ଜାତିସଂଘର ବିଶ୍ଵ ଜନସଂଖ୍ୟା ଦିବସ ପାଳନ ପରିପ୍ରେକ୍ଷୀରେ କେତୋଟି ତଥ୍ୟ
ଉପକ୍ରମ
ପୃଥିବୀରେ ବର୍ତ୍ତମାନ ଜନସଂଖ୍ୟା ହେଉଛି ୭୪୦ କୋଟି । ଜାତିସଂଘର ବିଶ୍ଵ ଜନସଂଖ୍ୟା ଦିବସ ପାଳନ ପରିପ୍ରେକ୍ଷୀରେ କେତୋଟି ତଥ୍ୟ ରହିଛି ।
କେତୋଟି ତଥ୍ୟ
- ପୃଥିବୀରେ ବର୍ତ୍ତମାନ ଜନସଂଖ୍ୟା ହେଉଛି ୭୪୦ କୋଟି । ଜାତିସଂଘର ଜନସଂଖ୍ୟା ଘଡିରେ ବିଶ୍ଵରେ ଦୈନିକ ଜନ୍ମ, ମୃତ୍ୟୁ ଏବଂ ଜନସଂଖ୍ୟା ଅଭିବୃଦ୍ଧି ସମ୍ପୂର୍ଣ୍ଣ ଠିକ୍ ନହେଲେ ମଧ୍ୟ ପାଖାପାଖି ଆକଳନ କରିହେଉଛି ।
- ୧୦୦୦ ମସିହାରେ ବିଶ୍ଵ ଜନସଂଖ୍ୟା ଥିଲା ୪୦କୋଟି । ୭୫୦ବର୍ଷ ପରେ ଅର୍ଥାତ୍ ୧୭୫୦ରେ ଏହା ହେଲା ୮୦କୋଟି । ୧୮୦୪ରେ ବିଶ୍ଵ ଜନସଂଖ୍ୟା ୧୦୦କୋଟି ଛୁଇଁଲା । ୧୯୨୭ ସୁଦ୍ଧା ବିଶ୍ଵ ଲୋକସଂଖ୍ୟା ୨୦୦କୋଟିରେ ପହଞ୍ଚିଲା । ୧୯୬୦ ବେଳକୁ ଏହି ସଂଖ୍ୟା ହେଲା ୩୦୦କୋଟି । ମାତ୍ର ୪୦ବର୍ଷ ମଧ୍ୟରେ ଅର୍ଥାତ୍ ୨୦୦୦ ମସିହା ବେଳକୁ ବିଶ୍ଵରେ ସମୁଦାୟ ଜନସଂଖ୍ୟା ଦୁଇଗୁଣ ଅର୍ଥାତ୍ ୬୦୦କୋଟିରେ ପହଞ୍ଚିଲା ।
- ଉପ-ସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡିକରେ ଲୋକମାନଙ୍କ ହାରାହାରି ଆୟୁଷ ସବୁଠୁ କମ୍ ୫୧.୫ ବର୍ଷ ହୋଇଥିବା ବେଳେ ପଶ୍ଚିମ ୟୁରୋପୀୟ ରାଷ୍ଟ୍ରରେ ସବୁଠୁ ଅଧିକ ୮୦.୩ବର୍ଷ ଏବଂ ଉତ୍ତର ଆମେରିକୀୟ ରାଷ୍ଟ୍ରଗୁଡିକରେ ଲୋକଙ୍କ ହାରାହାରି ଆୟୁଷ ୭୯.୩ ବର୍ଷ ।
- ସମଗ୍ର ପୃଥିବୀରେ ୧୦ରୁ ୨୪ବର୍ଷ ବୟସ ମଧ୍ୟରେ ଲୋକଙ୍କ ସଂଖ୍ୟା ହେଉଛି ୧୮୦କୋଟି । ଯୁବ ବୟସର ଲୋକସଂଖ୍ୟା କ୍ଷେତ୍ରରେ ଏ ପର୍ଯ୍ୟନ୍ତ ଏହା ହେଉଛି ସବୁଠୁ ଅଧିକ । ବାସ୍ତବରେ କହିବାକୁ ଗଲେ ବିଶ୍ଵ ଜନସଂଖ୍ୟାର ୫୨ ପ୍ରତିଶତ ଲୋକ ୩୦ବର୍ଷ ବୟସ ମଧ୍ୟରେ ।
- ବିଶ୍ଵରେ ପ୍ରାୟ ୧୫କୋଟି ପୁରୁଷ ଓ ବାଳକଙ୍କ ନାମ ଆରମ୍ଭରେ ‘ମହମ୍ମଦ୍’ ଲାଗିଥାଏ । ମୁସଲିମ୍ ପରିବାରରେ ଏହି ଶବ୍ଦ ଏତେ ଲୋକପ୍ରିୟ ଯେ, ସେମାନଙ୍କର ପ୍ରଥମ ସନ୍ତାନ ପୁତ୍ର ହୋଇଥିଲେ ଇସଲାମ୍ ଧର୍ମର ପ୍ରବର୍ତ୍ତନ ମହମ୍ମଦଙ୍କ ନାମାନୁସାରେ ଏହାର ନାମକରଣ କରାଯାଏ ।
- ଜନସଂଖ୍ୟା ଘଡି ଅନୁଯାୟୀ ପ୍ରତି ସେକେଣ୍ଡରେ ୪.୩ଜଣ ଜନ୍ମଗ୍ରହଣ କରୁଥିବା ବେଳେ ୧.୮ଜଣ ମୃତ୍ୟୁବରଣ କରୁଛନ୍ତି। ଅର୍ଥାତ୍ ପ୍ରତି ସେକେଣ୍ଡରେ ଜୀବିତ ଲୋକଙ୍କ ସଂଖ୍ୟା ହେଉଛି ୨.୫ । ମଜାର କଥା ହେଉଛି ଯେ, ବର୍ତ୍ତମାନ ଲୋକସଂଖ୍ୟା ବିସ୍ଫୋରଣ ବର୍ଦ୍ଧିତ ଜନସଂଖ୍ୟା ହାରକୁ ଭିତ୍ତିକରି ନୁହେଁ ବରଂ ହ୍ରାସ ପାଉଥିବା ମୃତ୍ୟୁହାରକୁ ନେଇ ଆକଳନ କରାଯାଉଛି । ଉନ୍ନତମାନର କୃଷି ଉତ୍ପାଦନ, ସହରୀକରଣ, ପ୍ରଯୁକ୍ତି ବିଦ୍ୟା, ଶିକ୍ଷା, ରୋଗ ନିରାକରଣ, ଉନ୍ନତମାନର ଚିକିତ୍ସା ବ୍ୟବସ୍ଥା ଏବଂ ଯୁଦ୍ଧଜନିତ ମୃତ୍ୟୁସଂଖ୍ୟା କମ୍ କାରଣରୁ ବିଶ୍ଵରେ ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।
- ବିଶ୍ଵରେ ଜନସଂଖ୍ୟା ବୃଦ୍ଧିର ଏକ ତୃତୀୟାଂଶର କାରଣ ହେଉଛି ଅବାଞ୍ଛିତ ଗର୍ଭଧାରଣ, ଶିକ୍ଷା ଓ ସଚେତନତା ଅଭାବ ଏବଂ ପରିବାର ନିୟୋଜନ ଅସ୍ତ୍ରୋପଚାରଣ କରାଇବା ଆଦି ।
- ବିଶ୍ଵରେ ୧୮ବର୍ଷରୁ କମ୍ ବୟସରେ ବିବାହ କରୁଥିବା ମହିଳାଙ୍କ ସଂଖ୍ୟା ହେଉଛି ୭୦କୋଟି । କେବଳ ୨୦୧୫ରେ ୧୮ବର୍ଷରୁ କମ୍ ୧.୫କୋଟି ଯୁବତୀଙ୍କୁ ବଳପୂର୍ବକ ବିବାହ କରିଦିଆଯାଇଛି ।
- କେତେକ ବିଶେଷଜ୍ଞ ବିଶ୍ଵରେ ଜନସଂଖ୍ୟା ବୃଦ୍ଧିକୁ ଏକ ସମସ୍ୟା ଭାବେ ହିସାବକୁ ନେଉନଥିବା ବେଳେ ଅଧିକ ଉପଭୋଗ ଏବଂ ପୃଥିବୀ ସମ୍ବଳର ଅସମ ବଣ୍ଟନ ବହୁ ସମସ୍ୟାର କାରଣ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ବାସ୍ତବରେ କହିବାକୁ ଗଲେ ବିଶ୍ଵରେ ୨୦ପ୍ରତିଶତ ଧନୀଲୋକ ବିଶ୍ଵ ସମ୍ବଳର ୮୬% ଭୋଗ କରୁଥିବାବେଳେ ୨୦ପ୍ରତିଶତ ଅତି ଗରିବ ମାତ୍ର ୧.୩% ସମ୍ବଳ ଭୋଗ କରନ୍ତି ।
- ୧୮୦୦ ମସିହା ବେଳକୁ ବିଶ୍ଵ ଜନସଂଖ୍ୟାର ମାତ୍ର ୩ପ୍ରତିଶତ ସହରାଞ୍ଚଳର ବାସକରୁଥିଲେ । ବର୍ତ୍ତମାନ ବିଶ୍ଵ ଲୋକସଂଖ୍ୟାର ପାଖାପାଖି ଅଧାଲୋକ ସହରାଞ୍ଚଳରେ ବାସ କରୁଛନ୍ତି ।
- ଦୁର୍ବଳ ସ୍ୱାସ୍ଥ୍ୟବ୍ୟବସ୍ଥା କାରଣରୁ ପ୍ରତି ୨୦ସେକେଣ୍ଡରେ ଜଣେ ଶିଶୁ ପୃଥିବୀରେ ପ୍ରତି ୧୦ଜଣରେ ଜଣେ ଅର୍ଥାତ୍ ୬୬୩ନିୟୁତ୍ ଲୋକ ନିରାପଦ ପାନୀୟ ଜଳ ପାଇପାରନ୍ତି ନାହିଁ ।
ଆଧାର – ଦୈନିକ ଧରିତ୍ରୀ
Last Modified : 1/26/2020
0 ratings and 0 comments
Roll over stars then click to rate.
© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.