ଅନେକ ଲୋକ ଛୁଆ ଜନ୍ମ ପରେ ତାକୁ ଗାଧୋଇ ଦିଅନ୍ତି । ଏହା କରିବା ଉଚିତ ନୁହେଁ । ଶିଶୁ ସଙ୍ଗେ ସଙ୍ଗେ ଗାଧୋଇ ଦେବାଦ୍ଵାରା ଥଣ୍ଡାହୋଇଯିବା ବା କଲୁଆ ହୋଇପାରେ । ଫଳରେ ଶିଶୁ ଶରୀରର ସାଧାରଣ (ଆବଶ୍ଯକୀୟ) ତାପମାତ୍ରା କମି ଯାଇଥାଏ । ତେଣୁ –
ବୟସ |
ଖାଦ୍ୟ |
ପରିମାଣ |
ଜନ୍ମରୁ ୬ ମାସ ଯାଏଁ |
କେବଳ ମା’ କ୍ଷୀର ଦିଅନ୍ତୁ ।ଏହା ଛଡା ଆଉ କିଛି ଦିଅନ୍ତୁ ନାହିଁ ।ଶିଶୁ ଜନ୍ମ ହେବା। ଶିଶୁ ଜନ୍ମ ହେବ। ସଙ୍ଗେ ସଙ୍ଗେ ତାକୁ ମା’ର ପ୍ରଥମ କ୍ଷୀର (କଷକ୍ଷୀର)ଖାଇବାକୁ ଦିଅନ୍ତୁ ।
|
ଶିଶୁ ଯେତେବେଳେ ଚାହିଁବ ସେତେବେଳେ ଖୁଆନ୍ତୁ । |
୬ ର ୯ ମାସ |
ଶିଶୁକୁ ମା’ କ୍ଷୀର ସହ ଭାତ,ଡାଲି ଓ ପରିବା ସିଝା ଚକଟି ନରମ କରି ଖାଇବାକୁ ଦିଅନ୍ତୁ । |
ଅଧାକପ ଲେଖାଏଁ ଦିନକୁ ୪ ଥର ଦିଅନ୍ତୁ । |
୯ ରୁ ୧୨ ମାସ |
ମା’ କ୍ଷୀର ସହ ଶିଶୁକୁ ସୁଷମ ଖାଦ୍ୟ ଯଥା – ଶାଗ ଓ ପାରିବା ସିଝା ,ଚୁଡାଗୁଣ୍ଡ, ସିଝାଫଳ,ସିଝା ଅଣ୍ଡା ଖାଇବାକୁ ଦିଅନ୍ତୁ । |
ଅଧାକପ ଲେଖାଏଁ ଦିନକୁ ୫ ଥର ଦିଅନ୍ତୁ । |
୧୨ ରୁ ୧୮ ମାସ |
ଶିଶୁକୁ ମା’ କ୍ଷୀର ସହିତ ପ୍ରତ୍ୟେକ ଥର ଖାଇବା ବେଳେ ବିଭିନ୍ନ ପୁଷ୍ଟିକାରକ ଖାଦ୍ୟ ଯଥା –କ୍ଷୀର,ଦିଅନ୍ତୁ ପରିବା,ଅଣ୍ଡା ,ମାଂସ ,ଓ ମାଛ ଦିଅନ୍ତୁ । ଏହାଛଡା ଶକ୍ତି ଯୋଗାଇବା ଖାଦ୍ୟ ଯଥା – ଚାଉଳ,ଆଳୁ,ମଇଦା,ଗହମ ଓ କନ୍ଦମୂଳରୁ ପ୍ରସ୍ତୁତ ଖାଦ୍ୟ ଦିଅନ୍ତୁ । |
ଅଧାକପ ଲେଖାଏଁ ଖାଦ୍ୟ ଦିନକୁ ୫/୬ ଥର ଦିଅନ୍ତୁ । ଖାଦ୍ୟରେ ନିଶ୍ଚିତ ଭାବରେ ଶାଗ |
୧୮ ରୁ ମାସ |
ଶିଶୁକୁ ପରିବାରର ଅନ୍ୟ ସମସ୍ତେ ଖାଉଥିବା ଖାଦ୍ୟ ଦିଅନ୍ତୁ ।କିନ୍ତୁ ଏହା ଯେପରି ରାଗ ବା ମସଲାଯୁକ୍ତ ହୋଇନଥିବ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ । |
ସେ ବଡ ମାନେ ଖାଉଥିବା ଖାଦ୍ୟର ଅଧା ଖାଦ୍ୟ ଖାଇବ । |
ଆମ ଶରୀର ତାପମାତ୍ରା ସାଧାରଣତଃ ୩୭ ଡିଗ୍ରୀ ଉ ବା ୯୮.୪ ଡିଗ୍ରୀ ଋ ।
ଏଥିରୁ ଅଧିକ ହେଲେ ତାକୁ ଜ୍ଵର କୁହାଯାଏ । ଜ୍ଵର ଗୋଟିଏ ରୋଗ ନୁହେଁ । ଏହା ସାଧାରଣତଃ କୌଣସି ଜୀବାଣୁ,ଭୂତାଣୁ ଓ ପରଜୀବୀର ସଂକ୍ରମଣ କିମ୍ବା ଅନ୍ୟାନ୍ୟ ରୋଗ ପ୍ରଭାବରୁ ହୋଇଥାଏ । ଅତ୍ୟଧିକ ମାତ୍ରାରେ ଜ୍ଵର କ୍ଷତିକାରକ ହୋଇପାରେ ,ବିଶେଷ କରି ପିଲାମାନେ କ୍ଷେତ୍ର ରେ ହଠାତ ଜ୍ଵର ଅଧିକା ହେଲେ ବି ଏହା ପିଲାମାନଙ୍କୁ ମୂର୍ଚ୍ଛା ରୋଗରେ ପୀଡିତ କରାଇପାରେ
ଉପଚାର
ମନେରଖନ୍ତୁ -
ଶିଶୁମୃତ୍ୟୁର ଅନେକ କାରଣ ମଧ୍ୟରେ ପୁଷ୍ଟିହୀନତା ଅନ୍ୟତମ। ପୁଷ୍ଟିହୀନତା ସାଧାରଣ ୩ ବର୍ଷ ମଧ୍ୟରେ ଦେଖାଦିଏ ।ଏଥିରେ ଯେ କେବଳ ଶିଶୁର ମୃତ୍ୟୁ ହୋଇଥାଏ ତାହା ନୁହେଁ,ଯେଉଁମାନେ ବଞ୍ଚିଯାନ୍ତି ସେମାନଙ୍କଠାରେ ମାନସିକ ନ୍ୟୁନତା ଓ ଶାରୀରିକ ଅକ୍ଷମତା ସବୁଦିନ ପାଇଁ ରହିଯାଏ । ଉତ୍ତମ ପୁଷ୍ଟି ମୃତ୍ୟୁକୁ ପ୍ରତିରୋଧ କରିଥାଏ ଏବଂ ଅଧିକ ସମୟ ସୁସ୍ଥ ଭାବରେ ବଞ୍ଚି ରହିବା ତଥା ଦୁର୍ବଳତାକୁ ପ୍ରତିରୋଧ କରିବାରେ ସାହାଯ୍ୟ କରେ ।
ପୁଷ୍ଟିହୀନତା ର କାରଣ :
ପୁଷ୍ଟିହୀନତା ର ପ୍ରକାର :
ମରାସମସ – ଏହା ଶକ୍ତିଦାୟକ(ଶ୍ଵେତସାର)ଜାତୀୟ ଖାଦ୍ୟ ଅଭାବରୁ ହୋଇଥାଏ । ଏଥିରେ ଶରୀର କ୍ଷୀଣ ହେବା, ଚର୍ମ ଶିଥିଳ ଦେଖାଯିବା,ଆଖି ଭିତରକୁ ପଶିଯିବା,ଓଜନହ୍ରାସ ,ଚିଡିଚିଡା ସ୍ଵଭାବ ଓ ଭୋକ ହେଉଥିବା ଦେଖାଯାଏ ।ଏପରି ରୋଗୀକୁ ଖୁଆଇବା ସହଜ ।ମୋଟାମୋଟି ଭାବେ କହିବାକୁ ଗଲେ ଶିଶୁଟି ଗୋଟିଏ ବୁଢାଲୋକ ଭଳି ଦେଖାଯାଏ ।
କ୍ଵାସିଅରକର – ଏହା ଶରୀର ଗଠନକାରୀ (ପୁଷ୍ଟିସାର)ଜାତୀୟ ଖାଦ୍ୟ ଅଭାବରୁ ହୋଇଥାଏ । ଏଥିରେ ଶରୀର,ମୁହଁ,ଦେହ ଓ ଅନ୍ୟାନ୍ୟ ଅଙ୍ଗୁଳିଯିବା ଏବଂ ବାଳର ରଙ୍ଗ କହରା ଦେଖାଯିବା,ଚର୍ମରୁ କାତି ଭଳି ଚୋପା ଛାଡିବା ବା ଘା’ ହେବା ,ଆଳସ୍ୟ ଭାବ ,ଖାଇବାରେ ଅନାଗ୍ରହ ଆଦି ଏହାର ମୁଖ୍ୟ ଲକ୍ଷଣ । ଏହିପରି ରୋଗୀକୁ ଖୁଆଇବା କଷ୍ଟ ।
ପୁଷ୍ଟିହୀନତାରେ ଆକ୍ରାନ୍ତ ହେବାର ସାଧାରଣ ବୟସ :
ଜନ୍ମ ବେଳେ –ଗରିବ ପରିବାରରେ ସାଧାରଣତଃ କମ ଓଜନର ଶିଶୁ ଜନ୍ମ ହୋଇଥାଏ ।ତେଣୁ ଜନ୍ମର ପ୍ରଥମ ସପ୍ତାହ ଓ ପ୍ରଥମ ମାସ ଏଇଭଳି ଶିଶୁଙ୍କ ପାଇଁ ଅଧିକ ବିପଦପୂର୍ଣ୍ଣ ।
୮ ରୁ୧୦ ମାସ ବେଳେ – କେତେକ ଗୋଷ୍ଠୀରେ ଏକ ବର୍ଷଯାଏ ଶିଶୁକୁ କେବଳ ମା’କ୍ଷୀର ଖୁଆନ୍ତି ।କିନ୍ତୁ ୬ ମାସ ପରେ ଶିଶୁକୁ ମା’ କ୍ଷୀର ସହିତ ବାହାର ଖାଦ୍ୟ ନଦେଲେ ତା’ର ଅଭିବୃଦ୍ଧି ଠିକ ଭାବରେ ହୋଇ ନଥାଏ । ‘ଳରେ ସେ ପୁଷ୍ଟିହୀନତାର ଶିକାର ହୋଇଥାଏ ।
୧୨ ରୁ ୧୪ ମାସ ମଧ୍ୟରେ –ଅତିରିକ୍ତ ଖାଦ୍ୟ ଦେବାରେ ଅସୁବିଧା ହେଲେ ମା’କ୍ଷୀର ଦେବା ବନ୍ଦ କରିଦିଏ,ଯଦି ଏହି ସମୟ ମଧ୍ୟରେ ମା’ ଆଉଥରେ ଗର୍ଭଧାରଣ କରେ ବା ଅନ୍ୟ ଏକ ଶିଶୁକୁ ଜନ୍ମ ଦିଏ ।
ନିରାକରଣ :
କାମଳ ରୋଗ
(ଭାଇରାଲ ହେପାଟାଇଟିସ)
ଏହା କଣ :
କେତେଗୁଡିଏ ସଂକ୍ରାମକ ରୋଗର ସମଷ୍ଟିକୁ ଭାଇରାଲହେପାଟାଇଟିସ କୁହାଯାଏ ଯାହା ଯକୃତକୁ ସଂକ୍ରମଣ କରିଥାଏ । ଏହା ଭୂତାଣୁ ଦ୍ଵାରା ହୋଇଥାଏ । ଏହା ବିଭିନ୍ନ ପ୍ରକାରର ଯଥା ହେପାଟାଇଟିସ ଏ,ବି ,ସି ,ଡି,ଏଚ,ଇ ଏଗୁଡିକ ମଧ୍ୟରେ ହେପାଟାଇଟିସ ଏ ଓ ଇ ର ମହାମାରୀ ରୂପ ଧାରଣ କରିବା କ୍ଷମତା ଅଛି ।ହେପାଟାଇଟିସ ଏ ଓ ଇ ବିଷୟରେ ଆଲୋଚନା କରାଯାଇଛି ।
ହେପାଟାଇଟିସ ଏ ହେପାଟାଇଟିସ ଇ
କାରଣ :
ହେପାଟାଇଟିସ ଏ : ହେପାଟାଇଟିସ ଏ ଭୂତାଣୁ ଦ୍ଵାରା ହୋଇଥାଏ ।ହେପାଟାଇଟିସ ଇ ଭୂତାଣୁ ଦ୍ଵାରା ହୋଇଥାଏ ।
ବ୍ୟାପିବା:
ଦୂଷିତ ଜଳ ଓ ଖାଦ୍ୟ ରୋଗ କରାଯାଇଥାଏ । ନିର୍ଦ୍ଧିଷ୍ଟ ସମୟରେ ଓ ଏକ ନିର୍ଦ୍ଧିଷ୍ଟ ଅଞ୍ଚଳରେ ଏହି ରୋଗରେ ଅଧିକାଂଶ ଲୋକ ଆକ୍ରାନ୍ତ ହୋଇଥାନ୍ତି । ଏହି ରୋଗ ଖରାପ ପରିବେଶ ଓ ସ୍ୱାସ୍ଥ୍ୟରକ୍ଷା ଅଭାବରୁ ହୋଇଥାଏ । ପାନୀୟଜଳ ଦୂଷିତ ହୋଇ ଏହି ରୋଗ ସୃଷ୍ଟି କରେ ।
ବିକ୍ରୟ କରନ୍ତି,ପ୍ରସ୍ତୁତ କରନ୍ତି । ଯଦିଓ ଏହି ରୋଗ ବର୍ଷର ସବୁସମୟରେ ଦେଖାଯାଏ,ଜୁଲାଇରୁ ସେପ୍ଟେମ୍ବର ଏହି ରୋଗ ବେଶୀ ଦେଖାଯାଏ ।
ସଂକ୍ରମଣ କାଳ:
ହେପାଟାଇଟିସ :ଏ-୧୫-୫୦ ଦିନ
ହେପାଟାଇଟିସ: ଇ-୨ ସପ୍ତାହରୁ -୯ ସପ୍ତାହ
ଲକ୍ଷଣ
ଉଭୟ ରୋଗର ଲକ୍ଷଣ ସମାନ ।ସଂକ୍ରାମକ ସମୟ ପରେ ଲକ୍ଷଣ ପ୍ରକାଶ ପାଇଥାଏ । ଶରୀରର ରୋଗ ପ୍ରତିରୋଧକ ଶକ୍ତି ଯୋଗୁ ସମସ୍ତ ଦୂଷିତ ଖାଦ୍ୟ ଓ ପାଣି ସଂସ୍ପର୍ଶରେ ଆସିଲେ ମଧ୍ୟ ରୋଗ ହୋଇନଥାଏ ।
ରୋଗର ଲକ୍ଷଣ ଗୁଡିକ ହେଲା
ଗର୍ଭବତୀ ମହିଳା ଏହି ରୋଗରେ ପୀଡିତ ହେଲେ ମୃତ୍ୟୁ ହେବାର ସମ୍ବଭନ ଥାଏ ।
ଚିକିସ୍ଛା ଓ ପ୍ରତିଷେଧକ :
ଏହି ରୋଗ ପାଇଁ ନିର୍ଦ୍ଧିଷ୍ଟ ଚିକିସ୍ଛା ନାହିଁ । ତେବେ ଚିକିସ୍ଛା ନିମ୍ନ ପ୍ରକାରର ହୋଇଥାଏ ।
ଯେଉଁ ରସ ବିକନ୍ତି ତାହା ଅଧିକାଂଶ ସମୟରେ ଦୂଷିତ ଅଟେ।
କେତୋଟି ସୂଚନା :
ଟୀକା ଦ୍ଵାରା ପ୍ରତିଷେଧକ:
ଏହି ରୋଗରୁ ରକ୍ଷା ପାଇବା ପାଇଁ ଆଜିଯାଏଁ ସେପରି ଫଳପ୍ରଦ ଟୀକା ବାହାରି ନାହିନ । ହେପାଟାଇଟିସ ବି ପାଇଁ ଏକ ଟୀକା ଉପଲବ୍ଧ ।ଏହି ଟୀକା ୩ ଟି ନେବାକୁ ପଡେ । ପ୍ରଥମଟି ନେବାରେ ୫ ମାସ ପରେ ଆଉ ଗୋଟିଏ ଓ ଶେଷ ଟୀକା ପ୍ରଥମଟିର ୧୮୦ ଦିନରେ ନିଆଯାଏ ।୩-୪ ବର୍ଷ ପରେ ବୁଷ୍ଟର ମାତ୍ରା ଦିଆଯାଏ ।
ତରଳଝାଡା
ତରଳଝାଡା/ଡାଇରିଆ କ’ଣ ?
୨୪ ଘଣ୍ଟା ମଧ୍ୟରେ ୪ ଥରରୁ ଅଧିକ ଥର ତରଳ/ପଣିଆ ଝାଡା ହେଲେ ତାହାକୁ ତରଳ ଝାଡା ବା ଡାଇରିଆ କୁହାଯାଏ। ଦିନରେ ଥରେ କିନ୍ତୁ ଅଧିକ ପରିମାଣରେ ତରଳଝାଡା ଏବଂ ନାଳଝାଡା ତଥା ଝାଡା ସହିତ ରକ୍ତ ପଡିବାକୁ ମଧ୍ୟ ଡାଇରିଆ କୁହାଯାଏ ।ତରଳଝାଡା ହେତୁ ଜଳ ଶୁଷ୍କତା ହୋଇଥାଏ । ଜଳଶୁଷ୍କତା ଯେକୌଣସି ବୟସ ର ଲୋକମାନଙ୍କୁ ହୋଇପାରେ ।ତେବେ ଶିଶୁମାନଙ୍କୁ ଏହା ଖୁବ ଶୀଘ୍ର ଓ ସହଜରେ ହୋଇଥାଏ ।
କାରଣ: ଦୂଷିତ ଜଳ ଓ ଖାଦ୍ୟ ଗ୍ରହଣ,କୃମି ସଙ୍କ୍ରମଣ,ପୁଷ୍ଟିହୀନତା
ଡାଇରିଆ ବ୍ୟାପିବାର କାରଣ: ଦୂଷିତ ଜଳ ଓ ଖାଦ୍ୟ ଗ୍ରହଣ ,ଅପରିଷ୍କାର ହାତ ଓ ପାତ୍ରରେ ଖାଦ୍ୟଗ୍ରହଣ ,ଅପରିଷ୍କାର ପାତ୍ରରେ ଖାଦ୍ୟପଦାର୍ଥ ରଖିବା,ଖାଲି ପାଦରେ ପଦାରେ ମଳତ୍ୟାଗ କରିବା ,ମାଛି ଆଦି କୀଟପତଙ୍ଗ ଦ୍ଵାରା ରୋଗ ଜୀବାଣୁ ସଂକ୍ରମଣ ।
ଲକ୍ଷଣ : ଅଧିକ ଥର ତରଳ ଝାଡା ଯୋଗୁ ଶରୀରରୁ ଜଳ ଓ ଲବଣାଂଶର କ୍ଷୟ ଘଟିଥାଏ । ଶରୀରରେ ଅତିଶୟ ଜଳକ୍ଷୟକୁ ଜଳଶୁଷ୍କତା ବା ଡିହାଇଡ୍ରେସନ କୁହାଯାଏ ।ଏହି ଜଳଶୁଷ୍କତା ସାଧାରଣତଃ ମୃତ୍ୟୁ ର କାରଣ ହୋଇଥାଏ। ଏହା ମଧ୍ୟ ଶିଶୁମାନଙ୍କର ପୁଷ୍ଟିହୀନତାର କାରଣ ଅଟେ।
ଜଳଶୁଷ୍କତାର ଲକ୍ଷଣ
କ’ଣ ପଚାରିବ |
ପ୍ରଥମ |
ମଧ୍ୟମ |
ଗୁରୁତର |
|
ଝାଡା ଦିନକୁ |
୩-୪ ଥର |
୪ ଥରରୁ ଅଧିକ |
୧୨ ଥରରୁ ଅଧିକ |
|
ବାନ୍ତି |
ନଥିବ |
ଅଳ୍ପ/୨-୩ ଥର |
ବହୁବାର |
|
ଶୋଷ |
ସାଧାରଣ ଭାବେ ପିଉଥିବ ଶୋଷ ନଥିବ |
ଶୋଷ,ଅଧିକ ଥିବ ପାଣି ପିଉଥିବ |
ପିଇବାରେ ଅସମର୍ଥ |
|
ପରିସ୍ରା |
ସାଧାରଣ |
କମ |
୬ ଘଣ୍ଟା ମଧ୍ୟରେ ପରିସ୍ରା ହେଉ ନ ଥିବ |
|
କ’ଣ ଦେଖିବେ |
||||
ସାଧାରଣ ଅବସ୍ଥା |
ଭଲ,ସତେଜ |
ଚିଡିଚିଡା,ଅସ୍ତବ୍ୟସ୍ତ
|
ଦୁର୍ବଳ/ନିଦୁଆ ବା ମୂର୍ଚ୍ଛା |
|
ଆଖି |
ଠିକ ଥିବ |
ଶୁଖିଲା |
ଭିତରକୁ ପଶିଯିବା |
|
ଲୁହ |
ଥିବ |
ନଥିବ |
ନଥିବ |
|
ପାଟି ଓ ଜିଭ |
ଓଦାଳିଆ ଥିବ |
ଶୁଖିଲା |
ଅତି ଶୁଖିଲା |
|
ନିଶ୍ଵାସ ପ୍ରଶ୍ଵାସ |
ସାଧାରଣ |
ଅଧିକ ଥର |
କ୍ଷୀପ୍ରଗତି |
|
ଚର୍ମକୁ ଚିମୁଟିଲେ(ପୂର୍ବ ଅବସ୍ଥାକୁ) |
ଫେରିଆସିବ |
ଧୀରେ ଧୀରେ ଫେରିବ |
ଖୁବ ଧୀରେ ଫେରିବ |
|
ତାଳୁ ବା ଦୁକୁଦୁକି (ଶିଶୁଙ୍କ କ୍ଷେତ୍ରରେ) |
ଠିକ ଥିବ |
ଭିତରକୁ ପଶିଯିବ |
ଅତିମାତ୍ରାରେ ଭିତରକୁ ପଶିଯିବ |
|
ନାଡିର ସ୍ପନ୍ଦନ |
ସାଧାରଣ |
ଜୋର ହେବା |
ଅତି ଜୋର ଓ କ୍ଷୀଣ ହେବ |
|
କ’ଣ କରିବେ ? ଘରୋଇ ପାନୀୟ
|
ଘରୋଇ ପାନୀୟ ଓ.ଆର.ଏସ. |
ଚେତା ଥିଲେ ଓ.ଆର .ଏସ.ଦ୍ରବଣ ଦେବ |
||
ଓ.ଆର.ଏସ ଦ୍ରବଣ ଦେବା |
ରୋଗୀକୁ ଅନୁଧ୍ୟାନ କରିବା ଆବଶ୍ୟକ ମନେକଲେ ଡାକ୍ତରଙ୍କ ପରାମର୍ଶ ବା ଡାକ୍ତରଙ୍କ ପାଖକୁ ପଠାଇବ |
ତୁରନ୍ତ ଡାକ୍ତରଖାନା ବା ଡାକ୍ତରଙ୍କ ପାଖକୁ ପଠାଅ । |
||
ପ୍ରତିଷେଧକ ବ୍ୟବସ୍ଥା :
ଉପଚାର –ତରଳଝାଡା ଭୋଗୁଥିବା ସମୟରେ ଔଷଧ ଅପେକ୍ଷା ତା’ଙ୍କ ଶରୀରରୁ କ୍ଷୟ ହେଉଥିବା ଜଳୀୟ ଅଂଶ ର ଭରଣ। ବେଶୀ ଗୁରୁତ୍ୱପୂର୍ଣ୍ଣ ।ଝାଡା ହେବା ମାତ୍ରେ ତାଙ୍କୁ ଯଥେଷ୍ଟ ପରିମାଣର ପାନୀୟ ଦେବା ଆବଶ୍ୟକ । ଏହା ଓ .ଆର. ଏସ ଦ୍ରବଣ ହେଉ କିମ୍ବା ଘରେ ମିଳିଥିବା ଅନ୍ୟାନ୍ୟ ପାନୀୟ ଦିଆଯାଇପାରେ। ଯଥା –
ଓ .ଆର. ଏସ ପାଉଡର ସ୍ୱାସ୍ଥ୍ୟ କେନ୍ଦ୍ରରେ ମାଗଣା ରେ ମିଳିଥାଏ । ଏହା ଔଷଧ ଦୋକାନରେ ମଧ୍ୟ ମିଳେ
ଓ .ଆର. ଏସ. ଘୋଳ କିପରି ଖାଇବେ ?
ବୟସ |
ପ୍ରତିଥର ଝାଡା ପରେ ଓ .ଆର. ଏସ ର ପରିମାଣ |
ଅତିକମ୍ ରେ ଦିନାକ ମଧ୍ୟରେ ଆବଶ୍ୟକ ପରିମାଣ |
୨ବର୍ଷରୁ କମ |
୫୦ ମି. ଲି ରୁ ୧୦୦ ମି. ଲି =୧/୪ ରୁ ୧/୨ କପ |
୫୦୦ ମି. ଲି |
୨ ବର୍ଷ ରୁ ୧୦ ବର୍ଷ |
୫୦ ମି. ଲି ରୁ ୨୦୦ ମି. ଲି= ୧/୨ ରୁ ୧ କପ |
୧୦୦୦ ମି. ଲି ବା ୧ ଲିଟର |
୧୦ ବର୍ଷରୁ ଊର୍ଦ୍ଦ୍ଵ |
ଆବଶ୍ୟକ ମୁତାବକ |
୨୦୦୦ ମି. ଲି ବା ୨ଲିଟର |
ତରଳ ଝାଡା ଭୋଗୁଥିବା ଶିଶୁର ଖାଦ୍ୟ – ଶିଶୁକୁ ତରଳ ଝାଡା ହେଉଥିବା ସମୟରେ ତାକୁ ତା’ର ସ୍ଵାଭାବିକ ଖାଦ୍ୟ ଖାଇବାକୁ ଦେଲେ ତାହା ରୋଗ ଉପଶମ ହେବାର ସାହାଯ୍ୟ କରେ । ଖାଦ୍ୟ କଟକଣା କଲେ ପୁଷ୍ଟିହୀନତା ଦେଖାଦିଏ ।ତେଣୁ ତରଳଝାଡା ଭୋଗୁଥିବା ଶିଶୁ ଏବଂ ଝାଡା ଭଲ ହେବା ପରେ ତା’ର ଦୈନନ୍ଦିନ ଖାଦ୍ୟର ପ୍ରାୟ ଦେଢଗୁଣ। ଖାଦ୍ୟ ଦେବା ଦରକାର। ଏହାଦ୍ଵାରା ଶିଶୁର ପରିପୁଷ୍ଟତାରେ ଉନ୍ନତି ଆସିଥାଏ ।
କେତେବେଳେ ଡାକ୍ତରଙ୍କ ସହାୟତା ଜରୁରୀ ଅଟେ
ଯେତେବେଳେ ରୋଗୀ ପାଣି ପିଇବାକୁ ଅକ୍ଷମ ହେବ
Last Modified : 12/18/2019