অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡ଼ିଶା ରାଜ୍ୟ ବାଳିକା ଓ ମହିଳା ନୀତି,୨୦୧୪ (ଶିକ୍ଷା)

ଉତ୍ତମ ଶିକ୍ଷାଗତ ସ୍ଥିତି, ରାଜ୍ୟର ପ୍ରଗତି ଓ ବିକାଶ ହାସଲ

ଓଡ଼ିଶା ରାଜ୍ୟ ବାଳିକା ଓ ମହିଳା ନୀତି,୨୦୧୪ (ଶିକ୍ଷା )ବାଳିକା ଓ ମହିଳା ମାନଙ୍କର ଉତ୍ତମ ଶିକ୍ଷାଗତ ସ୍ଥିତି, ରାଜ୍ୟର ପ୍ରଗତି ଓ ବିକାଶ ହାସଲ କରିବାରେ ଏକ ସକ୍ଷମକାରୀ ଉପାଦାନ । ପ୍ରାଥମିକ ସ୍ତରରେ ପ୍ରାୟ ସମସ୍ତ ବାଳିକା ମାନଙ୍କର ନାମ ଲେଖା ହୋଇଛି, କିନ୍ତୁ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସ୍ତରରେ ବାଳକ ଓ ବାଳିକା ମାନଙ୍କର ନାମ ଲେଖାରେ ସାମାଜିକ ଲିଙ୍ଗ ଭିତ୍ତିକ ପ୍ରଭେଦ ବହୁଳ ଭାବରେ ଅଛି । ଉଚ୍ଚ ଶିକ୍ଷା ସ୍ତରରେ ତଥା ବୃତ୍ତି ସମ୍ବନ୍ଧୀୟ ପ୍ରଶିକ୍ଷଣରେ ଅନୁପ୍ରବେଶ ଓ ରୁଚି ବାବଦରେ ବାଳିକା ମାନଙ୍କ ପାଇଁ ସୀମିତ ସୁଯୋଗ ରହିଛି । ପିତା ମାତା ଓ ଶିକ୍ଷକ / ଶିକ୍ଷୟତ୍ରୀଙ୍କର ପକ୍ଷପାତ ମନୋଭାବ, ଆର୍ଥିକ କାଋଣ, ନିରାପତ୍ତା ଓ ସୁରକ୍ଷା ପାଇଁ ଚିନ୍ତା ଏବଂ ସକ୍ଷମକାରୀ ପରିବେଶର ଅଭାବ ଭଳି ସାମାଜିକ ଓ ସାଂସ୍କୃତିକ କାଋଣ ଗୁଡିକ ହିଁ ମାଧ୍ୟମିକ ଓ ପରିବର୍ତ୍ତୀ ସୋପାନରେ ବାଳିକା ମାନଙ୍କର ସ୍ଵଚ୍ଛ ଧାଋଣ ଶକ୍ତି ଓ କ୍ରମାନୁବର୍ତ୍ତିତାର ହ୍ରାସ ଘଟାଇଥାଏ ।

ବାଳିକା ମାନଙ୍କୁ ଶିକ୍ଷାଗତ ସୁଯୋଗ ଯୋଗାଇ ଦେବା ପାଇଁ ଓଡ଼ିଶା ପ୍ରତିଜ୍ଞାବଦ୍ଧ, ଏବଂ ସାମାଜିକ ଲିଙ୍ଗ ଭିତ୍ତିକ ପ୍ରଭେଦ ସବୁର ଦୂରୀକଋଣ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରଚେଷ୍ଟା ଗ୍ରହଣ କରାଯାଇଛି । ବର୍ତ୍ତମାନ ପ୍ରଚଳିତ ‘ନୂଆ ଅରୁଣିମା' କାର୍ଯ୍ୟକ୍ରମଟି ୩-୬ ବର୍ଷ ବୟସର ଶିଶୁ ମାନଙ୍କର ବୌଦ୍ଧିକ ଆବଶ୍ୟକତା ଗୁଡିକୁ ସମ୍ବୋଧନ କରେ । ଶିକ୍ଷା ପାଇଁ ଅଧିକାର ଆଇନ୍ ୨୦୦୯, ଲାଗୁ କରିବା ଦିଗରେ ନିୟମ ତିଆରି କରିବାରେ ମଧ୍ୟ ଓଡ଼ିଶା ସକ୍ରିୟ ପଦକ୍ଷେପ ଗ୍ରହଣ କରିଛି । ଶିକ୍ଷାରେ ବାଳିକା ମାନଙ୍କର ଯୋଗଦାନକୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାର ବିଦ୍ୟାର୍ଥୀ ମାନଙ୍କୁ ମାଟ୍ରିକ ପୂର୍ବ ଓ ପର ସମୟରେ ମେଧା ବୃଦ୍ଧି, ବାଳିକା ମାନଙ୍କୁ ଆବାସିକ ଓ ଛାତ୍ରୀନିବାସର ସୁବିଧା, ଯିବା ଆସିବା ସୁବିଧା ପାଇଁ ବାଳିକା ମାନଙ୍କୁ ସାଇକେଲ ଏବଂ ଅବହେଳିତ ଗୋଷ୍ଠୀ ବାଳିକା ମାନଙ୍କ ପାଇଁ ସ୍ଵତନ୍ତ୍ର ବିଦ୍ୟାଳୟ ଯୋଗାଇ ଦେଇଛନ୍ତି । ଏହା ବ୍ୟତୀତ ରାଜ୍ୟର ଯାନ୍ତ୍ରିକ କୌଶଳ ଅନୁଷ୍ଠାନ ଗୁଡିକରେ ମଧ୍ୟ ବାଳିକା ମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ କରାଯାଇଅଛି ।

ନୀତି ନିର୍ଦ୍ଦେଶନାମା

ସମସ୍ତ ବାଳିକା ଓ ମହିଳା ମାନଙ୍କର ଗୁଣାତ୍ମକ ସମନ୍ଵିତ ଶିକ୍ଷା ପାଇବାର ସମାନ ସୁଯୋଗକୁ ସୁନିଶ୍ଚିତ କରାଯିବ। ବାଧାବିଘ୍ନ ନଥିବା ଗଠନମୂଳକ ବ୍ୟବସ୍ଥା, ଗୁଣାତ୍ମକ ଅନୁଷ୍ଠାନ, ମୌଳିକ ସୁବିଧା ଓ ନିରାପଦ ପରିବେଶକୁ ଶକ୍ତ କରି ବାଳିକାମାନେ ପ୍ରାଥମିକ ଠାରୁ ଆରମ୍ଭ କରି ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ପାଠପଢ଼ା ଚାଲୁ ରଖି ପାରିଲା ପରି ଏକ ପରିବେଶ ସୃଷ୍ଟି କରାଯିବ ।

କର୍ମ ପନ୍ଥା

  1. ସମନ୍ଵିତ ଶିଶୁ ବିକାଶ ଯୋଜନାରେ ଥିବା ପ୍ରାଥମିକ ଶିଶୁ ଅବସ୍ଥାର ଯତ୍ନ ଓ ଶିକ୍ଷାକୁ ସୁଦୃଢ଼ କରାଯିବ ଓ ପ୍ରାଥମିକ ବିଦ୍ୟାଳୟ ସହିତ ଯୋଗସୂତ୍ର ସ୍ଥାପନ କରାଯିବ ।
  2. ଶିକ୍ଷାର ବିଭିନ୍ନ ସ୍ତରରେ ବାଳିକା ମାନଙ୍କ ପାଇଁ ଆବାସିକ ସୁବିଧା ବଢ଼ାଇ ଦିଆଯିବ । ପ୍ରତ୍ୟେକ ବ୍ଲକ୍ ସ୍ତରରେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ପରି ଆବାସିକ ସ୍ଥଳି ତିଆରି କରାଯିବ ଏବଂ ବର୍ତ୍ତମାନ ରହିଥିବା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଗୁଡିକର ଧାଋଣ ଶକ୍ତିକୁ ସଂପ୍ରସାରଣ କରି, ଏଗୁଡିକୁ ମାଧ୍ୟମିକ ସ୍ତରକୁ ଉନ୍ନତି କରାଯିବ ।
  3. ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ସ୍ତରରେ ସମସ୍ତ ବାଳିକା ମାନଙ୍କୁ ମାଗଣା ପାଠ୍ୟ ପୁସ୍ତକ, ବିଦ୍ୟାଳୟ ପୋଷାକ, ନିରାପଦ ଗମନାଗମନର ବ୍ୟବସ୍ଥା ଏବଂ ବିଦ୍ୟାଳୟର ଦେୟ ଛାଡ ପରି ଉତ୍ସାହମୂଳକ ସହାୟତା ଯୋଗାଇ ଦିଆଯିବ ।
  4. ଉଚ୍ଚ ମାଧ୍ୟମିକ ଓ ପରିବର୍ତ୍ତୀ ସମୟରେ ପାଠପଢ଼ା ଜାରି ରଖିବା ପାଇଁ ବାଳିକା ମାନଙ୍କୁ ଯୋଗ୍ୟତା ଓ ଆବଶ୍ୟକତା ଭିତ୍ତିରେ ବୃଦ୍ଧି ଯୋଗାଇ ଦିଆଯିବ ।
  5. ଅଧାରୁ ପାଠପଢ଼ା ଛାଡିଦେଇଥିବା ବାଳିକା ମାନଙ୍କୁ ଚିହ୍ନଟ କରାଯିବ, ଏବଂ ବ୍ରିଜ ପାଠ୍ୟକ୍ରମ, ଡ୍ରପ୍ -ଇନ-ସେଣ୍ଟର, ସଂଶୋଧନକାରୀ ଶିକ୍ଷା ପ୍ରଦାନ କେନ୍ଦ୍ର ଏବଂ ଏହିପରି ଅନ୍ୟାନ୍ୟ ସୁଗମ କୌଶଳ ଗୁଡିକ ମାଧ୍ୟମରେ ବାଳିକା ମାନଙ୍କର ଶିକ୍ଷାରେ ଅନୁପ୍ରବେଶକୁ ପ୍ରୋତ୍ସାହିତ କରାଯିବ ।
  6. ରାଜ୍ୟ ମୁକ୍ତ ବିଦ୍ୟାଳୟରେ ବାଳିକା ଓ ମହିଳା ମାନଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ରଖାଯିବ ।
  7. ବାଳିକା ମାନଙ୍କର ନିଯୁକ୍ତିକୁ ବଢ଼ାଇପାରୁଥିବା ଧନ୍ଦାମୂଳକ ବିଷୟ ଗୁଡିକୁ ମାଧ୍ୟମିକ ଶିକ୍ଷା ସ୍ତରରେ ଅନ୍ତର୍ଭୁକ୍ତ କରାଯିବ, ମହିଳା ଓ ବାଳିକା ମାନଙ୍କର ଥିବା ଉଚ୍ଚ ଆକାଂକ୍ଷାକୁ ମେଣ୍ଟାଇବା ପାଇଁ ଓ ବଜାର ଚାହିଦାକୁ ପୂଋଣ କରିବା ପାଇଁ ବୈଷୟିକ ଅନୁଷ୍ଠାନ ଗୁଡ଼ିକର ପାଠ୍ୟକ୍ରମ ଓ ଧନ୍ଦାମୂଳକ ବିଷୟ ଗୁଡିକୁ ଆବଶ୍ୟକୀୟ ଅନୁଯାୟୀ ପରିବର୍ତ୍ତନ କରାଯିବ ।
  8. ନେତୃତ୍ଵ, ସାମାଜିକ ପଟୁତା, ବିଭିନ୍ନ ବୟସ ଅନୁଯାୟୀ ଯୌନ ଓ ପ୍ରଜନନ ଗତ ବିଷୟବସ୍ତୁ ଇତ୍ୟାଦିକୁ ନେଇ ଜୀବନ ଧାଋଣ ଗତ ଶିକ୍ଷାକୁ ପ୍ରଚଳିତ ଅନୁଷ୍ଠାନିକ ଶିକ୍ଷା ବ୍ୟବସ୍ଥାର ଅନ୍ତର୍ଭୁକ୍ତ କରାଯିବ । ବାଳିକା ମାନଙ୍କୁ କ୍ରୀଡା, ବିଦ୍ୟାର୍ଥୀ ପରିଷଦ ପରି ପାଠ୍ୟକ୍ରମ ବାହାର କାର୍ଯ୍ୟକ୍ରମ ଗୁଡିକରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରାଯିବ।
  9. ବାଳିକା ଓ ମହିଳା ମାନଙ୍କୁ ଉଚ୍ଚ ଶିକ୍ଷା ଓ ଧନ୍ଦାମୂଳକ ପ୍ରଶିକ୍ଷଣ ଦିଗରେ ପେଶାଗତ ପରାମର୍ଶର ସୁବିଧା ଯୋଗାଇ ଦିଆଯିବ ।
  10. ପାଞ୍ଚବର୍ଷ ମଧ୍ୟରେ କନିଷ୍ଠ ମହାବିଦ୍ୟାଳୟ, ସ୍ନାତକ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟ ଗୁଡିକରେ ବାଳିକା ମାନଙ୍କର ଆବାସିକ ବ୍ୟବସ୍ଥାକୁ ସଂପ୍ରସାରଣ କରାଯିବ ।
  11. ଶିକ୍ଷାଗତ ପାଠ୍ୟକ୍ରମକୁ ଲିଙ୍ଗ ଭିତ୍ତିକ ସମ୍ବେଦନଶୀଳ କରିବା ପାଇଁ ଏହାର ସମୀକ୍ଷା କରାଯିବ ଏବଂ ମହିଳା ସମ୍ବନ୍ଧୀୟ ଆଇନ୍ ଗୁଡିକ ଏଥିରେ ଅନ୍ତର୍ଭୁକ୍ତ କରାଯିବ ।
  12. ସମସ୍ତ ପେଶାଗତ ଶିକ୍ଷକ ପ୍ରଶିକ୍ଷଣ ପାଠ୍ୟକ୍ରମ ଏବଂ ଚାକିରି କରୁଥିବା ଶିକ୍ଷକ ମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗୁଡ଼ିକରେ ସାମାଜିକ ଲିଙ୍ଗ ଉପରେ ସ୍ଵତନ୍ତ୍ର ପାଠ୍ୟ ଖସଡାକୁ ନୂଆକରି ଭର୍ତ୍ତି କରାଯିବ ।
  13. ଉପଯୁକ୍ତ ଉପାୟ ମାଧ୍ୟମରେ ଶିକ୍ଷାନୁଷ୍ଠାନ ମାନଙ୍କରେ ବାଳିକା ଓ ମହିଳା ମାନଙ୍କର ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ଅକ୍ଷମଣୀୟ ନୀତି ଗ୍ରହଣ କରାଯିବ । ବହୁ ସଂଖ୍ୟକ ବାଳିକା ରହୁଥିବା ଶିକ୍ଷାନୁଷ୍ଠାନ ଗୁଡିକର ଉପଯୁକ୍ତ ସ୍ତରରେ ଯଥେଷ୍ଟ ସଂଖ୍ୟକ ମହିଳା କର୍ମଚାରୀମାନଙ୍କୁ ଅବସ୍ଥାପିତ କରାଯିବ । କୌଣସି ଅସଦାଚଋଣକୁ ରୋକିବା ଓ ରିପୋର୍ଟ ବା ଅବଗତ କରାଇବା ପାଇଁ ନିୟମାବଳୀ ପ୍ରସ୍ତୁତ କରାଯିବ, ଏବଂ ଯତ୍ନର ମାନକୁ ପାଳନ କରାଯିବ ।
  14. ମହିଳା ଶିକ୍ଷାହାର କମ୍ ଥିବା ଜିଲ୍ଲାମାନଙ୍କ ଉପରେ ଗୁରୁତ୍ଵ ଦେଇ ପ୍ରଚଳିତ ପ୍ରୌଢଶିକ୍ଷା କାର୍ଯ୍ୟକ୍ରମକୁ ସୁଦୃଢ଼ କରାଯିବ ।

ଆଧାର – ଓଡିଶା ସରକାର

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate