অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜାତୀୟ ଶିଶୁଶ୍ରମ ନୀତି ୧୯୮୭ ପୃଷ୍ଠଭୂମି ଓ ପରିଣତି

ଜାତୀୟ ଶିଶୁଶ୍ରମ ନୀତି ୧୯୮୭ ପୃଷ୍ଠଭୂମି ଓ ପରିଣତି

ବିଶେଷଜ୍ଞ କମିଟି

ବାଳଶ୍ରମ ସମସ୍ୟା ଉପରେ ଅନୁଧ୍ୟାନ କରି ତହିଁର ପ୍ରତିକାରମୂଳକ ପଦକ୍ଷେପ ସୁପାରିସ କରିବା ପାଇଁ୧୯୭୯ ରେ କେନ୍ଦ୍ର ସରକାର ଏମ ଏସ ଗୁରୁପଦସ୍ଵାମୀଙ୍କ ଅଧ୍ୟକ୍ଷତାରେ  ଏକ  ୧୬ ଜଣିଆ ବିଶେଷଜ୍ଞ କମିଟି ଗଠନ କରିଥିଲେ  । ଏହି କମିଟି ତାଙ୍କ ରିପୋର୍ଟରେ କହିଥିଲେ”ଚରମ ଦାରିଦ୍ର୍ୟ ,ଉପର୍ଜ୍ଜନମୁଖୀ ନିଯୁକ୍ତିର ଅଭାବ,ରୋଜଗାରରେ ଅନିଶ୍ଚିୟତା ଏବଂ ଜୀବନଧାରଣର ନିମ୍ନ ମାନଦଣ୍ଡ ହେଉଛି ଶିଶୁଶ୍ରମର ବ୍ୟାପକତା ପଛରେ ମୂଳ କାରଣ    । ସଂଗଠିତ କ୍ଷେତ୍ରରେ ଶିଶୁଶ୍ରମକୁ ଚିହ୍ନଟ କରିବା ସହଜ ହେଲେହେଁ ଏହାର ମୋଟ ଶିଶୁଶ୍ରମ ଭିତରେ ଆମକୁ ସର୍ବାଧିକ ଧ୍ୟାନ ଦେବାକୁ ପଡିବ  ।ଶିଶୁଶ୍ରମ ସମସ୍ୟା ସର୍ବଜନୀନ ,କିନ୍ତୁ ଆମ ଦେଶ କ୍ଷେତ୍ରରେ ଏହା ଅଧିକ ଉଦବେଗଜନକ ।“ ପୁଣି କମିଟି ମତ ଦେଇଥିଲେ ,କେବଳ ଆଇନ ବଳରେ ଏହାକୁ ନିରାକରଣ କରିବା ଏକ ବାସ୍ତବ ପ୍ରସ୍ତାବ ନୁହେଁ   । ବର୍ତ୍ତମାନ ପରିସ୍ଥିତିରେ ଏକମାତ୍ର ବିକଳ୍ପ ହେଉଛି ବିପଜ୍ଜନାକ କର୍ମକ୍ଷେତ୍ରଗୁଡ଼ିରେ ବାଳଶ୍ରକୁ ନିଷେଧ କରିବା ସହିତ ଅନ୍ୟାନ୍ୟ କର୍ମକ୍ଷେତ୍ରଗୁଡିକରେ ବାଳଶ୍ରମକୁ ନିଷେଧ କରିବା ସହିତ ଅନ୍ୟାନ୍ୟ କର୍ମକ୍ଷେତ୍ରଗୁଡିକରେ ଶ୍ରମ ସମ୍ପୃକ୍ତ ସର୍ତ୍ତାବଳୀକୁ ନିୟନ୍ତ୍ରଣ କରି ଶିଶୁଶ୍ରମିକର ସ୍ଥିତିରେ କ୍ରମାଗତ ଉନ୍ନତି ଘଟାଇବା   । ବାଳଶ୍ରମର ସମସ୍ୟାବଳୀକୁ ମୁକାବିଲାପାଇଁ ଏକ ବହୁମୁଖୀ ପଲିସ ଗ୍ରହଣପାଇଁ ଏହି କମିଟି ସୁପାରିସ କରିଥିଲେ  ।ଗୁରୁପଦସ୍ଵାମୀ କମିଟିର ସୁପାରିସ ଅଧାରରେ ବାଳଶ୍ରମ (ନିଷେଧ ଓ ନିୟନ୍ତ୍ରଣ) ଆଇନ ୧୯୮୬ ପ୍ରବର୍ତ୍ତିତ ହୋଇଥିଲା   ।ଏହି ଆଇନ କେତେକ ସୁନିର୍ଦ୍ଧିଷ୍ଟ ବିପଜ୍ଜନକ ଶ୍ରମ ଓ ଶ୍ରମପ୍ରକ୍ରିୟାରେ ବାଳଶ୍ରମକୁ ନିଷେଧ କରିଛି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଶ୍ରମ ସର୍ତ୍ତାବଳୀକୁ ନିୟନ୍ତ୍ରଣ କରୁଛି  ।ଏହି ଆଇନ ଅଧୀନରେ ଗଠିତ ବୈଷୟିକ ଉପଦେଷ୍ଟା କମିଟିର ସୁପାରିସ କ୍ରମେ ବିପଜ୍ଜନକ ଶ୍ରମ ଏବଂ ଶ୍ରମପ୍ରକ୍ରିୟାର ତାଲିକା ସମୟାନ୍ତରରେ ସମ୍ପ୍ରସାରିତ ହୋଇଚାଲିଛି   । କିନ୍ତୁ ଲକ୍ଷ୍ୟ କରାଗଲା ,ଏହି ଆଇନ ଅଧୀନରେ  ୧୪ ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କୁ ବିପଜ୍ଜନକ ଶ୍ରମକୁ ସୁରକ୍ଷା ଦେବାରେ ଏହି ଆଇନ ମୂଳତଃ ବିଫଳ ହୋଇଛି  । ଏହି ଆଇନ ଅଧୀନରେ ଯେଉଁ ସଂଖ୍ୟକ ଇନସ୍ପେକସାନ ହୋଇଛି, ତହିଁର ଏକ ନଗଣ୍ୟ ଅଂଶରେ ଉଲ୍ଲଂଘନ କେସ ରୁଜୁ ହୋଇଛି  ।ପୁଣି ସେହି କେଶ ଭିତରୁ ପ୍ରାୟ ଅଧସଂଖ୍ୟକ କେଶରେ ଅଭିଯୋଜନ (ଅଦାଲତରେ କେଶ ପରିଚାଳନା) ହୋଇଛି ଏବଂ ଅଭିଯୋଜିତ କେଶଗୁଡିକରେ ମାତ୍ର ଏକ ଚତୁର୍ଥାଂଶ କେଶରେ ଦଣ୍ଡବିଧାନ ହୋଇଛି   ।  ନିମ୍ନୋକ୍ତ ସରକାରୀ ପରିସଂଖ୍ୟାନରୁ ଏହା ସୁସ୍ପଷ୍ଟ ହୋଇଥାଏ   ।

ପାଞ୍ଚବର୍ଷ (୨୦୦୯-୨୦୧୩) ରେ ବାଳଶ୍ରମ (ନିଷେଧ ଓ ନିୟନ୍ତ୍ରଣ)

ଆଇନ  ୧୯୮୬ ର କାର୍ଯ୍ୟକାରିତା ପରିସଂଖ୍ୟାନ

ବର୍ଷ

ଇନସ୍ପେକ୍ସନ

ଉଲ୍ଲଂଘନ

ଅଭିଯୋଜନ

ଦଣ୍ଡବିଧାନ

୨୦୦୯

୩୨୮୦୭୬

୮୭୦୯

୫୬୩୩

୧୪୮୯

୨୦୧୦

୨୫୫୧୭୬

୧୧୧୮୨

୪୫୭୦

୧୫୩୬

୨୦୧୧

୧୫୦୭୭୧

୧୪୪୧୧

୬୦୧୧

୯୭୬

୨୦୧୨

୧୬୪୪୫୩

୧୨୦୧୯

୫୦୧୮

୧୧୪୪

୨୦୧୩

୧୭୪୯୯୪

୮୮୫୯

୩୪୮୬

୧୦୪୧

ମୋଟ

୧୦୭୩୪୭୧

୫୫୧୮୦

୨୪୭୧୮

୬୧୮୬

 

(ସୂତ୍ର: କେନ୍ଦ୍ରୀୟ ଶ୍ରମ ଓ ନିୟାଜିତ ମନ୍ତ୍ରଣାଳୟଙ୍କ ୱେବସାଇଡ)

ଜାତୀୟ ବାଳଶ୍ରମ ନୀତି

ଗୁରୁପଦ ସ୍ଵାମୀ କମିଟିଙ୍କ ସୁପାରିସକୁ ଭିତ୍ତିକରି ବାଳଶ୍ରମ ଜାତୀୟ ନୀତି ୧୯୮୭ ପ୍ରଣିତ ହୋଇଥିଲା  ।ଏହି ନୀତି ଏକ କ୍ରମାନ୍ଵୟିକ ଏବଂ ପର୍ଯ୍ୟାୟକ୍ରମିକ ଦ୍ରୁଷ୍ଟିଭଙ୍ଗୀ ପୋଷଣ କରିବା ସହିତ ସର୍ବପ୍ରଥମ ପଦକ୍ଷେପ ରୂପେ ବିପଜ୍ଜନକ ଶ୍ରମ ଏବଂ ପ୍ରକ୍ରିୟାରେ ନିୟୋଜିତ ବାଳଶ୍ରମମାନଙ୍କର ଥଇଥାନ ଉପରେ ନିଜର ଧ୍ୟାନ କେନ୍ଦ୍ରିତ କରିଛି   । ଏହି ନୀତିର ନିମ୍ନୋକ୍ତ ଧରଣର ଏକ କାର୍ଯ୍ୟପନ୍ଥା ସ୍ଥାନିତ ହୋଇଛି  ।

  • ବୈଧାନିକ କାର୍ଯ୍ୟପନ୍ଥା  :- ବାଳଶ୍ରମ ଆଇନ ଏବଂ ଅନ୍ୟାନ୍ୟ ଶ୍ରମ ସଂକ୍ରାନ୍ତ ବିଧିବିଧାନକୁ କଠୋର ଭାବେ ବଳବତ୍ତର କରିବା ଉଦ୍ଦେଶ୍ୟରେ ଏକ ବୈଧାନିକ କାର୍ଯ୍ୟପନ୍ଥାର ପ୍ରଣୟନ, ଯାହାଫଳରେ ଅଣବିପଜ୍ଜନକ ଶ୍ରମକ୍ଷେତ୍ରରେ ନିୟୋଜିତ ବାଳୁତମାନଙ୍କର ଶ୍ରମ ସର୍ତ୍ତାବଳୀକୁ ବାଳଶ୍ରମ ଆଇନ ଅନୁଯାୟୀ ନିୟନ୍ତ୍ରଣକୁ ସୁନିଶ୍ଚିତ କରିହେବ   । ପୁଣି,ଯେଉଁ ସବୁ ଅତିରିକ୍ତ ଶ୍ରମକ୍ଷେତ୍ର ଏବଂ ଶ୍ରମପ୍ରକ୍ରିୟା କାରଣରୁ ବାଳୁତମାନଙ୍କର ସ୍ୱାସ୍ଥ୍ୟ ଓ ନିରାପତ୍ତା ବିପନ୍ନ ହେବାର ଆଶଙ୍କା ରହିଛି ,ସେଗୁଡିକ ଚିହ୍ନଟ କରିବା ମଧ୍ୟ ଏହି କାର୍ଯ୍ୟପନ୍ଥାର ଏକ ଅଂଶବିଶେଷ ହେବ   ।
  • ବାଳୁତ ଶ୍ରମିକମାନଙ୍କ ହିତସାଧନ କରୁଥିବା ସାଧାରଣ ବିକାଶମୂଳକ କାର୍ଯ୍ୟକ୍ରମ ଉପରେ ଦ୍ରୁଷ୍ଟିନିବନ୍ଧ କରିବା  :-ଯେଉଁ ଦାରିଦ୍ର୍ୟ ହେଉଛି ବାଳଶ୍ରମର ମୂଳ କାରଣ , ତେଣୁ ବାଳଶ୍ରମିକ ଏବଂ ସେମାନଙ୍କର ପରିବାରବର୍ଗଙ୍କୁ ସରକାରଙ୍କ ବିଭିନ୍ନ ଦାରିଦ୍ର ଦୂରୀକରଣ ଏବଂ କର୍ମନିଯୁକ୍ତି ସୃଷ୍ଟିକାରୀ ସ୍କିମର ପରିସରଭୁକ୍ତ କରିବା ଉପରେ କାର୍ଯ୍ୟପନ୍ଥା ପ୍ରାଧାନ୍ୟ ଦେଇଛି   ।
  • ପ୍ରକଳ୍ପ ଭିତ୍ତିକ କାର୍ଯ୍ୟପନ୍ଥାରେ ଲକ୍ଷ୍ୟ ରଖାଯାଇଥିଲା – ଯେଉଁ ସବୁ ଅଞ୍ଚଳରେ ବ୍ୟାପକ ବାଳଶ୍ରମ ଦ୍ରୁଷ୍ଟି ଗୋଚର ହେଉଛି , ସେସବୁ ଅଞ୍ଚଳରେ ବିଭିନ୍ନ ପ୍ରକଳ୍ପଗୁଡିକୁ ଚାଲୁ ରଖିବା   ।ଏହାକୁ ଦ୍ରୁଷ୍ଟିରେ ରାଖୀ ବ୍ୟାପକ ବାଲଶ୍ରମଦ୍ଵାରା ସବୁଠୁ ବେଶି ଆକ୍ରାନ୍ତ ୯ ଟି ଜିଲ୍ଲାରେ  ୧୯୮୮ ରେ ଜାତୀୟ ବାଳଶ୍ରମ ପ୍ରକଳ୍ପ ଚାଲୁ ହୋଇଥିବା ଏବଂ  ୧୯୮୯ ଶେଷ ସୁଦ୍ଧା ଏହା  ୮ ଟି ରାଜ୍ୟରେ  ୧୨ ଟି ପ୍ରକଳ୍ପକୁ ସଂପ୍ରସାରିତ ହୋଇଥିଲା, ଯେଉଁଥିରେ ମୋଟ  ୧୩,୬୬୮ ଜଣ ଶିଶୁଶ୍ରମିକ ଅନ୍ତର୍ଭୁକ୍ତ ହୋଇପାରିଥିଲେ  ।ସେହିସବୁ ଶିଶୁଶ୍ରମିକ କେତେକ ବିପଜ୍ଜନକ ଶିଳ୍ପରେ ନିଯୁକ୍ତ ଥିଲେ ଯଥା କାଚ ଓ ବ୍ରାସ, ତାଲା , ଚାନ୍ଦୁଆ,ସ୍ଳେଟ , ଟାଇଲ ,ଦିଆସିଲ , ବାଣ , ମୁଲ୍ୟବାନ ,ଧାତୁ , କୃଷି –ରାସାୟନିକ ସାମଗ୍ରୀ ଏବଂ ବିଡି ପ୍ରସ୍ତୁତି ଇତ୍ୟାଦି  । ଉକ୍ତ  ୧୨ ଟି ପ୍ରକଳ୍ପ ଆନ୍ଧ୍ର ଦେଶ (ଜାଗମପେଟ ଓ ମାର୍କାପୁର) ,ବିହାର (ଜାରୱା), ମଧ୍ୟପ୍ରଦେଶ (ମଣ୍ଡସୌର),ମହରାଷ୍ଟ୍ର (ଥାନେ) , ଓଡିଶା (ସମ୍ବଲପୁର), ରାଜସ୍ଥାନ (ଜୟପୁର) ,ତାମିଲନାଡୁ (ଶିବକାଷୀ) ଏବଂ ଉତ୍ତରପ୍ରଦେଶ (ବାରାଣାସି – ମର୍ଜାପୁର – ଭଦୋଇ,ମୋରଦାବାଦ ,ଆଲିଗଡ ଓ ଫିରୋଜାବାଦ  ) ରେ ଚାଲୁ ଥୋଇଥିଲା  । ଶିଶୁଶ୍ରମ –ବହୁଳ ଜିଲ୍ଲାଗୁଡିକର କଲେକ୍ଟର ମାନଙ୍କ ସହ ପରାମର୍ଶ କରାଗଲା ପରେ ଅଗଷ୍ଟ  ୧୯୯୪ ରେ ଶିଶୁଶ୍ରମ ଥଇଥାନ କାର୍ଯ୍ୟକ୍ରମକୁ ଅଗ୍ରାଧିକାର ଦିଆଗଲା   । ପରେ ପରେ ଏହାକୁ  ୭୬ ଟି ଜିଲ୍ଲାକୁ ସଂପ୍ରସାରଣ କରାହେଲା  । ଏହା କ୍ରମାଗତ ଭାବେ ବଢି ବଢି  ୨୦୦୧ ରେ  ୮୫ ଟି ପ୍ରକଳ୍ପକୁ ସମ୍ପ୍ରସାରିତ ହୋଇସାରିଥିଲା  ।   ୯ମ  ପଞ୍ଚବାର୍ଷିକ ଯୋଜା ଶେଷସୁଦ୍ଧା (୨୦୦୨) ଏହା  ୧୦୦ ଟି ଜିଲ୍ଲାକୁ ସମ୍ପ୍ରସାରିତ ହୋଇଥିଲା   । ୧୦ ମ ପଞ୍ଚବାର୍ଷିକ ଯୋଜନା  (୨୦୦୨-୦୭) କାଳରେ ଏହା ୨୫୦ ଟି ଜିଲ୍ଲା ତଥା  ୧୧ ଶ ପଞ୍ଚବାର୍ଷିକ ଯୋଜନା (୨୦୦୭-୧୧) କାଳରେ  ୨୭୧ ଟି ଜିଲ୍ଲାକୁ ସଂପ୍ରସାରିତ ହୋଇଥିଲା   ।

କିନ୍ତୁ ଏଠାରେ ସୂଚନାଯୋଗ୍ୟ ,ବର୍ତ୍ତମାନ ସୁଦ୍ଧା ଏନ ସି ଏଲ ପି ମୋଟ ୨୭୧ ଟି ଜିଲ୍ଲା ପାଇଁ ମଞ୍ଜୁର ହୋଇଥିଲେ ହେଁ ପ୍ରକୃତରେ  ୨୭୬ଟି ଜିଲ୍ଲାରେ  ଚାଲୁରହିଛି  ,  ଏବଂ ମୋଟ ୧୧୦୫୬ ଟି ସ୍କୁଲ ପାଇଁ ମଞ୍ଜୁରୀ ମିଳିଥିଲେ ହେଁ ୮୦୪୦ ଟି ସ୍କୁଲ ଚାଲୁ ରହିଛି   । ଏହିସବୁ ସ୍କୁଲ ମୋଟ ୫.୫୨ ଲକ୍ଷ ପିଲାଙ୍କ ଭର୍ତ୍ତିପାଇଁ ମଞ୍ଜୁରି ଦିଆଯାଇଛି ,  ଏହା ସ୍ଵତ୍ତ୍ୱେ ୪.୦୨ ଲକ୍ଷ ପିଲା ଭର୍ତ୍ତି ହୋଇଛନ୍ତି , କିନ୍ତୁ ୬.୪୭ ଲକ୍ଷ ପିଲାଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରାଯାଇପାରୁଛି  (ଦ୍ରଷ୍ଟବ୍ୟ –କେନ୍ଦ୍ରୀୟ କ୍ଷମତାପ୍ରାପ୍ତ କମିଟିର ତା  ୨୦.୦୯.୨୦୧୦ ରେ ଅନୁଷ୍ଠିତ ବୈଠକରେ କେନ୍ଦ୍ରୀୟ ଶ୍ରମ ମନ୍ତ୍ରଣାଳୟର ନିର୍ଦ୍ଦେଶକ ଶ୍ରୀ ଏଚ ,କେ ଜେଠଙ୍କ ବୟାନ)

ଜାତୀୟ ବାଳୁତ ଶ୍ରମ ପ୍ରକଳ୍ପର କାର୍ଯ୍ୟକାରିତା ସମ୍ପୃକ୍ତ ଅନ୍ୟାନ୍ୟ ମନ୍ତ୍ରଣାଳୟ ଓ ବିଭାଗଗୁଡିକ ସହ ସମନ୍ଵୟ ରଖିବା ଉପରେ ନିର୍ଭର କରେ   । ଜାତୀୟ ସ୍ତରରେ ଏହାର ତଦାରଖ କାର୍ଯ୍ୟ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ସଚ୍ଚିବଙ୍କ ନେତୃତ୍ଵରେ ଗଠିତ ହୋଇଥିବା କେନ୍ଦ୍ରୀୟ ତଦାରଖ କମିଟି ଉପରେ ନ୍ୟସ୍ତ କରାହୋଇଛି   । ଏହାଛଡା ଶିଶୁଶ୍ରମିକ ଏବଂ ସେମାନଙ୍କର ପରିବାରବର୍ଗଙ୍କ ଥଇଥାନ ଉଦ୍ଦେଶ୍ୟରେ ବିଭିନ୍ନ ମନ୍ତ୍ରଣାଳୟ ଭିତରେ ଲଗାତର ସମନ୍ଵୟ ରକ୍ଷାପାଇଁ ଏକ କେନ୍ଦ୍ରୀୟ କମିଟି ମଧ୍ୟ ଗଠିତ ହୋଇଛି ,ଏହାର ମୁଖ୍ୟ ମଧ୍ୟ ହେଉଛନ୍ତି ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ, ସଚ୍ଚିବ ଏବଂ ଏଥିରେ ସଭ୍ୟ ଅଛନ୍ତି ମହିଳା ଓ ଶିଶୁ ବିକାଶ , ମାନବ ସମ୍ବଳ ବିକାଶ , ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ , ଗ୍ରାମାଞ୍ଚଳ ବିକାଶ , ନଗରାଞ୍ଚଳ ଗୃହଯୋଗାଣ ଏବଂ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରଣାଳୟ ଗୁଡିକର ପ୍ରତିନିଧିଗଣ   ।

ଜାତୀୟ ସ୍ତରରେ ଏନ ସି ଏଲ ପି ସମ୍ବନ୍ଧିତ ବିଭିନ୍ନ କାର୍ଯ୍ୟକ୍ରମ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ଶିଶୁ ଶ୍ରମିକ ଡିଭିଜନଦ୍ଵାରା ପରିଚାଳିତ ହୋଇଥାଏ   । ବର୍ତ୍ତମାନ ଏହି ଡିଭିଜନର ମୁଖ୍ୟ ଅଛନ୍ତି ଜଣେ ଯୁଗ୍ମ ସଚ୍ଚିବ  । ଏନ ସି ଏଲ ପି ର କାର୍ଯ୍ୟକାରିତା ଉପରେ ବିହିତ ପ୍ରତିରୂପରେ ପ୍ରସ୍ତୁତ ରିପୋର୍ଟଗୁଡିକୁ ଆଧାର କରି ତଥା ମନ୍ତ୍ରଣାଳୟ , ରାଜ୍ୟ ସରକାର ଏବଂ ଅଡିଟ ଅଫିସରମାନଙ୍କ ଦ୍ଵାରା ସମୟାନ୍ତରରେ କ୍ଷେତ୍ର ପରିଦର୍ଶନ ମାଧ୍ୟମରେ ଉକ୍ତ ମନ୍ତ୍ରଣାଳୟ ସମଗ୍ର ସ୍କିମର ତଦାରଖ କରିଥାନ୍ତି  । ଏକ ପ୍ରକଳ୍ପ କାର୍ଯ୍ୟକଳାପରେ ଅଗ୍ରଗତିକୁ ଭିତ୍ତି କରି ସମ୍ପୃକ୍ତ ପ୍ରକଳ୍ପ ପାଇଁ ପାଣ୍ଠି ରିଲିଜ କରାହୋଇଥାଏ  ।

