অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସ୍ୱାସ୍ଥ୍ୟ ସହାୟିକା ତାଲିମ(ଆମ ସ୍ୱାସ୍ଥ୍ୟ ଆମ ସୁରକ୍ଷା)

ସ୍ୱାସ୍ଥ୍ୟ ସହାୟିକା ତାଲିମ(ଆମ ସ୍ୱାସ୍ଥ୍ୟ ଆମ ସୁରକ୍ଷା)

ବିଶୁଦ୍ଧ ପାନୀୟ ଜଳ

ଜଳର ଆବଶ୍ୟକତା ଆମେ ସମସ୍ତେ ଉପଲବ୍ଧ କରୁଛେ । ତେବେ ଜଳ ବିଷୟରେ କେତେକ ସାଧାରଣ ତଥ୍ୟ ସମସ୍ତେ ଜାଣି ରଖିବା ଦରକାର ।

ଜଳ ଏବଂ ଏହାର ବିଭିନ୍ନ ଗୁଣ

  • ରଙ୍ଗହୀନ, ସ୍ଵାଦହୀନ ,ଗନ୍ଧହୀନ ଏବଂ ସ୍ଵଚ୍ଛ ହୋଇଥିବ
  • କୌଣସି ବିପଦ ଅବସ୍ଥା ସୃଷ୍ଟି କରୁଥିବା ଜୀବାଣୁ ନଥିବା ଦରକାର
  • ବୈଜ୍ଞାନିକ ଦୃଷ୍ଟିକୋଣରୁ ଜଳର ଉପାଦାନ ଠିକ ଥିବା।

ଜଳ କିପରି ଦୂଷିତ ହୁଏ

  • ଖୋଲା ପଡିଆରେ ଝାଡା ଯିବା
  • ଜଳଉସ୍ଛା ନିକଟରେ କୀଟନାଶକ ଔଷଧ ପକାଇବା
  • କୂଅ ବାହାରେ ଥିବା ସାମଗ୍ରୀ ଓ ପରିବେଶ କୂଅ ଜଳ ସଂସ୍ପର୍ଶରେ ଆସିବ।
  • କୂଅ ପାଖରେ ଗାଧୋଇବା ଓ ସଫା କରିବା

ଜଳ ବିଶୋଧନର ତିନୋଟି ପର୍ଯ୍ୟାୟ

  1. ସେଡିମେଣ୍ଟେସନ-ଜଳ ସଂଗ୍ରହ କରି ଆଣିଲା ପରେ ଏହାକୁ ସ୍ଥିର ଭାବେ 24 ଘଣ୍ଟା ରଖିବା ।
  2. ଫିଲଟ୍ରେସନ-(ଘରୋଇଭାବେ ପ୍ରସ୍ତୁତ କରିବା )ପ୍ରାୟ ୧୦୦ ସେ.ମି. ଉଚ୍ଚା ଏବଂ ୪୨ ସେ ମି ଚଉଡାର ଗୋଟିଏ ମାଟିପାତ୍ର କିମ୍ବା ପଲିଡ୍ରମ ନିଆ। ସେଥିରେ ୧୦ ଇଞ୍ଚ ବହଳର ଗୋଡି, ଗୋଡି ଉପରେ ୨୫ ସେ ମି ବହଳର ମୋଟାବାଲି ଏବଂ ବାଲିଉପରେ କୋଇଲର ପରସ୍ତଟିଏ ଦିଅ।କୋଇଲା ଭାସି ନ ଯିବା ପାଇଁ ପୁନଶ୍ଚ କୋଇଲା ଉପରେ ଅଳ୍ପ କିଛି ଗୋଡି (୫-୧୦ ସେ ମି ବହଳର )ବିଛାଇ ଦିଅ ।ପାତ୍ରର ମୁହଁ ବାଟେ ଜଳପୂର୍ଣ୍ଣ ହେଲେ ତଳ କଣା ବାଟେ ପରିଷ୍କାର ଜଳ ଆସିବ।
  3. ଡିସଇନଫେକସନ: ୨୦ ମିନିଟ ଯାଏଁ ସଂଗୃହିତ ଜଳକୁ ଫୁଟାଇ ତା’ପରେ ବ୍ଲିଚିଂ ପାଉଡର ପକାଅ।ବ୍ଲିଚିଂ ପଡିବାର ଅନ୍ୟୁନ ଏକ ଘଣ୍ଟା ପରେ ସେହି ପାନୀୟ ଜଳ ପିଇବା ଉପଯୋଗୀ ହୁଏ।

କୂଅ ଜଳ କିପରି ପରିଷ୍କାର ରଖିବା

  • କୂଅ ପାଖରେ ପାଇଖାନା କିମ୍ବା କୌଣସି ଟାଙ୍କି, ଶୋକପିତ ଓ ଖାତା ଇତ୍ୟାଦି ନ ରହିବା
  • କୁଆର ୨୦ ଫୁଟ ପରିଧି ମଧ୍ୟରେ କୌଣସି କୀଟନାଶକ ଔଷଧ ନ ପଡିବା ଦରକାର
  • ଭୁଇଁଠାରୁ କୂଅର ପ୍ଲାଟଫର୍ମ ଉଚ୍ଚରେ ରଖିବା ଦରକାର ,ଫଳରେ ବାହାରେ ପାଣି ଓ ଆବର୍ଜନା ଏହା ଭିତରକୁ ଜୀବ ନାହିଁ

ବ୍ଲିଚିଂ ପାଉଡର ପରିମାଣ ଓ ବ୍ୟବହାର:

  • ଜଳପରିମାଣ ଅନୁସାରେ ଆବଶ୍ୟକ ପରିମାଣର ବ୍ଲିଚିଂ ପାଉଡରକୁ ବହଳିଆ କରି ଗୋଳାଅ
  • ତା’ପରେ ବହଳିଆ ଘୋଳରେ ଆଉ ପାଣି ମିଶାଇ ୧୫ ମିନିଟ ପର୍ଯ୍ୟନ୍ତ ରଖ
  • ବର୍ତ୍ତମାନ ତଳେ ବସିଥିବା ପଦାର୍ଥକୁ ରଖି ଦେଇ ଉପର ପାଣିକୁଆ କୂଅ ଭିତରକୁ ପକାଇ କୁଅପାଣିକୁ ଦାସ ବାର ଥର ହାବୁକେଇ ଦିଅ(ଘଣ୍ଟିଦିଅ )
  • ବ୍ଲିଚିଂ ପଡିବାର ଏକ ଘଣ୍ଟା ମଧ୍ୟରେ କୂଅ ପାଣି ଜୀବାଣୁମୁକ୍ତ ହୋଇଥାଏ।

ଅପରିଷ୍କାର ଜଳ ନିଷ୍କାସନ:

  • ଜଳ ଉସ୍ଛଠାରୁ ଦୂରକୁ ପାଣି ଛାଡିଦିଅ। ଅବ୍ୟବହୃତ ଜଳକୁ ବଗିଛ ଏବଂ ଗଛ ଇତ୍ୟାଦି ପାଇଁ ବ୍ୟବହାର କର।

ବ୍ୟକ୍ତିଗତ ପରିଛନ୍ନତା

ଏହି ଅଧ୍ୟାୟ ପଢିବା ପରେ ଆପଣ ଜାଣିପାରିବେ ଯେ:

  • ଝାଡା ଯାଇଶୌଚ ହେବା ପରେ କିପରି ହାତ ଢୋଇବା ଉଚିତ
  • ଛୋଟ ଛୁଆଙ୍କୁ କିପରି ନିଶ୍ଚିତଭାବେ ପରିଚ୍ଛନ୍ଣ ରଖିବା ଦରକାର
  • ଘରର ପରିଛନ୍ନତା ପାଇଁ କେଉଁ କେଉଁ ମୁଖ୍ୟ ବିଷୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ
  • ଖାଦ୍ୟପଦାର୍ଥକୁ କିପରି ଦୂଷିତ ହେବାରୁ ରକ୍ଷା କରାଯାଏ
  • ମାସିକ ଧର୍ମ ସମୟରେ ବ୍ୟକ୍ତିଗତ ଭାବେ କିପରି ପରିଚ୍ଛନ୍ନତା ରଖାଯାଏ

ଯଦି ବ୍ୟକ୍ତିଗତ ପରିଚ୍ଛନ୍ନତା ପ୍ରତି ଉଚିତ ଦୃଷ୍ଟି ଦିଆଯାଏ ତେବେ ପତଳା ଝାଡା ରୋଗ,ଚର୍ମରୋଗ ଓ ଚକ୍ଷୁରୋଗ ସଂକ୍ରମଣର ଆଶଙ୍କା ଅନେକ କମିଯାଏ ।ବ୍ୟକ୍ତିଗତ ପରିଚ୍ଛନ୍ନତା ସୁନିଶ୍ଚିତ କରିବାକୁ ହେଲେ ଘର ନିକଟରେ ଯଥେଷ୍ଟ ପାଣି ମିଳୁଥିବା ଆବଶ୍ୟକ ।

ବ୍ୟକ୍ତିଗତ ପରିଚ୍ଛନ୍ନତା :

  • ଶୌଚହେବା ପାଇଁ ପରିଷ୍କାର ପାଣି ବ୍ୟବହାର କରିବା ଦରକାର। ଅନେକ ସମୟରେ ଗାଁରେ ଲୋକମାନେ ଖାଲ ଇତ୍ୟାଦିରେ ଥିବା ପାଣି ବ୍ୟବହାର କରନ୍ତି। ଏହା ଦ୍ଵାରା ରୋଗ ସଂକ୍ରମଣ ଆଶଙ୍କା ଥାଏ।
  • ଶୌଚ ହେବା ପରେ ସାବୁନରେ ହାତ ଢୋଇବା ଦରକାର ।
  • ଖାଦ୍ୟ ପ୍ରସ୍ତୁତ କରିବା ଆଗରୁ ଓ ଖାଇବାକୁ ଯିବା ପୂର୍ବରୁ ହଟା ଢୋଇବା ଉଚିତ ।
  • ଛୋଟ ଛୁଆମାନେ ଦିନସାରା ମାଟି ଧୂଳିରେ ଖେଳି ଅପରିଷ୍କାର ହୋଇଯାନ୍ତି ।ତେଣୁ ଦିନରେ ଅନେକବାର ସେମାନଙ୍କୁ ହାତ ମୁହଁ ଧୋଇ ଦିଅନ୍ତୁ ।
  • ଛୋଟ ଛୁଆ ଲୁଗାପଟାରେ ଝାଡା ପରିସ୍ରା ଫେରିଦେଲେ ସେମାନଙ୍କୁ ଖୁବ ଶୀଘ୍ର ସଫା କରି ଦିଅନ୍ତୁ ଏବଂ ପୋଷାକକୁ ଧୋଇ ଶୁଖାଇ ଦିଅନ୍ତୁ ।
  • ପୋଷାକ ଓ ବିଛଣା ଚାଦର ଇତ୍ୟାଦି ଢୋଇବା ପରେ ଖରାରେ ଶୁଖାଇବା ଦରକାର। ଖରାରେ କୀଟାଣୁ ମରିଯାନ୍ତି ।
  • ନଖ ସଫା କରିବା ଦରକାର ।ନଖକାଟି ଏହାକୁ ଛୋଟ କରିବା ଉଚିତ।
  • ରାତିରେ ଶୋଇବାକୁ ଯିବା ପୂର୍ବରୁ ଓ ସକାଳେ ଉଠିବା ପରେ ଦାନ୍ତ ସଫା କରିବା ଦରକାର।
  • ପ୍ରତିଦିନ ନିୟମିତ ଗାଧୋଇବା ଉଚିତ।
  • ଗାଧୋଇବା ପରେ ସଫା ପୋଷାକ ପିନ୍ଧିବା ଦରକାର ।ଗାଧୋଇବା ପରେ ମଇଳା ପୋଷାକ ପିନ୍ଧିଲେ ପରିଷ୍କାର ଦେଖା ଅପରିଷ୍କାର ହୋଇଯାଏ।
  • କୌଣସି ଅନ୍ୟ ଲୋକର ତଉଲିଆ କିମ୍ବା ରୁମାଲ ବ୍ୟବହାର କରିବା ଉଚିତ ନୁହେଁ।

ଘରର ପରିଚ୍ଛନ୍ନତା :

  • ବିଭିନ୍ନ ରୋଗର ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପ୍ରଥମେ ପାଣି ରଖୁଥିବା ପାତ୍ର ନିଶ୍ଚିତ ଭାବେ ପରିଷ୍କାର ରଖିବା ଦରକାର ।
  • ଖାଇବା ପିଇବା ବାସନ କୁସନ ବ୍ୟବହାର ପରେ ପରିଷ୍କାର ପାଣି ଓ ସାବୁନ କିମ୍ବା ପାଉଁଶ ଦ୍ଵାରା ଢୋଇବା ଉଚିତ।
  • ମାଛି ଯେପରି ନ ବସିବା ସେଥିପାଇଁ ପାଇଖାନାରେ ବ୍ୟବହାର କରିବା ଉଚିତ।
  • ଘରର ଆଲିଆକୁ କମପୋଷ୍ଟ ଗତରେ ପକାଇବା ଦରକାର।
  • ଘରେ ଆଦରକାରୀ ପାଣି କୌଣସିଠାରେ ଜମା ରହିବା ଉଚିତ ନୁହେଁ।
  • ସୋକପିଟର ବ୍ୟବହାର କରିବା ଦରକାର କିମ୍ବା ଅଦରକାରୀ ପାଣିକୁ ବାଡି ବଗିଚାରେ ବ୍ୟବହାରରେ ଲଗାଇବା ଦରକାର ।
  • ପାଣି ଆଉ ଖାଦ୍ୟା ପଦାର୍ଥକୁ ଘୋଡାଇ ରଖିବା ଉଚିତ ।ଫଳରେ ଏଥିରେ ମାଛି ବସିପରେ ନାହିଁ କିମ୍ବା ଅନ୍ୟ ପୋକ-ଜୋକ ଦ୍ଵାରା ଏହା ପ୍ରଦୂଷିତ ହୁଏ ନାହିଁ।
  • ଘରର ଚଟାଣକୁ ପରିଷ୍କାର ରଖିବା ବିଧେୟ।

ଖାଦ୍ୟ ପଦାର୍ଥକୁ ଦୂଷିତ ହେବାରୁ କିପରି ରକ୍ଷା କରିବା ?

ପତଳା ଝାଡା ରୋଗ ଓ କୃମି ଦୋଷରୁ ରକ୍ଷା ପାଇବା ପାଇଁ ଖାଦ୍ୟ ପଦାର୍ଥକୁ ଦୂଷିତ ହେବାରୁ ରକ୍ଷା କରିବା ଆବଶ୍ୟକ ।

ମନେରଖନ୍ତୁ:

  • ମଇଳା ହାତରେ ଖାଦ୍ୟ ତିଆରି କାଲେ,ପରସିଲେ କିମ୍ବା ଖାଇଲେ ବିଭିନ୍ନ ପ୍ରକାର ସଂକ୍ରମଣ ହୋଇପାରେ ।ତେଣୁ ସବୁବେଳେ ହାତ ଧୋଇସାରି ଉପରୋକ୍ତ କାମ କରିବା ଉଚିତ।
  • ବଜାରରୁ ଖୋଲା ପଦାର୍ଥ ନେଇ ଖାଇବା ଉଚିତ ନୁହେଁ ।
  • କଞ୍ଚା ଫଳ ଓ ପରିବାକୁ ସବୁବେଳେ ସ୍ବଚ୍ଛ ପାଣିରେ ଧୋଇବା ଦରକାର। କାରଣ ଏହା ମାଟି,ଖତ,ମଳ,ଅପରିଷ୍କାର ହାତ କିମ୍ବା ପାଣି ଦ୍ଵାରା ଦୂଷିତ ହୋଇଥାଇପାରେ ।
  • ଖାଦ୍ୟକୁ ଠିକ ଭାବେ ରାନ୍ଧିବା ଦରକାର।କାରଣ ରାନ୍ଧିବା ଦ୍ଵାରା ବିଭିନ୍ନ କୀଟାଣୁ ଏବଂ କୀଟାଣୁର ଅଣ୍ଡା ମରିଯାଆନ୍ତି ।ବିଶେଷ କରି ମାଂସ ଓ ମାଛକୁ ଭଲ କରି ରାନ୍ଧିବା ଉଚିତ ।
  • ଖାଦ୍ୟ ପଦାର୍ଥକୁ ପରିଷ୍କାର ବସନରେ ଘୋଡେଇ ରଖିବା ଦରକାର ।
  • ଛୁଆମାନଙ୍କୁ ବୋତୋଲରେ ଦୁଧ ପିଆଇବା ଅନୁଚିତ ।
  • ଯଦି ଛୁଆଙ୍କୁ ବାହାରୁ କ୍ଷୀର ଦେବା ଦରକାର ପଡୁଥାଏ ତେବେ ପରିଷ୍କାର ଗିନା ,ଚାମଚ କିମ୍ବା କପରେ ଦିଅନ୍ତୁ ।
  • ବସନରେ ମାଛି ଯେପରି ନ ବସେ ସେ ଦିଗରେ ଧ୍ୟାନ ଦିଅନ୍ତୁ।

ମାସିକ ଧର୍ମବେଳେ ପରିଚ୍ଛନ୍ନତା :

ମହିଳାମାନଙ୍କ କ୍ଷେତ୍ରରେ ଲ୍ୟୁକୋରିଆ ବା ଶ୍ଵେତସ୍ରାବ ଏକ ମୁଖ୍ୟ ସମସ୍ୟା।ଅପରିଷ୍କାର ରହିବା ଫଳରେ ବି ଏହି ସମସ୍ୟା ହୋଇପାରେ । ତେଣୁ ମାସିକ ଧର୍ମ ସମୟରେ ମହିଳାମାନଙ୍କୁ କିପରି ପରିଷ୍କାର ପରିଚ୍ଛନ୍ନତା ରହିବାକୁ ହୁଏ ସେ ବିଷୟରେ ଜଣାଇବା ଆବଶ୍ୟକ ।

ମନେରଖନ୍ତୁ:

  • ମାସକ ଧର୍ମ ସମୟରେ ବଜାରରେ ମିଳୁଥିବା ସନିଟାରୀ ପ୍ୟାଡର ବ୍ୟବହାର କରିବା ଉଚିତ ।ଯଦି ତାହା ସମ୍ଭବ ନହୁଏ ତେବେ ପରିଷ୍କାର କନା ବ୍ୟବହାର କରିବା ଦରକାର।ଏହାକୁ ବ୍ୟବହାର କରିବା ପୂର୍ବରୁ ଭଲକରି ଧୋଇ ଖରାରେ ଶୁଖାଇବା ଆବଶ୍ୟକ ।
  • ପ୍ରତିଦିନ ପ୍ୟାଡ/କନା ଅନ୍ତତଃ ଦୁଇଥର ବଦଳେଇବା ଆବଶ୍ୟକ ।

ଆଧାର : ପୋର୍ଟାଲ  ଟିମ

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate