଇଥିଲା , ମାତ୍ର  ଯାହାକି  ତାଙ୍କ  ପରିବାରର  କ୍ଷତି  ଘଟାଇ  ଥାଆନ୍ତା ;

ଉଦାହରଣ (ଜ) ସଂବନ୍ଧରେ – କୌଣସି  ବ୍ୟକ୍ତି  କୌଣସି  ପ୍ରଶ୍ନର  ଉତ୍ତର  ଦେବାକୁ  ପ୍ରତ୍ୟାଖ୍ୟାନ  କରନ୍ତି,  ଯାହା  ଉତ୍ତର  ଦେବା  ନିମନ୍ତେ   ସେ  ଆଇନଗତ   ବାଧ୍ୟ  ନୁହଁନ୍ତି , ମାତ୍ର  ଏହାର  ଉତ୍ତର  ସେହି  ସମସ୍ତ  ବିଷୟରେ   ତାଙ୍କର  କ୍ଷତି  ଘଟାଇପାରେ , ଯାହାକି  ପଚରା  ଯାଇଥିବା  ବିଷୟ  ସହିତ  ସଂପୃକ୍ତ   ନୁହେଁ ;

ଉଦାହରଣ (ଝ) ସଂବନ୍ଧରେ – ଅନୁଗ୍ରହକାରୀଙ୍କ   ଦଖଲରେ  କୌଣସି  ମୁଚାଲିକା  ଥାଏ, ମାତ୍ର  ମୋକଦ୍ଦମାର  ପରିସ୍ଥିତି   ଏପରି  ହୋଇଥାଏ  ଯେ, ସେ  ଏହା  ଚୋରି   କରିପାରିଥାଏ  ।

ଟିପ୍ପଣୀ

  1. ଦୋକାନୀର  ସାକ୍ଷ୍ୟରେ  ଅବିଶ୍ଵାସନୀୟତା : - ଅପରାଧି  ଦ୍ଵାରା, ମୃତକର   ହୋଇଥିବା  ଚୋରା  ଅଳଙ୍କାରର  ଦଖଲ – ଅନୁମାନ – ଅପରାଧିର  ନିର୍ଦ୍ଦେଶରେ  ଠାବ  କରାଯାଇଥିବା  ଅଳଙ୍କାର ଗୁଡିକ  ବ୍ୟକ୍ତିଗତ  ଥିଲା,ଯାହାକି  ମୃତକର  ଥିଲା  ଏବଂ  ମୃତକ  ଦ୍ଵାରା   ପରିହିତ   ହେଉଥିଲା – ମୃତକର  ପୁତ୍ରର  ସାକ୍ଷ୍ୟ  ଏହି  ବିଷୟକୁ  ସମର୍ଥନ  କରୁଥିଲା  ଗୋଟିଏ  କାନ  ରିଙ୍ଗ୍, ଜଣେ  ମୋକଦ୍ଦମାକାରୀ   ସାକ୍ଷୀଙ୍କୁ   ଅପରାଧି  ଦ୍ଵାରା  ବିକ୍ରୀ  କରାଯାଇଥିଲା , ଯେକି ଏକ  ଅଳଙ୍କାର   ଦୋକାନ   ଚଳାଉଥିଲେ – ଦୋକାନୀର   ସାକ୍ଷ୍ୟ  ପ୍ରମାଣିତ  କରେ  ଯେ, ଏପରି  ବିକ୍ରୀ , ହତ୍ୟାର  ପରଦିନ  ଘଟିଥିଲା – ଦୋକାନୀ  ମଧ୍ୟ  ସାକ୍ଷ୍ୟ  ପ୍ରଦାନ   କରିଥିଲା ଯେ, ଅପରାଧି , ଦୁଇ  ପଞ୍ଚ  ଏବଂ  ପୋଲିସ୍  ସହିତ, ପାଞ୍ଚ  ଛଅ ଦିନପରେ  ତାଙ୍କ   ଦୋକାନକୁ  ଆସିଥିଲେ  ଏବଂ  କାନ – ରିଙ୍ଗ୍  ଫେରସ୍ତ  ଦେବା  ନିମନ୍ତେ  କହିଥିଲେ , ଯାହାକି   ତାଙ୍କୁ  ବିକ୍ରୀ  କରାଯାଇଥିଲା – ଦୋକାନୀ  ଦ୍ଵାରା  ତାହା  ଫେରସ୍ତ  ପରେ,  ପୋଲିସ୍  ଦ୍ଵାରା  କାନ – ରିଙ୍ଗ୍ ଜବତ୍  କରାଯାଇଥିଲା – ମୃତକର ହୋଇଥିବା  ସୁନା – କାନ – ରିଙ୍ଗ୍ ର  ଠିକ୍  ଘଟଣା  ପରେ  ପରେ  ଅପରାଧି  ଦ୍ଵାରା  ଦଖଲ  ଏବଂ  ଠିକ୍  ତା  ପରେ  ତାର  ବିକ୍ରୀ, ଏହିପରି   ଭାବେ  ପ୍ରମାଣିତ   ହୋଇଥିଲା – ଏହି  ବିଷୟ  ଯେ, ଦୋକାନୀ  କୌଣସି   ରସିଦ୍ ପ୍ରଦାନ  କରି  ନଥିଲା  କିମ୍ବା  ସୁନା   ଅଳଙ୍କାର   ବିକ୍ରୀ   କରିବା  କ୍ରୟ   କରିବା  ନିମନ୍ତେ   ତାର   କୌଣସି   ଅନୁମନ୍ତେ   ପତ୍ର  ନଥିଲା , ତାହା   ଦୋକାନୀର  ସାକ୍ଷ୍ୟକୁ  ଅବିଶ୍ଵାସନୀୟ  କରେନାହିଁ – ଲିମ୍ବାଜୀ  ଏବଂ  ଅନ୍ୟମାନେ   ବନାମ୍ ମହାରାଷ୍ଟ୍ର  ରାଜ୍ୟ   ସରକାର – ଏଆଇଆର୍ ୨୦୦୨ – ସୁପ୍ରିମକୋର୍ଟ – ୪୯୧   ।
  2. ଆବିଷ୍କାରର  ସାକ୍ଷ୍ୟ : ତୃତୀୟ  ପକ୍ଷର   ଜମିରେ   ମାଟି   ଭିତରେ  ଲୁକାୟିତ  କରାଯାଇଥିବା   ବିବରଣୀ  ଦ୍ରବ୍ୟର  ଦଖଲ – ଆବିଷ୍କାର   ସାକ୍ଷ୍ୟ  ସଂବନ୍ଧରେ  ଅନୁମାନ – ଅପରାଧିର   ସ୍ଵୀକାରୋକ୍ତି  ବିବରଣୀ ଯେ, ସେମାନେ   ନିର୍ଦ୍ଧିଷ୍ଟ  ସ୍ଥାନଗୁଡିକରେ  ଉକ୍ତ   ଦ୍ରବ୍ୟ  ଲୁକାୟିତ  ରଖିଥିଲେ – ଅପରାଧି  ମଧ୍ୟ  ଅନୁସନ୍ଧାନକାରୀ   ଉଚ୍ଚ କର୍ମଚାରୀ  ଏବଂ ପଞ୍ଚମାନଙ୍କୁ  ସେହି  ସ୍ଥାନକୁ  ନେଇଥିଲା  ଯେଉଁଠାରେ  ଚୋରା   ସମ୍ପତ୍ତି  ଲୁକାୟିତ  ରଖାଯାଇଥିଲା – ଲୁକାୟିତକରଣ  ସଂବନ୍ଧରେ  ବିବରଣୀ   ଗ୍ରହଣୀୟ  ଅଟେ – ମାଟିତଳେ  ଲୁକାୟିତ  ଦ୍ରବ୍ୟଗୁଡିକର   ସଂପୂର୍ଣ୍ଣ  ଦଖଲରେ   ପରାଧୀ   ଥିଲାବୋଲି  ଧରାଯିବ , ଯଦିଓ  ସେହି   ସ୍ଥାନଗୁଡିକ , ଯେଉଁଠାରେ  ସେଗୁଡିକ  ଲୁକାୟିତ   ରଖାଯାଇଥିଲା , ତାହା   ସର୍ବସାଧାରଣଙ୍କ  ପ୍ରତି  ପ୍ରବେଶନୀୟ   ହୋଇଥାଏପାରେ – ଲିମ୍ବାଜୀ  ଏବଂ  ଅନ୍ୟମାନେ  ବନାମ୍  ମହାରାଷ୍ଟ୍ର   ରାଜ୍ୟ  ସରକାର- ଏଆଇଆର ୨୦୦୨ ସୁପ୍ରିମକୋର୍ଟ – ୪୯୧  ।
