ଏଗୁଡିକ ଅତି ଗୁରୁତ୍ଵର ଅପରାଧ । ଏଣୁ ସେଗୁଡିକ କ୍ଷେତ୍ରରେ ଜାମିନ ମିଳିବ ନାହିଁ ଏବଂ ଜାଣତରେ ଘଟିଥିବା ଅପରାଧ । ଏହି ମାମଲା ଗୁଡିକର ବିଚାର କୋର୍ଟରେ ହିଁ ହୋଇଥାଏ ।
ଯୌନଗତ ହିଂସା ଆଇନ କ୍ଷେତ୍ରରେ ଏଫଆଇଆର ଦାଏର ହେବାଠାରୁ ଆରମ୍ଭ କରି ଏହାର ବିଚାର ଶେଷ ହେବା ଯାଏ ପୀଡ଼ିତା ଓ ଶିଶୁଙ୍କୁ ନିରାପତା ଯୋଗାଇଦିଆଯାଇଥାଏ । ଯେତେବେଳେ ପୋଲିସ ଥାନାରେ ପ୍ରାଥମିକ ସୂଚନା ରିପୋର୍ଟ (ଏଫଆଇଆର) ଦାଏର କରାଯାଏ: ଏଫଆଇଆର ଦାଏର କରିବା ପାଇଁ ଜଣେ ପୀଡ଼ିତା ଥାନାକୁ ଆସିବା ଜରୁରୀ ନୁହେଁ । ଜଣେ ବନ୍ଧୁ ବା ଜଣେ ଜ୍ଞାତିଜନଙ୍କ ଜାରିଆରେ ଏହାକୁ ଥାନାକୁ ପଠାଇଦିଆଯାଇଥାଏ ଏବଂ ସେ ଅଭିଯୋଗକର୍ତା ହୋଇଥାନ୍ତି ।
ଏଫଆଇଆରକୁ ଲିଖିତ ଆକାରରେ ପଞ୍ଜିକରଣ କରାଯାଏ ଏବଂ ଅଭିଯୋଗକାରୀଙ୍କୁ ପଢାଇ ଶୁଣାଇଦିଆଯାଇଥାଏ । ଅଭିଯୋଗକାରୀଙ୍କୁ ଏହାର ଏକ ନକଲ ମାଗଣା ଯୋଗାଇ ଦିଆଯାଇଥାଏ । ଏକ ନକଲ ମାଗଣା ଯୋଗାଇ ଦିଆଯାଇଥାଏ । ଏକ ଏଫଆଇଆରକୁ ପଞ୍ଜିକରଣ ନ କରିବା ଏକ ଅପରାଧ ବୋଲି ବିବେଚିତ ହେବ । ଗଣମାଧ୍ୟମ ବା ସର୍ବସାଧାରଣରେ ପୋଲିସ ପୀଡିତାଙ୍କ ପରିଚୟ ପ୍ରକାଶ କରିବ ନାହିଁ । ରାତିରେ ଜଣେ ମହିଳା ବା ଜଣେ ଶିଶୁକୁ ଏକ ଥାନା ଭିତରେ ରଖାଯାଇପାରିବ ନାହିଁ । ସୂଚନା ପାଇବାର ୨୪ ଘଣ୍ଟା ମଧ୍ୟରେ ପୀଡିତଙ୍କ ମେଡିକାଲ ପରୀକ୍ଷା ନିମନ୍ତେ ତାଙ୍କୁ ନିକଟସ୍ଥ ମେଡିକାଲ ହସ୍ପିଟାଲଙ୍କୁ ନିଆଯାଇ ଯତ୍ନ କରାଯିବ । ଯଦି ପୀଡ଼ିତା କୌଣସି ସ୍ଵତନ୍ତ୍ର ଆବଶ୍ୟକତା ଚାହାନ୍ତି ତେବେ ତାହା ତାଙ୍କୁ ଯୋଗାଇଦିଆଯିବ ।
ଯଦି ପୀଡ଼ିତ ଶିଶୁ ହୋଇଥାଏ ତେବେ : ଯେଉଁଠାରେ ଉକ୍ତ ଶିଶୁ ରହୁଛି ସେଠାରେ କିମ୍ବା ସେ ଯେଉଁଠି ଉଚିତ ବୋଲି ଭାବୁଛି ସେଠାରେ ତା’ର ବିବୃତି ରେକର୍ଡ କରାଯିବ । ରେକର୍ଡ କରୁଥିବା ଅଫିସର ସବଇନ୍ସପେକ୍ଟର ପାହ୍ୟା ତଳକୁ ହୋଇପାରିବେ ନାହିଁ ଏବଂ ଅଗ୍ରାଧିକାର ଭିତିରେ ସେ ଜଣେ ମହିଳା ଅଫିସର ହେଲେ ଭଲ । ପୋଲିସ ଅଫିସରଜଣକ ୟୁନିଫର୍ମ ନ ପିନ୍ଧିବା ଆବଶ୍ୟକ । ଅଭିଯୁକ୍ତଙ୍କ ସହ ଶିଶୁଟି ସମ୍ପର୍କରେ ନ ଆସିବା ଦରକାର । ଶିଶୁ ଯାହାକୁ ବିଶ୍ଵାସ କରିଥିବ ସେ ଉପସ୍ଥିତ ରହିବା ଉଚିତ। ମାନସିକ ବା ଶାରିରୀକ ଭିନ୍ନକ୍ଷମ ଶିଶୁ କ୍ଷେତ୍ରରେ ଜଣେ ସ୍ଵତନ୍ତ୍ର ପ୍ରଶିକ୍ଷକ/ବିଶେଷଜ୍ଞ ରହିବା ଜରୁରୀ । ଯଦି ଆବଶ୍ୟକ ପଡେ ତେବେ ପୋଲିସ ଉକ୍ତ ଶିଶୁକୁ ନିକଟସ୍ଥ ସ୍ଵଧାର ଗୃହକୁ ନେଇଯିବ ଏବଂ ଶିଶୁ କଲ୍ୟାଣ କମିଟି ନିକଟରେ ହାଜର କରାଇବ।୨୪ ଘଣ୍ଟା ମଧ୍ୟରେ ପୋଲିସ ଶିଶୁ କଲ୍ୟାଣ କମିଟି ଓ ସ୍ଵତନ୍ତ୍ର କୋର୍ଟ ନିକଟରେ ଶିଶୁ ବିରୋଧରେ ହୋଇଥିବା ଯୌନ ଅପରାଧ ସମ୍ପର୍କରେ ଅବଗତ କରାଇବ।
ମେଡିକାଲ ପରୀକ୍ଷା ସମୟରେ ଶିଶୁଟି ଯାହାଙ୍କୁ ବିଶ୍ୱାସକୁ ନେଇଥିବ ସେ ତା’ ନିକଟରେ ରହିବେ । ଜଣେ ମହିଳା ଡାକ୍ତର ହିଁ ଜଣେ ପୀଡିତାଙ୍କୁ ପରୀକ୍ଷା କରିବେ । ହସ୍ପିଟାଲର ସଂଗୃହୀତ ନମୁନାକୁ ଯେପରି ଫରେନସିକ ପରୀକ୍ଷାଗାରକୁ ତୁରନ୍ତ ପଠାଯାଏ ସେଥିପ୍ରତି ପୋଲିସ ନିଶ୍ଚିତ ହେବ । ଶିଶୁର କ୍ଷତ, ଆଘାତ, ଲିଙ୍ଗରେ ହୋଇଥିବା ଆଘାତ ଆଦି ସମ୍ପର୍କରେ ଡାକ୍ତର ପରୀକ୍ଷା କରିବେ । ସମ୍ଭାବ୍ୟ ଗର୍ଭାବସ୍ଥା ଓ ଜରୁରୀକାଳୀନ ଗର୍ଭନିରୋଧକ ସମ୍ପର୍କରେ ଡାକ୍ତରଜଣକ ଶିଶୁ ବା ଯାହାଙ୍କୁ ଶିଶୁଜଣକ ବିଶ୍ଵସ୍ତ ବୋଲି ଭାବୁଛି ତାଙ୍କ ସହ ଆଲୋଚନା କରିବେ । ପୀଡ଼ିତାଙ୍କୁ ମାନସିକ, ମନସ୍ତାତ୍ଵିକ ବା ଅନ୍ୟାନ୍ୟ ପରାମର୍ଶ ପାଇଁ ପଠାଯାଇପାରେ । ଧାରା ୧୬୬ଖ ଅନୁସାରେ ଯଦି ଜଣେ ପୀଡ଼ିତାଙ୍କୁ ହସ୍ପିଟାଲ ପକ୍ଷରୁ ଚିକିତ୍ସା କରାଯାଏ ନାହିଁ ତେବେ ଏକ୍ଷେତ୍ରରେ ଏକ ବର୍ଷ ଯାଏ ଜେଲଦଣ୍ଡ ବା ଜୋରିମାନା ବା ଉଭୟ ଲାଗୁ ହୋଇପାରେ ।
ପୀଡ଼ିତାଙ୍କୁ ଆର୍ଥିକ ସହାୟତା ବା କ୍ଷତିପୂରଣ ଦେବା ସକାଶେ ଅନେକ ରାଜ୍ୟ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ମହାରାଷ୍ଟ୍ରରେ ଧର୍ଷଣ ଓ ଏସିଡ ଆକ୍ରମଣର ଶିକାର ହୋଇଥିବା ମହିଳାଙ୍କ ସକାଶେ ଏକ ସ୍ଵତନ୍ତ୍ର ଯୋଜନା କାର୍ଯ୍ୟକାରୀ କରାଯାଇଛି । ଏହି ଯୋଜନାରେ ଏଫଆଇଆର ଦାଏର କରିବାର କିଛି ସପ୍ତାହ ମଧ୍ୟରେ କ୍ଷତିପୂରଣ ପ୍ରଦାନ କରାଯାଇଥାଏ । ବିଚାର କରାଯିବା ସକାଶେ ସ୍ଵତନ୍ତ୍ର ଶିଶୁ ସମ୍ପର୍କିତ କୋର୍ଟ ପ୍ରତିଷ୍ଠା ଉପରେ ପୋସ୍କୋ ଆଇନରେ ବ୍ୟବସ୍ଥା ରହିଛି । ମହିଳା ଓ ଶିଶୁ ସମ୍ପର୍କିତ ବିଭିନ୍ନ ଯୌନଗତ ଅପରାଧର ବିଚାର ସକାଶେ ଅନେକ ରାଜ୍ୟରେ ସ୍ଵତନ୍ତ୍ର କୋର୍ଟ ପ୍ରତିଷ୍ଠା ହୋଇଛି । ଯୌନନିର୍ଯାତନା ସଂକ୍ରାନ୍ତ ସମସ୍ତ ବିଚାର କ୍ୟାମେରା ଆଗରେ କରାଯିବ । ଯଦି ଶିଶୁର ବୟସ ୭ବର୍ଷରୁ କମ ହୋଇଥାଏ ତେବେ ତାକୁ ସିଧାସଳଖ ଜେରା କରାଯାଇପାରିବ ନାହିଁ । ବିଚାରପତିଙ୍କୁ ଲିଖିତ ଆକାରରେ ଓକିଲ ତାଙ୍କ ପ୍ରଶ୍ନ ଦେବେ ଏବଂ ବିଚାରପତି ଏହାକୁ ପଢିବା ପରେ ଶିଶୁକୁ ବୁଝାଇବେ । ଯଦି ସମସ୍ତ ସୁରକ୍ଷିତ ବ୍ୟବସ୍ଥାବଳୀକୁ କଠୋର ଭାବେ କାର୍ଯ୍ୟକାରୀ କରାଯାଏ ତେବେ ପୀଡ଼ିତାଙ୍କୁ ସ୍ଵାଭିମାନର ସୁରକ୍ଷା ହୋଇପାରିବ ଏବଂ ପୀଡ଼ିତଜଣକ ଦୟନୀୟ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିବନାହିଁ ।
ଆଧାର – ଦୈନିକ ମାନବିକତାର କଥା
Last Modified : 1/26/2020