ହୋମ / କୃଷି / ଔଷଧୀୟ ବୃକ୍ଷ ଚାଷ
ସେଆର କରନ୍ତୁ

ଔଷଧୀୟ ବୃକ୍ଷ ଚାଷ

ଔଷଧୀୟ ବୃକ୍ଷ ଚାଷ ସମ୍ବନ୍ଧରେ ଜ୍ଞାନକୌଶଳ ପ୍ରଦାନ ହୋଇଛି ।

ଅଶ୍ଵଗନ୍ଧା
ଅଶ୍ଵଗନ୍ଧା ଏକ ପ୍ରସିଦ୍ଧ ଭାରତୀୟ ବନୌଷଧି ରୂପେ ବହୁ ପ୍ରାଚୀନ କାଳରୁ ଆୟୁର୍ବେଦୀୟ ଔଷଧ ପ୍ରସ୍ତୁତିରେ ବ୍ୟବହାର ହୋଇଆସୁଛି । ଏହାର ପ୍ରତ୍ୟେକ ଅଂଶ ଯଥା ଚେର, ପତ୍ର, ଫଳ, ମଞ୍ଜି ପ୍ରଭୁତି ଔଷଧ ପ୍ରସ୍ତୁତିରେ ବ୍ୟବହାର ହେଉଥିଲା ମଧ୍ୟ ମୁଖ୍ୟତଃ ଏହାର ଚେର ବହୁଳ ପରିମାଣରେ ଉପଯୋଗ ହୋଇଥାଏ ।
ପାତାଳ ଗରୁଡ
ପ୍ରାଚୀନ କାଳରୁ ଭାରତବର୍ଷ ପାତାଳ ଗରୁଡର ବ୍ୟବସାୟିକ ଔଷଧୀୟ ବ୍ୟବହାର ପରମ୍ପରା ରହିଆସିଛି । ଭାବପ୍ରକାଶ ନିଘଣ୍ଟୁ , ରାଜନିଘଣ୍ଟୁ ଓ ସୁଶ୍ରୁତ ସଂହିତା ପ୍ରଭୁତି ଆୟୁର୍ବେଦର ପ୍ରସିଦ୍ଧ ଦ୍ରବ୍ୟଗୁଣ ଶାସ୍ତ୍ରମାନଙ୍କରେ ସର୍ପଗନ୍ଧା (ପାତାଳ ଗରୁଡ ) ର ଔଷଧୀୟ ଗୁଣ- କର୍ମ- ପ୍ରୟୋଗ- ସମ୍ବନ୍ଧରେ ସବିଶେଷ ବିବରଣୀ ଦେଖିବାକୁ ମିଳେ ।
ଶତାବରୀ
ଶତାବରୀ ଭାରତୀୟ ପ୍ରାକୃତିକ ରୂପରେ ମିଳୁଥିବା ଏକ ଆରୋହଣଶୀଳ ବହୁବର୍ଷାୟୁ ଲତାଜାତୀୟ ଉଦ୍ଭିଦ । ପ୍ରାଚୀନ କାଳରୁ ଏହାର ମୂଳ ଓ କନ୍ଦ ଆୟୁର୍ବେଦୀୟ ଚିକିତ୍ସାରେ ଔଷଧ ପ୍ରସ୍ତୁତିରେ ବ୍ୟବହର କରାଯାଇଆସୁଛି ।
ଉଦ୍ଭିଦର କ୍ରମବିସ୍ତାର
ଜୀବଜଗତ ତିଷ୍ଠି ରହିବା ନିମନ୍ତେ ଉଦ୍ଭିଦର ଆବଶ୍ୟକତା ରହିଛି । ଉଦ୍ଭିଦ ବିନା ମନୁଷ୍ୟର ଜୀବନଧାରଣ ଦୁର୍ବିସହ ହେବା ସୁନିଶ୍ଚିତ । ଏହି ଉଦ୍ଭିଦ ଉପରେ ମନୁଷ୍ୟ ସଦା ନିର୍ଭରଶୀଳ ।
ଘିକୁଆଁରି
ଘିକୁଆଁରି ସମଗ୍ର ଭାରତବର୍ଷରେ ପ୍ରାକୃତିକ ରୂପେ ଦେଖାଯାଉଥିବା ଏକ ବହୁବର୍ଷୀୟ ମାଂସଳ ପତ୍ରବିଶିଷ୍ଟ ଗୁଳ୍ମ । ଔଷଧ ତଥା ସୌନ୍ଦର୍ଯ୍ୟ ପ୍ରସାଧନ ସାମଗ୍ରୀ ପ୍ରସ୍ତୁତ କରିବା କ୍ଷେତ୍ରରେ ଏହାକୁ ବ୍ୟବହାର କରାଯାଉଥିବାରୁ ସମ୍ପ୍ରତି ଏହାର ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ଏହାର କୃଷିକରଣ ଦିଗରେ ଧ୍ୟାନ ଦିଆଯାଉଛି ।
ଗୁଡମାରୀ
ଗୁଡାମାରୀ ଏକ ମୃଦୁଲୋମଶ, ବହୁଶାଖାୟିତ କାଠୁଆ ଲଟା ଅଟେ । ଏହି ଲଟା ମୁଖ୍ୟତଃ ଶୁଷ୍କ ପତ୍ରମୋଚୀ ଓ ବୁଦୁବୁଦିଆ ଜଙ୍ଗଲରେ ଦେଖାଯାଏ । ଏହାର ପତ୍ର ଅନ୍ତ୍ୟନ୍ତ ତିକ୍ତ ଅଟେ ।
ଭୃଙ୍ଗରାଜ ବା କେଶର୍ଦା
ଭୃଙ୍ଗରାଜ ବା କେଶତୁରା ଏକ ଭୁଇଁପ୍ରସାରୀ ବହୁଶାଖୀୟ ତୃଣ ଅଟେ । ଏହା ସମଗ୍ର ଭାରତ ରେ ଦେଖାଯାଏ । ଏହା ସାଧାରଣତଃ ବିଷୁବୀୟ , ଉପ- ବିଷୁବୀୟ ତଥା ଗ୍ରୀଷ୍ମ ମଣ୍ଡଳୀୟ ଅଞ୍ଚଳରେ ଦୃଷ୍ଟି ଗୋଚର ହୁଏ ।
ଭୁଇଁନିମ୍ବ
ଭୁଇଁନିମ୍ବ ଭାରତୀୟ ଜଳବାୟୁ ରେ ପ୍ରାକୃତିକ ଭାବରେ ଦେଖାଯାଉଥିବା ଏକ ବହୁପୋଯୋଗୀ ଔଷଧୀୟ ଗୁଳ୍ମ । ବୈଦିକ ଯୁଗରେ ଭାରତୀୟ ମୁନିଋଷି ଓ ଆୟୁର୍ବେଦ ଚିକିତ୍ସକ ମାନେ ଏହାର ମହତ୍ଵପୂର୍ଣ୍ଣ ଔଷଧୀୟ ଗୁଣ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛନ୍ତି ।
ପିପ୍ପଳୀ
ପିପ୍ପଳୀ ଏକ କୋମଳ, ଗନ୍ଧଯୁକ୍ତ ଲଟାର ଫଳ ଅଟେ । ପିପ୍ପଳୀ ମୁଖ୍ୟତଃ ଏକ ମସଲାଦ୍ରବ୍ୟ ରୂପେ ବ୍ୟବହୃତ ହୁଏ । ମସଲା ଶିଳ୍ପ ବ୍ୟତୀତ ଆୟୁର୍ବେଦ ଔଷଧ ନିର୍ମାଣ ଉଦ୍ୟୋଗରେ ମଧ୍ୟ ଏହାର ଯଥେଷ୍ଟ ଚାହିଦା ରହିଛି ।
ଅଁଳା
ଭାରତୀୟ ବନୌଷଧି ମଧ୍ୟରେ ଅଁଳା ବୃକ୍ଷ ସର୍ବପରିଚିତ ଉଦ୍ଭିଦ । ବହୁ ପ୍ରାଚୀନ କାଳରୁ ଆମ ଦେଶରେ ଅଁଳା ପାରମ୍ପରିକ ଭାବରେ ଦେଶୀୟ ଔଷଧ ପ୍ରସ୍ତୁତିରେ ବ୍ୟବହାର କରାଯାଇଆସୁଛି ।
ନେବିଗତିଓଂ
Back to top