ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା
ଖାଉଟି କାର୍ଡ଼
ରାଜ୍ୟର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଖାଉଟି କାର୍ଡ଼ ଯୋଗାଇ ଦିଆଯାଇବ । ହିତାଧିକାରୀ ପାଇଁ କେତେକ ଜାଣିବା ସୂଚନା ।
ହିତାଧିକାରୀ ପାଇଁ ସୂଚନା
- ଦରଖାସ୍ତ ଦେଇ ଯେଉଁ ଯୋଗ୍ୟ ହିତାଧିକାରୀମାନେ କାର୍ଡ଼ ପାଇଁ ଅପେକ୍ଷା କରିଛନ୍ତି, ଆସନ୍ତା ଏକ ମାସ ମଧ୍ୟରେ ସେମାନଙ୍କୁ ଖାଉଟି କାର୍ଡ଼ ଯୋଗାଇ ଦିଆଯିବ ।
- ଏହି ଯୋଜନାରେ ଯେଉଁ ହିତାଧିକାରୀମାନେ ଏ ପର୍ଯ୍ୟନ୍ତ ଦରଖାସ୍ତ ଦେଇ ନାହାନ୍ତି, କିମ୍ବା କୌଣସି ଦରଖାସ୍ତ ପୂରଣ ଜନିତ ତ୍ରୁଟିରୁ ତାଙ୍କ ଦରଖାସ୍ତ ନାକଚ ହେଇଯାଇଛି, ସେମାନେ ପୁଣିଥରେ ଦରଖାସ୍ତ ଦେଇ ନିୟମାନୁଯାୟୀ ନିଜ ଦରଖାସ୍ତର ପୁନର୍ବିଚାର କରାଇ ପାରିବେ ।
- ଏହି ଯୋଜନାରେ ହିତାଧିକାରୀ ହେବା ପାଇଁ ଦରଖାସ୍ତ ଦେବାର କୌଣସି ସମୟ ସୀମା ନାହିଁ, ଏହା ଯେ କୌଣସି ସମୟରେ କରାଯାଇପାରିବ ।
- ତିନି ବଖରା ପକ୍କା ଘର ଥିବା ପରିବାରକୁ ଏହି ଯୋଜନାରୁ ବାଦ୍ ଦିଆଯିବା ପାଇଁ ରହିଥିବା ନିୟମରୁ ଇନ୍ଦିରା ଆବାସ / ପ୍ରଧାନମନ୍ତ୍ରୀ ଆବାସ ଏବଂ ବିଜୁ ପକ୍କାଘର ଯୋଜନାରେ ଘର ପାଇଥିବା ହିତାଧିକାରୀଙ୍କୁ ବାଦ୍ ଦିଆଯିବ ।
- ଯେଉଁ ବ୍ୟକ୍ତିବିଶେଷମାନେ ନିଜ ସମ୍ପର୍କରେ ଭୁଲ୍ ତଥ୍ୟ ଦେଇ ଏହି ଯୋଜନାରେ ଖାଉଚ କାର୍ଡ ହାସଲ କରିଛନ୍ତି, ସେମାନଙ୍କୁ ଏହି କାର୍ଡ ଫେରସ୍ତ କରିବା ପାଇଁ ସେପ୍ଟେମ୍ବର ୩୦, ୨୦୧୬ ପର୍ଯ୍ୟନ୍ତ ଶେଷଥର ପାଇଁ ସମୟ ଦିଆଯାଉଛି । ଏହି ସମୟ ସୀମା ମଧ୍ୟରେ କାର୍ଡ ଫେରସ୍ତ କଲେ ଖାଦ୍ୟ ସାମଗ୍ରୀର ମୂଲ୍ୟ ବାବଦରେ କୌଣସି ଅର୍ଥ ଫେରସ୍ତ କରିବା ପାଇଁ ପଡିବ ନାହିଁ କିମ୍ବା କୌଣସି ଫୌଜଦାରୀ ମାମଲା ରୁଜୁ କରାଯିବ ନାହିଁ ।
- ଯେଉଁ ବ୍ୟକ୍ତିବିଶେଷମାନେ ପୂର୍ବରୁ ଖାଉଟି କାର୍ଡ ଫେରସ୍ତ କରିବା ସମୟରେ ଖାଦ୍ୟ ସାମଗ୍ରୀର ମୂଲ୍ୟ ଦାଖଲ କରିଥିଲେ, ତାହା ସେମାନଙ୍କୁ ଫେରସ୍ତ କରି ଦିଆଯିବ ଏବଂ କରାଯାଇଥିବା ଫୌଜଦାରୀ ମୋକଦ୍ଦମା ପ୍ରତ୍ୟାହାର କରି ନିଆଯିବ ।
ଆଧାର – ଦୈନିକ ସମ୍ବାଦ
Last Modified : 12/7/2019
© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.