  3. ଅପରାଧି  ଦ୍ଵାରା  ଅପରାଧର   ସଂଗଠନ  ସଂବନ୍ଧରେ ଅନୁମାନ : ଅପରାଧିଠାରୁ  ଚୋରାଦ୍ରବ୍ୟର  ଦଖଲ   ପ୍ରମାଣ – ସମୟ   ବିଷୟର  ପରୀକ୍ଷା  କିମ୍ବା  ଅଧୁନା ଦଖଲର   ପରୀକ୍ଷା , ପରିପୂରଣ  କରାଯାଇଛି  କି  ନାହିଁ  ଅପରାଧ  ସଂଗଠନ  ପରେ  ପରେ  ଅପରାଧି  ଦୋଷାବହ  ଦ୍ରବ୍ୟ – (ଅଳଙ୍କାରର) ଦଖଲକୁ   ଆସିଥିଲା – ଅପରାଧି ନମ୍ବର ୫ , ତହିଁ  ଆରଦିନ , ମୋକଦ୍ଦମାକାରୀ  ସାକ୍ଷୀ – ଦୋକାନୀକୁ   ଗୋଟିଏ  ଦ୍ରବ୍ୟ  ବିକ୍ରୀ  କରିଥିଲା – ଅତି  ଅଳ୍ପ ସମୟ  ମଧ୍ୟରେ  ଅନ୍ୟାନ୍ୟ   ଦ୍ରବ୍ୟ  ଗୁଡିକ   ଅପରାଧିଦ୍ଵାରା  ଦର୍ଶାଯାଇଥିବା  ସ୍ଥାନରେ  ଲୁକାୟିତ  ଥିବାର   ଦେଖାଯାଇଥିଲା – ସମସ୍ତ   ଦ୍ରବ୍ୟ  ତିନିସପ୍ତାହ  ମଧ୍ୟରେ   ଉଦ୍ଧାର  କରାଯାଇଥିଲା – ଘଟଣା  ଘଟିବ  ପରଦିନ , ଅପରାଧି  ନମ୍ବର – ୧ ଏବଂ  ୨କୁ  ଗୀରଫ  କରାଯାଇଥିଲା – ସେମାନଙ୍କ   ଗୀରଫ   ପୂର୍ବରୁ , ସେମାନଙ୍କ   ଦଖଲକୁ   ଅଳଙ୍କାର  ଗୁଡିକ  ଆସିଥିଲା – ତୃତୀୟ  ଅପରାଧିକୁ  ଘଟଣାର  ଦଶଦିନପରେ  ପୂର୍ବରୁ , ସେମାନଙ୍କ  ଦଖଲକୁ  ଅଳଙ୍କାର  ଗୁଡିକ  ଆସିଥିଲା – ତୃତୀୟ  ଅପରାଧୀକୁ  ଘଟଣାର   ଦଶଦିନପରେ   ଗୀରଫ  କରାଯାଇଥିଲା ଏବଂ   ସେହି  ସମୟ   ମଧ୍ୟରେ  ଚୋରା   ଦ୍ରବ୍ୟଗୁଡିକ  ଲୁକାୟିତ  ଥିବାର  ଦେଖାଯାଇଥିଲା – ଗୀରଫ  ପରେ ପରେ , ଅପରାଧି  ନମ୍ବର - ୩ ଚୋରାଯାଇଥିବା  ସୁନା  କାନ ରିଙ୍ଗ୍  ସମ୍ବନ୍ଧରେ  ତଥ୍ୟ  ପ୍ରଦାନ  କରିଥିଲା – ଅପରାଧି   ଦ୍ଵାରା  ଉଲ୍ଲେଖ   କରାଯାଇଥିବା  ସ୍ଥାନଗୁଡିକରୁ  ଯଥାଯଥ  ସମୟ  ମଧ୍ୟରେ , ଦୋଷାବହ  ଦ୍ରବ୍ୟଗୁଡିକୁ  ଉଦ୍ଧାର  କରାଯାଇଥିଲା  - ଅପରାଧି ଦ୍ଵାରା  ଅପରାଧର  ସଂଗଠନ  ସମ୍ବନ୍ଧରେ   ଅନୁମାନ , ଦଫା  ୧୧୪ର   ଉଦାହରଣ  (କ) ପରିକଳ୍ପିତ  ଅନୁଯାୟୀ   ଆହରଣ  କରାଯାଇପାରେ – ଲିମ୍ବାଜୀ ଏବଂ ଅନ୍ୟମାନେ  ବନାମ୍  ମହାରାଷ୍ଟ୍ର  ରାଜ୍ୟ  ସରକାର ଏଆଇଆର୍ ୨୦୦୨  ସୁପ୍ରିମକୋର୍ଟ – ୪୯୧  ।
  4. ଯେତେବେଳେ  ଚୋର  ଦ୍ରବ୍ୟର  ଗ୍ରହଣକାରୀ  ହୋଇ  ନଥାନ୍ତି  ମାତ୍ର ସେମାନେ ନିଜେ  ଚୋର  ହୋଇଥାଆନ୍ତି : - ଦଣ୍ଡବିଧି   ଆଇନ୍ (୪୫/୧୮୬୦), ଦଫା  ୪୧୧, ୩୮୦- ଅପରାଧି   ଚୋରୀ  କରିଥିଲା  କି  ନାହିଁ  କିମ୍ବା  ପରେ  ସେଗୁଡିକୁ  ଚୋରା   ସମ୍ପତ୍ତି   ବୋଲି   ଜାଣି   ଗ୍ରହଣ  କରିଥିଲା – ବିଷୟ  ସମ୍ବନ୍ଧରେ  ଅନୁମାନ  କରାଯାଏ  ଯେ, ମୃତକର   ହତ୍ୟା  ପରେ   ଅଳ୍ପ  ସମୟ  ମଧ୍ୟରେ , ମୃତକର  ଶରୀରରୁ  ଅପସାରଣ  କରାଯାଇଥିବା  ଅଳଙ୍କାର  ଗୁଡିକର   ଦଖଲକୁ  ଅପରାଧି  ଆସିଥିଲା ଏବଂ  ପ୍ରଥମ  ଅପରାଧି  ସେହିଦିନ  ଚୋରା  ଦ୍ରବ୍ୟ  ମଧ୍ୟରୁ  ଗୋଟିଏ  ଦ୍ରବ୍ୟ  ବିକ୍ରୀ  ନିମନ୍ତେ  ଅର୍ପଣ  କରିଥିଲା  ଏବଂ  ଅନ୍ୟାନ୍ୟ   ଦ୍ରବ୍ୟଦୁଡିକ  ଅପରାଧିର  ଜ୍ଞାତସାରରେ  ଲୁକାୟିତ  ରଖାଯାଇଥିବା  ଦେଖାଯାଇଥିଲା – ଚୋରା  ଦ୍ରବ୍ୟର  ଦଖଲ   କିମ୍ବା  ଚୋରା  ସମ୍ପତ୍ତିର  ଲୁକାୟିତୀକରଣ  ସଂବନ୍ଧରେ  ସେମାନଙ୍କ  ଜ୍ଞାନ  ସଂବନ୍ଧରେ  ବର୍ଣ୍ଣନା  କରିବାରେ  ଅପରାଧିମାନେ   ଅକୃତକାର୍ଯ୍ୟ  ହୋଇଥିଲେ – ଏହି  ସମସ୍ତ  ବିଷୟ  ଦର୍ଶାଏ  ଯେ, ଅପରାଧିମାନେ  ଅନ୍ୟ  ଉତ୍ସରୁ  ଚୋରା  ଦ୍ରବ୍ୟଗୁଡିକର  କେବଳ  ଗ୍ରହଣକାରୀ   ନୁହନ୍ତି , ମାତ୍ର  ସେମାନେ  ନିଜେ  ଚୋର  ଅଟନ୍ତି  - ଭାରତୀୟ  ଦଣ୍ଡବିଧି   ଆଇନ୍ ର  ଦଫା  ୪୧୧ ଅନୁଯାୟୀ  ଚୋରା  ସମ୍ପତ୍ତି   ଗ୍ରହଣ   ବ୍ୟତୀତ , ଉକ୍ତ  ଆଇନ୍ ର   ଦଫା  ୩୮୦ ଅନୁଯାୟୀ  ଅପରାଧିମାନଙ୍କୁ   ଚୋରୀରେ  ଦୋଷୀ  ସାବ୍ୟସ୍ତ  କରାଯାଇପାରେ – ଲିମ୍ବାଜୀ  ଏବଂ  ଅନ୍ୟମାନେ  ବନାମ୍  ମହାରାଷ୍ଟ୍ର  ରାଜ୍ୟ  ସରକାର – ଏଆଇଆର୍ ୨୦୦୨ ସୁପ୍ରିମକୋର୍ଟ – ୪୯୧  ।
  5. କେତେବେଳେ  ଅପରାଧି ଦୋଷୀ  ସାବ୍ୟସ୍ତ  ହେବା  ନିମନ୍ତେ ଦାୟୀ  ଅଟେ : - ଦଣ୍ଡବିଧି  ଆଇନ୍ (୪୫/୧୮୬୦) – ଦଫା ୩୯୦,୩୦୦ – ଲୁଣ୍ଠନ  ଏବଂ  ହତ୍ୟା – ଅନୁମାନ  ଯେ  ଅପିଲକର୍ତ୍ତାମାନେ  ସାଧାରଣ  ଉଦ୍ଦେଶ୍ୟରେ  ଅଂଶ   ଗ୍ରହଣ  କରି , ଲୁଣ୍ଠନ ଏବଂ  ହତ୍ୟା  ସଂଗଠନ  କରିଛନ୍ତି  କି  ନାହିଁ – କେତେବେଳେ  ଆହରଣ  କରାଯାଇପାରିବ – କାନ – ରିଙ୍ଗ୍  ଅପସାରଣ  କରିବା  ପଦ୍ଧତିରେ  ମୃତକ  ପ୍ରତି  କ୍ଷତ  ଘଟାଇବା – ତାହା  ଚୋରୀ  ସଂଗଠନ   ସହିତ   ଅଙ୍ଗାଙ୍ଗୀ  ଭାବେ  ଜଡିତ  ଅଟେ , ଯାହାକି  ଲୁଣ୍ଠନର  ଏକ  ଉପାଦାନ  ଅଟେ – ଏହି  ବିଷୟ  ଯେ , ଲୁଣ୍ଠିତ  ସମ୍ପତ୍ତି , ତିନିଜଣ  ଅପରାଧିଙ୍କ  ମଧ୍ୟରେ  ବଣ୍ଟିତ  କରାଯାଇଥିଲା  ଏବଂ  ସେମାନେ  ଲୁଣ୍ଠିତ  ଦ୍ରବ୍ୟଗୁଡିକ  ଲୁକାୟିତ  ରଖିଥିଲେ – ଏହା  ସ୍ପଷ୍ଟଭାବେ   ଦର୍ଶାଏ  ଯେ, ଲୁଣ୍ଠନ  ସଂଗଠନ  କରିବା  ନିମନ୍ତେ  ତିନିଜଣ  ଅପରାଧି  ସାଧାରଣ  ଉଦ୍ଦେଶ୍ୟରେ  ଅଂଶ  ଗ୍ରହଣ  କରିଥିଲେ – ଅପରାଧି  କୌଣସି  ଅସ୍ତ୍ର  ବହନ  କରି  ନଥିଲା – ଡାକ୍ତରୀ  ସାକ୍ଷ୍ୟ  ଯେ, ଭାରି  ପଥରରେ  ଗୁରୁତର  କ୍ଷତ  ଘଟାଯାଇଥିଲା -  ଏହା  ସମ୍ଭବ  ଯେ, ଏପରି  ପଥର  ଉତ୍ପିଡ଼ିତାକୁ   ନୀରବ ଏବଂ  ଅଚଳ  କରିଦେଇ  ଥାଇପାରେ – ଅନ୍ୟ  ଏକ  ସମ୍ଭାବନା  ଯେ, ଜଣେ  ଅପରାଧି  ହଠାତ୍  ଏହି   ଧାରଣା  ପାଇଥିବା  ଯେ, ମୃତକକୁ  ହତ୍ୟା  କରିବ  ଏବଂ  ତାହା  କାର୍ଯ୍ୟକାରୀ   କରିବା  ନିମନ୍ତେ  ପଥର  ଉଠାଇ , ମୃତକକୁ   ଆଘାତ  କରିବା  ବିଷୟକୁ  ଖଣ୍ଡନ  କରାଯାଇ  ନପାରେ – ଦୁଇଟି  ସମ୍ଭାବନା  ଦୃଷ୍ଟିରୁ , ଘଟଣାର  ପ୍ରକୃତ  ବିବରଣୀ  ଜଣାଯାଇ  ପାରିବ  ନାହିଁ – ଦଫା  ୧୧୪ ଅନୁଯାୟୀ  ଅନୁମାନକୁ , ଅପରାଧିକୁ  ଦଫା  ୩୦୨ ସହିତ  ଭାରତୀୟ  ଦଣ୍ଡବିଧି  ଆଇନ୍ ର  ଦଫା  ୩୪ ସାହାଯ୍ୟରେ , ହତ୍ୟା  ଅପରାଧରେ  ଦୋଷୀ   ସାବ୍ୟସ୍ତ   କରିବା  ନିମନ୍ତେ   ପରିବର୍ଦ୍ଧନ  କରାଯାଇପାରିବ  ନାହିଁ  - ଦଫା  ୩୪ ସହିତ   ଦଫା  ୩୯୪  ଅନୁଯାୟୀ  ଦୋଷୀ  ସାବ୍ୟସ୍ତ   ହେବା  ନିମନ୍ତେ , ଅପରାଧି   ଦାୟୀ   ଅଟେ – ଲିମ୍ବାଜୀ  ଏବଂ  ଅନ୍ୟମାନେ  ବନାମ୍ ମହାରାଷ୍ଟ୍ର  ରାଜ୍ୟ  ସରକାର – ଏଆଇଆର୍ ୨୦୦୨ ସୁପ୍ରିମକୋର୍ଟ – ୪୯୧   ।
  6. ରାଜସ୍ୱ  - ନଥିରେ   ଅନ୍ତର୍ଭୂକ୍ତିକରଣ : - ଅନୁମାନ  ଖଣ୍ଡନୀୟ – ପଦ୍ଧତି – ରାଜସ୍ୱ  ନଥିରେ  ଅନ୍ତର୍ଭୂକ୍ତିକରଣ – ଉପାଦେୟ  ସାକ୍ଷ୍ୟ  ଦ୍ଵାରା   ସଠିକତାର   ଅନୁମାନକୁ  ଖଣ୍ଡନ   କରାଯିବା  ଉଚିତ୍ – କେବଳମାତ୍ର   ଜବାବରେ  ପ୍ରଦାନ  କରାଯାଇଥିବା  ବିବରଣୀ   ଦ୍ଵାରା , ଅନ୍ତର୍ଭୂକ୍ତିକରଣ  ଖଣ୍ଡନ  ହୁଏନାହିଁ – କାରେୱା ଏବଂ  ଅନ୍ୟମାନେ  ବନାମ୍  ହୁସେନ ସାବ୍ ଖାନ୍  ସାହେବ  ୱାଯାନ୍ତ୍ରୀ  ଏବଂ   ଅନ୍ୟମାନେ – ଏଆଇଆର୍ ୨୦୨ ସୁପ୍ରିମକୋର୍ଟ – ୫୦୪ ।
  7. ଅନ୍ତର୍ଭୂକ୍ତିକରଣ  ଗୁଡିକର  ସତ୍ୟତାକୁ  ନ୍ୟାୟାଳୟ  ଅବିଶ୍ଵାସ  କରନ୍ତି  : - ଜମିର  ଦଖଲ  ନିମନ୍ତେ  ମୋକଦ୍ଦମା – ଖତିୟାନ – ସାକ୍ଷ୍ୟଜନିତ  ମୂଲ୍ୟ – ସେଗୁଡିକ  ଅଧିକାର  କିମ୍ବା  ସତ୍ତ୍ଵ  ସୃଷ୍ଟି  କରେ  ନାହିଁ  ନିର୍ବାପିତ  କରେ ନାହିଁ  - ସେଥିରେ  ଥିବା  ଅନ୍ତର୍ଭୂକ୍ତିକରଣ କେବଳ  ଏପରି  ଅନ୍ତର୍ଭୂକ୍ତିକରଣର   ସଠିକତା  ସଂବନ୍ଧରେ  ଅନୁମାନ  ଉଦ୍ରେକ   କରେ – ଏହା  କୌଣସି  ଅନିୟମିତତା  ସଂଗଠନ  କରେ  ନାହିଁ – କେଳୁ   ବେହେରା  ଏବଂ  ଅନ୍ୟମାନେ  ବନାମ୍  ଓଡିଶା  ରାଜ୍ୟ  ସରକାର  ଏବଂ  ଅନ୍ୟମାନେ – ୨୦୦୧  ଏଆଇଏଚସି  - ୨୮୦୬ ।
  8. ପ୍ରତିକୂଳ  ଉଲ୍ଲେଖ : - ନିଜ  ମୋକଦ୍ଦମା  ପ୍ରମାଣ  କରିବା କିମ୍ବା   ବିପରୀତ  ପକ୍ଷ  ବିରୁଦ୍ଧରେ  ଉଲ୍ଲେଖ   କରିବା  ନିମନ୍ତେ , ପକ୍ଷ  ସାକ୍ଷୀଗଡାରେ  ପ୍ରବେଶ   କରେନାହିଁ  । ସେପରିସ୍ଥଳେ  ପ୍ରତିକୂଳ  ଉଲ୍ଲେଖ   କରାଯିବ  କିମ୍ବା  ଆହରଣ  ଆହରଣ  କରାଯିବ – ଇଶ୍ଵର  ଭାଇସି , ପଟେଲ  ଓରଫ  ବାଛୁଭାଇ  ପଟେଲ  ବନାମ୍  ହରିହର  ବେହେରା  ଅନ୍ୟଜଣେ – ୧୯୯୯ (୨) ଓଏଲ୍ଆର୍  (ସୁପ୍ରିମକୋର୍ଟ) – ୪୨;୮୮ (୧୯୯୯) ସିଏଲ୍ ଟି – ୩୦୮ ସୁପ୍ରିମକୋର୍ଟ  ।

ଦଫା  ୧୧୪ ‘କ’  ନିମନ୍ତେ, ନୂତନ  ଦଫାର  ପରିବର୍ତ୍ତନ

ସାକ୍ଷ୍ୟବିଧି  ଆଇନ୍ ର  ଦଫା  ୧୧୪ ‘କ’ ନିମନ୍ତେ  ନିମ୍ନଲିଖିତ  ଦଫାକୁ   ପରିବର୍ତ୍ତନ  କରାଯିବ ଯଥା –

[୧୧୪ ‘କ’ – ଧର୍ଷଣ  ନିମନ୍ତେ  କେତେକ  ନିର୍ଦ୍ଧିଷ୍ଟ  ମୋକଦ୍ଦମାରେ,ସମ୍ମତିର  ଅନୁପସ୍ଥିତି  ସମ୍ବନ୍ଧରେ ଅନୁମାନ : ଭାରତୀୟ  ଦଣ୍ଡବିଧି  ସଂହିତା  ଧାରା  (ଖ) , ଧାରା (ଘ), ଧାରା (ଙ), ଧାରା (ଚ) , ଧାରା (ଛ) , ଧାରା (ଜ), ଧାରା (ଝ), ଧାରା (ଞ୍ଜ), ଧାରା (ଟ), ଧାରା (ଠ), ଧାରା (ଡ) , ଧାରା (ଢ) ଅନୁଯାୟୀ  ଧର୍ଷଣ  ନିମନ୍ତେ  କୌଣସି  ମୋକଦ୍ଦମାରେ  ଯେଉଁ  ସ୍ଥଳରେ  ଅପରାଧି  ଦ୍ଵାରା  ଯୌନ  ସମ୍ପର୍କ  ପ୍ରମାଣିତ   ହୋଇଥାଏ, ଏବଂ  ପ୍ରଶ୍ନ  ଉଠେ  ଯେ, ଏହା  ଧର୍ଷଣ   ବୋଲି  ଅଭିଯୁକ୍ତ   ମହିଳାର  ସମ୍ମତି  ବିନା  କରାଯାଇଛି  କି  ନାହିଁ   । ଏବଂ  ଉତ୍ପିଡ଼ିତା , ନ୍ୟାୟାଳୟରେ  ତା’ର  ସାକ୍ଷ୍ୟରେ   ଉଲ୍ଲେଖ  କରେ  ଯେ, ସେ  ସମ୍ମତି  ପ୍ରଦାନ  କରି  ନଥିଲା  ସେପରି  ସ୍ଥଳେ   ନ୍ୟାୟାଳୟ  ଅନୁମାନ  କରିବ  ଯେ, ସେ  (ଉକ୍ତ ମହିଳା) ସମ୍ମତି   ପ୍ରଦାନ   କରିନଥିଲା   ।

ଦଫା ୧୧୪ – ପାରିପାର୍ଶ୍ଵିକ   ସାକ୍ଷ୍ୟ – ପରିସ୍ଥିତି  ଯେଉଁଥିରେ  ଦୋଷନିର୍ଣ୍ଣୟ  ଗ୍ରହଣ   କରାଯିବ  ତାହା  ପ୍ରଥମ  ଦୁଷ୍ଟାନ୍ତରୁ  ପୂର୍ଣ୍ଣଭାବେ   ପ୍ରତିଷ୍ଠା  କରାଯିବ  ଏବଂ  ସେପରି  ପ୍ରତିଷ୍ଠିତ   ସମସ୍ତ   ତଥ୍ୟ  ମଧ୍ୟ  କେବଳ   ଏକ   ପ୍ରାକ   କଳ୍ପନା   ଅର୍ଥାତ୍  ଅଭିଯୁକ୍ତର  ଦୋଷ  ସହିତ   ସୁସଙ୍ଗିତ  ହୋଇଥିବ -  ଯାହା  ଅର୍ଥ   କରିବ  ଯେ  ପ୍ରମାଣ  କରିବା  ଭାର  ଅଭିଯୋଜନ  ଉପରେ   ରହିବ   ଯେ  ଘଟଣାବଳୀର  ଶୃଙ୍ଖଳ   ସମାପ୍ତ  ହୋଇଛି   । ମକେନ୍ଦ୍ରନ  ଲଙ୍ଗେଶ୍ଵରନ  ବନାମ୍ ରାଜ୍ୟ  (ଏନ.ସି.ଟି.ଦିଲ୍ଲୀ)  ଏବଂ  ଅନ୍ୟଜଣେ  : (୨୦୧୩) ୫୬ ଓସିଆର୍  (ଏସ୍.ସି) ୭୮ ।

ସ୍ପଷ୍ଟିକରଣ

ଏହି  ଦଫାରେ , ଯୌନ  ସମ୍ପର୍କ , ଭାରତୀୟ  ଦଣ୍ଡବିଧି   ସଂହିତା  (୪୫/୧୮୬୦) ର  ଦଫା  ୩୭୫ର  ଧାରା  (କ) ରୁ  (ଘ)ରେ  ଉଲ୍ଲେଖିତ   କୌଣସି  ଦଫାକୁ   ଖର୍ବାୟୀତ  କରିବ  ।

୩୭୭ର  ଉପଦଫା  (୨)ର  ଧାରା  (କ) କିମ୍ବା  ଧାରା (ଖ) କିମ୍ବା  (ଗ) କିମ୍ବା  ଧାରା (ଘ) କିମ୍ବା  ଧାରା (ଙ) କିମ୍ବା  ଧାରା  (ଚ) ଅନୁଯାୟୀ  କୌଣସି  ଧର୍ଷଣ  ମୋକଦ୍ଦମାରେ , ଯେଉଁ  ସ୍ଥଳରେ  ଅପରାଧି  ଦ୍ଵାରା  ଯୌନ  ସମ୍ପର୍କ   ସ୍ଥାପନ  ପ୍ରମାଣ  କରାଯାଇଥାଏ  ଏବଂ  ପ୍ରଶ୍ନ  ଥାଏ  ଯେ, ଅଭିଯୁକ୍ତ  ସ୍ତ୍ରୀର  ବିନା  ସମ୍ମତିରେ  ଏପରି   ଧର୍ଷଣ   କରାଯାଇଛି  କି ନାହିଁ  ଏବଂ  ସେ (ଉକ୍ତ  ସ୍ତ୍ରୀ) ନ୍ୟାୟାଳୟରେ  ତାଙ୍କର  ସାକ୍ଷ୍ୟରେ   କୁହନ୍ତି  ଯେ, ସେ  ସମ୍ମତି  ପ୍ରଦାନ  କରି  ନଥିଲେ , ସେପରି  ସ୍ଥଳେ  ନ୍ୟାୟାଳୟ  ଅନୁମାନ  କରିବେ  ଯେ, ସେ  (ଉକ୍ତ  ସ୍ତ୍ରୀ) ସମ୍ମତି   ପ୍ରଦାନ   କରିନଥିଲେ ।

ଆଧାର – ଦ ଲ ହାଉସ

Last Modified : 7/5/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate