অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବୌଦ୍ଧ ଜିଲ୍ଲା ପର୍ଯ୍ୟଟନ ସ୍ଥାନ

ଜିଲ୍ଲା ସମ୍ବନ୍ଧରେ

ବୌଦ୍ଧ ଜିଲ୍ଲା, ଦକ୍ଷିଣ-ପଶ୍ଚିମ ଓଡ଼ିଶାର ମଧ୍ୟରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ବୌଦ୍ଧ ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟ ସହର ।ବୌଦ୍ଧ ସହର ବଉଦ ନାମରେ ପରିଚିତ ଅଟେ ।

ଅବସ୍ଥିତି

ଉତ୍ତରରେ ମହାନଦୀ ଓ ଅନୁଗୋଳ ଜିଲ୍ଲା  ,ଦକ୍ଷିଣରେ କନ୍ଧମାଳ ଜିଲ୍ଲା  ,ପୂର୍ବରେ ନୟାଗଡ଼ ଜିଲ୍ଲା ପଶ୍ଚିମରେ ତେଲ ନଦୀ ତଥା ସୁବର୍ଣ୍ଣପୁର ଜିଲ୍ଲା ଅଛି ।

କିଭଳି ପହଁଞ୍ଚିବେ

ବୌଦ୍ଧ ଜିଲ୍ଲାଟି  ଉଭୟ ରେଳ ଓ ପଥର ସୁବିଧା ଅଛି ଯାହାକି ଅନ୍ୟ ଜିଲ୍ଲାର ମୁଖ୍ୟ ସହର ଓ ରାଜ୍ୟର ରାଜଧାନୀ ଭୂବନେଶ୍ଵରକୁ  ଯୋଗାଯୋଗ କରେ । ବୌଦ୍ଧରୁ ଭୂବନେଶ୍ଵରର ଦୂରତା ମାତ୍ର ୨୪୦ କି.ମି ଅଟେ । ଜାତୀୟ ରାଜପଥ ନମ୍ବର ୨୨୪ (ଖୋର୍ଦ୍ଧା-ବଲାଙ୍ଗିର) ଯାହା  ନୟାଗଡ ଓ ଚାରିଛକ ଦେଇ ବୌଦ୍ଧ କୁ  ସମ୍ପର୍କ କରେ । ଏବଂ ରାଜପଥ ୪୨ ଯାହା ଅନଗୁଳ ଦେଇ ବୌଦ୍ଧ କୁ  ସମ୍ପର୍କ କରେ । ଭୂବନେଶ୍ଵର ଠାରୁ ପ୍ରତିଦିନ ରେଳ ସୁବିଧା ଅଛି ଯଥା  ଭୂବନେଶ୍ଵର – ସମ୍ବଲପୁର, ହୀରାକୁଦ, ପୁରୀ – ସମ୍ବଲପୁର ଏକ୍ସପ୍ରେସ । ନିକଟସ୍ଥ ରେଳ ଷ୍ଟେସନ ହେଉଛି ରେଢାଖୋଲ । ରେଢାଖୋଲ ଠାରୁ ବୌଦ୍ଧ ୩୦ କି.ମି. ବସ କିମ୍ବା ଟ୍ୟାକ୍ସିରେ ଆସିପାରିବେ। ନିକଟସ୍ଥ ବିମାନ ବନ୍ଦର ହେଉଛି ଭୂବନେଶ୍ଵର ।

ଜିଲ୍ଲା ମୁଖ୍ୟାଳୟ: ବୌଦ୍ଧ

ରାଜ୍ୟ ରାଜଧାନୀ: ଭୂବନେଶ୍ଵର

ନିଅକଟତମ ରେଳ ସ୍ଟେଶନ: ରେଢାଖୋଲ

ନିଅକଟତମ ବିମାନ ବନ୍ଦର: ଭୂବନେଶ୍ଵର

ପର୍ଯ୍ୟଟନ ସ୍ଥଳ

ପଦ୍ମତୋଳା ଓ ସାତକୋଶିଆ ଅଭୟାରଣ୍ୟ

କିଭଳି ପହଁଞ୍ଚିବେ:

  • ବୌଦ୍ଧ ଜିଲ୍ଲା ପର୍ଯ୍ୟଟନ ସ୍ଥାନବିମାନ ମାର୍ଗରେ
  • ନିକଟସ୍ଥ ବିମାନ ବନ୍ଦର ହେଉଛି ଭୁବନେଶ୍ଵର – ୧୬୯ କି.ମି. ।

  • ରେଳଗାଡ଼ିରେ
  • ନିକଟସ୍ଥ ରେଳ ଷ୍ଟେସନ ହେଉଛି ରେଢାଖୋଲ-୩୦ କି.ମି. ରେଢାଖୋଲ ଠାରୁ ବୌଦ୍ଧ ୩୦ କି.ମି. ବସ କିମ୍ବା ଟ୍ଯାକ୍ସି ।

  • ସଡ଼କ ପଥରେ
  • ଭୁବନେଶ୍ଵରରୁ -ବୌଦ୍ଧ ଭାୟା ନୟାଗଡ-୨୩୦ କି.ମି. ଭୁବନେଶ୍ଵରରୁ -ବୌଦ୍ଧ ଭାୟା ଅନୁଗୁଳ ,ରେଢାଖୋଲ-୨୪୦ କି.ମି. । ପଦ୍ମତୋଳା ଅଭୟାରଣ୍ୟ ବୌଦ୍ଧ ଠାରୁ ଚାରିଛକ (୩୫କିମି) ଦେଇ ୮୦ ଦୂରରେ ଅବସ୍ଥିତ ।

  • ରୁହନ୍ତୁ
  • ବୌଦ୍ଧରେ ଯାତ୍ରୀନିବାସ ଓ ହୋଟେଲର ସୁବିଧା ଅଛି ।

ବୌଦ୍ଧ ଜିଲ୍ଲାର ପ୍ରକୃତି ପର୍ଯ୍ୟଟନ ଆକର୍ଷଣର କେନ୍ଦ୍ରବିନ୍ଦୁ ହେଲା ସାତକୋଶିଆ ଅଭୟାରଣ୍ୟ । ଏହାର ବିସ୍ତ୍ରୁତ ଭାଗ ବୌଦ୍ଧ ଜିଲ୍ଲାରେ ଥିଲାବେଳେ ଅନ୍ୟ କିଛି ଅଞ୍ଚଳ ଅନୁଗୁଳ ଓ ନୟାଗଡ ଜିଲ୍ଲାରେ ସୀମାରେ ରହିଛି । ସାତକୋଶିଆ ଗଣ୍ଡ ୧୪ ମାଇଲ ବା ୨୨ କିମି ପ୍ରକୃତି ପ୍ରେମୀଙ୍କୁ ଆକର୍ଷଣ କରିଥାଏ । କେତେକ ଏହି ଗଣ୍ଡକୁ ପ୍ରାକୃତିକ ମତ ଦେଉଥିଲାବେଳେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀ ଆରଇ କଳିଙ୍ଗ ଯୁଦ୍ଧ ପରେ ଚଣ୍ଡାଶୋକ ଧର୍ମାଶୋକ ରେ ପରିବର୍ତିତ ହୋଇ ମହାନଦୀ ପଥ ଦେଇ ମଗଧ ପ୍ରତ୍ୟାବର୍ତନ କରିଥିଲେ ।ଏହି ସ୍ଥାନରେ ମଣି ମାଣିକ୍ୟ ହୀରା, ଆଦି ରତ୍ନ ପଥର ପ୍ରାପ୍ତ ହୋଇଥିଲେ । ୭୯୪.୫୨ ବର୍ଗ କିମି ପରିବ୍ୟାପ୍ତ ସାତକୋଶିଆ ଅଭୟାରଣ୍ୟ ୧୯୭୬ ମସିହାରେ ଗଠିତ ହୋଇଥିଲା । ୧୯୬୨ ମସିହାରେ ଏହା ପଦ୍ମତୋଳା ଅଭୟାରଣ୍ୟ ଓ ମାନନଦୀ ଅଭୟାରଣ୍ୟନାମରେ ନାମିତ ହୋଇଥିଲା । ଏହି ଅଭୟାରଣ୍ୟରେ ହାତୀ ବାଘ ଗୟଳ ସମ୍ବର ଠେକୁଆ ,ମାଙ୍କଡ, ଜଙ୍ଗଳୀ କୁକୁଡା ଆଦିଙ୍କର ଆଶ୍ରୟସ୍ଥଳୀ । ଏହା ପଦ୍ମତୋଳା ଅଭୟାରଣ୍ୟ ଶାଳ,ପିଆଶାଳ, କୁରୁମ, ଶିଶୁ,ଜାମୁ, ଅର୍ଜୁନ, କୋଚିଳା, ମହୁଲ,ଚାର ଶିରିଶ ଅଁଳା , ବହାଡା ଗମ୍ଭ।ରି କେନ୍ଦୁ ଆମ୍ବ ଆଦି ବିଶାଳ ବୃକ୍ଷର ସମାହାର ରେ ପଲ୍ଲବିତ ।

ଡମ୍ବରୁଗଡ

କିଭଳି ପହଁଞ୍ଚିବେ:

  • ବିମାନ ମାର୍ଗରେ
  • ନିକଟସ୍ଥ ବିମାନ ବନ୍ଦର ହେଉଛି ଭୁବନେଶ୍ଵର – ୧୬୯ କି.ମି.

  • ରେଳଗାଡ଼ିରେ
  • ନିକଟସ୍ଥ ରେଳ ଷ୍ଟେସନ ହେଉଛି ରେଢାଖୋଲ-୩୦ କି.ମି. ରେଢାଖୋଲ ଠାରୁ ବୌଦ୍ଧ ୩୦ କି.ମି. ବସ କିମ୍ବା ଟ୍ଯାକ୍ସି ।

  • ସଡ଼କ ପଥରେ
  • ଭୂବନେଶ୍ଵରରୁ -ବୌଦ୍ଧ ଭାୟା ନୟାଗଡ-୨୩୦ କି.ମି. ଭୁବନେଶ୍ଵରରୁ -ବୌଦ୍ଧ ଭାୟା ଅନୁଗୁଳ ,ରେଢାଖୋଲ-୨୪୦ କି.ମି.

ଡମ୍ବରୁଗଡ ପାହାଡ ବୌଦ୍ଧ ଠାରୁ ୨୧ କିମି ଦୂରରେ ବୌଦ୍ଧ-ବଲାଙ୍ଗିର ରାସ୍ତାରେ ସଂଗ୍ରାମପୁର ଠାରେ ଅବସ୍ଥିତ । ମହାନଦୀ ପାହାଡ ତଳେ ବହୁଥିବା ବେଳେ ଏକ ସୁନ୍ଦର ଦ୍ରୁଶ୍ୟ ତିଆରି ହୁଏ । ପାହାଡର ୭୦ ଫୁଟ ଉଚ୍ଛତାରେ  ଅବସ୍ଥିତ ।

ଯୋଗୀନ୍ଦ୍ର ଭିଲ୍ଲା ପ୍ୟାଲେସ

କିଭଳି ପହଁଞ୍ଚିବେ:

  • ବିମାନ ମାର୍ଗରେ
  • ନିକଟସ୍ଥ ବିମାନ ବନ୍ଦର ହେଉଛି ଭୁବନେଶ୍ଵର – ୧୬୯ କି.ମି.

  • ରେଳଗାଡ଼ିରେ
  • ନିକଟସ୍ଥ ରେଳ ଷ୍ଟେସନ ହେଉଛି ରେଢାଖୋଲ-୩୦ କି.ମି. ରେଢାଖୋଲ ଠାରୁ ବୌଦ୍ଧ ୩୦ କି.ମି. ବସ କିମ୍ବା ଟ୍ଯାକ୍ସି ।

  • ସଡ଼କ ପଥରେ
  • ଭୁବନେଶ୍ଵରରୁ -ବୌଦ୍ଧ ଭାୟା ନୟାଗଡ-୨୩୦ କି.ମି. ଭୁବନେଶ୍ଵରରୁ -ବୌଦ୍ଧ ଭାୟା ଅନୁଗୁଳ ,ରେଢାଖୋଲ-୨୪୦ କି.ମି.

  • ରୁହନ୍ତୁ
  • ଯାତ୍ରୀନିବାସ ଓ ହୋଟେଲ ର ସୁବିଧା ଅଛି ।

ବୌଦ୍ଧର ପୂର୍ବଟନ ରାଜାଙ୍କ ରାଜପ୍ରସାଦ ରାଜବାଟୀ ନାମାରେ ପରିଚିତ । ଏହା ରାଜା ଯୋଗୀନ୍ଦ୍ର ଦେବଙ୍କ ସମୟରେ ନିର୍ମାଣ କରଯାଇଥିଲା । ରାଜପ୍ରସାଦରୁ ମହାନଦୀର ସୁନ୍ଦର ରୂପ ଉପଭୋଗ କରିହୁଏ ।

ନାୟକପଡା ଗୁମ୍ଫା

କିଭଳି ପହଁଞ୍ଚିବେ:

  • ବିମାନ ମାର୍ଗରେ
  • ନିକଟସ୍ଥ ବିମାନ ବନ୍ଦର ହେଉଛି ଭୁବନେଶ୍ଵର – ୧୬୯ କି.ମି.

  • ରେଳଗାଡ଼ିରେ
  • ନିକଟସ୍ଥ ରେଳ ଷ୍ଟେସନ ହେଉଛି ରେଢାଖୋଲ-୩୦ କି.ମି. ରେଢାଖୋଲ ଠାରୁ ବୌଦ୍ଧ ୩୦ କି.ମି. ବସ କିମ୍ବା ଟ୍ଯାକ୍ସି ।

  • ସଡ଼କ ପଥରେ
  • ଭୁବନେଶ୍ଵରରୁ -ବୌଦ୍ଧ ଭାୟା ନୟାଗଡ-୨୩୦ କି.ମି. ଭୁବନେଶ୍ଵରରୁ -ବୌଦ୍ଧ ଭାୟା ଅନୁଗୁଳ ,ରେଢାଖୋଲ-୨୪୦ କି.ମି.

  • ରୁହନ୍ତୁ
  • ଯାତ୍ରୀନିବାସ ଓ ହୋଟେଲ ର ସୁବିଧା ଅଛି ।

ନାୟକପଡା ଗୁମ୍ଫା ବୌଦ୍ଧ ସହର ଠାରୁ ୧୨ କିଲୋମିଟର ଦୂରରେ ଅବସ୍ଥିତ । ଏହି ଗୁଫା ପୌରାଣିକ ବାର୍ତା କୁ ବହନ କରେ । ଏହି ଗୁମ୍ଫା ଟି ଅନେକ ସାଧୁ ମାନଙ୍କର ଆଶ୍ରୟ ସ୍ଥଳୀ ଥିଲା । ଏହି ପାହାଡ ଅନେକ ଜଙ୍ଗଲ ସମ୍ପଦ ରେ ପରିପୂର୍ଣ ଅଟେ । ମାଦଳ ପାଞ୍ଜି ଓ ଐତିହାସିକ ତଥ୍ୟ କୁ ଆଧାର କରି ଲୋକଲୋଚନକୁ ଏହି ତଥ୍ୟ ମିଳେ ଯେ  ରାଜା ଶ୍ରୀ ଶୋଭନ ଦେବ ସମୟ ରେ ଜବନ ରାଜା ରକ୍ତ ବାହୁ ଶ୍ରୀକ୍ଷେତ୍ର ପୁରୀ କୁ ଆକ୍ରମଣ କରିଥିଲେ । ଶ୍ରୀ ଜଗନ୍ନାଥ କୁ ରକ୍ଷା କରିବାକୁ ଯାଇ ଅଦ୍ଦ୍ରଦେଶ ର ଭଞ୍ଜ ଶାସକ ଯିଏକି ବୈଷ୍ଣବ ବିଶ୍ଵାସୀ ଓ  ଭଗବାନ ନୀଳମାଧବଙ୍କର ଏକ ଭକ୍ତ ଥିଲେ ମହାପ୍ରଭୁଙ୍କୁ  ଗୋପାଳି ଗ୍ରାମ ରେ ପାତାଳୀ କରିଥିଲେ । ସେହିଦିନ ଠାରୁ ଗୋପାଳି ଗ୍ରାମ ଟିକୁ ଗୋପାଳପୁର ନାମରେ ନାମିତ କରାଗଲା ଯାହାକି ନାୟକପଡା ଗୁଫା ର ଦକ୍ଷୀଣରେ ଅବସ୍ଥିତ ।

ଭୈରବୀ ମନ୍ଦିର ପୁରୁଣାକଟକ

କିଭଳି ପହଁଞ୍ଚିବେ:

  • ବିମାନ ମାର୍ଗରେ
  • ନିକଟସ୍ଥ ବିମାନ ବନ୍ଦର ହେଉଛି ଭୁବନେଶ୍ଵର – ୧୬୯ କି.ମି.

  • ରେଳଗାଡ଼ିରେ
  • ନିକଟସ୍ଥ ରେଳ ଷ୍ଟେସନ ହେଉଛି ରେଢାଖୋଲ-୩୦ କି.ମି. ରେଢାଖୋଲ ଠାରୁ ବୌଦ୍ଧ ୩୦ କି.ମି. ବସ କିମ୍ବା ଟ୍ଯାକ୍ସି ।

  • ସଡ଼କ ପଥରେ
  • ଭୁବନେଶ୍ଵରରୁ -ବୌଦ୍ଧ ଭାୟା ନୟାଗଡ-୨୩୦ କି.ମି. ଭୁବନେଶ୍ଵରରୁ -ବୌଦ୍ଧ ଭାୟା ଅନୁଗୁଳ ,ରେଢାଖୋଲ-୨୪୦ କି.ମି.

  • ରୁହନ୍ତୁ
  • ପାନ୍ଥନିବାସ ଓ ହୋଟେଲ ର ସୁବିଧା ଅଛି ।

ପୁରୁନକଟକ ବୌଦ୍ଧଠାରୁ ବୌଦ୍ଧ-ଦଶପଲ୍ଲା ରାସ୍ତାରେ ୩୦ କିମି ଦୂରରେ ଆବସ୍ଥିତ । ଏଠାରେ ଭୈରବୀଙ୍କୁ ପୂଜା କରାଯାଏ । ପୂର୍ବାରୁ ଏକ ଚାଳ କୁଡିଆରେ ପୂଜା କରାଯାଉଥିଲା । ଜଣେ ବ୍ୟବସାୟୀଙ୍କ ସହାୟତାରେ ମନ୍ଦିର ନିର୍ମାଣ କରାଯାଇଅଛି । ଦୁର୍ଗାପୂଜ ସମୟରେ ୧୬ ଦିନ ପୂଜା ଅର୍ଚନା କରାଯାଇଥାଏ ।

ଜଗତି ଚାରିଶମ୍ଭୁ

କିଭଳି ପହଁଞ୍ଚିବେ:

  • ବିମାନ ମାର୍ଗରେ
  • ନିକଟସ୍ଥ ବିମାନ ବନ୍ଦର ହେଉଛି ଭୁବନେଶ୍ଵର – ୧୬୯ କି.ମି.

  • ରେଳଗାଡ଼ିରେ
  • ନିକଟସ୍ଥ ରେଳ ଷ୍ଟେସନ ହେଉଛି ରେଢାଖୋଲ-୩୦ କି.ମି. ରେଢାଖୋଲ ଠାରୁ ବୌଦ୍ଧ ୩୦ କି.ମି. ବସ କିମ୍ବା ଟ୍ଯାକ୍ସି ।

  • ସଡ଼କ ପଥରେ
  • ଭୁବନେଶ୍ଵରରୁ -ବୌଦ୍ଧ ଭାୟା ନୟାଗଡ-୨୩୦ କି.ମି. ଭୁବନେଶ୍ଵରରୁ -ବୌଦ୍ଧ ଭାୟା ଅନୁଗୁଳ ,ରେଢାଖୋଲ-୨୪୦ କି.ମି.

  • ରୁହନ୍ତୁ
  • ଯାତ୍ରୀନିବାସ ଓ ହୋଟେଲ ର ସୁବିଧା ଅଛି ।

ଜହ୍ନାପଙ୍କ ଠାରୁ ୨ କିମି ଦୂର ଓ ବୌଦ୍ଧ ଠାରୁ ୧୫ କିମି ଦୂରଏହି ଉପାସନା ପୀଠର ଅଷ୍ଟମ ଶତାବ୍ଦୀ ରେ ହୋଇଥିବା ଇତିହାସରୁ ଜଣାପଡେ । ଏଠାରେ ପୂର୍ବରୁ ଚାରୋଟି ଶିବ ମନ୍ଦିର ଥିବାରୁ ଏହି ପୀଠକୁ ଚାରିଶମ୍ଭୁ କୁହାଯାଏ ।

ରାମେଶ୍ଵର ମନ୍ଦିର

କିଭଳି ପହଁଞ୍ଚିବେ:

  • ବିମାନ ମାର୍ଗରେ
  • ନିକଟସ୍ଥ ବିମାନ ବନ୍ଦର ହେଉଛି ଭୁବନେଶ୍ଵର – ୧୬୯ କି.ମି.

  • ରେଳଗାଡ଼ିରେ
  • ନିକଟସ୍ଥ ରେଳ ଷ୍ଟେସନ ହେଉଛି ରେଢାଖୋଲ-୩୦ କି.ମି. ରେଢାଖୋଲ ଠାରୁ ବୌଦ୍ଧ ୩୦ କି.ମି. ବସ କିମ୍ବା ଟ୍ଯାକ୍ସି ।

  • ସଡ଼କ ପଥରେ
  • ଭୁବନେଶ୍ଵରରୁ -ବୌଦ୍ଧ ଭାୟା ନୟାଗଡ-୨୩୦ କି.ମି. ଭୁବନେଶ୍ଵରରୁ -ବୌଦ୍ଧ ଭାୟା ଅନୁଗୁଳ ,ରେଢାଖୋଲ-୨୪୦ କି.ମି.

  • ରୁହନ୍ତୁ
  • ଯାତ୍ରୀନିବାସ ଓ ହୋଟେଲ ର ସୁବିଧା ଅଛି ।

ବୌଦ୍ଧ ସହରର ମାଲିସହି ନିକଟସ୍ଥ ଶ୍ରୀ ରମାନାଥ ମନ୍ଦିର ପରିସରରେ ଥିବା ପ୍ରାଚୀନ ମନ୍ଦିର ଗୁଡିକ ନବମ ଶତାବ୍ଦୀରେ ନିର୍ମିତ ହୋଇଥିବା ଜଣାଯାଏ । ଏଠାରେ ତିନୋଟି ମନ୍ଦିର ପଶ୍ଚିମ ସୋମୋନଥ,ଭୁବନେଶ୍ବର ଓ କପିଳେଶ୍ଵର ଅବସ୍ଥିତ ଅଟେ । ତିନି ମନ୍ଦିରର ନିର୍ମାଣ ଶୈଳୀ ପ୍ରାୟ ସମାନ ସାତ କୋଣୋ ବିଶିଷ୍ଠ ତାରକା ସଦୃଶ । ମନ୍ଦିର ଗୁଡିକ କୁଣ୍ଡା ପଥରରେ ଏବଂ ବିରଳ ଡାଲିମ୍ବ ପଥରରେ ନିର୍ମିତ ହୋଇଥିଲା ।

ମରଜାକୁଦ ଦୀପ

କିଭଳି ପହଁଞ୍ଚିବେ:

  • ବିମାନ ମାର୍ଗରେ
  • ନିକଟସ୍ଥ ବିମାନ ବନ୍ଦର ହେଉଛି ଭୁବନେଶ୍ଵର – ୧୬୯ କି.ମି.

  • ରେଳଗାଡ଼ିରେ
  • ନିକଟସ୍ଥ ରେଳ ଷ୍ଟେସନ ହେଉଛି ରେଢାଖୋଲ-୩୦ କି.ମି. ରେଢାଖୋଲ ଠାରୁ ବୌଦ୍ଧ ୩୦ କି.ମି. ବସ କିମ୍ବା ଟ୍ଯାକ୍ସି ।

  • ସଡ଼କ ପଥରେ
  • ଭୁବନେଶ୍ଵରରୁ -ବୌଦ୍ଧ ଭାୟା ନୟାଗଡ-୨୩୦ କି.ମି. ଭୁବନେଶ୍ଵରରୁ -ବୌଦ୍ଧ ଭାୟା ଅନୁଗୁଳ ,ରେଢାଖୋଲ-୨୪୦ କି.ମି.

  • ରୁହନ୍ତୁ
  • ଯାତ୍ରୀନିବାସ ଓ ହୋଟେଲ ର ସୁବିଧା ବୌଦ୍ଧରେ ଅଛି ।

ମରଜାକୁଦ ମହାନଦୀ ମଧ୍ୟରେ ଏକ ସୁନ୍ଦର ଦୀପ ଅଟେ । ମରଜାକୁଦ ଗ୍ରାମରେ ପାଖାପାଖି ୩୦୦୦ ଲୋକ ବସବାସ କରନ୍ତି । ଏଠାରେ ଚୁଡାଖାଇ ପର୍ବ  ପ୍ରତିବର୍ଷ ଶୀତଦିନେ ଅନୁଷ୍ଟିତ ହୋଇଥାଏ । ବଣଭୋଜି ପାଇଁ ମରଜାକୁଦ ଏକ ଉପଯୁକ୍ତ ସ୍ଥାନ ।

ଆବାସ ସ୍ଥଳ (ହୋଟେଲ/ ରିସୋର୍ଟ/ ଧର୍ମଶାଳା)

ଯାତ୍ରୀମାନଙ୍କ ପାଇଁ ବୌଦ୍ଧରେ ସୁଲଭ ମୂଲ୍ୟରେ ଆବାସ ସ୍ଥଳର ସୁବିଧା ଉପଲବ୍ଧ ଅଛି। ଜିଲ୍ଲାପାଳଙ୍କ ଅଧୀନରେ ସର୍କିଟ ହାଉସ ଉପଲବ୍ଧ ଅଛି । ପୂର୍ବ ବିଭାଗ ଅଧୀନରେ ବଙ୍ଗଳା ବୌଦ୍ଧ,ଶୀତଳପାଣି,ପୁରୁଣାକଟକ,ମନମୁଣ୍ଡା, ହରଭଙ୍ଗା,ବାଉଁସୂନୀ, ଟେଲିବନ୍ଧ ଓ ଆଡେନିଗଡ ଉପଲବ୍ଧ ଅଛି । ଜଙ୍ଗଲ ବିଭାଗ ଅଧୀନରେ ବୌଦ୍ଧ,,ଶୀତଳପାଣି,ପୁରୁଣାକଟକ,ମନମୁଣ୍ଡା ଓ ଜଳସେଚନ ବିଭାଗ ଅଧୀନରେ ବୌଦ୍ଧ ଓ ଶଗଡା ଠାରେ ଆବାସ ସ୍ଥଳ ସୁବିଧା ଉପଲବ୍ଧ ଅଛି । ବୌଦ୍ଧରେ ପ୍ରାଇଭେଟ ଲଜର ଶୁଭିଧା ଅଛି ।

ଆଧାର - "ବୌଦ୍ଧ ଡିଷ୍ଟ୍ରିକ ପୋର୍ଟାଲ, ଓଡିଶା ସରକାର"

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate