অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗରିବ ଲୋକମାନଙ୍କ ପାଇଁ ଗୃହ – ବୀମା ପରିକଳ୍ପନା

ଗୃହ – ବୀମା ପରିକଳ୍ପନା

ଭାରତର ଅର୍ଥ ମନ୍ତ୍ରଣାଳୟ ଭାରତର ଗ୍ରାମାଞ୍ଚଳରେ ବସବାସ କରୁଥିବା ଅତ୍ୟନ୍ତ ଗରିବ ପରିବାରର ଗୃହ – ବୀମା ପରିକଳ୍ପନା ୧୯୮୮ ଫ୍ରେବୃୟାରୀ ୨୯ ତାରିଖରେ ପ୍ରଚଳନ କଲେ । ଏହି ବୀମା ଅନୁସାରେ ଓଡିଶା ସରକାର ରାଜ୍ୟରେ ଏହି ଯୋଜନାକୁ ୧୯୮୮ ମେ ଏକ ତାରିଖ ଦିନଠାରୁ ଲାଗୁ କଲେ ।

ଏହାର ମୂଳ ଲକ୍ଷ୍ୟ – ଗ୍ରାମାଞ୍ଚଳର ଗରିବ ଲୋକମାନଙ୍କର ଗୃହ ଓ ଆସବାପତ୍ର ଅଗ୍ନି ଦୁର୍ଘଟଣା ଦ୍ଵାରା ନଷ୍ଟ ହୋଇଯାଇଥିଲେ – କ୍ଷୟକ୍ଷତି ବାବଦକୁ କିଛି ଆର୍ଥିକ ସାହାଯ୍ୟ ବୀମା ଜରିଆରେ ପ୍ରଦାନ କରି ଗରିବ ପରିବାରର ଦୁଃଖ ଲାଘବ କରିବା ।

ସଂକ୍ଷିପ୍ତ ପରିଚୟ

ଯୋଗ୍ୟତା – ଗ୍ରାମାଞ୍ଚଳର ଜମିହୀନା କୃଷି ଶ୍ରମିକ, ଶ୍ରମିକ, କଳାକାର ଏବଂ ଅନ୍ୟାନ୍ୟ ଗରିବ ପରିବାରବର୍ଗଙ୍କୁ ସହାୟତା କରିବା । (ଗରିବ ପରିବାର – ଯେଉଁ ପରିବାରର ବାର୍ଷିକ ଆୟ ୪୮୦୦ ରୁ ଅଧିକ ହେଉ ନଥିବ । ଯଦି ଅଚାନକ ଅଗ୍ନି ଲାଗି ଘର / ଘରର ଆସବାପତ୍ର ଯଦି ନଷ୍ଟ ହୋଇଯାଏ ତେବେ ଏହି ବୀମା ଦ୍ଵାରା ସହାୟକ ପ୍ରଦାନ କରିବା ଅଗ୍ନି ଦ୍ଵାରା ଘର ନଷ୍ଟ ହୋଇ ଯାଇଥିଲେ ଗୃହ ତିଆରି ବାବଦକୁ Rs. 1000-5850 /- ଏବଂ ଆସବାପତ୍ର ବାବଡକୁ Rs.500/- ଦିଆଯାଏ । ଏହି ଦେୟ ଭାରତୀୟ ଜୀବନବୀମା ନିଗମ ଦେଇଥାଏ । ଏହି ଯୋଜନା ଅନୁଯାୟୀ ଯୁଦ୍ଧ , ଆକ୍ରମଣ, ଶତ୍ରୁ ଦ୍ଵାରା କ୍ଷୟକ୍ଷତି, ଶତ୍ରୁତା ବା କୌଣସି ବିପ୍ଲବ, ଉଗ୍ରବାଦ ଇତ୍ୟାଦି ଦ୍ଵାରା କ୍ଷୟକ୍ଷତି ବାବଦ ଭରଣ ପାଇଁ ଟଙ୍କା ଦେଇଥାଏ , ଯଦି ଅଶାନ୍ତି କରି କୌଣସି ଘର ଜାଣିଶୁଣି ପୋଡି ଦେଇଥାନ୍ତି ତେବେ ଏହି ଟଙ୍କା ପାଇପାରିବେ ନାହିଁ । ଯଦି ଅନ୍ୟ କୌଣସି ଠାରୁ Rs. 1500/- ଅଧିକ ସାହାଯ୍ୟ ପାଇଥାନ୍ତି ତେବେ ଏହି ଦେୟ ଆଉ ପାଇବେ ନାହିଁ ।

ପ୍ରିମିୟମ

ଭାରତ ସରକାର ଏହି ପ୍ରିମିୟମ ସମସ୍ତଙ୍କ ପାଇଁ ଦାଖଲ କରିଦିଅନ୍ତି ।

ଦାବିବିଧି

ଯଦି କୌଣସି ଗରିବ ଲୋକର ରହିବା ବାସଗୃହ ଅଗ୍ନି ଦ୍ଵାରା ନଷ୍ଟ ହୋଇଯାଏ – ତେବେ ଏହି ବିଷୟରେ ସମ୍ପୃକ୍ତ ସରପଞ୍ଚ / ବ୍ଲକ – ନିକଟତମ ଥାନା, ଗ୍ରାମପଞ୍ଚାୟତ ଇତ୍ୟାଦିରେ ଲିଖିତ ଅଭିଯୋଗ କରିବାକୁ ହୁଏ । ସରକାରଙ୍କର ଅନୁମୋଦିତ ଫର୍ମରେ ଦାବି ପାଇବା ପାଇଁ ଦରଖାସ୍ତ ଦାବି ତଦନ୍ତ କମ୍ ବଳବନ୍ତ ଅଧିକାରୀ ବା (ବି.ଡି.ଓ)ଙ୍କ ଘଟଣାଟି ଘଟିବାର 90 ଦିନ ଭିତରେ ପଠାଇବେ । ବ୍ଲକ ଉନ୍ନୟନ ଅଧିକାରୀ ଦରଖାସ୍ତ ଗ୍ରହଣ କରିବେ । ଦାବୀ ତଦନ୍ତ କରିବେ । ଅନ୍ୟଠାରୁ ରିପୋର୍ଟ ଓ ରାଜସ୍ୱ ଅଧିକାରୀଙ୍କଠାରୁ ତଥ୍ୟ ସଂଗ୍ରହ କରି ତା’ପରେ କେତେ ପରିମାଣର କ୍ଷୟକ୍ଷତି ହୋଇଛି ଏବଂ କ୍ଷୟକ୍ଷତିର କାରଣ କ’ଣ ଇତ୍ୟାଦି ଦର୍ଶାଇବେ, ଏବଂ ଗୃହ କ୍ଷୟକ୍ଷତି ପାଇଁ ଟଙ୍କା ଏବଂ ଆସବପତ୍ର ବାବଦକୁ ୫୦୦ ଟଙ୍କା ଅନୁମୋଦନ କରିବେ ।

ବୀମା ସହାୟତା ପ୍ରାପ୍ତି କରିବା ବିଧି

ବ୍ଲକ ଉନ୍ନୟନ ଅଧିକାରୀ ଯେ କି ଏହି ଦାବୀକୁ ସମ୍ପୃକ୍ତ ଭାରତୀୟ ଜୀବନବୀମା ନିଗମ ବୀମା କରିଥିବା ଗରିବ ଲୋକ ପାଖକୁ ମନିଅର୍ଡର ଦେୟ ଜମା କରି ଟଙ୍କା ପଠାଇ ଦିଅନ୍ତି । ଏବଂ ଜିଲ୍ଲା ମଣ୍ଡଳଅଧିକାରୀ ଏବଂ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ଜଣାଇ ଦିଅନ୍ତି । ଯଦି କେହି ଦାୟାଦ ନଥାଏ ତେବେ ପିତା ମାତା ବଞ୍ଚିଥିଲେ ଏହି ଦେୟ ଜମା କରି ଟଙ୍କା ପଠାଇ ଦିଅନ୍ତି । ଏବଂ ଜିଲ୍ଲା ମଣ୍ଡଳଅଧିକାରୀ ଏବଂ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ଜଣାଇ ଦିଅନ୍ତି । ଯଦି କେହି ଦାୟାଦ ନଥାଏ ତେବେ ପିତା ମାତା ବଞ୍ଚିଥିଲେ ଏହି ଦେୟ ସେମାନେ ପାଇବାପାଇଁ ଯୋଗ୍ୟ ବିବେଚିତ ହୁଅନ୍ତି ଏବଂ ଜୀବନ ବୀମା ନିଗମ ଆଶ୍ରିତ ପିତାମାତାଙ୍କ ପାଖକୁ ମଧ୍ୟ ଏହି ଦେୟ ପଠାଇ ଦେଇଥାନ୍ତି, ଭାଇ ଓ ଭଉଣୀ ଥିଲେ ସେମାନଙ୍କୁ ବାଣ୍ଟି ଦିଆଯାଏ । "ଦରଖାସ୍ତ ଫର୍ମ"

ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ

Last Modified : 6/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate