ସେ ହେଉଛନ୍ତି ଓଡିଶାର ଏକମାତ୍ର ତଥା ପ୍ରଥମ ପ୍ରାଣୀ ବିଜ୍ଞାନୀ ଯିଏ ସ୍ଥାନ ପୋଷଣ ଉପରେ ଗବେଷଣା କରି ପ୍ରସିଦ୍ଧି ହାସଲ କରିପାରିଛନ୍ତି । କେବଳ ଓଡ଼ିଶା କିମ୍ବା ଭାରତରେ ନୁହେଁ, ଆମେରିକା ଯାଏ ତାଙ୍କର କୃତିତ୍ବ ପ୍ରସାରିତ ହୋଇପାରିଛି ।
ସେଥିଲାଗି ସେ ଆମେରିକା ସରକାରଙ୍କ ପକ୍ଷରୁ ହାସଲ କରିଛନ୍ତି ଫୁଲ୍ବ୍ରାଇଟ ନେହେରୁ ଫେଲୋଶିପ୍ । ଏହି କୃତୀ ବିଜ୍ଞାନୀ ଜଣଙ୍କ ହେଉଛନ୍ତି ଡକ୍ଟର ଅଶୋକ କୁମାର ପଟ୍ଟନାୟକ । ଯାଜପୁର ଜିଲା ବାଲି ଚନ୍ଦ୍ରପୁର ଅନ୍ତର୍ଗତ କୃଷ୍ଣ ଦାସପୁର ଗ୍ରାମର ସ୍ଵର୍ଗତ ଅର୍କେତ ଚରଣ ପଟ୍ଟନାୟକ ଓ ଇଚ୍ଛାମଣି ପଟ୍ଟନାୟକଙ୍କ ଏହି କନିଷ୍ଟ ସୁପୁତ୍ର ଅଧୁନା ଉତ୍ତରପ୍ରଦେଶ ସ୍ଥିତ ଭାରତୀୟ ପ୍ରାଣୀ ଚିକିତ୍ସା ଅନୁସନ୍ଧାନ ସଂସ୍ଥାନରେ ପ୍ରଧାନ ବୈଜ୍ଞାନିକ ପଦବୀରେ କାର୍ଯ୍ୟରତ ।
ଡକ୍ଟର ପଟ୍ଟନାୟକ ଉକ୍ତ ଅନୁଷ୍ଠାନରେ ବିଗତ ୨୩ ବର୍ଷ ଧରି ବିଭିନ୍ନ ଗବେଷଣାରେ ସଂପୃକ୍ତ ରହିଥଲେ ମଧ୍ୟ ଶ୍ଵାନ ପୋଷଣ ଓ ପୋଷଣ ମାଧ୍ୟମରେ ଗୃହପାଳିତ ପଶୁମାନଙ୍କର ବିଭିନ୍ନ ରୋଗର ନିରାକରଣ' ବିଷୟରେ ଗବେଷଣା କରି ବୈଜ୍ଞାନିକ ମଣ୍ଡଳୀରେ ସେ ତାଙ୍କର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।
ସଂପ୍ରତି ଏହାର ବିଭିନ୍ନ ଗୁଣାତ୍ମକ ଦିଗରେ ଅନୁସନ୍ଧାନ କରୁଅଛନ୍ତି । ତାଙ୍କର ଏହି ଗବେଷଣାଗତ ଉପଲବ୍ଧି ପାଇଁ ସେ ବିଭିନ୍ନ ଅନୁଷ୍ଠାନ ତଥା ସଙ୍ଗଠନ ପକ୍ଷରୁ ଏକାଧିକ ପୁରସ୍କାର ଓ ପଦବୀ ଲାଭ କରିଛନ୍ତି । ସେଥିମଧ୍ୟରୁ ସର୍ବଭାରତୀୟ ସ୍ତରରେ ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏ ଆର)ର ହରି ଓ ଆଶ୍ରମ ଟ୍ରଷ୍ଟ ପୁରସ୍କାର, ଭାରତୀୟ ପ୍ରାଣୀ ଚିକିତ୍ସା ଅନୁସନ୍ଧାନ ସଂସ୍ଥାନର ସର୍ବଶ୍ରେଷ୍ଠ ଶିକ୍ଷକ ପୁରସ୍କାର, ଭାରତୀୟ ପ୍ରାଣୀ ଚିକିତ୍ସା ଏକାଡେମୀର ଫେଲୋଶିପ ପଦବୀ ଆଦି ଉଲ୍ଲେଖନୀୟ । ଏତଦ୍ ବ୍ୟତୀତ ୨୦୧୦ ମସିହାରେ ଅଷ୍ଟ୍ରେଲିଆ ସରକାରଙ୍କ ସମ୍ମାନଜନକ ଇଣ୍ଡିଏଭର ଫେଲୋଶିପ ଲାଭ କରି ଡକ୍ଟର ପଟ୍ଟନାୟକ ଆଡିଲେ ଡ ବିଶ୍ଵବିଦ୍ୟାଳୟରେ ଉଚ୍ଚମାନର ଗବେଷଣା କରିବା ପାଇଁ ସୁଯୋଗ ମଧ୍ୟ ପାଇ ସାରିଛନ୍ତି । ନିଜସ୍ଵ ଗବେଷଣାଲବ, ଜ୍ଞାନକୌଶଳକୁ କର୍ମକ୍ଷେତ୍ରରେ ସଫଳ ରୂପାନ୍ତରୀକରଣ ପାଇଁ ସେ ବିଭିନ୍ନ ସମୟରେ ଅଷ୍ଟ୍ରେଲିଆ, ଫୁନ୍, ସେପ୍ଟାନ୍ ଓ ଆମେରିକା ଭଳି ଦେଶମାନ ଭ୍ରମଣ କରି ବୈଜ୍ଞାନିକ ସମ୍ମିଳନୀରେ ଭାଗ ନେଇ ପାରିଛନ୍ତି ।
ବର୍ତ୍ତମାନ ୨୦୧୬–୧୭ ବର୍ଷ ପାଇଁ ଏକମାତ୍ର ପଶୁ ଚିକିତ୍ସା ବିଜ୍ଞାନୀ ଭାବେ ସେ ଆମେରିକା ସରକାରଙ୍କ ସମ୍ମାନଜନକ ଫୁଲ ବ୍ରାଇଟ ନେହେରୁ ଫେଲୋଶିପର ଅଧିକାରୀ ହୋଇଛନ୍ତି । ଏବେ ସେ ଆମେରିକାସ୍ଥିତ ଇଲ୍ଲିନଏସ ବିଶ୍ଵବିଦ୍ୟାଳୟରେ ଖାଦ୍ୟ ବିଜ୍ଞାନ ଓ ମାନବ ପୋଷଣ ବିଭାଗରେ ପୋଷଣ ତତ୍ତ୍ଵ ବୃହଦନ୍ତ୍ର ସ୍ଵାସ୍ଥ୍ୟ ସମ୍ବନ୍ଧିତ ଅତ୍ୟାଧୁନିକ ଗବେଷଣା ଜାରି ରଖୁଛନ୍ତି ।
ଆଧାର - ଡା. ଅଶୋକ କୁମାର ପଟ୍ଟନାୟକ
Last Modified : 6/30/2020