ଏନ ସି ଏଲ ପି ସ୍କିମ :-

ଏନ ସି ଏଲ ପି ସ୍କିମ ନିମ୍ନୋକ୍ତ ଲକ୍ଷ୍ୟସମୂହ ହାସଲ ପାଇଁ ଚାଲୁ ହୋଇଥିଲା  : -

1)    ପ୍ରକଳ୍ପ ଅଞ୍ଚଳରେ ବାଳୁତ ଶ୍ରମ ଆଇନ ୧୯୮୬ , କାରଖାନା ଆଇନ ୧୯୪୮ , ଖଣି ଆଇନ  ୧୯୫୨ ଏବଂ ଏଭଳି ଅନ୍ୟ ସମସ୍ତ ଆଇନଗୁଡିକର ଉପଯୁକ୍ତ କାର୍ଯ୍ୟକାରିତା   ।

2)    ବାଳୁତଶ୍ରମିକର ପରିବାରମାନଙ୍କୁ ସରକାରଙ୍କ ଦାରିଦ୍ର୍ୟ ଦୂରୀକରଣ ଯୋଜନାସମୂହ ଅଧୀନରେ ଥିବା ରୋଜଗାର ନିଯୁକ୍ତି କାର୍ଯ୍ୟକ୍ରମଗୁଡିର ପରିସରଭୁକ୍ତ କରାଇବା  ।

3)    ବିପଜ୍ଜନକ ଶ୍ରମରେ ନିଯୁକ୍ତ ଥିବା ବାଳୁତଶ୍ରମିକମାନଙ୍କ ପାଇଁ ଆନୁଷ୍ଠାନିକ ଓ ଅଣ- ଆନୁଷ୍ଠାନିକ ଶିକ୍ଷାଦାନର ବ୍ୟବସ୍ଥା କରାଇବା ତଥା ବାଳୁତମାନଙ୍କର ପିତାମାତାମାନଙ୍କ ପାଇଁ ବୟସ୍କ ଶିକ୍ଷା କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଦେବା   ।

4)    ବାଳୁତ ଶ୍ରମୀମାନଙ୍କ ପାଇଁ ସ୍ଵତନ୍ତ୍ର ବିଦ୍ୟାଳୟମାନ ପ୍ରତିଷ୍ଠା କରିବା ଏବଂ ସେଥିରେ ଏକାଧାରରେ ବୈଷୟିକ ଶିକ୍ଷା ତାଲିମ ଓ ଅନୁପୂରକ ପୃଷ୍ଟି ତଥା ନିଷିଦ୍ଧ ଶ୍ରମକ୍ଷେତ୍ରରୁ ଉଦ୍ଧାର କରାଯାଇଥିବା ବାଳୁତମାନଙ୍କ ପାଇଁ ଷ୍ଟାଇପେନର ବ୍ୟବସ୍ଥା ତଥା ସ୍ଵତନ୍ତ୍ର ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ୱାସ୍ଥ୍ୟସେବା ଯୋଗାଇଦେବା   ।

5)    ଉଭୟ ସରକାରୀ ଓ ବେସରକାରୀ ସଂଗଠନମାନଙ୍କ ଜରିଆରେ ସମାଜର ବିଭିନ୍ନ ଜନଗୋଷ୍ଠୀ ଭିତରେ ବାଳୁତଶ୍ରମ ପ୍ରସଙ୍ଗ ଉପରେ ସଚେତନତା ବୃଦ୍ଧି କରିବା   ।

6)    ଯେଉଁ ଅଞ୍ଚଳଗୁଡିକରେ ପ୍ରକଳ୍ପ ଚାଲୁଥିବ ,ସେସବୁ ଅଞ୍ଚଳରେ ବାଳୁତ ଶ୍ରମ ଉପରେ ସର୍ଭେ କରିବା ଏବଂ ସମୟାନ୍ତରରେ ପ୍ରକଳ୍ପରେ ଅଗ୍ରଗତିକୁ ମୂଲ୍ୟାଙ୍କନ କରିବା   ।

ଏନ ସି ଏଲ ପି ର ପରିଚାଳନା ପଦ୍ଧତି ଓ କର୍ତ୍ତୃପକ୍ଷସମୂହ  :- ଏନ ସି ଏଲ ପି ର କାର୍ଯ୍ୟକାରିତା ପ୍ରମୁଖ କର୍ତ୍ତା ହେଉଛି ପ୍ରତି ଜିଲ୍ଲାରେ ସୋସାଇଟି ରେଜିଷ୍ଟ୍ରେସନ ଆଇନ ୧୮୬୦ ଅଧୀନରେ ଏହି ଉଦ୍ଦେଶ୍ୟରେ ପଞ୍ଜିକୃତ ହୋଇଥିବା ଏକ ପ୍ରକଳ୍ପ ସମିତି   । ଏହି ସମିତି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହିଁ ପରିଚାଳିତ ହୋଇଥାଏ  । ସମାଜର ବିଭିନ୍ନ କ୍ଷେତ୍ରରୁ ଯଥା ସମ୍ପୃକ୍ତ ସରକାରୀ ବିଭାଗସମୂହ ,ଟ୍ରେଡ ୟୁନିୟନ,କର୍ମଚାରୀ ସମିତି ଓ ସ୍ଵେଚ୍ଛାସେବୀ ସଂଗଠନମାନଙ୍କରୁ ପ୍ରତିନିଧିମାନେ ଏହି ପ୍ରକଳ୍ପ ସମିତିରେ ସଭ୍ୟ ଥାଆନ୍ତି   ।ସେମାନେ ଜିଲ୍ଲାପାଳଙ୍କ ସମିତିର ସମସ୍ତ କାର୍ଯ୍ୟରେ ସହାୟତା କରିଥାନ୍ତି   ।ପ୍ରକଳ୍ପ ଜିଲ୍ଲାପାଲରୁ ମଞ୍ଜୁର ହୋଇ ସିଧାସଳଖ ଜିଲ୍ଲାପାଳଙ୍କ ପାଖରେ ପହଞ୍ଚିଥାଏ ଏବଂ ଜିଲ୍ଲାପାଲ ସେହି ପାଣ୍ଠିରୁ ଶିଶୁଶ୍ରମିକଙ୍କ ପାଇଁ ସ୍ଵତନ୍ତ୍ର ବିଦ୍ୟାଳୟ ପରିଚାଳନା କରୁଥିବା ଏନଜିଓ ମାନଙ୍କୁ ଅନୁଦାନ ଆକାରରେ ବିତରଣ କରିଥାନ୍ତି  ।ଏନ ସି ଏଲ ପି ସ୍କିମ ଅଧୀନରେ ନିୟମିତ ରୂପେ ଶିଶୁଶ୍ରମ ସର୍ଭେ ସଚେତନତା  ପ୍ରସାର ଓ ଶିକ୍ଷକମାନଙ୍କ ତାଲିମ ଇତ୍ୟାଦି ପାଇଁ ମଧ୍ୟ ପାଣ୍ଠି ଯୋଗାଣ ହୋଇଥାଏ   ।

ଏନ ସି ଏଲ ପି ର କାର୍ଯ୍ୟକାରିତା ପାଇଁ ପ୍ରତି ସମ୍ପୃକ୍ତ ଜିଲ୍ଲାରେ ଗୋଟିଏ ପ୍ରକଳ୍ପ ଅଫିସ ଖୋଲାଯାଇଥାଏ , ବିଶେଷ କରି ବିପଜ୍ଜନକ ଶ୍ରମରେ ନିୟୋଜିତ ଥିବା ଶିଶୁମାନଙ୍କୁ ଠାବ ଓ ଚିହ୍ନଟ କରାଯାଇଥାଏ,ସ୍ଵତନ୍ତ୍ର ବିଦ୍ୟାଳୟଗୁଡିକୁ ଖୋଲି କାର୍ଯ୍ୟକ୍ଷମ କରାଯାଇଥାଏ ,ସେହି ବିଦ୍ୟାଳୟଗୁଡିକରେ ଶିଶୁଶ୍ରମିକମାନଙ୍କୁ ଭର୍ତ୍ତି କରାଇସର୍ବାଧିକ  ୩ ବର୍ଷ ପର୍ଯ୍ୟନ୍ତ ଆନୁଷ୍ଠାନିକ । ଅଣ ଆନୁଷ୍ଠାନିକ  ଶିକ୍ଷା ଦିଆଯାଇଥାଏ  , ସେହି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ନିୟମିତ ମଧ୍ୟାହ୍ନ ଭୋଜନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷାର ବ୍ୟବସ୍ଥା କରାଯାଇଥାଏ ଏବଂ ସର୍ବୋପରି ସେହି ଛାତ୍ରଛାତ୍ରୀମାନଙ୍କୁ ବାଳୁତ ସମାଜର ମୁଖ୍ୟସ୍ରୋତରେ ଅଙ୍ଗୀଭୂତ କରାଯାଇଥାଏ ଏବଂ ଏହା କଲା ଉତ୍ତାରେ କିଛି ସମୟ ପାଇଁ ସେମାନଙ୍କର ଗତିବିଧି ଉପରେ ନଜର ରଖାଯାଇଥାଏ   । ଏହାଛଡା ପ୍ରକଳ୍ପ ଅଫିସ ଆଉ କେତେକ କାର୍ଯ୍ୟ ସଂପାଦାନ କରିଥାଏ  , ଯଥା ଶିଶୁ ଶ୍ରମିକକୁ ଦ୍ରୁଷ୍ଟିରେ ରଖି ବିଭିନ୍ନ ବିଭାଗର ସେବା ଏବଂ ଯୋଜନାଗୁଡିକ ଭିତରେ ସମନ୍ଵୟ ପ୍ରତିଷ୍ଠା କରିଥାଏ ଏବଂ ଶିଶୁଶ୍ରମର ନିରାକରଣ ପାଇଁ ପ୍ରାସଙ୍ଗିକ ହେଉଥିବା ବିଭିନ୍ନ ଶ୍ରମ ଆଇନର କାର୍ଯ୍ୟାନ୍ଵୟକୁ ତଦାରଖ କରିଥାଏ   ।  ଏହି ସମସ୍ତ ପର୍ଯ୍ୟାୟ ଏକ ସମନ୍ଵିତ କାର୍ଯ୍ୟକ୍ରମର ଅଂଶବିଶେଷ ଏହାର ଉଦ୍ଦେଶ୍ୟ ହେଲା , ସମ୍ପୃକ୍ତ ଜିଲ୍ଲାମାନଙ୍କରେ ତଥା ସର୍ବଭାରତୀୟ ସ୍ତରରେ ଶିଶୁଶ୍ରମ ସମସ୍ୟାର ପ୍ରଶମନ ଘଟିବା ଏବଂ ଦୁର୍ବଳ ଜନଗୋଷ୍ଠୀର ପିଲାମାନଙ୍କ ସାମଗ୍ରିକ ବିକାଶକୁ ବଳ ଦେବା   ।

ଶ୍ରମ କ୍ଷେତ୍ରରେ ଉଦ୍ଧାର କରାଯାଇଥିବା ଯେଉଁ ବାଳଶ୍ରମିକମାନଙ୍କୁ ସ୍ପେସିଆଲ ସ୍କୁଲଗୁଡିକରେ ଭର୍ତ୍ତି କରାଯାଇଛି ସେମାନଙ୍କୁ ସେମାନଙ୍କୁ ମାସିକ ୧୫୦ ଟଙ୍କାର ଷ୍ଟାଇପେଣ୍ଡ ଦିଆଯାଉଛି  । ଏହି ସ୍କିମ ଅଧୀନରେ ବାଳଶ୍ରମିକ ପାଇଁ ଉଦ୍ଧିଷ୍ଟ ସ୍ପେଶିଆଲ ସ୍କୁଲଗୁଡିକର ପରିଚାଳନା ପାଇଁ ଜିଲ୍ଲା କଲେକ୍ଟରମାନଙ୍କୁ ପାଣ୍ଠି ଯୋଗାଣ କରାଯାଉଛି   । ସମ୍ପୃକ୍ତ ଜିଲ୍ଲାମାନଙ୍କରେ ପ୍ରାୟ ସମସ୍ତ ସ୍କୁଲ ଏନ ଜି ଓ  ମାନଙ୍କଦ୍ଵାରା ପରିଚାଳିତ ହେଉଛି   ।

ମୋଟ ଉପରେ କହିଲେ , ବାଳଶ୍ରମିକମାନଙ୍କ ପାଇଁ ବିଭିନ୍ନ ଥଇଥାନମୂଳକ ପଦକ୍ଷେପ ସହିତ ବୈଧାନିକ ବ୍ୟବସ୍ଥା ବଳୀକୁ ନିଷ୍ଠାପର ଭାବେ କାର୍ଯ୍ୟକାରୀ କରିବା ହେଉଛି ଏନ ସି ଏଲ ପି ସ୍କିମ ପ୍ରମୁଖ ଲକ୍ଷ୍ୟ   । ଏହି କ୍ଷେତ୍ରରେ ରାଜ୍ୟ ସରକାରମାନେ ହେଉଛନ୍ତି ଯଥୋଚିତ କାର୍ଯ୍ୟ।ନ୍ଵୟନ କର୍ତ୍ତୃପକ୍ଷ ଏବଂ ସେମାନେ ବିଧିବ୍ୟବସ୍ଥାର ଉଲ୍ଲଂଘନଗୁଡିକୁ ଠାବ କରିବାପାଇଁ ନିୟମିତ ଭାବେ ଇନସ୍ପେକ୍ବନ ଏବଂ ଚଢାଉ ଜାରି ରଖିବା ପାଇଁ କ୍ଷମତାପ୍ରାପ୍ତ   ।

ଅନ୍ତର୍ଜାତିକ ବାଳୁତ ଶ୍ରମ ନିରାକରଣ କାର୍ଯ୍ୟକ୍ରମ

ବାଳୁତ ଶ୍ରମର ନିରାକରଣ ଦିଗରେ ରାଷ୍ଟ୍ରମାନଙ୍କୁ ଶକ୍ତି ଦାନ ଉଦ୍ଦେଶ୍ୟରେ ଆଇଏଲ ଓ ଦ୍ଵାରା ଉପରୋକ୍ତ ଅନ୍ତର୍ଜାତିକ କାର୍ଯ୍ୟକ୍ରମ ଡିସେମ୍ବର ୧୯୯୧ ରେ ଆରମ୍ଭ ହୋଇଥିଲା  ।  ଏହା ବର୍ତ୍ତମାନ ୮୮ ଟି ଦେଶରେ କ୍ରିୟାଶୀଳ ଅଛି   । ସମ୍ପୃକ୍ତ ଦେଶମାନଙ୍କରେ ବାଳୁତ ଶ୍ରମ ବିରୁଦ୍ଧରେ ବ୍ୟାପକ ସାମାଜିକ ଆନ୍ଦୋଳନ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହା ସରକାରୀ କର୍ତ୍ତୃପକ୍ଷଗୁଡିକ ସମେତ ଅନ୍ୟାନ୍ୟ ସମ୍ପୃକ୍ତ ସଂସ୍ଥା ଓ ସଂଗଠନ ଯଥା ନିଯୁକ୍ତିକାରୀ ସଂଗଠନ , ଶ୍ରମିକ ସଂଗଠନ , ଘରୋଇ ବ୍ୟବସାୟୀଙ୍କ ସଂଗଠନ ଯଥା ନିଯୁକ୍ତିକାରୀ ସଂଗଠନ , ଶ୍ରମିକ ସଂଗଠନ , ଘରୋଇ ବ୍ୟବସାୟୀଙ୍କ ସଂଗଠନ , ଗୋଷ୍ଠୀ ସଂଗଠନ ,  ଏନ ଜି ଓ  ,ମିଡିଆ , ବିଚାରପତି ,ବିଶ୍ଵବିଦ୍ୟାଳୟ , ଧାର୍ମିକ ଅନୁଷ୍ଠାନ ତଥା ବାଳୁତ ଓ ସେମାନଙ୍କ ପରିବାରବର୍ଗଙ୍କୁ କାଢି ଆଣି ସେମାନଙ୍କୁ ଶିକ୍ଷା ପ୍ରଦାନ କରିବା ତଥା ସେମାନଙ୍କ ପରିବାରକୁ ତାଲିମ ଓ କର୍ମନିଯୁକ୍ତିର ସୁଯୋଗ ଯୋଗାଇଦେବା ଦିଗରେ ଏହା କାର୍ଯ୍ୟ କରିଥାଏ   । କିନ୍ତୁ ଏହାର ଅଗ୍ରାଧିକାର ହେଉଛି,୧୯୯୯ ରେ ଅନୁଷ୍ଠିତ ଆଇ ଏଲ ଓ ର ୧୮୨ ତମ କଣଭେନସନରେ ଦର୍ଶିତ ହୋଇଥିବା ଘୃଣ୍ୟତମ ଧରଣର ଶିଶୁଶ୍ରମର ନିରାକରଣ ଦିଗରେ ପଦକ୍ଷେପ ଗ୍ରହଣ କରିବା  ।

ଆଇ ଏଲ ଓ କନଭେନସନ ୧୮୨ ରେ ସୂଚିତ ହୋଇଥିବା ସମୟ ବଦ୍ଧ ଲକ୍ଷ୍ୟହାସଲ ଉପରେ ଗୁରୁତ୍ଵକୁ ଦ୍ରୁଷ୍ଟିରେ ରଖି ଆଇ ପି ଇ ସି ଘୃଣ୍ୟତମ ବାଳୁତ ଶ୍ରମର ନିରାକରଣ ଦିଗରେ କାର୍ଯ୍ୟପନ୍ଥା ଗ୍ରହଣପାଇଁ କ୍ରିୟାଶୀଳ ଅଛନ୍ତି  । ଏହି ଉଦ୍ଦେଶ୍ୟରେ ସମ୍ପୃକ୍ତ ସଦସ୍ୟ ରାଷ୍ଟ୍ରମାନଙ୍କୁ ଆଇପିଇସି ସହାୟତା ଯୋଗାଇଥାଏ ।  ଆଇ ପି ଇ ସି ନିଜର ପାଣ୍ଠିପାଇଁ ମିଳିତ ଜାତିସଂଘ ର ବିଭିନ୍ନ ସଂସ୍ଥା,ସଦସ୍ୟ ରାଷ୍ଟ୍ରଗଣ ,ଅନ୍ତର୍ଜାତିକ ଏନ ଜି ଓ ତଥା ଘରୋଇ କଞ୍ଚସ୍ଵଙ୍କନୀ ମାନଙ୍କ ଠାରୁ ଅନୁଦାନ ଉପରେ ନିର୍ଭର କରିଥାଏ   ।

ଭାରତ ହେଉଛି ପ୍ରଥମ ରାଷ୍ଟ୍ର ଯେ କି  ୧୯୯୨ ରୁ ଆଇପିଇସି କାର୍ଯ୍ୟକ୍ରମକୁ ଚାଲୁ କରିବାପାଇଁ ଚୁକ୍ତିବଦ୍ଧ ହୋଇଛି     ।  ଗତ ୧୧ ପଞ୍ଚବାର୍ଷିକ ଯୋଜନା (୨୦୦୭-୧୨) କାଳରେ ଭାରତରେ ଏହି କାର୍ଯ୍ୟକ୍ରମ ଅଧୀନରେ ବିଦେଶ ସହାୟତାରେ ତିନୋଟି ବୃହତ ପ୍ରକଳ୍ପ କାର୍ଯ୍ୟକାରୀ ଅଧୀନରେ ବିଦେଶୀ ସହାୟତାରେ ତିନୋଟି ବୃହତ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି   , ଯଥା ଯୁକ୍ତରାଷ୍ଟ୍ର ଆମେରିକା ଶ୍ରମ ବିଭାଗର ପାଣ୍ଠି ସହାୟତାରେ ଇଣ୍ଡସ କାର୍ଯ୍ୟକ୍ରମ , ଡି ଆଇ ଏଫ ଡି ସହାୟତାରେ କର୍ଣ୍ଣାଟକ କାର୍ଯ୍ୟକ୍ରମ  ପରିଚାଳିତ ହୋଇସାରିଛି   ।  ଏଠାରେ ଇଣ୍ଡସ କାର୍ଯ୍ୟକ୍ରମ ଉପରେ ସବିଶେଷ ସୂଚନା ଉଲ୍ଲେଖଯୋଗ୍ୟ   । ବିପଜ୍ଜନକ ଶ୍ରମକ୍ଷେତ୍ରରେ ନିଯୁକ୍ତ ଶିଶୁଶ୍ରମିକଙ୍କ ପାଇଁ ଏହା  ୫ ଟି ରାଜ୍ୟର  ୨୧ ଟି ଜିଲ୍ଲାରେ ଯଥା- ଦିଲ୍ଲୀ,ମହରାଷ୍ଟ୍ର (ଅମରାବତୀ,ଜାଲନା,ଔରଙ୍ଗାବାଦ, ଗଣ୍ଡିଆ ଓ ମୁମ୍ବାଇ ସୁନ୍ଦରବନ),ମଧ୍ୟପ୍ରଦେଶ (ଦାମୋ,ସାଗର, ଜବଲପୁର ,  ସତନା, ଏବଂ କଟନୀ), ତାମିଲନାଡୁ (କାଞ୍ଚିପୁରମ, ତିରୁବନମିଲାଇ,  ନମ୍ମାକାଲ ଓ ବିରୁଦ୍ଧଗଡ) ଏବଂ ଉତ୍ତରପ୍ରଦେଶ (ମୋରାଦାବାଦ, ଆହ୍ଲାବାଦ, କାନପୁର ନଗର, ଆଲିଗଡ ଓ ଫିରୋଜବାଦ) ରେ କାର୍ଯ୍ୟକାରୀ ହୋଇଛି   ।  ଶ୍ରମକ୍ଷେତ୍ରରୁ ପ୍ରତ୍ୟାହୃତ ଶିଶୁ ଏବଂ କିଶୋର ଶ୍ରମିକଙ୍କ ଥଇଥାନ  କରିବାର ପ୍ରମୁଖ  ଲାଖକୁ ଦ୍ରୁଷ୍ଟିରେ ରଖି ଏବଂ ଏବଂ ଭାଗିଦାରୀତା ପଦ୍ଧତି ଅବଲମ୍ବନ କରି ହିତାଧିକାରୀମାନଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ  ସ୍କୁଲରେ ଭର୍ତ୍ତି କରିବା ମଧ୍ୟବର୍ତ୍ତୀକାଳୀନ ଶିକ୍ଷା କେନ୍ଦ୍ର ତଥା ବୃତ୍ତିମୂଳକ ଶିକ୍ଷାକେନ୍ଦ୍ର ମାନ ସ୍ଥାପନ କରିବା ଥିଲା ଇଣ୍ଡସ ପ୍ରକଳ୍ପର ଅଗ୍ରାଧିକାର   । ଏହି ପ୍ରକଳ୍ପ ଅଧୀନରେ ସର୍ବସାଧାରଣ କ୍ଷେତରେ ଶିକ୍ଷାର ପ୍ରସାର ଘଟିଥିଲା   । ପୁଣି, ଯେଉଁସବୁ ସରକାରୀ ସ୍କିମଗୁଡିକରେ କ୍ଷୁଦ୍ରଋଣ ସହିତ ରିହାତି ମିଳିଥାଏ ,ସେଗୁଡିକ ସହିତ ଶିଶୁଶ୍ରମିକ ପରିବାରମାନଙ୍କୁ ସଂଯୁକ୍ତ କରି ସେମାନଙ୍କର ରୋଜଗାର ବୃଦ୍ଧି ଘଟାଇବା ଫଳରେ ଶିଶୁଶ୍ରମର ଉଚ୍ଛେଦ ଡିରେ ଅଗ୍ରଗତି ହାସଲ କରିବା ସମ୍ଭବ ହୋଇପାରିଛି   । ଏହାଛଡା ଏହା ପ୍ରକଳ୍ପ ପରିସରଭୁକ୍ତ ରାଜ୍ୟମାନଙ୍କରେ ଶିଶୁଶ୍ରମ ଉପରେ ସମ୍ପୃକ୍ତ ସରକାରୀ ସଂସ୍ଥାସମୂହ ଏବଂ ନାଗରିକ ସଂଗଠନମାନଙ୍କର ଦକ୍ଷତା ବୃଦ୍ଧି କରିପାରିଛି   । କାର୍ଯ୍ୟସ୍ଥଳରେ କିଶୋର ଶ୍ରମିକମାନଙ୍କୁ ବିପଦସଙ୍କୁଳତାରୁ ସୁରକ୍ଷା ଦେବାର କୌଶଳ ପ୍ରସ୍ତୁତି ଉଦ୍ଦେଶ୍ୟରେ ବୃତ୍ତିଗତ ସ୍ୱାସ୍ଥ୍ୟ ଏବଂ ନିରାପତ୍ତା ଉପରେ ଏକ ଅଧ୍ୟୟନ କରାଯାଇଛି  । ପ୍ରକାଳର ସମସ୍ତ ହିତାଧିକାରୀମାନଙ୍କର ସ୍ଥିତି ଉପରେ ଲଗାତର ତଥ୍ୟ ସଂଗ୍ରହପାଇଁ ହିତାଧିକାରୀ ଠାବ ବ୍ୟବସ୍ଥା ସ୍ଥାନିତ କରାଯାଇପାରିଛି  । ଏହି ପ୍ରକଳ୍ପ ମାଧ୍ୟମରେ  ୧୦୩,୧୫୨, ଜଣ ଶିଶୁ ଏବଂ କିଶୋର ଶ୍ରମିକଙ୍କୁ ଶ୍ରମକ୍ଷେତ୍ରରୁ ପ୍ରତ୍ୟାହାର କରାଯାଇ ଥଇଥାନ କରଯାଇପାରିଛି   ।  ଏହି ପ୍ରକଳ୍ପ ୨୦୦୯ ରେ ପରିସମାପ୍ତ ହୋଇଛି   ।

ଶିଶୁଶ୍ରମ ବିରୁଦ୍ଧରେ ସମନ୍ଵିତ ପ୍ରୟାସ   : ଇଣ୍ଡିଆ ମଡେଲକୁ ସହାୟତା :ଭାରତ ସରକାରଙ୍କଦ୍ଵାରା ଅନୁମୋଦନ ଲାଭ କରି ଆଇ ଏଲ ଓ ର ଏହି  ୪୨ ମାସିଆ ପ୍ରକଳ୍ପ ଚୟନ ହୋଇଥିବା  ୫ ଟି ରାଜ୍ୟରୁ ପ୍ରତି ରାଜ୍ୟର ୨ ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି ଯଥା ,ବିହାର,(କଟିହାର ଓ ସିତାମାରି),ଝାଡଖଣ୍ଡ (ରାଞ୍ଚି ଓ ସାହିବଗଞ୍ଜ), ଗୁଜୁରାଟ (ସୁରତ ଓ ଭଦୋଦରା)।ମଧ୍ୟପ୍ରଦେଶ (ଜବଲପୁର ଓ ଉଜ୍ଜୟନୀ) ଏବଂ ଓଡିଶା (କଟକ ଓ କଳାହାଣ୍ଡି) । ଏହି ପ୍ରକଳ୍ପର ପ୍ରମୁଖ ଲକ୍ଷ୍ୟ ହେଲା – ବିଭିନ୍ନ ସରକାରୀ ବିଭାଗ ଓ ଦାୟ ଓ ବାହୀ ସଂସ୍ଥାମାନଙ୍କୁ ଶିଶୁଶ୍ରମ ନିରାକରଣ ପାଇଁ ସମନ୍ଵିତ କରିବା   ।  ଏହି ପ୍ରକଳ୍ପ ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ଶ୍ରମ ବିଭାଗ ୬.୮୫.୦୦୦ ନିୟୁତ ଡଲାର ଅନୁଦାନ ଦେଇଛନ୍ତି   ।

ଜାତୀୟ ବାଳଶ୍ରମ ନିବାରଣ କର୍ତ୍ତୃପକ୍ଷ  :-

୧୯୯୪ ରେ କେନ୍ଦ୍ରୀୟ ଶ୍ରମ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭାରତ ସରକାରଙ୍କ ସମ୍ପୃକ୍ତ ୯ ଟି ବିଭାଗର ସଚିବମାନଙ୍କୁ ନେଇ ଜାତୀୟ ବାଳଶ୍ରମ ନିବାରଣ କର୍ତ୍ତୃପକ୍ଷ ଗଠିତ ହୋଇଛି    । ଏହି କର୍ତ୍ତୃପକ୍ଷର କାର୍ଯ୍ୟ ହେଲା – ବିଶେଷ କରି ବିପଜ୍ଜନକ ଶ୍ରମରେ ଶିଶୁଶ୍ରମକୁ ନିଷେଧପାଇଁ ପଲିସି ଏବଂ ପ୍ରୋଗ୍ରାମ ତିଆରି କରିବା , ଶିଶୁଶ୍ରମର ଉଚ୍ଛେଦ ପାଇଁ ଉଦ୍ଧିଷ୍ଟ ସମ୍ପୃକ୍ତ କାର୍ଯ୍ୟକ୍ରମଗୁଡିକର ଅଗ୍ରଗତିକୁ ତଦାରଖ କରିବା ତଥା ଶିଶୁଶ୍ରମିକର ପରିବାରମାନଙ୍କ ଉନ୍ନତିପାଇୟନ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟରେ ଉପଲଲବ୍ଧଗୁଡିକର ସଚିବମାନେ ତଥା ବ୍ୟୟ , ଶିକ୍ଷା , ଗ୍ରାମାଞ୍ଚଳ ଉନ୍ନୟନ ଏବଂ ବୟନ ମନ୍ତ୍ରଣାଳୟଗୁଡିକର ସଚିବମାନେ ତଥା ବ୍ୟୟ ,ଶିକ୍ଷା , ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ ଏବଂ ମହିଳା ଓ ଶିଶୁବିକାଶ ବିଭାଗର ସଚିବମାନେ ଏହି କମିଟିର ସଭ୍ୟ ଅଛନ୍ତି   । କେତେକ ରାଜ୍ୟରେ ମଧ୍ୟ ଅନୁରୂପ ରାଜ୍ୟସ୍ତରୀୟ କର୍ତ୍ତୃପକ୍ଷ ତଥା ବାଳୁତ ଶ୍ରମ ତଦାରଖ କମିଟି ଗଠିତ ହୋଇଛି   । ଯେହେତୁ ଦ୍ରାରିଦ୍ର୍ୟ ହେଉଛି ଏହି ସମସ୍ୟାର ମୂଳ କାରଣ ଏବଂ କେବଳ ଆଇନ ପ୍ରୟୋଗ କରି ଏହାର ସମାଧାନ କରିହେବନି ତେଣୁ ସରକାର ଏହି ସବୁ ବାଳୁତମାନଙ୍କୁ ଥଇଥାନ କରିବା ତଥା ସେମାନଙ୍କର ପରିବାରଗୁଡିକର ଆର୍ଥିକ ଅବସ୍ଥା ସୁଧାରିବା ଉପରେ ବ୍ୟପାକ ଗୁରୁତ୍ଵ ପ୍ରଦାନ କରୁଛନ୍ତି   ।

ଶିଶୁଶ୍ରମ ଉପରେ ସୁପ୍ରିମକୋର୍ଟ  :-

ବିଭିନ୍ନ ସମୟରେ ସୁପ୍ରିମ କୋର୍ଟରେ ଜନସ୍ଵାର୍ଥ ମାମଲା ଦାଏର ହେବା କାରଣରୁ ଶିଶୁଶ୍ରମ ଉପରେ ବିଧିବିଧାନ ପ୍ରଣୟନ କ୍ଷେତ୍ରରେ ଅଗ୍ରଗତି ଘଟିପାରିଛି   । ୧୯୮୨ ରେ ଦିଲ୍ଲୀରେ ଏସିଆନ ଗେମସପାଇଁ ନିର୍ମାଣ କାର୍ଯ୍ୟରେ ନିଯୋଜିତ ହୋଇଥିବା ଶ୍ରମିକମାନଙ୍କର ଭିତରେ ବହୁ ସଂଖ୍ୟକ ଶିଶୁଶ୍ରମିକ ଥିଲେ   ।  ଏହି ଘଟନା ପ୍ରତି ଦ୍ରୁଷ୍ଟି ଆକର୍ଷଣ କରି ପିୟୁଡିଆର ନାମକ ଏକ ନାଗରିକ ଅଧିକାର ସଂସ୍ଥା ସୁପ୍ରିମକୋର୍ଟରେ ଭାରତ ସରକାରଙ୍କୁ ପ୍ରତିପକ୍ଷ କରି ଏକ କେସ ଦାଏର କରିଥିଲେ   ।  ସେତେବେଳେ ନିର୍ମାଣ କାର୍ଯ୍ୟ ବିପଜ୍ଜନକ ଶ୍ରମ ରୂପେ ଗଣା ହେଉନ ଥିଲା   ।  କିନ୍ତୁ ସମ୍ବିଧାନରେ ବିପଜ୍ଜନକ ଶ୍ରମଗୁଡିକରେ ଶିଶୁନିଯୁକ୍ତି କରାଯିବା ବିରୋଧରେ ସ୍ଥାନିତ ଥିବା ବାରଣ ଆଧାର କରି ସୁପ୍ରିମକୋର୍ଟ କହିଥିଲେ  “ ଯଦିଚ ବାଳୁତ ନିଯୁକ୍ତି ଆଇନ ୧୯୩୮ ର ଅନୁସୂଚିରେ ନିର୍ମାଣଶିଳ୍ପରେ ନିଯୁକ୍ତିକୁ ଏକ ବିପଜ୍ଜନକ ଶ୍ରମ ବୋଲି ସୂଚିତ କରଯାଇନାହିଁ   , ତଥାପି ୧୪ ବର୍ଷରୁ କମ କୌଣସି ବାଳୁତକୁ ନିର୍ମାଣକାର୍ଯ୍ୟରେ ନିଯୋଜିତ କରାଯାଇପାରିବ ନାହିଁ ଏବଂ କେନ୍ଦ୍ର ସରକାର ତଥା ପ୍ରତି ରାଜ୍ୟ ସରକାର ଦେଶର କୌଣସି ସ୍ଥାନରେ ଏହି ସାମ୍ବିଧାନିକ ନିଦଦେଶନାମାର ଯେପରି ଉଲ୍ଲଂଘନ ନ ହୁଏ ତାହା ସୁନିଶ୍ଚିତ କରିବେ  ।  “୧୯୮୩ ରେ ସୁପ୍ରିମକୋର୍ଟଙ୍କ ସମ୍ମୁଖରେ ଆଉ ଏକ କେଶ ଆସିଥିଲା   । - ସଲାଲ ଜଳବିଦ୍ୟୁତ୍ଗ ପ୍ରକଳ୍ପରେ ନିଯୁକ୍ତ ଶ୍ରମିକ ବନାମ ଜମ୍ମୁ ଓ କାଶ୍ମୀର ରାଜ୍ୟ   । ଏଥିରେ ଶିଶୁଶ୍ରମିକ ନିଜ୍ଜତୁ ପ୍ରସଙ୍ଗ ଉପରେ ସୁପ୍ରିମ କୋର୍ଟ  ୧୯୮୨ ର ଉପରୋଲ୍ଟ ରାୟ ମର୍ମ ରେ ନିଜର ନିସ୍ପତି ଦୋହରାଇଥିଲେ   । ଏହାର ପରିଣତି ୧୯୮୬ ରେ ପ୍ରଣିତ ଶିଶୁଶ୍ରମ (ନିଷେଧ ଓ ନିୟନ୍ତ୍ରଣ) ଆଇନ  ୧୯୮୨ ର ଅନୁସୂଚିରେ ଗୃହନିମାନ ଏବଂ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟକୁ ଏକ ବିପଜ୍ଜନକ ଶ୍ରମ ଭାବେ ସ୍ଥାନ ଦିଆଯାଇଥିଲା   ।

ଡିଆସିଲି, ବିସ୍ପୋରକ ଏବଂ ବାଣ ପ୍ରସ୍ତୁତି ଶିଳ୍ପରେ ଶିଶୁଶ୍ରମ ନିଯୁକ୍ତିକୁ ୧୯୩୮ ଆଇନରେ ନିଷିଦ୍ଧ କରାଯାଇଥିଲେ ହେଁ ଏହାର ବ୍ୟାପକ ଉଲ୍ଲଂଘନ ଘଟିଚାଲିଥିଲା  । ଏହି ସବୁ ଶିଳ୍ପରେ ବାରମ୍ବାର ବିସ୍ପୋରକ ଏବଂ ଦୁର୍ଘଟଣା ଘଟିଥାଏ   ।  ଏଭଳି ଏକ ଘଟନା ସୁପ୍ରିମକୋର୍ଟଙ୍କ ଦ୍ରୁଷ୍ଟିକୁ ଆସିଥିଲା  । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶଥିଲା ସମ୍ପୃକ୍ତ ଶିଳ୍ପମାଲିକମାନେ ଦୁର୍ଘଟଣାରେ ମୃତ ଓ କ୍ଷତିଗ୍ରସ୍ତ ଶ୍ରମିକଙ୍କ ପାଇଁ ବୀମା ଓ କ୍ଷତିପୂରଣ ବ୍ୟବସ୍ଥା ଲାଗୁ କରିବା ବିଧେୟ   । ରାଜାଙ୍ଗମ ସେକ୍ରେଟାରୀ ବିଡି ଶ୍ରମିକ ସଂଘ ବିନାମ ତାମିଲନାଡୁ ରାଜ୍ୟ ସରକାର (୧୯୯୨) କେଶରେ ସୁପ୍ରିମକୋର୍ଟ ବିଡିଶ୍ରମିକମାନଙ୍କ ସପକ୍ଷରେ ଏହବଳି ଏକ ରାୟ ଘୋଷଣା କରିଥିଲେ   । କିନ୍ତୁ ବିସ୍ମୟର କଥା,ତାମିଲନାଡୁ ଶିବକାଷୀଠାରୁ ଦିଆସିଲ୍ଲୀ କାରଖାରଣା ରେ ନିଯୁକ୍ତ  ଶିଶୁଶ୍ରମିକ ଉପରେ ଆଗତ ଏବଂ ଜନସ୍ଵାର୍ଥ ମାମଲାରେ ସୁପ୍ରିମକୋର୍ଟ ଏକ ଭିନ୍ନ ପ୍ରକାର ମତ ପୋଷଣ କରିଥିଲେ ଏବଂ ରାୟ ଶୁଣାଇଥିଲେ ଯେ , ଯଦିଚ ଡିଆସିଲି ପ୍ରସ୍ତୁତି ହେଉଛି ଏକ ବିପଜ୍ଜନକ ଶିଳ୍ପ, କିନ୍ତୁ ଶିଶୁମାନେ ଏଥିରେ ପ୍ୟାକିଂ ଭଳି ଅଣବିପଜ୍ଜନକ କାର୍ଯ୍ୟରେ ନିଯୋଜିତ ହୋଇପାରିବେ   । ଏହାପରେ ଆମେ ଦେଖୁ ଶିଶୁଶ୍ରମ ଉପରେ  ୧୯୯୬ ରେ ସୁପ୍ରିମକୋର୍ଟ ଏକ କଡା ଦ୍ରୁଷ୍ଟିଭଙ୍ଗୀ ପୋଷଣ କଲେ  । ଗୋଟିଏ  ସର୍ଭେ ରିପୋର୍ଟରୁ ଜଣାପଡିଥିଲା ଯେ , ଦିଲ୍ଲୀ ସଂସ୍କରଣରେ ତା  ୨୫ ନଭେମ୍ବର ୧୯୯୬ ରେ ଏକ ସର୍ବସାଧାରଣ ବିଜ୍ଞପ୍ତି ପ୍ରକାଶ ପାଇଲା ,ଯେଉଁତିରେ ୨୩୦ ଜଣ ଶିଶୁନିଯୋଜନକାରୀ ମାଲିକଙ୍କ ନାମ ସହିତ ନିୟୋଜିତ ଶିଶୁଶ୍ରମିକଙ୍କ ନାମ ଏବଂ ଜୋରିମାନା ରାଖୀ ପ୍ରକାଶ ପାଇଥିଲା   ।ସମ୍ପୃକ୍ତ ମାଲିକମାନଙ୍କ ଭିତରେ ଥିଲେ ଦୋକାନ ,ଗ୍ୟାରେଜ ଓ ଚା ଷ୍ଟଲ ଚଲାଉଥିବା ବ୍ୟକ୍ତି   । ଯଦିଓ ଏହିସବୁ ଶ୍ରମକାର୍ଯ୍ୟ  ୧୯୮୬ ଆଇନ ଅନୁଯାୟୀ ବିପଜ୍ଜନକ ନଥିଲା , କିନ୍ତୁ ଶିଶୁଶ୍ରମ ବିରୋଧରେ ସୁପ୍ରିମକୋର୍ଟଙ୍କ କଠୋର ମତିଗତି ଶିଶୁଶ୍ରମ ଏକ ଅବଞ୍ଚିତ ପ୍ରଥା ବୋଲି ବିଭିନ୍ନ ମହଲରେ ଧାରଣା ସୃଷ୍ଟି କଲା  ।

ସୁପ୍ରିମକୋର୍ଟ ଶିବକାଷୀ ଡିଆସିଲି କାରଖାନା କେଶରେ ପୂର୍ବରୁ ଶୁଣାଇଥିବା ରାୟର ସମୀକ୍ଷା କରି  ୧୦ ଡିସେମ୍ବର ୧୯୯୬ ରେ ଏକ ଗୁରୁତ୍ଵପୂର୍ଣ୍ଣ ଆଦେଶ ଜାରି କରିଥିଲେ  । ଏହି ନୂତନ କେଶରେ ପୃଷ୍ଟଭୂମି ଥିଲା ଏହିପରି-ଶିବକାଷୀ ଡିଆସିଲି କାରଖାନାରେ ଏକ ଦୁର୍ଘଟନାରେ ଏକାବେଳେ ୩୯ ଜଣ ଶ୍ରମିକ ମାରିଥିଲେ ଏବଂ ଦୁର୍ଘଟଣା ଉପରେ ଅନୁଧ୍ୟାନପାଇଁ ଏକ ଆଡଭୋକେଟ କମିଟି ଗଠିତ ହୋଇଥିଲା   । ଏହି କମିଟିର ରିପୋର୍ଟକୁ ପଢିବା ପରେ ସୁପ୍ରିମକୋର୍ଟ ଉପଲବ୍ଧ କରିଥିଲେ ଯେ , ଦାରିଦ୍ର୍ୟ ଭିତରୁ ହିଁ ଶିଶୁଶ୍ରମ ଜନ୍ମ ନେଉଛି ଏବଂ ଶିଶୁମାନଙ୍କୁ ସ୍କୁଲରେ ଭର୍ତ୍ତି କରାଯାଇପାରିଲେ ଶିଶୁଶ୍ରମ ସମସ୍ୟାରେ ଲାଘବ ହୋଇପାରେ   ।

ସୁପ୍ରିମକୋର୍ଟ ତାଙ୍କ ରାୟରେ ମୁଖ୍ୟତଃ ଦୁଇଟି ଦିଗରୁ ଶିଶୁଶ୍ରମ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ  । ପ୍ରଥମତଃ ବର୍ତ୍ତମାନ ବିପଜ୍ଜନକ ଶ୍ରମରେ ନିଯୁକ୍ତ ଶିଶୁମାନଙ୍କୁ ଉଦ୍ଧାର କରି ସେମାନଙ୍କର ଥଇଥାନ  କରିବା, ଏବଂ ଦ୍ଵିତୀୟତଃ ଅଣବିପଜ୍ଜନକ  ଶିଳ୍ପରେ ନିଯୁକ୍ତ ଥିବା ଶିଶୁମାନଙ୍କର ଶ୍ରମକୁ ନିୟନ୍ତ୍ରଣ କରି ସେମାନଙ୍କର ସ୍ଥିତିରେ ଉନ୍ନତି ଘଟାଇବା   । ସୁପ୍ରିମକୋର୍ଟଙ୍କର ନିର୍ଦ୍ଧିଷ୍ଟ ପରାମର୍ଶ ଥିଲା- ବିପଜ୍ଜନକ କାର୍ଯ୍ୟରେ ନିଯୁକ୍ତ ଶିଶୁମାନଙ୍କୁ ଶ୍ରମକ୍ଷେତ୍ରରୁ କାଢି ଆଣି ସେମାନଙ୍କୁ ଯଥୋଚିତ ଶିକ୍ଷାନୁଷ୍ଠାନରେ ଭର୍ତ୍ତି କରାଯିବ ଏବଂ ସେମାନଙ୍କ ପରିବାରର ଅନ୍ତଃ ଜଣେ ସାବାଳକ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯିବ   ।  ପୁଣି କୋର୍ଟ ସମ୍ପୃକ୍ତ ନିଯୁକ୍ତିକର୍ତ୍ତାଙ୍କ ବିରୋଧରେ ପ୍ରତି ଶିଶୁଶ୍ରମିକ ପିଚ୍ଚା  ୨୦ ହଜାର ଟଙ୍କା ଜୋରିମାନା ଲାଗୁ କରିଥିଲେ ଏବଂ ଏହି ଅର୍ଥରାସୀସମୂହକୁ ନେଇ ଶିଶୁଶ୍ରମିକ ଏବଂ ତାର ପରିବାର କଳଯାନପାଇନ ଏକ ମୂଳ ପାଣ୍ଠି ପ୍ରତିଷ୍ଠା ପାଇଁ ପରାମର୍ଶ ଦେଇଥିଲେ   । ଯଦି ଉକ୍ତ ଜୋରିମାନା ଅର୍ଥରାସୀ ଆଦାଯ କରିବାରେ ସରକାର ବିଫଳ ହୁଅନ୍ତି , ତେବେ ସରକାର ପ୍ରତି ଶିଶୁଶ୍ରମିକ ପିଛା ୫ ହଜାରଟଙ୍କା ଉକ୍ତ କଲ୍ୟାଣ ପାଣ୍ଠିକୁ ପଇଠ କରିବେ   ।  ଏପରି ଗଠିତ ହୋଇଥିବା ମୂଳ ପାଣ୍ଠିର ସୁଧରାସୀକୁ ଶିଶୁଶ୍ରମୀମାନଙ୍କର ପରିବାରର କଲ୍ୟାଣପାଇଁ ଆର୍ଥିକ ସହାୟତା ବାବଦ ବିନିଯୋଗ କରାଯିବ   । କିନ୍ତୁ ସର୍ତ୍ତ ରହିବ , ସେହି ପିଲାଙ୍କୁ ସ୍କୁଲକୁ ପଠାଯିବ , ଏବଂ ଯେତେବେଳେ ପିଲାଟିର ସ୍କୁଲଯିବାବନ୍ଦ ହୋଇଜୀବ ସେତେବେଳେ ସହାୟତା ମଧ୍ୟ ବନ୍ଦ ହୋଇଯିବ   ।

ଅଣବିପଜ୍ଜନକ ଶ୍ରମରେ ଶିଶୁ ନିଯୁକ୍ତି ଉପରେ ସୁପ୍ରିମକୋର୍ଟ  କହିଥିଲେ ଯେ ଜଣେ ଶିଶୁକୁ ଦିନରେ  ୫-୬ ଘଣ୍ଟା ଠାରୁ ଅଧିକ ସମୟ ଖଟାଯାଇ ପାରିବ ନାହିଁ  ଏବଂ ତାକୁ ପ୍ରତିଦିନ ଅନ୍ତତଃ ୨ ଘଣ୍ଟା ର ଶିକ୍ଷା ଦେବାକୁ ପଡିବ ତଥା ସମସ୍ତ ଶିକ୍ଷାବ୍ୟୟ ନିଯୁକ୍ତିକର୍ତ୍ତା ବହନ କରିବେ   । ସୁପରିକୋର୍ଟଙ୍କ ଏହି ରାୟ ଶିଶୁଶ୍ରମ ସମସ୍ୟାକୁ ମୁକାବିଲା କରିବା ରାଷ୍ଟ୍ରର ଏକ ପରମ କାର୍ଯ୍ୟସୂଚୀ ହେବ ବୋଲି ଏକ ବାତାବରଣ ସୃଷ୍ଟି କରିଥିଲେ   ।

୨୦୦୩ରେ ଭାରତ ସରକାର ଜାତୀୟ ବାଳୁତ ସନନ୍ଦ ଗ୍ରହଣ କରିଥିଲେ ଯେଉଁଥିରେ ବଲଉତମାନଙ୍କୁ ଆର୍ଥିକ ଶୋଷଣ ଏବଂ ସେମାନଙ୍କ ପ୍ରତି କ୍ଷତିକାରକ ହେଉଥିବା ବିପଦଜ୍ଜନକ ଶ୍ରମକୁ ସୁରକ୍ଷା ଦେବା ପାଇଁ ବ୍ୟବସ୍ଥା ସ୍ଥାନିତ ହୋଇଥିଲା   ।ଏହି ପ୍ରସଙ୍ଗରେ ନିର୍ଦ୍ଧିଷ୍ଟ ଭାବେ କୁହାଯାଇଥିଲା “ ସମସ୍ତ ପ୍ରକାର ଶିଶୁଶ୍ରମକୁ ସଂପୂର୍ଣ୍ଣ ନିଷେଧ କରିବା ଦିଗରେ ରାଷ୍ଟ୍ର ଅଗ୍ରଗତି କରିବ  ।“ ୨୦୦୫ ରେ  “ ବାଳୁତ ଅଧିକାର ସମୂହର ସୁରକ୍ଷା ପାଇଁ କମିଶନସମୂହ ଆଇନ “ ପ୍ରଣିତ ହେଲା ଏବଂ  ୨୦ ଜାନୁଆରୀ ୨୦୦୬ ରେ ଏହା ଲାଗୁ ଥୋଇଥିଲା   ।  ଏହି ଆଇନ ପ୍ରାକକଥନରେ ଜାତୀୟ ବାଳୁତ ସନନ୍ଦ ୨୦୦୩ ସଂବନ୍ଧରେ ଉଲ୍ଲେଖ କରାଯିବା ସହିତ ମିଳିତ ଜାତିସଂଘର ବଲଉତ ଅଧିକାର ସମୂହ କନଭେନସନ ୧୯୮୯ ବିଷୟରେ ସୂଚିତ କରାଯାଇଥିଲା   ।ଏହାଛଡା ଏଥିରେ  ମେ  ୨୦୦୨ ରେ ମିଳିତ ଜାତିସଂଘର ବଲଉତ ସମ୍ବନ୍ଧିତ ବିଶେଷ ଅଧିବେଶନରେ ଗୃହିତ ହୋଇଥିଲା  ଦଲିଲ “ ବାଳୁତ – ଅନୁକୂଳ ବିଶ୍ଵ” ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଥିଲା   ।

ଏଠାରେ ଉଲ୍ଲେକନୀୟ,୧୯୯୩ ରେ ସୁପ୍ରିମକୋର୍ଟ ଶିକ୍ଷା ଅଧିକାରକୁ ପିଲାମାନଙ୍କର ଏକ ମୌଳିକ ଅଧିକାର ଭାବେ ବର୍ଣ୍ଣନା କରିବା ପରଠାରୁ ଶିଶୁଶ୍ରମକୁ ଅନ୍ତତଃ ଆଇନ ଦ୍ରୁଷ୍ଟିରୁ ନିଷେଧ ପାଇଁ ଭାରତ ସରକାରଙ୍କର ପ୍ରୟାସ ଜାରିରହିଛି  , କାରଣ ଯଦି ଶିଶୁମାନେ ଶ୍ରମରେ ନିଯୁକ୍ତ ହୁଅନ୍ତି ତେବେ ସେମାନେ ଶିକ୍ଷା ପାଇବେ କେମିତି। ସୁତରାଂ ସେବେଠାରୁ ସରକାରୀ ସ୍ତରରେ ଧରିନିଆଯାଉଛି ଯେ , ଗୋଟିଏ ପିଲା ସ୍କୁଲକୁ ଯାଉନାହିଁ ଅର୍ଥ ସେ କୌଣସି ନା କୌଣସି ଶ୍ରମରେ ନିଯୁକ୍ତ ଅଛି   ।

ଜାତୀୟ ମାନବାଧିକାର କମିଶନଙ୍କ ଭୂମିକା  :--

ଅଣବିପଜ୍ଜନକ କାର୍ଯ୍ୟକ୍ଷେତ୍ରରେ ଶିଶୁରାମ ନିଯୁକ୍ତି ପ୍ରସଙ୍ଗକୁ ଆଇନ ପରିସରଭୁକ୍ତ କରିବା କ୍ଷେତ୍ରରେ ଜାତୀୟ ମାନବାଧିକାର କମିଶନର ଏକ ପ୍ରମୁଖ ଭୂମିକା ରହିଛି   ।  ୧୯୯୭ ଏବଂ ପୁଣି ୧୯୯୮ ରେ ଏହି କମିଶନ କେନ୍ଦ୍ର ସରକାର , ରାଜ୍ୟ ସରକାରସମୂହ ଏବଂ କେନ୍ଦ୍ରାଞ୍ଚଳର ପ୍ରଶାସକମାନଙ୍କୁ ନିର୍ଦ୍ଦେଶ ଦେଇଥିଲା ଯେ ,  ସରକରାଇ କର୍ମଚାରୀମାନେ  ୧୪ ବର୍ଷଋୟ କମ ପିଲାଙ୍କୁ ଗୃହକାର୍ଯ୍ୟରେ ନିଯୁକ୍ତ କରାଯିବା ଉପରେ ନିଷେଧଜ୍ଞା ଜାରି କରାଯାଉ  ।ଏହା ପରେ କେନ୍ଦ୍ର ସରକାର ଓ କେତେକ ରାଜ୍ୟ ସରକାର ଏହି ନିର୍ଦ୍ଦେଶକୁ ପାଳନ କରିବା ପାଇଁ ଆଦେଶ ଜାରି କରିଥିଲେ   ।  ପରିବେଶରେ  ଅକ୍ଟୋବର ୨୦୦୬ ରେ ଶିଶୁଶ୍ରମ (ନିଷେଧ ଓ ନିୟନ୍ତ୍ରଣ) ଆଇନ  ୧୯୮୬ ର ଅନୁସୂଚିରେ  “ ଗୃହ କର୍ମ ଓ ଗୃହ ସେବା” ନିଷିଦ୍ଧ ଶ୍ରମଭାବେ ଭର୍ତ୍ତି ହେଲା  । ଏହା ସହିତ,ଢାବା ,ରେଷ୍ଟୁରାଣ୍ଟ , ହୋଟେଲ ,ମୋଟେଲ ,ଚା ଦୋକାନ ,ସ୍ୱାସ୍ଥ୍ୟନିବାସ , ଜଳକ୍ରିଡା ବା ଅନ୍ୟ ମନୋରଞ୍ଜନ କେନ୍ଦ୍ର “ ରେ ଶ୍ରମକୁ ବିପଜ୍ଜନକ ବୋଲି ଘୋଷଣା କରାଯାଇ ଶିଶୁଶ୍ରମକୁ ନିଷେଧ କରାହୋଇଛି   ।

ଶିଶୁଶ୍ରମ ପରିସଂଖ୍ୟାନ :-

ଆମ ଦେଶରେ ଶିଶୁଶ୍ରମର ବାସ୍ତବ ସ୍ଥିତି ଯାହା ହେଉନା କାହିଁକି , କେବଳ ସରକାରୀ ପରିସଂଖ୍ୟାନରୁ ଆମକୁ ଏହା ଉପରେ ଦେଶ ,ରାଜ୍ୟ ବା ଜିଲ୍ଲାର ଏକ ସାମଗ୍ରିକ ଚିତ୍ର ମିଳିଥାଏ   । କିନ୍ତୁ ଏକଥା ମନେ ରଖିବାକୁ ପଡିବ , ଆମ ଦେଶର ଶିଶୁଶ୍ରମ ଆଇନ ଅନୁଯାୟୀ  କେବଳ  ୧୪ ବର୍ଷ ଟପିନଥିବା ପିଲାମାନେ ଯଦି ବିପଜ୍ଜନକ ବା ଅଣବିପଜ୍ଜନକ ଶ୍ରମରେ ନିଯୁକ୍ତ ଥାଆନ୍ତି ତେବେ ସେ ସଂବନ୍ଧରେ ଅଲଗା ଅଲଗା ତଥ୍ୟ ସରକାରୀ ସୂତ୍ରରୁ ମିଳିବ,କିନ୍ତୁ ୧୪ ବର୍ଷକୁ ଟପିଥିବା ଅଥଚ ୧୮ ବର୍ଷକୁ ଟପି ନ ଥିବା ପିଲାମାନଙ୍କ ନିଯୁକ୍ତି ବିଷୟରେ କୋଣସି ସରକାରୀ ତଥ୍ୟ ମିଳିବ ନାହିଁ   ।ଏହାର କାରଣ  ୧୪ ବର୍ଷ ପର୍ଯ୍ୟନ୍ତ ଶିଶୁକୁ କେବଳ ବିପଜ୍ଜନକ ଶ୍ରମରେ ନିଯୁକ୍ତିକୁ ବାରାଁ କରାଯାଇଥିବାବେଳେ ୧୪ ବର୍ଷ ଟପିଥିବା ଅଥଚ ୧୮ ଟପି ନଥିବା ପିଲାଙ୍କୁ ବିପଜ୍ଜନକ ବି ଅଣ ବିପଜ୍ଜନକ କୌଣସି ଶ୍ରମରେ ନିଯୁକ୍ତିକୁ ବାରଣ କରାଯାଇନି  “ଯୋଜନା  କମିଶନଙ୍କ  ଦ୍ଵାରା ଦ୍ଵାଦଶ ପଞ୍ଚବାର୍ଷିକ ଯୋଜନା(୨୦୧୨-୧୭) ରେ ଶିଶୁଶ୍ରମିକ ଏବଂ ଶିଶୁଶ୍ରମିକ ତଥା ଦାଦନ ଶ୍ରମିକଙ୍କ ଭଳି ଦୁର୍ବଳ ଗୋଷ୍ଠୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯିବା ଉପରେ ବିଚାରବିମର୍ଶ ଏବଂ ସୁପାରିସ ଦେବା ପାଇଁ ଏକ ଅଧ୍ୟୟନ ଗୋଷ୍ଠୀ ଗଠିତ ହୋଇଥିଲା   ।ଏହାର ରିପୋର୍ଟରେ ଦେଶର ଏବଂ ବିଭିନ୍ନ ରାଜ୍ୟରେ ଶିଶୁଶ୍ରମିକଙ୍କ ସଂଖ୍ୟା ଏବଂ ଶିଶୁଶ୍ରମର ନିରାକରଣ ଦିଗରେ ବିଭିନ୍ନ ଅନ୍ତର୍ଜାତିକ ସଂସ୍ଥା,ସରକାରୀ ଏବଂ ବେସରକାରୀ ସଂସ୍ଥାଙ୍କ ପ୍ରୟାସ ଯୋଗୁଁ ଘଟିଥିବା ଅଗ୍ରଗତି ତଥା ଆଗାମୀ ଦିନର କାର୍ଯ୍ୟକ୍ରମପାଇଁ ସୁପାରିସମାନ ସ୍ଥାନପାଇଛି   ।

ଏହି ରିପୋର୍ଟ ଅନୁଯାୟୀ ଗତ ଦୁଇ ଦଶନ୍ଧିରେ ଭାରତରେ ଶିଶୁଶ୍ରମର ସଂଖ୍ୟାରେ ଆଖିଦୃଶିଆ ହ୍ରାସ ଘଟିପାରିଛି   । ଏନଏସଏସ (ଜାତୀୟ ନମୁନା ସର୍ଭେ) ର ହିସାବ ଅନୁଯାୟୀ  ୨୦୦୪-୦୫ ରେ ଭାରତର ଶିଶୁଶ୍ରମିକ ସଂଖ୍ୟା ଥିଲା  ୯ ଲକ୍ଷ ୭ହଜାର ଯାହାକି ୧୯୮୩ (୨୧ ଲକ୍ଷ ୫୫ ହଜାର) ତୁଳନାରେ ବହୁତ କମ , ଅର୍ଥାତ  ୧୨ ଲକ୍ଷ  ୪୮ ଯାହାର କମ   । ପୁଣି ଲକ୍ଷ କରାଯାଇଛି , ଏହି ସମୟ ଅବଧି ଭିତରେ ଝିଅ ଶ୍ରମିକଙ୍କ ତୁଳନାରେ ପୁଅ ଶ୍ରମିକଙ୍କ ସଂଖ୍ୟାରେ ଅଧିକ ହ୍ରାସ ଘଟିଛି   । ପୁଅ ଶ୍ରମିକଙ୍କ ସଂଖ୍ୟା  ୧୨ ଲକ୍ଷ ୬ ହଜାରରୁ  ୪ ଲକ୍ଷ ୭୬ ହଜାର କମିଥିବାବେଳେ ଝିଅ ଶ୍ରମିକଙ୍କ ସଂଖ୍ୟା ୯ ଲକ୍ଷ ୪୯ ହଜାରରୁ  ୪ ଲକ୍ଷ ୩୧ ହଜାର କମି ଯାଇଛି   । କିନ୍ତୁ ଏହା ସ୍ଵତ୍ତ୍ବେ ମୋଟ ସଂଖ୍ୟା ଦ୍ରୁଷ୍ଟିରୁ ଭାରତରେ ଶିଶୁଶ୍ରମ ଏକ ବିଶାଳ ସମସ୍ୟା   ।  ୧୯୯୧ ଜନଗଣନା ଅନୁସାରେ  ୫-୧୪ ବର୍ଷର ୧ କୋଟି ୧୩ ଲକ୍ଷ ଶିଶୁଶ୍ରମିକ ଥିବାବେଳେ ୨୦୦୧ ଜନଗଣନାରେ ଏହି ସଂଖ୍ୟା ମୋଟ ୧ କୋଟି ୨୬ ଲକ୍ଷ୍ୟ ଶିଶୁଶ୍ରମିକ ଥିବାବେଳେ ୨୦୦୧ ଜନଗଣନାରେ ଏହି ସଂଖ୍ୟାରେ ପହଞ୍ଚିଛି    । ସେହିସବୁ ବିପଜ୍ଜନକ ଶ୍ରମକ୍ଷେତ୍ର ହେଉଛି , ପାନ-ବିଡି –ସିଗାରେଟ ପ୍ରସ୍ତୁତି , ନିର୍ମାଣକାର୍ଯ୍ୟ ଗୃହରେ ଚାକିରି ,ଲୁଗାବୁଣା , ଇଟାତିଆରି ,ଢାବା – ହୋଟେଲ,ରେଷ୍ଟୁରାଣ୍ଟ – ମୋଟେଲ ଅଟୋମୋବାଇଲ ,ଗ୍ୟାରେଜ ,ମୂଲ୍ୟବାନ ଧାତୁ ଓ ଗହଣା ପ୍ରସ୍ତୁତି , କାର୍ପେଟ ତିଆରି ସିମେଣ୍ଟ ଉତ୍ପାଦନ , ଅଗରବତୀ –ଧୂପ , ବିଶୋଧକ ପ୍ରସ୍ତୁତି ଏବଂ ଅନ୍ୟାନ୍ୟ   । ସବୁଠୁ ବେଶି ନିଯୁକ୍ତ ଥିଲେ ପାନ-ବିଡି –ସିଗାରେଟ ପ୍ରସ୍ତୁତିରେ  (୨୫୨୫୭୪) ଏବଂ ତାପରେ ନିର୍ମାଣ କାର୍ଯ୍ୟରେ  (୨୦୮୮୩୩) ଏବଂ ଏହାପରେ ଗୃହକର୍ମରେ (୧୮୫୫୦୫)  ।

ଶିଶୁଶ୍ରମର ବିଶ୍ଵ ଦୃଶ୍ୟପଟ ଓ ଭାରତ :-

ଏଠାରେ ଶିଶୁଶ୍ରମ ଉପରେ ଦୃଶ୍ୟପଟ ଉପରେ କିଛି ଆଲୋକପାଟ କରିବା ସୀମାଚୀନ ମନେ ହୁଏ   । ଆଇ.ଏଲ ଓ  ସୂତ୍ରରୁ ଜଣାପଡେ ୨୦୦୪ ରେ ସାରା ବିଶ୍ଵରେ ଶ୍ରମରେ ନିଯୁକ୍ତ ଥିବା  ୫-୧୪ ବର୍ଷର ପିଲାଙ୍କ ସଂଖ୍ୟା  ଥିଲା  ୧୯ କୋଟି ୧୦ ଲକ୍ଷ ଏବଂ ସମୁଦାୟ ଶ୍ରମଶକ୍ତି ଭିତରେ ଶିଶୁଶ୍ରମ ଥିଲା ଶତକଡା  ୧୫.୮   । ବିପଜ୍ଜନକ ଶ୍ରମରେ ନିଯୁକ୍ତ ଥିବା ପିଲାଙ୍କ ସଂଖ୍ୟା ବିଶ୍ଵର ସମୁଦାୟ ଶିଶୁଶ୍ରମିକ ସଂଖ୍ୟାର ଶତକଡା   ୩୮.୭।  ବିଶ୍ଵର ବିଭିନ୍ନ ଆଞ୍ଚଲ ଭିତରୁ କେବଳ ଏସିଆ ଓ ପ୍ରଶାନ୍ତମହାସାଗରୀୟ ଅଞ୍ଚଳରେ ଶିଶୁଶ୍ରମର ବୃହତ୍ତମ ସଂଖ୍ୟା ଥିଲା – ୧୨୩ କୋଟି ୨୦ ଲକ୍ଷ , ଯାହାକି ବିଶ୍ଵର ଶତକଡା  ୬୪ ଏବଂ ଏହା ଭିତରୁ ଏକ ବିପୁଳ ଅଂଶ ଭାରତରେ ଅଛନ୍ତି   ।   ୨୦୦୦ ରୁ ୨୦୦୪ ଭିତରେ ବିଶ୍ଵରେ ଶିଶୁଶ୍ରମିକ ସଂଖ୍ୟା ଶତକଡା ୧୧ କମିଛି   ।ଏହି ସମୟ ଭିତରେ ବିପଜ୍ଜନକ ଶ୍ରମରେ ଶିଶୁନିଯୁକ୍ତି ଶତକଡା ୨୬ କମିଛି,ପୁଣି ବିପଜ୍ଜନକ ଶ୍ରମ କ୍ଷେତ୍ରରେ  ୫ ରୁ  ୧୪ ବର୍ଷ ଭିତରେ ପିଲାଙ୍କ ନିଯୁକ୍ତି ହାର ଆହୁରି କ୍ଷିପ୍ରତର ଭାବେ କମିଛି   ,ଶତକଡା  ୩୩ ହାରରେ    । ବିଶ୍ଵ ସ୍ତରରେ ଆମେ ପୁଣି ଦେଖୁ ,ଲାଟିନ ଆମେରିକା ଓ କ୍ୟାରିବିଆଣ ଦେଶଗୁଡିକରେ ଉକ୍ତ  ୪ ବର୍ଷ ଭିତରେ ଦୁଇ-ତୃରୀୟାଂସ କମିଛି ଏବଂ ସେଠାରେ ବର୍ତ୍ତମାନ ମୋଟ ଶ୍ରମସକତ୍ରେ ଶିଶୁଶ୍ରମ ହେଉଛି ଶତକଡା ୫ ଭାଗ   । କିନ୍ତୁ ଭାରତରେ  ୧୯୯୧ ରେ ଶିଶୁଶ୍ରମ ଶତକଡା  ୫-୭ ଥିବାବେଳେ  ୨୦୦୧ ଜନଗଣନା ବେଳକୁ ଏହା ମାତ୍ର  ୫ କୁ ଖସିଛି    । ସାହାର- ତାଳି ଦେଶମାନଙ୍କରେ ଶିଶୁଶ୍ରମର ସଂଖ୍ୟାରେ ଯାହା ହ୍ରାସ  ଘଟିଛି ତାହା ଅତ୍ୟନ୍ତ ନଗଣ୍ୟ  ।  ଏହି ଅଞ୍ଚଳରେ ଶିଶୁଶ୍ରମ ସହିତ ଜନସଂଖ୍ୟା ବୃଦ୍ଧି ଏବଂ ଏଡସ ସଂକ୍ରମଣ ଭଳି ସମସ୍ୟାର ଲାଘବ ଅତି ମନ୍ଥର ଗତିରେ ଚାଲିଛି   ।  ଆଇ ଏଲ ଓ ର ବିଶ୍ଵ ରିପୋର୍ଟରେ ଦର୍ଶିତ ହୋଇଛି ଯେ , ରାଜନୈତିକ ଇଛାଶକ୍ତି,ସମ୍ବଳର ଉପଯୁକ୍ତ ବିନିଯୋଗ ଏବଂ ଉପଯୁକ୍ତ ବିଧିବିଧାନର ସମ୍ମିଶ୍ରଣରେ ଶିଶୁଶ୍ରମ ସମସ୍ୟାକୁ ମୁକାବିଲା କରିହେବ   ।

ଆଧାର- ହିନ୍ଦ ମଜଦୁର ସଭା, ଓଡିଶା


© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate